Friday, April 17, 2026 05:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ତ୍ରିମୂର୍ତ୍ତି ଫେଲ୍‌, ବବି ପାସ୍‌

by Our Correspondent
10 Apr, 2016- 06:18 AM
in News
1 min read
0
ତ୍ରିମୂର୍ତ୍ତି ଫେଲ୍‌, ବବି ପାସ୍‌

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଅଧ୍ୟାପକଙ୍କ ଯୁକ୍ତ ଦୁଇ ଖାତା ଦେଖା ବର୍ଜନ ଆନ୍ଦୋଳନରେ ଝାଳନାଳ ହୋଇଗଲେ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ । ବିକଳ୍ପ ବ୍ୟବସ୍ଥା କରି ଅଧିକ ଅଡୁଆକୁ ଡାକି ଆଣିଲେ । ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀସ୍ତରୀୟ କମିଟି ଅଧ୍ୟାପକଙ୍କ ଆନ୍ଦୋଳନ ସମାଧାନ କରିବାର ବାଟ ପାଇଲେନି । ରାଜ୍ୟରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସଙ୍ଗୀନ ହୋଇ ଆସୁଥିବା ବେଳେ କମିଟି ସଦସ୍ୟମାନେ ଧରାଛୁଆଁ ଦେଲେନି । ମୁଖ୍ୟମନ୍ତ୍ରୀ ବି ତାଙ୍କ ବାଟରେ ଦିଲ୍ଲୀ ଚାଲିଗଲେ । ଏଭଳି ଅବସ୍ଥାରେ ଅଧ୍ୟାପକଙ୍କୁ ବୁଝାଇ ସୁଝାଇ ଆନ୍ଦୋଳନ ହଟାଇ ଦେବାରେ  ସମର୍ଥ ହୋଇଛନ୍ତି ବ୍ଲୁ ଆଇଡ ମନ୍ତ୍ରୀ ବବି ଓରଫ୍‌ ପ୍ରଣବ ପ୍ରକାଶ ଦାସ । ଅବଶ୍ୟ ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କ ଅଫିସ୍‌ ନିର୍ଦେଶରେ ବବି ଏହି ଦାୟିତ୍ୱ ନେଇଥିଲେ କି ନାଇଁ ତାହା ଆମକୁ ଜଣା ନ ଥିଲେ ମଧ୍ୟ ବବି ଯେ ତାଙ୍କ କାମରେ ସଫଳ ହୋଇଛନ୍ତି ଏହା ନିଃସନ୍ଦେହ ।
ବ୍ଲକ୍‌ ଗ୍ରାଣ୍ଟ ଅଧ୍ୟାପକଙ୍କ ସମସ୍ୟାର ବାଟ ଫିଟାଇବାକୁ ରାଜ୍ୟ ସରକାର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି । ସେଥିରେ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ସମେତ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ଅରୁଣ ସାହୁ, ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଓ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ସଦସ୍ୟ ଅଛନ୍ତି । ସଚିବାଳୟରେ କମିଟି ବୈଠକ ବାରମ୍ବାର ବସିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସମାଧାନର ରାସ୍ତା ଖୋଜି ପାଇନାହାନ୍ତି ମନ୍ତ୍ରୀଗଣ । ଅଧ୍ୟାପକଙ୍କ ଆନ୍ଦୋଳନ ଯୋଗୁଁ ଯୁକ୍ତ ଦୁଇ ଖାତା ଦେଖା ଅଚଳ ହୋଇପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ ସୋମବାର ଦିନ ଦିଲ୍ଲୀ ପଳେଇଲେ । ଦିଲ୍ଲୀ ଯିବା ପୂର୍ବରୁ କମିଟି ସଦସ୍ୟ ଥିବା ୫ ଜଣ ଯାକ ଯୁବମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରଣା କରିଥିଲେ । ହେଲେ ସେଥିରେ ଅଧ୍ୟାପକଙ୍କ ସମସ୍ୟା ବିଷୟ ଆଲୋଚନା ହୋଇଥିଲା କି ନାହିଁ କେହି କହୁନାହାନ୍ତି ।
ଓଲଟି ସରକାର ଶିକ୍ଷକଙ୍କୁ ବୁଝାଇ ଆନ୍ଦୋଳନରୁ ନିବୃତ୍ତ କରାଇବା ପରିବର୍ତେ ନିୟମ ବଳଳାଇ ଘରୋଇ କଲେଜ ଅଧ୍ୟାପକ ଓ ସ୍କୁଲ ଶିକ୍ଷକଙ୍କୁ ନେଇ ପରୀକ୍ଷାଖାତା ମୂଲ୍ୟାୟନ କରିବାକୁ ନିଷ୍ପତ୍ତି ନେଲେ । ଏହା ସମସ୍ୟାକୁ ହାଲକା କରିବା ବଦଳରେ ଅଧିକ ଜଟିଳ କରିଦେଲା । ସାରା ରାଜ୍ୟର ଅଭିଭାବକ ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଲେ । ଅବସ୍ଥା ଅସମ୍ଭାଳ ଦେଖି ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଆନ୍ଦୋଳନରତ ଅଧ୍ୟାପକଙ୍କୁ ଡକାଇଲେ ସରକାର । ଆଉ ବବିଙ୍କ ନେତୃତ୍ୱରେ ଆଲୋଚନା ହୋଇ ସମାଧାନର ରାସ୍ତା ବାହାରିଗଲା ।
ପାଜେରୋ ମାମଲାରେ ଫସିଥିବା ସଞ୍ଜୟ ଦାସବର୍ମା ନିଜ କଥା ନେଇ ଚିନ୍ତାରେ ଥିବା ବେଳେ ଶିକ୍ଷକଙ୍କ କଥା ବୁଝିବାକୁ ବେଳ ନ ରହିବା ସ୍ୱାଭାବିକ । ମାତ୍ର ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କ ଭଳି ଟପ୍‌ ବ୍ରାଣ୍ଡ ମନ୍ତ୍ରୀ ଶିକ୍ଷକଙ୍କ ସମାଧାନର ରାସ୍ତା ଖୋଜିବାରେ ସମର୍ଥ ହୋଇ ନ ପାରିବା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଅର୍ଥାତ୍‌ ତ୍ରିମୂର୍ତ୍ତି ଅତନୁ, ଅରୁଣ ଓ ସଞ୍ଜୟ ଶିକ୍ଷକଙ୍କ ଆନ୍ଦୋଳନ ସମାଧାନର ରାସ୍ତା ଖୋଜିବାରେ ବିଫଳ ହୋଇଥିବା ବେଳେ ଟପ୍‌ ଜୁନିୟର ମନ୍ତ୍ରୀ ବବି ସେଥିରେ ପାସ୍‌ କରି ନିଜର ଦକ୍ଷତାର ପ୍ରମାଣ ଦେଇଛନ୍ତି । ସେଥିରେ ମୁଖ୍ୟମନ୍ତ୍ରୀଙ୍କ ଅଫିସିର ନିର୍ଦେଶ ଥିଲେ ବି ବବିଙ୍କ ପାଖକୁ ବାହାବା ଯାଇଛି ।

Previous Post

କହି ଦଉଥାଇ ପରକୁ.. ଲୁଲୁ ବି କମ୍‌ ନୁହଁନ୍ତି

Next Post

ସଞ୍ଜୟ ଆଳ, ଅସନ୍ତୁଷ୍ଟଙ୍କ ଟାର୍ଗେଟ୍‌ରେ ଯୁବମନ୍ତ୍ରୀ

Next Post
ସଞ୍ଜୟ ଆଳ, ଅସନ୍ତୁଷ୍ଟଙ୍କ ଟାର୍ଗେଟ୍‌ରେ ଯୁବମନ୍ତ୍ରୀ

ସଞ୍ଜୟ ଆଳ, ଅସନ୍ତୁଷ୍ଟଙ୍କ ଟାର୍ଗେଟ୍‌ରେ ଯୁବମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA