ଭୁବନେଶ୍ୱର: ଯାଜପୁରରୁ ଆଉ ୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩ ପୁରୁଷ ଓ ୨ ମହିଳା ଅଛନ୍ତି । ପୁରୁଷଙ୍କ ବୟସ ଯଥାକ୍ରମେ ୨୮, ୫୬ ଏବଂ ୬୩ ବର୍ଷ । ମହିଳାଙ୍କ ମଧ୍ୟରେ ଜଣେ ୨୪ ବର୍ଷର ଯୁବତୀ ଏବଂ ଅନ୍ୟଜଣଙ୍କ ବୟସ ୬୦ ବର୍ଷ । ୫ ଜଣ ଯାକ କୋଲକତା ଫେରନ୍ତା ଏବଂ କ୍ୱାରେଣ୍ଟାଇନ୍ ରେ ଥିଲେ । କାହାରି ଲକ୍ଷଣ ନଥିଲା ।
ଏହାକୁ ମିଶାଇ ଯାଜପୁରରୁ ଆକ୍ରାନ୍ତଙ୍କ ସଂଖ୍ୟା ୪୪ ଏବଂ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୪ କୁ ବୃଦ୍ଧି ପାଇଛି । ୫୫ ଜଣ ସୁସ୍ଥ ହୋଇ ସାରିଥିବାରୁ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୮ ରହିଛି ।