Friday, April 17, 2026 05:08 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ସଞ୍ଜୟଙ୍କ ସମ୍ପତ୍ତିବାଡି ଉପରେ ବି ନଜର

by Our Correspondent
12 Apr, 2016- 05:01 AM
in News
1 min read
0
ସଞ୍ଜୟଙ୍କ ସମ୍ପତ୍ତିବାଡି ଉପରେ ବି ନଜର

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ପାଜେରୋ ବିବାଦରେ ଫସିଥିବା ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଅମାପ ସମ୍ପତ୍ତି ଉପରୁ ଏବେ ପର୍ଦ୍ଦା ହଟୁଛି । ରାଜନୀତିକୁ ଆସିବା ପୂର୍ବରୁ ସଞ୍ଜୟ ପ୍ରଥମେ ବସ୍‌ ଏବଂ ପରେ ବିଲଡର ବ୍ୟବସାୟ କରୁଥିଲେ । ପରେ ପରେ ସେ ଓଡ଼ିଶା ହାଉସିଂ ବୋର୍ଡର ଅଧ୍ୟକ୍ଷ ହୋଇଥିଲେ । ଏହି ସମୟରେ ବିଭିନ୍ନ ବ୍ୟାଙ୍କ ଓ ଅର୍ଥଲଗାଣକାରୀ ସଂସ୍ଥାରୁ ପ୍ରାୟ ୩୫ ଲକ୍ଷ ଟଙ୍କା ଋଣ କରିଥିଲେ । ୨୦୦୪ରୁ ୨୦୦୯ ମସିହା ଭିତରେ ସେ ଆହ୍ଲାବାଦ ବ୍ୟାଙ୍କରୁ ୮ ଲକ୍ଷ ୯୮ ହଜାର ୬୧୫ ଟଙ୍କା, ସେହି ଆହ୍ଲାବାଦ ବ୍ୟାଙ୍କର ୨ ଲକ୍ଷ ୭୬ ହଜାର ୧୦ ଟଙ୍କାର ଆଉ ଏକ ଋଣ, ଓଏସ୍‌ଏଫସିରୁ ୧୬ ଲକ୍ଷ ୭୯ ହଜାର ୮୨ ଟଙ୍କା, ସେହି ଓଏସ୍‌ଏଫସିରୁ ୫ ଲକ୍ଷ ୯୩ ହଜାର ୮୭୨ ଟଙ୍କାର ଅନ୍ୟ ଏକ ଋଣ ନେଇଥିଲେ । ଏହାବ୍ୟତୀତ ସିଟି ଫାଇନାନସ୍‌ରୁ ୧୩ ହଜାର ଟଙ୍କା ଋଣ ଆଣି ଏକ ବଜାଜ ପଲସର୍‌ କିଣିଥିଲେ ସଞ୍ଜୟ । ଏହି ସମୟ ଭିତରେ ତାଙ୍କର ଆଉ ଏକ ଲାଇବେଲିଟି ଥିଲା ସେସ୍‌କୋ ବିଲ୍‌ । ୮୧ ହଜାର ୭୭୫ ଟଙ୍କାର ବକେୟା ବିଲ୍‌ ପଡ଼ିଥିଲା ସଞ୍ଜୟଙ୍କ ଉପରେ ।

ମାତ୍ର ବିଗତ କେଇ ବର୍ଷ ଭିତରେ ତାଙ୍କର ସମ୍ପତ୍ତି ଟେରା କଲାଭଳି । ନିଜ ପରିବାର ଓ ସମ୍ପର୍କୀୟଙ୍କ ନାଁରେ ରହିଛି ଛଅ ଛଅଟି ସଂସ୍ଥା । ୨୦୦୯ ମସିହାରେ ଇଡ଼କୋଠାରୁ ଭୁବନେଶ୍ୱରର ଇନଫୋସିସ୍‌ ଅଞ୍ଚଳରେ ପ୍ରାୟ ୨ ଏକର ଜାଗା ଦର୍ଜ ହୋଇଛି ସଞ୍ଜୟଙ୍କ ଖାତାରେ । ୨୦୦୯ ମସିହାରେ ନିଜର ଟିମ୍‌ ମିଡ଼ିଆ ଆଣ୍ଡ ପ୍ରାଇଭେଟ୍‌ ହସ୍ପିଟିଲାଟି ପ୍ରାଇଭେଟ୍‌ ଲିମିଟେଡ଼ ସଂସ୍ଥା ନାଁରେ  ସଞ୍ଜୟ ଇଡ଼କୋଠାରୁ ୫୦୫ ଡିସିମିଲ୍‌ ଜାଗା ହାସଲ କରିଥିଲେ ଯାହାର ପ୍ଲଟ ନମ୍ବର ୭/୧ ଏବଂ ୭/୬ ।  ଏହା ପୂର୍ବରୁ ଇଡ଼କୋରୁ ୧ ଏକର ୫୦୦ ଡିସିମିଲର ୭/ ୭ ପ୍ଲଟକୁ ସଂସ୍ଥା ନାଁରେ ନେଇଥିଲେ ସଞ୍ଜୟ । ଉଦ୍ଦେଶ୍ୟ ଥିଲା ଖବର କାଗଜ ପ୍ରକାଶନ । ଚିଟ୍‌ଫଣ୍ଡ ମୋହରମରା ସର୍ବସାଧାରଣ ଖବରକାଗଜଟିକୁ କିଣି ସେ ଏବେ ସହି ଜାଗାରେ ଚଳାଉଛନ୍ତି ।

ସଞ୍ଜୟ ହାଉସିଂ ବୋର୍ଡର ଅଧ୍ୟକ୍ଷ ଥିଲା ବେଳେ କୋଳଥିଆଠାରେ ହାଉସିଂ ବୋର୍ଡର ଏକ ପ୍ଲଟ୍‌ ନିଜ ସଳା ସତ୍ୟପ୍ରିୟ ଜୟସିଂଙ୍କ ନାଁରେ ପକାଇଥିଲେ । ୨୩.୧୧.୨୦୧୦ ରେ ଏହା ଦଖଲକୁ ଆସିଥିଲା । ଏବେ ସେଠାରେ ଛିଡ଼ା ହୋଇଛି ସୁଦୃଶ୍ୟ ଅଟ୍ଟାଳିକା ଯାହାର ମୂଲ୍ୟ ୧୦ କୋଟିରୁ କମ୍‌ ହେବନି । ଏହିଠାରେ କାଗଜପତ୍ରରେ ଚାଲିଛି ସଞ୍ଜୟଙ୍କ ଛଅ ଛଅଟି କମ୍ପାନୀ ଅଫିସ୍‌ । ଏଥିସହ ଖାରବେଳନଗର ଏଲ-୩/୨ ପ୍ଲଟ ଉପରେ ସଞ୍ଜୟଙ୍କର ନିଜସ୍ୱ ଅଟ୍ଟାଳିକା ଅଛି । ସେଠାରେ ସଞ୍ଜୟ ଓ ତାଙ୍କ ପରିବାର ରହୁଥିଲା ବେଳେ ସମାନ କମ୍ପାନୀର ଅଫିସ ବି ଚାଲିଛି । ସଞ୍ଜୟ ଓ ତାଙ୍କ ସମ୍ପର୍କୀୟଙ୍କ ନାଁରେ ଖାଲି ଏହି ଦୁଇଟି ଅଟ୍ଟାଳିକା ନୁହେଁ । ଗୌତମନଗର ରାଜାରାଣୀ ମୌଜାରେ ପ୍ଲଟ୍‌ ନଂ ୫୫,୫୫/୧୪୭୬ରେ ରହିଛି ସଞ୍ଜୟଙ୍କ ଆଉ ଏକ ଘର । ୧୮ ଡିସିମିଲ୍‌ ଜାଗା ଉପରେ ଛିଡ଼ା ହୋଇଛି ଏହି ଘର । ଖାଲି ସେତିକି ନୁହେଁ, ଗଙ୍ଗନଗର ବୃନ୍ଦାବନ ପ୍ଲାଜାରେ ବି ରହିଛି ସଞ୍ଜୟଙ୍କର ଆଉ ଏକ ଫ୍ଲାଟ୍‌ । ସଞ୍ଜୟଙ୍କର ଏତେଗୁଡ଼ାଏ ସମ୍ପତ୍ତି ବ୍ୟବସାୟ ସୂତ୍ରରୁ ଆସିଛି ନା ଅନ୍ୟ କେଉଁ ସୂତ୍ରରୁ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କ୍ଷମତାକୁ ଆସିବା ପୂର୍ବରୁ ଋଣଗ୍ରସ୍ତ ସଞ୍ଜୟଙ୍କର ଏହି ସମ୍ପତ୍ତି ଏବେ ବିରୋଧୀଙ୍କ ପାଇଁ ଚକ୍ଷୁଶୀଳ ହୋଇଛି । ଚିଟ୍‌ଫଣ୍ଡ କେଳେଙ୍କାରୀ ସହ ଏସବୁ ଯୋଡିବାକୁ ସେମାନେ ସଜବାଜ ହେଉଛନ୍ତି ।

Previous Post

ସଞ୍ଜୟ ଆଳ, ଅସନ୍ତୁଷ୍ଟଙ୍କ ଟାର୍ଗେଟ୍‌ରେ ଯୁବମନ୍ତ୍ରୀ

Next Post

କନେକ୍ସନ୍‌ କାଟ, ପଇସା ଫେରା

Next Post
କନେକ୍ସନ୍‌ କାଟ, ପଇସା ଫେରା

କନେକ୍ସନ୍‌ କାଟ, ପଇସା ଫେରା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA