Friday, April 17, 2026 02:09 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Politics

କହି ଦଉଥାଇ ପରକୁ.. ଲୁଲୁ ବି କମ୍‌ ନୁହଁନ୍ତି

by Our Correspondent
10 Apr, 2016- 05:09 AM
in Politics
1 min read
0
କହି ଦଉଥାଇ ପରକୁ..  ଲୁଲୁ ବି କମ୍‌ ନୁହଁନ୍ତି

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ସଞ୍ଜୟ ଦାସବର୍ମାଙ୍କ ପାଜେରୋ ପଛରେ ପଡ଼ିଥିବା ଲୁଲୁ ମହାପାତ୍ର ନିଜ ପାଇଁ ବି ଗାତ ରଖିଛନ୍ତି । ସଞ୍ଜୟଙ୍କୁ ଚିଟ୍‌ଫଣ୍ଡ ଲିଙ୍କ୍‌ ଦେଉଥିବା ଲୁଲୁ ନିଜେ ଡି-ବ୍ରଦର୍ସ ସାଙ୍ଗକୁ ରମେଶ ଜେନା ଲିଙ୍କ୍‌ରେ ଥିବା ସମସ୍ତେ ଜାଣନ୍ତି । ପାର୍ଥକ୍ୟ ଏତିକି ଯେ ସଞ୍ଜୟ ମୂଳରୁ ପାଜେରୋ ପ୍ରସଙ୍ଗକୁ ଏଡାଇ ଏବେ ସିବିଆଇ ସ୍କାନରକୁ ଆସିଥିଲା ବେଳେ ଲୁଲୁ ମହାପାତ୍ର ଛାତି ଫୁଲାଇ ଡି-ବ୍ରଦର୍ସ ଓ ରମେଶ ଜେନାଙ୍କ ସପକ୍ଷରେ ଓକିଲାତି କରିଛନ୍ତି । ଆଉ ତାଙ୍କ ଦମ୍ଭରେ ଲାଙ୍ଗୁଳଜାକିଲା ହୋଇଯାଇଛନ୍ତି ବିଜେଡ଼ି ନେତା । ସାହାସ ନାହିଁ ଲୁଲୁଙ୍କୁ ଚାଲେଞ୍ଜ କରିବାକୁ । ବୋଧହୁଏ ଚାଲେଞ୍ଜ କରିଦେଲେ କୀଳାକୁ ନିଜେ ସମ୍ଭାଳି ନ ପାରିବାର ଭୟ ରହିଛି । ତେଣୁ ସଞ୍ଜୟଙ୍କର ଯାହା କ୍ଷତି ହେଉ ପଛେ ଲୁଲୁଙ୍କ ସହ ତୁ ତୁ ମେ ମେ କରି କୀଳା ଆଣିବାକୁ ଦଳ ଚାହୁଁନି ।

ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କୁ ପୁଲିସ ଧରିଲା ଜାନୁଆରୀ ୨୯ ତାରିଖ ରାତିରେ । ପରଦିନ ଦୁଇଭାଇଙ୍କ ହାଇ ପ୍ରୋଫାଇଲ୍‌ ପଲିଟିକାଲ୍‌ ଲିଙ୍କ୍‌ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା । ମାତ୍ର ୧୫ ଦିନ ପୂର୍ବରୁ କଟକରେ ଆୟୋଜିତ ଧଳସାମନ୍ତଙ୍କ ରକ୍ତଦାନ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନଙ୍କଠୁଁ ଆରମ୍ଭ କରି ଲୁଲୁ ମହାପାତ୍ରଙ୍କ ପର୍ଯ୍ୟନ୍ତ ବିଜେପି ଓ କଂଗ୍ରେସର ଷ୍ଟଲୱର୍ଟ ଯୋଗଦେଇଥିଲେ । ସେଥିରେ କିଛି ବିଚାରପତି, ପ୍ରଭାବଶାଳୀ ବ୍ୟୁରୋକ୍ରାଟ୍‌,ପୁଲିସ ଅଫିସର ଏବଂ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ଏଥିପୂର୍ବରୁ ଧଳସାମନ୍ତଙ୍କ କଟକ ନଗର ଯୁବକ ସଂଘ ବାର୍ଷିକ ଉତ୍ସବରେ ଦେବାଶିଷ ସାମନ୍ତରାୟ, ପ୍ରମୋଦ ମଲ୍ଲିକ ଓ ରାଜଶ୍ରୀ ମଲ୍ଲିକଙ୍କ ଭଳି ବିଜେଡ଼ିର ପ୍ରଭାବଶାଳୀ ବିଧାୟକ ମଧ୍ୟ ଯୋଗଦେଇଥିଲେ । ଆଶ୍ଚର୍ଯ୍ୟର କଥା ଡି-ଲିଙ୍କ୍‌ ନେଇ ଏହି ସବୁ ନେତାଙ୍କ ନାଁ ଚର୍ଚ୍ଚା ହେବା ପରେ ସମସ୍ତେ ବିଭିନ୍ନ ବାହାନାରେ ତାହାକୁ ଗାଲୁ ପେଲିଥିବା ବେଳେ ଏକା ଲୁଲୁ ମହାପାତ୍ର ଡି-ବ୍ରଦର୍ସଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଦୁଇଭାଇଙ୍କ ମହତ୍‌ କାର୍ଯ୍ୟକ୍ରମକୁ ପ୍ରଂଶସା କରିଥିଲେ । ଏମିତିକି ସେମାନେ ଅପରାଧୀ ହୋଇ ରହିନାହାନ୍ତି ବୋଲି ବି ସାର୍ଟିଫିକେଟ୍‌ ଦେଇଥିଲେ । ଏବେ ମଧ୍ୟ ଲୁଲୁ ସେହି କଥାରେ ଜୋର୍‌ ଦେଉଛନ୍ତି ।

ସେମିତି ବିଭିନ୍ନ ସଙ୍ଗୀନ ମାମଲାରେ ଗିରଫ ହୋଇଥିବା ପୂର୍ବତନ ବିଧାୟକ ରମେଶ ଜେନାଙ୍କ ସହ ଲୁଲୁ ମହାପାତ୍ରଙ୍କ କ୍ଷୀର ନୀର ସମ୍ପର୍କ କାହାରିକୁ ଅଜଣା ନାହିଁ । ୨୦୧୧ ମସିହାରେ ରମେଶ ଜେନାଙ୍କୁ ପୁଲିସ ଖୋଜୁଥିବା ବେଳେ ଲୁଲୁ ତାଙ୍କୁ ସୁରକ୍ଷା ଦେଇଥିଲେ ଏବଂ ଲୁଲୁଙ୍କ ଫାର୍ମ ହାଉସରୁ ହିଁ ପୁଲିସ ତାଙ୍କୁ ଗିରଫ କରିଥିଲା । ବ୍ରହ୍ମପୁର ସମେତ ଭୁବନେଶ୍ୱର, କଟକ,ଭାଇଜାକ୍‌ ଆଦି ଜାଗାରେ ନିଜର ଅପରାଧିକ ସାମ୍ରାଜ୍ୟ ବିସ୍ତାର କରିଥିଲେ ରମେଶ । ଦାଦାବଟି ଆଦାୟ, ଜମି ହଡ଼ପରେ ମାଷ୍ଟର ରମେଶ ଜେନା ଏବେ ରେପ୍‌ ଭଳି ସଙ୍ଗୀନ ମାମଲାରେ ଛନ୍ଦି ହୋଇଛନ୍ତି । ବ୍ରହ୍ମପୁରର ଜଣେ ବିଧବା ମହିଳାଙ୍କୁ ଡରାଇ ଧମକାଇ ଖାଲି ଧର୍ଷଣ କରି ନ ଥିଲେ ବରଂ ଭିଡ଼ିଓ ରେକର୍ଡିଂ କରି ବ୍ଲାକ୍‌ ମେଲ୍‌ କରୁଥିଲେ । ରମେଶଙ୍କ ଏଭଳି କୁତ୍ସିତ କାରନାମା ଯେ ସେଇଠି ଅଟକି ନାହିଁ ବରଂ ଏଭଳି ଅନେକ କାଣ୍ଡକାରଖାନା ସମ୍ପର୍କରେ ପୁଲିସ ଏବେ ସୁରାକ୍‌ ପାଇଲାଣି ।

ଏଭଳି କୁତ୍ସିତ, ଭୟଙ୍କର ଚରିତ୍ରର ଜଣେ ବ୍ୟକ୍ତିଙ୍କ ରାଜନୈତିକ ଗୁରୁ ଲୁଲୁ ମହାପାତ୍ର ଏସବୁ ଯେ ପୂର୍ବରୁ ଜାଣି ନ ଥିଲେ ତାହା ଜମାରୁ ବିଶ୍ୱାସଯୋଗ୍ୟ ନୁହେଁ । ଚିଟ୍‌ଫଣ୍ଡ କେଳେଙ୍କାରୀଠାରୁ ଡି-ବ୍ରଦର୍ସ ଓ ରମେଶ ଜେନାଙ୍କ ଜଘନ୍ୟ ଅପରାଧିକ କାର୍ଯ୍ୟକଳାପ ଯେ କୌଣସି ଗୁଣରେ କମ୍‌ ନୁହେଁ ତାହା ସ୍ୱୀକାର କରିବା କଥା । ଏହି ଦୁଇଟି ଘଟଣାକୁ ନେଲେ ଲୁଲୁ ମହାପାତ୍ରଙ୍କୁ ଆଦୌ ସତୀ ଚଉରା କୁହାଯିବ ନାହିଁ । ମାମଲାର ପ୍ରକୃତ ତଦନ୍ତ ହେଲେ ଉଭୟଙ୍କ ନେଟ୍‌ୱର୍କ ପୁଲିସ ଧରନ୍ତା ଏବଂ ଲୁଲୁ କେତେ ସ୍ୱଚ୍ଛ ତାହା ଜଣାପଡ଼ିଯାଆନ୍ତା । ମାତ୍ର ପ୍ରକୃତ ସତ୍ୟ ପଦାକୁ ଆଣିଲେ ଲୁଲୁଙ୍କ ଗୁମର ଅପେକ୍ଷା ବୋଧହୁଏ ବିଜେଡ଼ି ନେତାଙ୍କ ଗୁମର ଅଧିକ ଖୋଲିଯିବାର ଭୟ ପୁଲିସର ହାତ ବାନ୍ଧି ଦେଇଛି ।

Previous Post

ବାପି ରାୟଙ୍କ ପାଇଁ ନିର୍ଲ୍ଲଜ ଓକିଲାତି

Next Post

ତ୍ରିମୂର୍ତ୍ତି ଫେଲ୍‌, ବବି ପାସ୍‌

Next Post
ତ୍ରିମୂର୍ତ୍ତି ଫେଲ୍‌, ବବି ପାସ୍‌

ତ୍ରିମୂର୍ତ୍ତି ଫେଲ୍‌, ବବି ପାସ୍‌

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA