Friday, April 17, 2026 06:43 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ମ୍ୟାନେଜ୍‌ ଧମାକା, ଚପିଗଲା ଓରଟେଲ୍‌ ଖବର

by Our Correspondent
13 Apr, 2016- 05:13 AM
in News
1 min read
0
ମ୍ୟାନେଜ୍‌ ଧମାକା, ଚପିଗଲା ଓରଟେଲ୍‌ ଖବର

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଓରଟେଲ୍‌ ସଂସ୍ଥା ଲୋକଙ୍କୁ କେବୁଲ୍‌ ସେବା ଠିକ୍‌ ରେ ଯୋଗାଉନାହିଁ । ବାରମ୍ବାର ଅଭିଯୋଗ କଲେ ବି କେହି ଶୁଣୁନାହାନ୍ତି । ଧମକେଇ ଚମକେଇ ସଂସ୍ଥା କର୍ମଚାରୀମାନେ ମାସିକିଆ ବିଲ୍‌ ଆଦାୟ କରୁଛନ୍ତି । ଜଣେ ଅଧେ ଗ୍ରାହକ ନୁହଁନ୍ତି, ସାରା ରାଜ୍ୟର ଲକ୍ଷ ଲକ୍ଷ ଗ୍ରାହକ ଏହି ଦୁର୍ଦ୍ଦଶା ବର୍ଷ ବର୍ଷ ଧରି ଅଙ୍ଗେ ନିଭଉଛନ୍ତି । ଶେଷରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମାନେ ଏହି ଦୁର୍ଦ୍ଦଶା ଭୋଗିଛନ୍ତି । ଆଉ ସରକାରଙ୍କ ପକ୍ଷରୁ ଓରଟେଲ୍‌ ସଂସ୍ଥାକୁ ଚିଠି ଲେଖି କଡ଼ା ଅସନ୍ତୋଷବ୍ୟକ୍ତ କରିବା ସହ କନେକ୍ସନ୍‌ କାଟି ସର୍ଭିସ୍‌ ଦେଇ ନ ଥିବା ସମୟର ପଇସା ଫେରାଇ ଦେବାକୁ ହୁକୁମ୍‌ ଜାରି କରିଛନ୍ତି ।
ଲକ୍ଷ ଲକ୍ଷ ଓରଟେଲ୍‌ ଉପଭୋକ୍ତାଙ୍କ ଏଭଳି ଅବସ୍ଥା ଯେ ସରକାରୀ ଚିଠି ପ୍ରମାଣ କରୁଛି ତାହା ବୁଝିବାର ଆବଶ୍ୟକତା ନାହିଁ ।

ମାତ୍ର ସବୁଠାରୁ ନିର୍ଲ୍ଲଜର କଥା ସରକାରଙ୍କ ଏହି ଚିଠି ଗଣମାଧ୍ୟମ ହାତରେ ପଡ଼ିବା ପରେ ଓରଟେଲ୍‌ ସଂସ୍ଥା ପ୍ରସଙ୍ଗଟିକୁ ଲୋକଙ୍କ ସାମ୍ନାରୁ ଚପାଇଦେବାକୁ ଏକପ୍ରକାର ସମର୍ଥ ହୋଇଛି । ସଂସ୍ଥା ପକ୍ଷରୁ ପ୍ରମୁଖ ଗଣମାଧ୍ୟମଗୁଡ଼ିକୁ ଏମିତି ମ୍ୟାନେଜ୍‌ କରାଯାଇଛି ଯେ ସମ୍ବାଦଟି ଗାଏବ ହୋଇଯାଇଛି । ସତ୍ୟ, ନିର୍ଭିକ ଓ ବହୁଳ ପ୍ରଚାର/ପ୍ରସାରର ନାରା ଦେଉଥିବା ଗଣମାଧ୍ୟମଗୁଡ଼ିକ ଏହି ସମ୍ବାଦକୁ ଚପାଇଦେଇଛନ୍ତି । ଏହା ଯେତିକି ଲଜ୍ଜାଜନକ ସେତିକି ମାରାତ୍ମକ । ସାଧାରଣ ଜନତାଙ୍କ ଦୁର୍ଦ୍ଦଶାକୁ କବରଦେଇ କର୍ପୋରେଟ୍‌ ହାଉସ୍‌ ଗୁଡ଼ିକର ଏଭଳି କୁତ୍ସିତ ଓ ଭୟଙ୍କର ଖେଳ ଉଦ୍‌ବେଗର ବିଷୟ ପାଲଟିଛି ।

ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ପାଜେରୋ ଦୀର୍ଘ ଦିନ ଧରି ଗଣମାଧ୍ୟମର ଶିରୋନାମା ପାଲଟିଛି । ଦଳଗତ ନିର୍ବିଶେଷରେ ସତ୍ୟର ଅନୁସନ୍ଧାନ ଗଣମାଧ୍ୟମର ଧର୍ମ ହୋଇଥିବାରୁ ଏଥିରେ କୌଣସି ଅସଙ୍ଗତି ନାହିଁ । ମାତ୍ର ଚିଟ୍‌ଫଣ୍ଡ ସଂସ୍ଥା ଭଳି ଓରଟେଲ୍‌ ସଂସ୍ଥାର କେଳେଙ୍କାରୀକୁ ବି ନଜରଅନ୍ଦାଜ କରିବା ଗଣମାଧ୍ୟମର ଧର୍ମ ନୁହେଁ । ପ୍ରଭାବଶାଳୀ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ମାଲିକାନାରେ ପାୱାରଫୁଲ୍‌ ମିଡ଼ିଆ  ହାଉସ୍‌ ଅଛି ବୋଲି ତାଙ୍କ ସଂସ୍ଥାର କାରନାମାକୁ ଜାତିଭାଇ ମିଳିମିଶି ଚପାଇଦେବେ ତାହା ସାଧାରଣ ଲୋକଙ୍କ ବିଶ୍ୱାସହାନୀ କରିବ ହିଁ କରିବ ।

ଖାଲି ଓରଟେଲ୍‌ ନୁହେଁ, କିଛି ଦିନ ତଳେ ଆମେ ପଣ୍ଡା କମ୍ପାନୀ ଇମ୍‌ଫାର ଟିକସ ଫାଙ୍କି ଉପରେ ତଥ୍ୟଭିତିକ ଖବର ଦେଇଥିଲୁ । ଚୌଦ୍ବାର ମୁନିସିପାଲିଟିକୁ ଇମଫା ପ୍ରାୟ ୫୦ ଲକ୍ଷ ଟଙ୍କାର ଲାଇସେନସ୍‌ ଫି କେମିତି ଫାଙ୍କି ଚାଲିଛି ତାହା ବି ପ୍ରକାଶ କରିଥିଲୁ । ଏଥିପୂର୍ବରୁ ଓରଟେଲ୍‌ କେବୁଲ୍‌ ସଂସ୍ଥା ଭୁବନେଶ୍ୱର ସହରରେ ଇଲେକ୍ଟ୍ରିକ୍‌ ପୋଲ୍‌ ସହାୟତାରେ କେବୁଲ୍‌ ବିଛାଇବା ପାଇଁ କିଭଳି ମାସକୁ ମାତ୍ର ୧୦ ହଜାର ଟଙ୍କା ଫି ଦେଉଛି ତାହାର ବି ସରକାରୀ ଚିଠି ଉପସ୍ଥାପନ କରିଥିଲୁ । ଏହିସବୁ କେଳେଙ୍କାରୀ ଖବର ଯେ ପ୍ରମୁଖ ଗଣମାଧ୍ୟମ ପାଖରେ ନାହିଁ ତାହା ନୁହେଁ, ମାତ୍ର ଜାତିଭାଇ ନ୍ୟାୟରେ ପ୍ରଭାବଶାଳୀ ବୈଜୟନ୍ତଙ୍କ ବିରୋଧରେ ଲେଖିବାକୁ ସେମାନଙ୍କ ସାହାସ ନାହିଁ ଅଥବା ବୈଜୟନ୍ତଙ୍କ ସଂସ୍ଥା ଦ୍ୱାରା ସେମାନେ କୌଣସି କାରଣରୁ ମ୍ୟାନେଜଡ୍‌ । କିଛି ପ୍ରମୁଖ ପେପର୍‌ ଧର୍ମକୁ ଆଖିଠାର ମାରି ଖବରଟିକୁ ଏମିତି ଦେଇଛନ୍ତି ଯେ ପାଠକ ତାକୁ ଖୋଜିପାଇବାକୁ ନୟାନ୍ତ ହେବେ । ଅର୍ଥାତ ଲୋକେ ଦୁର୍ଦ୍ଦଶା ଭୋଗନ୍ତୁ ପଛେ ସତ୍ୟକୁ ଚାପିବାରେ ପ୍ରମୁଖ ଗଣମାଧ୍ୟମ ସାହାସ କରିଛନ୍ତି ।

ନିକଟରେ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଏକ ଷ୍ଟିଙ୍ଗ୍‌ କ୍ଲିପିଂ ଏକ ଟିଭିରେ ଦେଖିବାକୁ ମିଳିଥିଲା । କ୍ଲିପିଂରେ ସଞ୍ଜୟ ନିଜ ସହଯୋଗୀମାନଙ୍କ ସହ ବସି ଆଳାପ କରୁଛନ୍ତି ଏବଂ କହୁଛନ୍ତି ସାମ୍ବାଦିକମାନେ ଚିଟ୍‌ଫଣ୍ଡରେ ସଂପୃକ୍ତ ଥିବାରୁ ଆମେ ଶାସକ ଦଳର ନେତା, ମନ୍ତ୍ରୀ ବଞ୍ଚିଯାଇଛୁ । କ୍ଲିପିଂଟି ସତ ହୋଇଥିଲେ ସଞ୍ଜୟ ଯେ କିଛି ଭୁଲ୍‌ କହିନାହାନ୍ତି ତାହା ଓରଟେଲ୍‌ ଖବର ଚପାଇବା ଘଟଣା ସ୍ପଷ୍ଟ କରୁଛି । ତୁ ତ ମୁତୁରୀ ମୁଁ ତ ମୁତୁରୀ ନ୍ୟାୟରେ କେହି କାହା ଦୋଷ ଧରିବାନି । ତେଣିକି ସାଧାରଣ ଲୋକ ମରନ୍ତୁ ପଛେ । ଏହାଠାରୁ ଓଡ଼ିଶା ଗଣମାଧ୍ୟମ ପାଇଁ ଆଉ ଲଜ୍ଜାଜନକ କିଛି ହୋଇ ନ ପାରେ ।

Previous Post

ନବୀନ-ମୋଦି ଭେଟାଭେଟିରୁ ସିବିଆଇ ବାତ୍ସ୍ନା !

Next Post

ବୈଷ୍ଣୋଦେବୀଙ୍କ ଶରଣରେ ଗୁରୁ-ଶିଷ୍ୟ

Next Post
ବୈଷ୍ଣୋଦେବୀଙ୍କ ଶରଣରେ ଗୁରୁ-ଶିଷ୍ୟ

ବୈଷ୍ଣୋଦେବୀଙ୍କ ଶରଣରେ ଗୁରୁ-ଶିଷ୍ୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA