Friday, April 17, 2026 12:01 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Politics

ସଞ୍ଜୟ ଆଳ, ଅସନ୍ତୁଷ୍ଟଙ୍କ ଟାର୍ଗେଟ୍‌ରେ ଯୁବମନ୍ତ୍ରୀ

by Our Correspondent
10 Apr, 2016- 07:26 PM
in Politics
1 min read
0
ସଞ୍ଜୟ ଆଳ, ଅସନ୍ତୁଷ୍ଟଙ୍କ ଟାର୍ଗେଟ୍‌ରେ ଯୁବମନ୍ତ୍ରୀ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ସଞ୍ଜୟ ଦାସବର୍ମାଙ୍କ ମାମଲାକୁ ନେଇ ବିଜେଡ଼ିରେ ରହିଥିବା ଅସନ୍ତୋଷ ପଦାକୁ ଆସିଛି । ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ନ ହେଲେ ବି ଦାମୋଦର ରାଉତ, ବୈଜୟନ୍ତ ପଣ୍ଡା, ତଥାଗତ ଶତପଥୀ, ଭର୍ତ୍ତୃହରି ମହତାବଙ୍କ ଭଳି ନେତା ଚାଲେଞ୍ଜ ଦେଇଛନ୍ତି । ଖାସ୍‌ କରି ସେମାନଙ୍କ ଟାର୍ଗେଟ୍‌କୁ ଆସିଛନ୍ତି ଯୁବମନ୍ତ୍ରୀ । ମନ୍ତ୍ରୀମଣ୍ଡଳରେ ଯୁବମନ୍ତ୍ରୀଙ୍କ କାଟ୍‌ତିକୁ ସହିପାରୁ ନ ଥିବା ଏହି ନେତାମାନେ ସଞ୍ଜୟ ଦାସବର୍ମାଙ୍କ ମାମଲାକୁ ମୌକା ପାଇଛନ୍ତି ।

ଏହି ମାମଲାରେ ବେଶୀ ଆଶ୍ଚର୍ଯ୍ୟ କରିଛନ୍ତି ବିଜେଡ଼ିର ହାଇପ୍ରୋଫାଇଲ୍‌ ସାଂସଦ ବୈଜୟନ୍ତ । ବିଜେଡ଼ିକୁ ବଦନାମ କରି ତଳିତଳାନ୍ତ କରିବାକୁ ସେ ଏକପ୍ରକାର ଶପଥ ନେଇଛନ୍ତି । ଏକଦା ମୁଖ୍ୟମନ୍ତ୍ରୀ ଆସନ ଉପରେ ଆଖି ରଖିଥିବା ବୈଜୟନ୍ତ ନିଜ ଟିଭି ଚାନେଲକୁ ବିଜେଡ଼ି ବିରୋଧରେ ଫୁଲ୍‌ ଦମରେ ଲଗାଇ ଦେଇଛନ୍ତି । ଯେଉଁ ବିଜେଡ଼ି ବାଲା ଦିନେ ବୈଜୟନ୍ତଙ୍କ ଟିଭିକୁ ଆମ ଟିଭି କହୁଥିଲେ ସେହି ଟିଭି ଏବେ ସେମାନଙ୍କ ହୋସ୍‌ ଉଡାଇ ଦେଇଛି । ଓଲଟି ବିଜେପି ଓ କଂଗ୍ରେସ ପାଇଁ ଏହି ଟିଭି ଆକର୍ଷଣୀୟ ପାଲଟିଯାଇଛି । ନବୀନଙ୍କୁ ଘେରିବା ପାଇଁ ବିରୋଧୀ ଦଳଙ୍କ ପାଇଁ ବୈଜୟନ୍ତଙ୍କ ଟିଭି ହୋଇଛି ବଡ଼ ଅସ୍ତ୍ର ।

କେବଳ ସଞ୍ଜୟ ଦାସବର୍ମାଙ୍କ ମାମଲା ନୁହେଁ ବିଜେଡ଼ିର ପ୍ରତ୍ୟେକ ମାମଲାରେ ବୈଜୟନ୍ତଙ୍କ ଆଭିମୁଖ୍ୟ କଠୋର ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଲୋଡ଼ା ଓ ଅଣଦେଖା ହୋଇଯାଇଥିବା ବୈଜୟନ୍ତ ପ୍ରତିଶୋଧ ନିଆଁରେ ଜଳୁଛନ୍ତି । ଦିଲ୍ଲୀରେ ନିଜର କାଟତିକୁ ଆୟୁଧ କରି ସେ ନବୀନଙ୍କୁ ପାଣି ପିଆଇବା ଯୋଜନା କରିଥିବା ନିକଟତମ ମହଲ କହୁଛି । ଖାଲି ସେତିକି ନୁହେଁ, ନବୀନଙ୍କଠାରୁ ଅଣଦେଖା ହୋଇ ସେ ବିଜେପି ଆଡକୁ ଢ଼ଳିଥିବା ଚର୍ଚ୍ଚା ଲାଗିରହିଥିବା ବେଳେ ଜାତୀୟ ଗଣମାଧ୍ୟମରେ ବୈଜୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ କାର୍ଯ୍ୟକ୍ରମକୁ ପ୍ରଂଶସାରେ ପୋତି ପକାଇବା ଏହି ଚର୍ଚ୍ଚାକୁ ଦ୍ୱିଗୁଣିତ କରିଛି । ବିଜେପି କେନ୍ଦ୍ରୀୟ ନେତୃତ୍ୱ ସହ ନିବିଡ଼ ସମ୍ପର୍କରେ ଥିବା ବୈଜୟନ୍ତଙ୍କ ଖୋଲାଖୋଲି ବିଜେଡ଼ି ବିରୋଧୀ ଆଭିମୁଖ୍ୟ ଏବେ ନବୀନଙ୍କ ପାଇଁ ଅସହ୍ୟ ହୋଇଛି । ବିଜେଡ଼ିର କିଛି ନେତା ବୈଜୟନ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖେ ଫେରାଦ ହେବାକୁ ଯୋଜନା କରିଛନ୍ତି । ସେପଟେ ଦିଲ୍ଲୀରେ ଥିବା ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ଅତ୍ୟନ୍ତ ଗୁରୁତର ସହ ଗ୍ରହଣ କରିଛନ୍ତି ।

ଦଳର ଅନ୍ୟତମ ସାଂସଦ ତଥାଗତ ଶତପଥୀ ନିଜ ଖବରକାଗଜରେ ମଧ୍ୟ ଯୁବମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିବା ବିଜେଡ଼ି ଓ ନବୀନଙ୍କ ପାଇଁ ଅଡୁଆ ହୋଇଛି । ବିଜେଡ଼ି ସଂସଦୀୟ ଦଳର ନେତା ଭର୍ତ୍ତୃହରି ମହତାବ ମଧ୍ୟ ବିବାଦୀୟ ବିବୃତ୍ତି ଦେଇ ଦଳକୁ ଅଡୁଆରେ ପକାଇଛନ୍ତି । ଆଉ ଲଗାମଛଡ଼ା ଦାମୋଦର ରାଉତ ମଧ୍ୟ ପ୍ରତିଦିନ ଗଣମାଧ୍ୟମରେ ଦଳର ନିର୍ଦ୍ଦିଷ୍ଟ ଯୁବଗୋଷ୍ଠୀକୁ ଆକ୍ରମଣ କରିବାକୁ ପଛାଉନାହାନ୍ତି । ନବୀନଙ୍କ କ୍ୟାବିନେଟର ଜଣେ ବରିଷ୍ଠ ମନ୍ତ୍ରୀ ହୋଇ ବି ଦାମଙ୍କ ଏଭଳି ବିବୃତି ଦଳକୁ ବଦନାମ କରିବା ସହ ନବୀନଙ୍କ ଭାବମୂର୍ତ୍ତିକୁ କ୍ଷୂର୍ଣ୍ଣ କରୁଛି ।

ଦଳ ଭିତରେ ମୁଣ୍ଡ ଟେକୁଥିବା ଏହି ଖୋଲା ଅସନ୍ତୋଷ ଓ ବିଦ୍ରୋହ ଉପରେ ନବୀନଙ୍କ ଆଭିମୁଖ୍ୟ ଜଣାପଡ଼ିନାହିଁ । ତେବେ ସଞ୍ଜୟ ଦାସବର୍ମାଙ୍କ ବିରୋଧରେ ବିରୋଧୀଙ୍କ ଆରୋପ କିମ୍ବା ମିଡ଼ିଆ ଟ୍ରାଏଲ୍‌କୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇ ନ ଥିବା ତାଙ୍କର ନିକଟତମ ମହଲରୁ ଜଣାପଡ଼ିଛି । ସଞ୍ଜୟଙ୍କ ମାମଲାରେ ସେ କୌଣସି ଚାପରେ ନ ପଡ଼ି ସିବିଆଇର ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା କରିଥିବା ଏହି ସୂତ୍ରରୁ ଜଣାପଡ଼ିଛି । ହୋଇପାରେ ପରିସ୍ଥିତି ସେଭଳି ହେଲେ ସେ ସଞ୍ଜୟଙ୍କୁ ଇସ୍ତଫା ଦେବା ପାଇଁ କହିବେ । ମାତ୍ର ବର୍ତ୍ତମାନର ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ସେଭଳି କିଛି ଚିନ୍ତା କରିଥିବା ସମ୍ପର୍କରେ ସୁରାକ୍‌ ମିଳିନାହିଁ । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କୁ ସାମ୍ବାଦିକମାନେ ଏ ସମ୍ପର୍କରେ ପ୍ରଶ୍ନ କରିବା ଓ ତାଙ୍କର ନୀରବତାରୁ ଏହା ବାରି ହୋଇପଡ଼ିଛି ।
ଅନ୍ୟପକ୍ଷରେ ମନ୍ତ୍ରୀମଣ୍ଡଳରେ ଯୁବଗୋଷ୍ଠୀଙ୍କ ପ୍ରାଧାନ୍ୟକୁ ନେଇ କିଛି ନେତାଙ୍କ ମନରେ ଥିବା ଅସନ୍ତୋଷକୁ ମୁଖ୍ୟମନ୍ତ୍ରୀ ବରଦାସ୍ତ କରୁ ନ ଥିବା ଜଣାପଡ଼ିଛି । ଏହା ସତ ଯେ ପାଜେରୋ ବିବାଦରେ ପଡ଼ିଥିବା ସଞ୍ଜୟଙ୍କୁ ନେଇ ମୁଖ୍ୟମନ୍ତ୍ରୀ ବିବ୍ରତ । ଏହା ଦଳର ଭାବମୂର୍ତ୍ତି ଉପରେ ଆଞ୍ଚ ଆଣୁଛି ବୋଲି  ମୁଖ୍ୟମନ୍ତ୍ରୀଙ୍କ ଅନୁଭବ ହୋଇଥିବା ତାଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି । ତେବେ ଏହା ଉପରେ କୌଣସି ତରବରିଆ ନିଷ୍ପତି ନେବାକୁ ନବୀନ ଚାହିଁନାହାନ୍ତି । ନିଜର ଲୋକପ୍ରିୟତା ଓ ବିରୋଧୀଙ୍କ ଅସ୍ଥିତ୍ୱକୁ ଭଲରେ ହୃଦୟଙ୍ଗମ କରିଥିବା ନବୀନ ମାମଲାକୁ ସେତେଟା ଗୁରୁତ୍ୱ ଦେଉଥିବା ମନେହେଉନାହିଁ ।

ମୋଟାମୋଟି ଭାବେ, ଚିଟ୍‌ଫଣ୍ଡ କଳଙ୍କ ବୋହୁଥିବା ସଞ୍ଜୟଙ୍କୁ ନେଇ ନବୀନ ବିଚଳିତ ହୋଇଥିଲେ ମଧ୍ୟ ସଞ୍ଜୟଙ୍କ ସମେତ ଅନ୍ୟ ଯୁବମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ଉପରେ ମୁଖ୍ୟମନ୍ତ୍ରୀଙ୍କ ଆଦୌ ସନ୍ଦେହ ନାହିଁ । ନିଜ ନିଜ ବିଭାଗର କାର୍ଯ୍ୟକୁ ସୁଚାରୂରୂପେ ତୁଲାଇବା ସାଙ୍ଗକୁ ଦଳର ସାଂଗଠନିକ କାର୍ଯ୍ୟକୁ ବେଶ୍‌ ଦକ୍ଷତାର ସହ ଏହି ଯୁବମନ୍ତ୍ରୀମାନେ ସମ୍ଭାଳୁଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁଭବ ତାଙ୍କ ଆଚରଣ କହୁଛି । ତେଣୁ ଦଳ ଓ ସରକାରକୁ ସମ୍ଭାଳିବାରେ ଏହି ଯୁବମନ୍ତ୍ରୀମାନଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କର ବରଂ ଭରସା ବଢ଼ିଛି । ଓଲଟି ଯେଉଁ ନେତାମାନେ ଗଣମାଧ୍ୟମରେ ଭାଷଣବାଜି କରୁଛନ୍ତି କି ନିଜକୁ ମୁଖ୍ୟମନ୍ତ୍ରୀ ଦାବିଦାର ବୋଲାଉଛନ୍ତି ଦଳର ସାଂଗଠନିକ ଶକ୍ତି ବୃଦ୍ଧି ପଛରେ ସେମାନଙ୍କର କାଣିଚାଏ ଅବଦାନ ନାହିଁ କି ରହିବ ନାହିଁ ବୋଲି ନବୀନ ବୁଝିସାରିଛନ୍ତି । ତେଣୁ ସେମାନଙ୍କ ଚାପା ବିଦ୍ରୋହ ଓ ଅସନ୍ତୋଷ ଯେ ନବୀନଙ୍କୁ ବିଚଳିତ କରିଛି ତାହା ଭାବିବା ଭୁଲ୍‌ ବୋଲି ତୃତୀୟ ମହଲାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏହା ସତ ଯେ ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଦଳର ଭାବମୂର୍ତ୍ତି, ଶୃଙ୍ଖଳା ସବୁ ଦିଗକୁ ନବୀନ ନଜରରେ ରଖିଛନ୍ତି ଏବଂ ସେହି ଅନୁଯାୟୀ କଠୋର ପଦକ୍ଷେପ ନେବେ ବୋଲି ସୂଚନା ମିଳିଛି ।

Previous Post

ତ୍ରିମୂର୍ତ୍ତି ଫେଲ୍‌, ବବି ପାସ୍‌

Next Post

ସଞ୍ଜୟଙ୍କ ସମ୍ପତ୍ତିବାଡି ଉପରେ ବି ନଜର

Next Post
ସଞ୍ଜୟଙ୍କ ସମ୍ପତ୍ତିବାଡି ଉପରେ ବି ନଜର

ସଞ୍ଜୟଙ୍କ ସମ୍ପତ୍ତିବାଡି ଉପରେ ବି ନଜର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA