Friday, April 17, 2026 08:14 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ନବୀନ-ମୋଦି ଭେଟାଭେଟିରୁ ସିବିଆଇ ବାତ୍ସ୍ନା !

by Our Correspondent
12 Apr, 2016- 07:27 PM
in News
1 min read
0
ନବୀନ-ମୋଦି ଭେଟାଭେଟିରୁ ସିବିଆଇ ବାତ୍ସ୍ନା !

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସାକ୍ଷାତ ଆଲୋଚନାକୁ ନେଇ ବିଭିନ୍ନ ରାଜନୈତିକ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀଙ୍କ ସହ କୋଲ୍‌ ବ୍ଲକ୍‌ ଓ ଏ ସମ୍ପର୍କିତ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିବା ମୁଖ୍ୟମନ୍ତ୍ରୀ କହିଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ରାଜନୈତିକ ବିଷୟବସ୍ତୁ ମୁଖ୍ୟ ପ୍ରସଙ୍ଗ ଥିବା ଚର୍ଚ୍ଚା ହେଉଛି ।
ଓଡ଼ିଶାରେ ରାଜନୈତିକ ବାତାବରଣ ଏବେ ସରଗରମ । ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ଚିଟ୍‌ଫଣ୍ଡ ଲିଙ୍କ୍‌ ଦେଇ ବିରୋଧୀ ଦଳ ଓ ମିଡ଼ିଆ ମିଳିମିଶି ଆଟାକ୍‌ ଜାରି ରଖିଛନ୍ତି । ଏହି ପ୍ରସଙ୍ଗକୁ ନେଇ ଦଳର କିଛି ବରିଷ୍ଠ ଓ ଅସନ୍ତୁଷ୍ଟ ନେତା ପରୋକ୍ଷରେ ହେଲେ ବି ମୁଖ୍ୟମନ୍ତ୍ରୀଙ୍କୁ ଚାଲେଞ୍ଜ ଦେଇଛନ୍ତି । ସଞ୍ଜୟ ଦାସବର୍ମା ଓ ବିଜେଡ଼ିକୁ ଟାର୍ଗେଟ୍‌ କରି ପ୍ରତିଦିନ ବିଜେପି ପ୍ରେସ୍‌ ମିଟ୍‌ କରୁଛି । ମୁଖ୍ୟ ବିରୋଧୀ ଦଳ ଭାବେ କଂଗ୍ରେସ ବ୍ୟାକ୍‌ଫୁଟ୍‌ ରେ ରହିଥିଲା ବେଳେ ବିଜେପି ଏହି ମୌକାରୁ ଭରପୂର ଫାଇଦା ନେବାକୁ ଚେଷ୍ଟା କରୁଛି । ଦଳର ମୁଖ୍ୟମନ୍ତ୍ରୀ ଦାବିଦାର ଧର୍ମେନ୍ଦ୍ର ପ୍ରଧାନ ଏହାର ଲିଡ୍‌ ନେଉଛନ୍ତି । ଚର୍ଚ୍ଚା ହେଉଛି, ସିବିଆଇକୁ ଲଗାଇ ଦୁଇବର୍ଷ ତଳର ସଞ୍ଜୟ ପୋଥି ଖୋଲାଯାଇଛି ଏବଂ ଏଥିରେ ବିଜେଡ଼ିକୁ ବଦନାମ କରିବାର ଚାଲ୍‌ ରହିଛି ।
ଅନ୍ୟପକ୍ଷରେ ଚିଟ୍‌ଫଣ୍ଡର ତଦନ୍ତ ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ବିଜେପିର ତୁଙ୍ଗ ନେତା ବିଜୟ ମହାପାତ୍ର ଓ କନକ ବର୍ଦ୍ଧନ ସିଂହଦେଓ ସ୍ୱର ଉତ୍ତୋଳନ କରିଛନ୍ତି । ସେମାନେ ସଞ୍ଜୟଙ୍କୁ ଟାର୍ଗେଟ୍‌ ନ କରି ସିବିଆଇ ଉପରେ ଦୋଷ ଲଦି ମିଡ଼ିଆରେ ମନ୍ତବ୍ୟ ଦେବା ପରେ ଧର୍ମେନ୍ଦ୍ର ଶିବିର ସହ ମୁହାଁମୁହିଁ ହୋଇଛନ୍ତି । ଏହି ପ୍ରସଙ୍ଗରେ ବିଜେପି ଗୋଷ୍ଠୀ କନ୍ଦଳ ବି ପଦାରେ ପଡ଼ିଛି ।
ତେବେ ରାଜ୍ୟରେ ବିଜେଡ଼ି-ବିଜେପି, ବିଜେଡ଼ି-ବିଜେଡ଼ି ଓ ବିଜେପି-ବିଜେପି ମଧ୍ୟରେ ଚିଟ୍‌ଫଣ୍ଡ କେଳେଙ୍କାରୀ ଛକାପଂଝା ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଚୁପଚାପ ଯାଇ ଭେଟିଛନ୍ତି ପ୍ରଧାନମନ୍ତ୍ରୀଙ୍କୁ । ପୂର୍ବରୁ ଚିଟଫଣ୍ଡ ମାମଲାରେ ସିବିଆଇ ବିଜେଡ଼ି ନେତାଙ୍କ ଉପରେ ଚଢ଼ାଉ କରି କରି ନବୀନ ନିବାସ ସରୋଜ ସାହୁଙ୍କ ପାଖରେ ପହଞ୍ଚିବା ବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ । ଅବଶ୍ୟ ଯେ କୌଣସି କାରଣରୁ ହେଉ ନା କାହିଁକି, ତାହା ପରେ ସିବିଆଇର ତଦନ୍ତ ପ୍ରକ୍ରିୟା ଶିଥିଳ ହୋଇଯାଇଥିଲା । ଚର୍ଚ୍ଚା ହୋଇଥିଲା ପ୍ରଧାନମନ୍ତ୍ରୀଙ୍କ ସହ ଡିଲ୍‌ କରିଦେଲେ ମୁଖ୍ୟମନ୍ତ୍ରୀ । ଏହାର ସତ୍ୟତା ଆଜି ବି ସମସ୍ତଙ୍କୁ ସନ୍ଦେହରେ ରଖିଥିଲା ବେଳେ ଅନୁରୂପ ପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ପାଖାପାଖି ଅଧଘଣ୍ଟା ଆଲୋଚନା କରିବା ରାଜନୈତିକ ହଟଚମଟ ସୃଷ୍ଟି କରିଛି ।
ମୁଖ୍ୟମନ୍ତ୍ରୀ ଦିଲ୍ଲୀଗସ୍ତ ସାରି ବୁଧବାର ଭୁବନେଶ୍ୱର ଫେରିବେ । ସଞ୍ଜୟ ଦାସବର୍ମାଙ୍କ ମାମଲାକୁ ସେ କିଭଳି ଗୁରୁତ୍ୱ ଦେଇଛନ୍ତି ତାହା ଆଗକୁ ଜଣାପଡ଼ିବ । ତେବେ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା କହୁଛି, ସଞ୍ଜୟଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବେ ନାହିଁ । କେବଳ ସଞ୍ଜୟ ନୁହଁନ୍ତି, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମିଡ଼ିଆ ଚର୍ଚ୍ଚା ତାଙ୍କୁ ପ୍ରଭାବିତ କରିପାରିନି । ଏଇଆ ହୋଇପାରେ, ପ୍ରଧାନମନ୍ତ୍ରୀଙ୍କୁ ଭେଟି ସେ ସିବିଆଇ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌ ଲଗାଇବାକୁ ଅନୁରୋଧ କରିଛନ୍ତି । ନେଣଦେଣ ଫର୍ମୂଲାରେ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର କିଛି ଗୋଟେ ବାର୍ଗେନିଂ ହୋଇଛି ।
ତେବେ  ମୁଖ୍ୟମନ୍ତ୍ରୀଙ୍କୁ ଭଲଭାବେ ନିରୀକ୍ଷଣ କରିଥିବା କିଛି ଦଳୀୟ ନେତା ମୁଖ୍ୟମନ୍ତ୍ରୀଙ୍କ ଭୂମିକାକୁ ସନ୍ଦେହ ଚକ୍ଷୁରେ ଦେଖିଛନ୍ତି ।  ନାଟର ଗୋବର୍ଦ୍ଧନ ଭଳି ମୁଖ୍ୟମନ୍ତ୍ରୀ ସବୁ କରାଇଛନ୍ତି ଏବଂ ଏଥିରେ ଦଳୀୟ ଶୃଙ୍ଖଳାକୁ ପରଖି ଛାତି ଫୁଲାଉଥିବା ନେତାଙ୍କୁ ଚେକ୍‌ ଦେବା ପାଇଁ ଚାଲ୍‌ ରହିଛି ବୋଲି କିଛି ଦଳୀୟ ନେତା ଟୁପୁରୁ ଟାପୁରୁ ହେଉଛନ୍ତି ।  ମୁଖ୍ୟମନ୍ତ୍ରୀ ଫେରିଲା ପରେ ମାମଲାଟିକୁ ହୁଏତ ଫୁସ୍‌ କରି ଉଡ଼ାଇ ଦେଇପାରନ୍ତି ଅଥବା କିଛି କଠୋର କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି । ତେବେ ଯାହା ବି ହେବ ଏବେ ନୁହେଁ, ଟିକେ ଡେରିରେ ବୋଲି ଦଳୀୟ ନେତାଙ୍କ ବିଶ୍ୱାସ ।

Previous Post

କନେକ୍ସନ୍‌ କାଟ, ପଇସା ଫେରା

Next Post

ମ୍ୟାନେଜ୍‌ ଧମାକା, ଚପିଗଲା ଓରଟେଲ୍‌ ଖବର

Next Post
ମ୍ୟାନେଜ୍‌ ଧମାକା, ଚପିଗଲା ଓରଟେଲ୍‌ ଖବର

ମ୍ୟାନେଜ୍‌ ଧମାକା, ଚପିଗଲା ଓରଟେଲ୍‌ ଖବର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA