Thursday, April 30, 2026 02:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମେଡିକାଲରେ ମରିବ ନା ଆପେ ଉଭେଇ ଯିବ କରୋନା !

by Our Correspondent
12 May, 2020- 06:58 PM
in Latest News, News, Story Of The Week
1 min read
0
ମେଡିକାଲରେ ମରିବ ନା ଆପେ ଉଭେଇ ଯିବ କରୋନା !
ଭୁବନେଶ୍ୱର: ସମସ୍ତେ ଅସ୍ତବ୍ୟସ୍ତ । କେବେ ହଟିବ ଏ କରୋନା ମହାମାରୀ ? ମେଡିକାଲରେ ତାର ମୃତ୍ୟୁ ହେବ ନା ଆପେ ଆପେ ଉଭେଇ ଯିବ ଏ ଭାଇରସ୍ ଭୂତ ? କରୋନା ପାଇଁ ଲକ୍ ଡାଉନ୍ । ଆଉ ବସି ଖାଇ ଖାଇ ସରିବାକୁ ବସିଲାଣି ନଈ ବାଲି । ଟଙ୍କାର ଅଭାବ କରିଦେଲାଣି ସମସ୍ତଙ୍କ ଅଣ୍ଟା ବଙ୍କା । ତେଣୁ ସଭିଁଙ୍କ ମନରେ ଗୋଟିଏ ପ୍ରଶ୍ନ… କେବେ ମରିବ ଏ ମହାମାରୀ ?

ଇତିହାସ କହୁଛି, ଭାଇରସ୍ ଗୋଟେ ଭୂତ । ଯାହା, ମେଡିକାଲରେ ମରିନି… ବରଂ ନିଆଁ ଭଳି ଆସିଛି… ବହୁ କିଛି ଛାରଖାର କରିଛି… ଆଉ ଆପେ ଆପେ ଉଭେଇ ଯାଇଛି । ପୁଣି ବେଳେ ବେଳେ ଉଭା ହୋଇଛି ଭିନ୍ନ ରୂପରେ ।

ସାରା ବିଶ୍ୱରେ କରୋନା ଯେତିକି ମାଡ଼ିଛି, ତାଠାରୁ ବେଶୀ, ଲୋକଙ୍କ ମାନସିକତାରେ ପଶି ଯାଇଛି ଏହି ଭୂତାଣୁର ଭୂତର ଭୟ । ଜନ୍ ହପକିନ୍ସର ମେଡିସିନ୍ ଐତିହାସିକ ଡକ୍ଟର ଜେରେମି ଗ୍ରିନିଙ୍କ ମତରେ, ଡାକ୍ତରଖାନାରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ, ଏହାର ସିଧାସଳଖ ପ୍ରଭାବ ଦେଖିବାକୁ ମିଳୁଛି ସମାଜରେ । ଦିନକୁ ଦିନ ଲୋକେ ଅଧିକ ଭୟଭୀତ ଓ ଛାନିଆ ହୋଇ ପଡୁଛନ୍ତି । ଆଉ ଯେତେବେଳେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା କମିବାକୁ ଲାଗିବ, ସମାଜରୁ ଧୀରେ ଧୀରେ ଉଭେଇ ଯିବ ଭୂତାଣୁ ଭୂତର ଭୟ । ସେହିଭଳି ହାବାର୍ଡ ଐତିହାସିକ ଆଲାନ୍ ବ୍ରାଣ୍ଡାଟଙ୍କ ମତରେ, ଲୋକେ ବହୁ ସମୟ ଭୟଭୀତ ଅବସ୍ଥାରେ ରହି ଅଣନିଶ୍ୱାସୀ ହୋଇଯିବା ପରେ ବାଧ୍ୟ ହୋଇ ରୋଗକୁ ଦେହସୁହା କରିନେବେ ।
ଏବେ କରୋନାକୁ ନେଇ ଯେତିକି ଭୟ, ସେହି ସମ ପରିମାଣର ଚିନ୍ତା ମଧ୍ୟ ଅର୍ଥନୀତିକୁ ନେଇ । ଯେଉଁଥି ପାଇଁ କିଛି କିଛି ଦେଶ ଲକ୍ ଡାଉନ୍ କୋହଳ କରିବା ପଦକ୍ଷେପ ଆରମ୍ଭ କଲେଣି । ମହାମାରୀ ସମ୍ପୂର୍ଣ୍ଣ ହଟି ନଥିବା ବେଳେ ତାଲା ଖୋଲିବା କେତେ ଦୂର ଠିକ୍ ହେବ ? ଏହା ଏକ ବିତର୍କିତ ପ୍ରସଙ୍ଗ ସତ… ହେଲେ ଅତୀତ କହୁଛି, ଭୂତାଣୁ ବିରୋଧରେ ଚିକିତ୍ସା ବିଜ୍ଞାନର ଲଢେଇ ସବୁ ବେଳେ ଦୁର୍ବଳ ରହି ଆସିଛି ।
ଡବଲିନ୍ ରୟାଲ୍ କଲେଜ୍ ଅଫ୍ ସର୍ଜନର ଡକ୍ଟର ସୁସାନ୍ ମୁରେଙ୍କ ମତରେ ସଂକ୍ରମିତ ରୋଗ ନଥାଇ ବି, ଅନେକ ସମୟରେ ଦେଖା ଦେଇଥାଏ ସଂକ୍ରମଣର ଭୟ । 2014ରେ ପଶ୍ଚିମ ଆଫ୍ରିକାରେ ଦେଖାଦେଲା ‘ଇବୋଲା’ ଭୂତାଣୁ । ପାଖାପାଖି 11 ହଜାର ଲୋକେ ମଲେ । ସାରା ବିଶ୍ୱରେ ଏକ ଭୟର ବାତାବରଣ ସୃଷ୍ଟି କରିଦେଲା ‘ଇବୋଲା’ । ଆୟରଲାଣ୍ଡରେ ବି ଲୋକେ ଅତି ମାତ୍ରାରେ ଭୟଭୀତ ହୋଇ ପଡ଼ିଥିଲେ । ଥରେ ଜଣେ ବ୍ୟକ୍ତି ଇବୋଲା ସଂକ୍ରମିତ ହୋଇଥିବା ସନ୍ଦେହରେ ଡବଲିନ୍ ହସ୍ପିଟାଲକୁ ଆସିଲେ । ତାଙ୍କୁ ମଧ୍ୟ କ୍ୟାନସର୍ ହୋଇଥିଲା । ଇବୋଲା ଭୟରେ ହସ୍ପିଟାର କୌଣସି କର୍ମଚାରୀ ତାଙ୍କ ପାଖକୁ ଆସିଲେନି । କିନ୍ତୁ ସେତେବେଳେ ଏକ ଗ୍ରାମାଞ୍ଚଳ ହସ୍ପିଟାଲରେ କାମ କରୁଥିବା ଡକ୍ଟର ମୁରେ ହିଁ ତାଙ୍କ ଚିକିତ୍ସା କଲେ । ଟେଷ୍ଟ ରିପୋର୍ଟରେ ଇବୋଲା ନେଗେଟିଭ୍ ଆସିବାର ଘଣ୍ଟାକ ପରେ ସେ ବ୍ୟକ୍ତି ଜଣକ ପ୍ରାଣ ହରାଇଲେ । ଆଉ ତାର 3 ଦିନ ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଘୋଷଣା କଲା, ‘Ebola epidemic is over’। ମୁରେଙ୍କ ମତରେ ଯଦି, ଆମେ ଭୟ ଏବଂ ଅଜ୍ଞତା ବିରୋଧରେ ଲଢେଇ କରି ନପାରିବା, ତେବେ ଭାଇରସ୍ ବିରୋଧରେ ଲଢେଇ ଆମ ପାଇଁ ମୁସ୍କିଲ୍ ହୋଇ ପଡ଼ିବ ।
ଗତ 2 ହଜାର ବର୍ଷ ମଧ୍ୟରେ ବିଶ୍ୱକୁ ଅନେକ ଥର ଆକ୍ରାନ୍ତ କରିଛି ବବନିକ୍ ପ୍ଲେଗ୍ । ଯେଉଁଥିରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଛି । ମୂଷା ଦେହରେ ଥିବା ୟେରସିନିଆ ପେଷ୍ଟିସ୍ ନାମକ ଏକ ବ୍ୟାକ୍ଟେରିଆରୁ ପ୍ରଥମେ ମଣିଷ ଶରୀରରେ ଏହି ରୋଗ ହେଲା । ଲୋକେ ମୂଷା ମାରିବାରେ ମାତିବା ବେଳେ ସେମାନଙ୍କ କାଶ, କଫ ଓ ଛିଙ୍କ ମାଧ୍ୟମରେ ବ୍ୟାପିବାରେ ଲାଗିଲା ବବନିକ୍ ପ୍ଲେଗ୍ ସଂକ୍ରମଣ । 1331 ମସିହାରେ ଗୃହଯୁଦ୍ଧ ଚାଲିଥିବା ବେଳେ ଚୀନରେ ଭୟଙ୍କର ହୋଇଥିଲା ପ୍ଲେଗ୍ । ଦେଶର ଅଧା ଲୋକଙ୍କ ଜୀବନ ନେଇଗଲା ଏହି ମହାମାରୀ । ପରେ 1347ରୁ 1351 ମଧ୍ୟରେ ୟୁରୋପ, ଉତ୍ତର ଆଫ୍ରିକା ଏବଂ ମଧ୍ୟପ୍ରାଚ୍ୟର ବିଭିନ୍ନ ସ୍ଥାନରେ ଦେଖାଦେଲା ମହାମାରୀ ପ୍ଲେଗ୍ । ଲୋକଙ୍କୁ ଜ୍ୱର ହେଲା, ମୁଣ୍ଡ ବିନ୍ଧିଲା, ବାନ୍ତି ହେଲା । କାଖ ଓ ଜଙ୍ଘ ସନ୍ଧିରେ ଆବୁ ଭଳି ଫୁଲା ସୃଷ୍ଟି ହେବା ସହ କଥା କହୁ କହୁ ଟଳି ପଡୁଥିଲେ ଲୋକେ । ୟୁରୋପର ଏକ ତୃତୀୟାଂଶ ଏବଂ ଇଟାଲୀ ସିଏନାର ଅଧା ଲୋକ ଏଥିରେ ସଫା ହୋଇଗଲେ । ଆଉ ସେତେବେଳେ ବର୍ତ୍ତମାନ ଭଳି ଶବ ଅଛୁଆଁ ହୋଇଗଲା ଏବଂ ବହୁ ଲୋକ ଘରେ ଲୁଚି ରହୁଥିଲେ । ଧୀରେ ଧୀରେ  ସଂକ୍ରମଣ ଉଭେଇ ଗଲା ।
କିନ୍ତୁ 1885ରେ ଭିନ୍ନ ଏକ ରୂପରେ ପୁଣି ସେହି ଚୀନରେ ଦେଖାଦେଲା ପ୍ଲେଗ୍ । ସାରା ବିଶ୍ୱକୁ ମାଡ଼ିଗଲା । ପରାଧୀନ ଭାରତର 12 ନିୟୂତ ଲୋକ ଏଥିରେ ପ୍ରାଣ ହରାଇଥିଲେ । ପ୍ଲେଗ୍ ଦମନ ପାଇଁ ମୂଷା ମାରଣ ଅଭିଯାନ କରି, ବମ୍ବେରେ ସ୍ୱାସ୍ଥ୍ୟ ବିଭାଗ କିଛି ଘରଦ୍ୱାର ଜାଳି ବି ଦେଲା । ତେବେ ଏଥିରେ କିଛି ଫରକ୍ ପଡ଼ିଲା କି ନାହିଁ କେହି ଜାଣିପାରି ନଥିବା ଉଲ୍ଲେଖ କରିଛନ୍ତି, ୟାଲେ ଔତିହାସିକ ଫ୍ରାଙ୍କ୍ ସ୍ନୋଡେନ୍ । ବବନିକ୍ ପ୍ଲେଗ୍ ସାରା ବିଶ୍ୱରୁ ହଟିଛି କି ନାହିଁ, କେହି ସ୍ଥିର ନିଶ୍ଚିତ ନୁହଁନ୍ତି । ତେବେ ପ୍ରଥମେ କଳା ମୂଷା ଠାରୁ ଆସିଥିବା ପ୍ଲେଗ୍ ଉନ୍ନବିଂଶ ଶତାବ୍ଦୀରେ ମାଟିଆ ମୂଷା ଦେହରୁ ସୃଷ୍ଟି ହେଲା । ଯାହା ପୂର୍ବ ଭାଇରସ୍ ଠାରୁ ଥିଲା ଅଧିକ ଭୟଙ୍କର । ସହଜରେ ମଣିଷ ଦେହରେ ଏହାର ବିନାଶ ହେଉ ନଥିଲା ।
ଦିନ ଥିଲା ‘ବସନ୍ତ’ ନାଁ ଶୁଣିଲେ ଲୋକେ ଡରୁଥିଲେ । ଚର୍ମ କୋଷକୁ ଏହା ଏମିତି ନଷ୍ଟ କରି ଦେଉଥିଲା ଯେ, ବିଛଣାରେ ଶୋଇଥିବା ରୋଗୀର ଛାଲ ଉତୁରି ଯାଉଥିଲା । ପ୍ରତି 10 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ହାରାହାରି 3 ଜଣଙ୍କ ମୃତ୍ୟୁ ନିଶ୍ଚିତ ହେଉଥିଲା । ଅତୀତ କହୁଛି, ଏହି ରୋଗ, ଗୋଟେ ଗୋଟେ ଗାଁ ପଦା କରିଦେଇଛି । ଶହ ଶହ ବର୍ଷ ଧରି ବିଶ୍ୱକୁ ବିଭିନ୍ନ ସମୟରେ ସଂକ୍ରମଣ କରୁଥିଲା ବସନ୍ତ । କିନ୍ତୁ ‘ଭାରିଓଲା ମାଇନର୍’ ଭୂତାଣୁ ଦ୍ୱାରା ସୃଷ୍ଟି ହୋଇଥିବା ଏହି ରୋଗ ଏବେ ଆଉ ନାହିଁ । ବ୍ୟତିକ୍ରମର ମୁଖ୍ୟ କାରଣ ହେଉଛି, କୌଣସି ପଶୁ-ପକ୍ଷୀ ବା ଅନ୍ୟ କୌଣସି ମାଧ୍ୟମ ଦ୍ୱାରା ଏହା ମଣିଷ ଶରୀରକୁ ଆସି ନଥିଲା ।
1918ର ସ୍ପାନିସ୍ ଫ୍ଲୁର କରାଳ ରୂପ ବି ଥିଲା ଅତି ଭୟଙ୍କର । ଏଥିରେ ସେତେବେଳେ ସାରା ବିଶ୍ୱରେ ଅତି କମରେ 5 କୋଟି ଲୋକ ପ୍ରାଣ ହରାଇଥିଲେ । 1968ରେ ସୃଷ୍ଟି ହୋଇଥିବା ହଂକଂ ଫ୍ଲୁ ବି କିଛି କମ୍ ନଥିଲା । 10 ଲକ୍ଷ ଲୋକଙ୍କ ଜୀବନ ଯାଇଥିଲା, ଯେଉଁମାନଙ୍କ ମଧ୍ୟରେ କେବଳ ଆମେରିକାର ଥିଲେ ଲକ୍ଷେ । ସେହିଭଳି 2003ରେ ଦେଖା ଦେଇଥିଲା ‘Severe Acute Respiratory Syndrome-related corona virus’ ବା ‘SARS-CoV-1’ । ଆଉ ଏବେ ଯେଉଁ ‘COVID-19’ ବିଶ୍ୱରେ ତାଣ୍ଡବ କରୁଛି, ତାହା ‘SARS-CoV-2’।

କେବଳ ବସନ୍ତକୁ ଛାଡ଼ିଦେଲେ ପ୍ଲେଗ୍, ସ୍ପାନିସ୍ ଫ୍ଲୁ, କରୋନା ଭାଇରସ୍-1, ଇବୋଲା ଆଦି ଭୂତାଣୁ ଜନିତ ରୋଗର ପ୍ରତିଷେଧକ ବାହାର କରିବାରେ ବର୍ତ୍ତମାନ ପର୍ଯ୍ୟନ୍ତ ଚିକିତ୍ସା ବିଜ୍ଞାନ ସଫଳ ହୋଇନି । ବରଂ ଏସବୁ ମହାମାରୀ, ନିଆଁ ଭଳି ଆସି, ବହୁ ଛାରଖାର କରିବା ପରେ ଆପେ ଆପେ ଉହ୍ୟ ହୋଇଯାଇଛି । ତେଣୁ ବର୍ତ୍ତମାନ ଦେଖା ଦେଇଥିବା କରୋନା ଭାଇରସ୍ କ୍ଷେତ୍ରରେ ଆଗକୁ କଣ ହେବ, ତାହା କେବଳ ସମୟ ହିଁ କହିବ ।

(ଟାଇମ୍ସ ଅଫ୍ ଇଣ୍ଡିଆ ଇନପୁଟ୍ ଆଧାରରେ ବରେନ୍ଦ୍ର କୃଷ୍ଣ ସାହୁଙ୍କ ରିପୋର୍ଟ)
Previous Post

ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା: ଜୀବନ ଜୀବିକାର ରୋଡମ୍ୟାପ୍ ଧରାଇଲେ

Next Post

୨୦ ଲକ୍ଷ କୋଟିର କରୋନା ପ୍ୟାକେଜ୍

Next Post
୨୦ ଲକ୍ଷ କୋଟିର କରୋନା ପ୍ୟାକେଜ୍

୨୦ ଲକ୍ଷ କୋଟିର କରୋନା ପ୍ୟାକେଜ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA