Friday, April 17, 2026 06:43 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

କନେକ୍ସନ୍‌ କାଟ, ପଇସା ଫେରା

by Our Correspondent
12 Apr, 2016- 10:37 AM
in News
1 min read
0
କନେକ୍ସନ୍‌ କାଟ, ପଇସା ଫେରା

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ବର୍ଷ ବର୍ଷ ଧରି ଲୋକଙ୍କୁ ଠକି ଆସୁଥିବା ଦୁର୍ନାମଧନ୍ୟ ଓରଟେଲ୍‌ କେବୁଲ ସଂସ୍ଥା ଶେଷରେ ସରକାରୀ ସାର୍ଟିଫିକେଟ ପାଇଛି । ଖୋଦ୍‌ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମାନଙ୍କୁ ଚିତାକାଟି ଦେଇଛି ପ୍ରଭାବଶାଳୀ ବୈଜୟନ୍ତ ପଣ୍ଡାଙ୍କ ସଂସ୍ଥା ଓରଟେଲ୍‌ । ଓରଟେଲ୍‌ ଯୋଗାଉଥିବା ଟିଭି ଓ ନେଟ୍‌ ସେବାରୁ ବଞ୍ଚିତ ହୋଇ ବାରମ୍ବାର ଅଭିଯୋଗ କଲେ ବି ସଂସ୍ଥା ଶୁଣୁନାହିଁ ।  ଖୋଦ୍‌ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମାନଙ୍କ ଅଫିସ୍‌ର ଏହି ଅସନ୍ତୋଷକୁ ଖୋଲାଖୋଲି ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଖାଲି ଅସନ୍ତୋଷେ ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ରୁ ଓରଟେଲ୍‌ କେବୁଲ୍‌ କନେକ୍ସନ୍‌ ହଟେଇ ଦେଇ ସଂସ୍ଥା ନେଇଥିବା ମାସିକ ଦେୟ ଓ ସେଟ୍‌ ଟପ୍‌ ବକ୍ସ ବାବଦ ଟଙ୍କା ଫେରାଇ ଦେବାକୁ କୁହାଯାଇଛି ।

ରାଜ୍ୟ ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗ ଏହି ମର୍ମରେ ଓରଟେଲ୍‌ ସଂସ୍ଥା କର୍ତ୍ତୃପକ୍ଷଙ୍କୁ ଗତ ୮ ତାରିଖରେ କଡ଼ା ଚିଠି(ନଂ ୪୯୨୮) ଲେଖିଛନ୍ତି । ଚିଠିରେ ଓରଟେଲ୍‌ ସଂସ୍ଥାର ଅଥର୍ବ କେବୁଲ୍‌ ସର୍ଭିସ୍‌କୁ କଟୁ ଭାଷାରେ ସମାଲୋଚନା କରାଯାଇଛି । ବାରମ୍ବାର ଅଭିଯୋଗ ଦେଲେ ବି ଖୋଦ୍‌ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମାନଙ୍କ ଅଫିସ୍‌କୁ ସେବା ଦେବାରେ ସଂସ୍ଥାର ଗାଲୁଆମୀ ଓ ଠକାମୀକୁ ଅଙ୍ଗୁଳି ଉଠାଯାଇଛି । ମାସ ମାସ ଧରି ସଂସ୍ଥାର ଏଭଳି ଆଚରଣରେ ଅସ୍ତବ୍ୟସ୍ତ ସରକାର ଏହି ଚିଠି ମାଧ୍ୟମରେ ଖାଲି ଚେତାଇନାହାନ୍ତି ବରଂ ସଂସ୍ଥା ପଇସା ଫେରାଇବାକୁ ତାଗିଦ୍‌ କରିଛି । ପ୍ରଥମ ଦଫାରେ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ତୁରନ୍ତ କେବୁଲ୍‌ ସଂଯୋଗ କାଟି ପଇସା ଫେରସ୍ତ ଦେବାକୁ କୁହାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ ରେ ଲାଗିଥିବା ୭ ଟି ସଂଯୋଗକୁ ମାସିକିଆ ଗ୍ରାହକ ଦେୟ ୩୦୧ ଟଙ୍କା ହିସାବରେ ୫ ମାସର ୧୦,୫୬୯ ଟଙ୍କା ଏବଂ ଗୋଟା ପିଛା ୯୯୯ ଟଙ୍କା ହିସାବରେ ୧୦ଟି ସେଟ୍‌ ଟପ୍‌ ବକ୍ସ ବାବଦକୁ ନେଇଥିବା ୯,୯୯୦ ଟଙ୍କା ଏହିଭଳି ସର୍ବମୋଟ ୨୦,୫୫୯ ଟଙ୍କା ତୁରନ୍ତ ଫେରସ୍ତ କର ବୋଲି ଚିଠିରେ ନିର୍ଦେଶ ଦିଆଯାଇଛି ।

ଓରଟେଲ୍‌ କେବୁଲ୍‌ ସଂସ୍ଥାର ଠକାମୀ ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ ଧରିଲା ପରେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି । ସଂସ୍ଥା ବର୍ଷ ବର୍ଷ ଧରି ଲୋକଙ୍କୁ ଦିନ ଦ୍ୱିପ୍ରହରେ ଠକୁଥିବା ଅଭିଯୋଗ ସବୁବେଳେ ହୋଇଆସିଛି । ଏକଚାଟିଆ କେବୁଲ୍‌ କାରବାର ଯୋଗୁଁ ସଂସ୍ଥା ଲୋକଙ୍କୁ ସର୍ଭିସ୍‌ ନ ଦେଇ ଗୁଣ୍ଡାଙ୍କ ଦ୍ୱାରା ଡରାଇ ଧମକାଇ ମାସିକିଆ ପଇସା ଆଦାୟ କରୁଛି । ଲୋକ ମାସ ମାସ ଧରି ସେବା ନ ପାଇ ଅଭିଯୋଗ କରୁଥିଲେ ବି ସେମାନେ ଶୁଣିବାର ନାହିଁ । ହେଲେ ପଇସା ଆଦାୟ ପାଇଁ ସଂସ୍ଥା ଗୁଡ଼ାଏ ଟାଉଟର, ଗୁଣ୍ଡାଙ୍କୁ ପୋଷିଛି । ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଏ ନେଇ ପ୍ରତିଦିନ ଅଭିଯୋଗ ଆସୁଥିଲେ ମଧ୍ୟ ଶାସକ ଦଳର ପ୍ରଭାବଶାଳୀ ନେତାଙ୍କ ମାଲିକାନା ଆଗରେ ହାର୍‌ ମାନୁଛନ୍ତି । ତେବେ ଶେଷରେ ସରକାର ନିଜେ ଏହି ଠକେଇରେ ପଡ଼ିବା ପରେ ଚେତା ପଶିଛି । ସରକାରୀ ମୋହର ବାଜିଲା ପରେ ବିନା ସର୍ଭିସ୍‌ରେ ଠକି ନେଇଥିବା ପଇସା ଆଦାୟ କରିବାକୁ ଏବେ ସାଧାରଣ ଲୋକେ ଅଣ୍ଟା ଭିଡ଼ିଥିବା ବିଭିନ୍ନ ଜିଲ୍ଲାରୁ ଖବର ଆସିଛି ।

Previous Post

ସଞ୍ଜୟଙ୍କ ସମ୍ପତ୍ତିବାଡି ଉପରେ ବି ନଜର

Next Post

ନବୀନ-ମୋଦି ଭେଟାଭେଟିରୁ ସିବିଆଇ ବାତ୍ସ୍ନା !

Next Post
ନବୀନ-ମୋଦି ଭେଟାଭେଟିରୁ ସିବିଆଇ ବାତ୍ସ୍ନା !

ନବୀନ-ମୋଦି ଭେଟାଭେଟିରୁ ସିବିଆଇ ବାତ୍ସ୍ନା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA