Monday, May 25, 2026 09:00 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୁମ୍ବାଇରେ ହଲାପଟା ହେଲେ ମନ୍ତ୍ରୀ, ବିଧାୟକ

by Our Correspondent
09 Jul, 2016- 06:26 PM
in Politics
1 min read
0
ମୁମ୍ବାଇରେ ହଲାପଟା ହେଲେ ମନ୍ତ୍ରୀ, ବିଧାୟକ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ଉପରେ ସୁଦୂର ମୁମ୍ବାଇରେ ହୋଇଛି ହାଲକା ହମଲା । ବରଗଡ଼ କେନ୍ଦ୍ରମନ୍ତ୍ରୀ ହମଲାର ବଦଲା ନେଇଛନ୍ତି ସେଠାକାର ଓଡ଼ିଆ ବିଜେପି କର୍ମୀ । ଗତ ସପ୍ତାହରେ ଏହି ଘଟଣା ଘଟିଛି । ଲୋକଲଜ୍ଜା ଭୟରେ ମନ୍ତ୍ରୀ ଓ ବିଧାୟକ ଏହାକୁ ଚାପିବାକୁ ଉଦ୍ୟମ କରିଥିଲେ ମଧ୍ୟ ତାହା ଶେଷରେ ଖୋଲିଯାଇଛି । ବିଳମ୍ବରେ ହେଲେ ମଧ୍ୟ ଖବରଟି ଭୁବନେଶ୍ୱରରେ ଉଡ଼ିଲା କ୍ଷଣି ଆତ୍ମସମ୍ମାନ ରକ୍ଷା କୌଶଳ ଆପଣେଇଛନ୍ତି ମନ୍ତ୍ରୀ ଓ ବିଧାୟକ । ଦୁହିଁଙ୍କ ସମର୍ଥକ ଆଜି ଭୁବନେଶ୍ୱରରେ ଏହାର ପ୍ରତିବାଦ କରି ବିଜେପି ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି । କୌଣସି କେନ୍ଦ୍ରମନ୍ତ୍ରୀଙ୍କୁ ଭୁବନେଶ୍ୱରରେ ପୂରାଇ ଦେବେନି ବୋଲି ହଲ୍ଲା ପକାଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ବିଜୁ ଶତବାର୍ଷିକୀ ପୂର୍ତିର ଏକ ଉତ୍ସବରେ ଯୋଗଦେବାକୁ ଗତ ସପ୍ତାହରେ ମୁମ୍ବାଇ ଯାଇଥିଲେ ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ତେବେ ଉତ୍ସବ ମଂଚରେ ଦୁହିଁଙ୍କୁ ପୂରାଇ ନ ଦେବା ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲେ ସେଠାକାର ଓଡ଼ିଆ ବିଜେପି କର୍ମୀ । ମନ୍ତ୍ରୀ ଓ ବିଧାୟକ ସେଠାରେ ପହଚିଂବା କ୍ଷଣି ଆରମ୍ଭ ହୋଇଯାଇଥିଲା ବିରୋଧ ପ୍ରଦର୍ଶନ । କଳାପତାକା ଦେଖାଇ ସେମାନେ ଦୁହିଁଙ୍କ ରାସ୍ତା ଅବରୋଧ କରିବା ସହ ବେଶ୍ ହଲାପଟା କରିଥିଲେ । ଏଥିରେ ଅପ୍ରସ୍ତୁତ ମନ୍ତ୍ରୀ ଓ ବିଧାୟକ ଆତଙ୍କିତ ଅବସ୍ଥାରେ ହଡ଼ବଡ଼େଇ ଯାଇଥିଲେ । ତେବେ ଉତ୍ସବର ଆୟୋଜକ ଓ ସୁରକ୍ଷା କର୍ମୀଙ୍କ ପ୍ରତିରୋଧ ପରେ ଅବସ୍ଥା ଆୟତକୁ ଆସିଥିଲା ।

ବରଗଡ଼ରେ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର୍ଙ୍କ ଉପରେ ବିଜେଡ଼ି ବାଲାଙ୍କ ଆକ୍ରମଣର ଏହା ଥିଲା ମୁମ୍ବାଇରେ ଓଡ଼ିଆ ବିଜେପି କର୍ମୀଙ୍କ ପ୍ରତିବାଦ । ମନ୍ତ୍ରୀ ଓ ବିଧାୟକଙ୍କର କେବଳ ବାଟ ଓଗାଳି ନୁହେଁ ବରଂ ଦୁହିଁଙ୍କ ଉପରେ ହମଲା ପାଇଁ ଯୋଜନା ହୋଇଥିଲା ବୋଲି ଖବର ମିଳିଛି । ମଜ୍ଜାର କଥା, ଏହି ଘଟଣାରୁ ରାଜ୍ୟବାସୀଙ୍କ ଅନୁକମ୍ପା କିମ୍ବା ରାଜନୈତିକ ଫାଇଦା ହାସଲ କରିବା ବଦଳରେ ତାହାକୁ ଚପାଇ ଦେବାକୁ ଉଦ୍ୟମ କରିଥିଲେ ମନ୍ତ୍ରୀ ଓ ବିଧାୟକ । ଏକମାତ୍ର କାରଣ ଥିଲା ଲଜ୍ଜା ଓ ଅପମାନ । ମୁମ୍ବାଇ ଲଜ୍ଜା ଓ ଅପମାନକୁ ଏଠା ଦାଣ୍ଡଘାଟରେ ନ ପକାଇବାକୁ ସେମାନେ ଯୋଜନା କରିଥିଲେ । ଘଟଣାଟିକୁ ଏଭଳି ଲୁଚାଇଥିଲେ ଯେ ବିଜେଡ଼ି ମହଲରୁ ଏହାର କୌଣସି ଟେର୍ ମିଳି ନ ଥିଲା । ଏପରିକି ଦଳର ଅନେକ ବରିଷ୍ଠ ନେତା ମଧ୍ୟ ଘଟଣା ସମ୍ପର୍କରେ ଏବେସୁଦ୍ଧା ଜାଣିନାହାନ୍ତି । ତେବେ ମୁମ୍ବାଇ କାନରୁ ସେ କାନ ହୋଇ କଥା ଭୁବନେଶ୍ୱରରେ ଖେଳିବା କ୍ଷଣି ନିଜର ଅପମାନ ଘୋଡାଇବା ପାଇଁ ମନ୍ତ୍ରୀ ଓ ବିଧାୟକଙ୍କ ସମର୍ଥକମାନେ ଭୁବନେଶ୍ୱର ରାଜରାସ୍ତାକୁ ଓହ୍ଲାଇଛନ୍ତି । ମାଷ୍ଟରକ୍ୟାଟିଂନ ଛକରେ ସେମାନେ ବିକ୍ଷୋଭ ଓ ଜଳାପୋଡ଼ା କରିବା ସହ ବିଜେପିର କୌଣସି କେନ୍ଦ୍ରମନ୍ତ୍ରୀଙ୍କୁ ଏଠାକୁ ପୂରାଇ ଦେବେ ନାହିଁ ବୋଲି ଧମକ ଦେଇଛନ୍ତି । ରାଜନୈତିକ ମହଲରେ ଘଟଣାଟି ଚର୍ଚ୍ଚାର ବିଷୟ ହୋଇଛି ।

Previous Post

ପୁଣି ଚର୍ଚ୍ଚାରେ ପ୍ରେମା ଖୁଣ୍ଟିଆ

Next Post

ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କଲେ ଆଦିବାସୀ ଆତ୍ମା

Next Post
ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କଲେ ଆଦିବାସୀ ଆତ୍ମା

ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କଲେ ଆଦିବାସୀ ଆତ୍ମା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA