Thursday, April 30, 2026 09:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଯୁଗ୍ମ ସଚିବ ପଦବୀରେ ଦୋଷୀ ସାବ୍ୟସ୍ତ ଲାଞ୍ଚୁଆ ଅଫିସର

by Our Correspondent
18 Feb, 2019- 11:56 AM
in Latest News, News
1 min read
0
ଯୁଗ୍ମ ସଚିବ ପଦବୀରେ ଦୋଷୀ ସାବ୍ୟସ୍ତ ଲାଞ୍ଚୁଆ ଅଫିସର
ଭୁବନେଶ୍ୱର: ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ୍ ହାତରେ ଧରାପଡ଼ିଥିଲେ । କୋର୍ଟ ଏହି ମାମଲାର ବିଚାର କରି ତାଙ୍କୁ ଦୋଷୀ ସାବ୍ୟସ୍ତ କଲେ । କୋର୍ଟ ରାୟ ଆସିବାର ୬ ମାସ ବିତିଗଲାଣି । ମାତ୍ର ସଂପୃକ୍ତ ଓଏଏସ ଅଫିସରଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ତାଙ୍କୁ ଗେହ୍ଲା ପୁଅ କରି କୋଳରେ ବସାଇଛନ୍ତି । ସଚିବାଳୟରେ ଗୁରୁତ୍ୱପୂର୍ଣ୍ଣ ପଦବୀ ଧରି ଅୟସ କରୁଛନ୍ତି ଏହି ଲାଞ୍ଚୁଆ ଅଫିସର । ପ୍ରଶାସନର ବଡ଼ବଡ଼ିଆଙ୍କ ଗୁଡବୁକ୍ ରେ ଏହି ଅଫିସରଙ୍କ ନାଁ ଗଡୁଛି ।
ଏହି ଅଫିସର ଜଣଙ୍କ ହେଲେ ମନମୋହନ ମିଶ୍ର । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ଯୁଗ୍ମ ଶାସନ ସଚିବ ଭାବେ ସଚିବାଳୟରେ ଅବସ୍ଥାପିତ ଅଛନ୍ତି । ଖାଉ ଅଫିସର କହି ତାଙ୍କୁ ବିଭାଗର ତଳିଆ କର୍ମଚାରୀମାନେ ପଛରେ ଟାହିଟାପରା କରନ୍ତି । ଲାଞ୍ଚ ନେବା ଓ ଲାଞ୍ଚ ଦେଇ ଭଲ ପୋଷ୍ଟିଂ ନେବାରେ ମିଶ୍ରବାବୁ କୁଆଡ଼େ ବେଶ୍ ପାରଙ୍ଗମ । ତେବେ ସେ ଲାଞ୍ଚୁଆ ଅଫିସର ବୋଲି ଆମେ କହୁନୁ । ଭିଜିଲାନସ୍ କୋର୍ଟ ତାଙ୍କୁ ଏହି ସାର୍ଟିଫିକେଟ୍ ଧରାଇଛନ୍ତି । ଗତ ସେପ୍ଟେମ୍ବର ମାସରେ କୋର୍ଟ ଦ୍ୱାରା ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତାଙ୍କ ବିରୋଧରେ ମାମଲାଟି ଏମିତି..
ମନମୋହନ ବାବୁ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ବିଡ଼ିଓ ଥିବା ବେଳେ ଭିଜିଲାନସ ହାତରେ ଧରାପଡ଼ିଥିଲେ । ବିନୋଦ ବିହାରୀ ସାହୁ ନାମକ ଜଣେ ବ୍ୟକ୍ତିଙ୍କର ୬୫ ହଜାର ଟଙ୍କାର ଚେକ୍ ରିଲିଜ୍ କରାଇବା ପାଇଁ ସେ ୨ ହଜାର ଟଙ୍କା ହାତଗୁଞ୍ଜା ନେଉଥିଲେ । ୧୬.୦୩.୨୦୦୬ ମସିହାର ଏହି ଘଟଣା । ୨ ହଜାର ଟଙ୍କା ନେଉଥିବା ବେଳେ କଟକ ଭିଜିଲାନସ୍ ଅଧିକାରୀମାନେ ବିଡ଼ିଓ ମନମୋହନଙ୍କୁ କାବୁ କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ଘର, ବ୍ଲକ୍ ଅଫିସ ତଲାସି କରିଥିଲେ ଭିଜିଲାନସ୍ ଅଧିକାରୀ । ମନମୋହନଙ୍କ ବିରୋଧରେ ଭିଜିଲାନସ୍ ମାମଲା(ଭିଜିଆର କେସ୍ ନଂ ୦୭) ରୁଜୁ ହୋଇଥିଲା । ଦୀର୍ଘ ୧୨ ବର୍ଷ ଧରି ମାମଲାର ବିଚାର ହେବା ପରେ ଗତ ୨୮.୦୯.୨୦୧୮ ରେ ଆଡ଼ିସିନାଲ୍ ସେସନସ୍ ଜଜ୍-କମ୍- ସ୍ପେଶାଲ୍ ଜଜ୍(ଭିଜିଲାନସ୍), ଢ଼େଙ୍କାନାଳ ଏହି ମାମଲାର ରାୟ ଶୁଣାଇଛନ୍ତି । ପ୍ରିଭେନସନ୍ ଅଫ କରପ୍ସନ୍ ଆକ୍ଟ,୧୯୮୮ ଧାରା ୭ ଏବଂ ଧାରା ୧୩୨(୨)ରେ ଅଭିଯୁକ୍ତ ମନମୋହନଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି ।
ସରକାରୀ ନିୟମ ଅନୁଯାୟୀ, ଜଣେ ସରକାରୀ କର୍ମଚାରୀ/ ଅଧିକାରୀ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ତୁରନ୍ତ ଚାକିରିରୁ ବହିଷ୍କାର ହେବା କଥା । ଏ ନେଇ ସୁପ୍ରିମକୋର୍ଟଙ୍କ ମଧ୍ୟ କଡ଼ା ନିର୍ଦ୍ଦେଶ ରହିଛି । ମାତ୍ର ଆଶ୍ଚର୍ଯ୍ୟର କଥା, ମନମୋହନଙ୍କ କ୍ଷେତ୍ରରେ ସରକାରୀ କାର୍ଯ୍ୟାନୁଷ୍ଠାନ ଏ ଯାଏଁ ହେଲାନାହିଁ । ୬ ମାସ ବିତିଯାଇଥିଲେ ମଧ୍ୟ ରାଜସ୍ୱ ବିଭାଗ ଭଳି ଦୁଧିଆଳ ବିଭାଗର ଯୁଗ୍ମ ସଚିବ ଚଉକିରୁ ସେ ହଲିନାହାନ୍ତି । ଏହି ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ସୁରକ୍ଷା ଦେବା ପାଇଁ କିଛି ରାଜ୍ୟ ସରକାର ସବୁ ଆଇନକାନୁନକୁ ଆଖି ବୁଜି ଦେଇଛନ୍ତି । ନିର୍ଦ୍ଦିଷ୍ଟ ଭାବେ ସାଧାରଣ ପ୍ରଶାସନ ବିଭାଗର ଜଣେ ପଦସ୍ଥ ଅଫିସର ଏହି ଲାଞ୍ଚୁଆ ଅଫିସରଙ୍କୁ ସୁରକ୍ଷା ଦେବା ପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ରାଜସ୍ୱ ବିଭାଗରେ ଚର୍ଚ୍ଚା ହେଉଛି ।
ଏଠାରେ ଆମେ ଆଉ ଜଣେ ଅଫିସରଙ୍କ କଥା ଉଲ୍ଲେଖ କରୁଛୁ । ନଗର ଉନ୍ନୟନ ବିଭାଗକୁ ଡେପୁଟେସନ୍ ରେ ଯାଇ ଗୃହ ବିଭାଗର ମୂଳ କର୍ମଚାରୀ ପଦ୍ମନାଭ ନାୟକ ତିନିବର୍ଷ ତଳେ ଢ଼େଙ୍କାନାଳ ମ୍ୟୁନିସିପାଲିଟିର ଏକଜ୍ୟୁଟିଭ୍ ଅଫିସର ଭାବେ କାର୍ଯ୍ୟ କରୁଥିଲେ । ମାତ୍ର ଅଫିସ କାଗଜପତ୍ରରେ ହେରଫେର ଓ ଅନିୟମତା କରିବା ଅଭିଯୋଗରେ ଢ଼େଙ୍କାନାଳ ପୁଲିସ ଦ୍ୱାରା ଗିରଫ ହୋଇ ଜେଲ୍ ଯାଇଥିଲେ । ନିୟମ ଅନୁଯାୟୀ ଏହି ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କ ହାତ ଯାଇନି । ଦଣ୍ଡ ବଦଳରେ ଆର୍ଶିବାଦ ଢ଼ାଳି ତାଙ୍କୁ ଭୁବନେଶ୍ୱରରେ ରଖାଯାଇଛି । ଫୁଡ଼ କମିଶନ ଅଫିସରେ ଏବେ ସେ କାର୍ଯ୍ୟରତ ।
ରାଜ୍ୟରେ କିଭଳି ଶାସନ ଚାଲିଛି ଏହି ଦୁଇଟି ଘଟଣା ତାହାର ନମୁନା ବୋଲି ଖୋଦ୍ ସଚିବାଳୟ କର୍ମଚାରୀମହଲରେ ଆଲୋଚନା ହେଉଛି ।
Previous Post

ରାଜନାଥ ନରମ, ଧର୍ମେନ୍ଦ୍ରଙ୍କ ତାତିରେ ବିଜେଡ଼ି ତାତିଲା

Next Post

ନିରଞ୍ଜନଙ୍କ କ୍ଷମତା ଅଙ୍କ

Next Post
ନିରଞ୍ଜନଙ୍କ କ୍ଷମତା ଅଙ୍କ

ନିରଞ୍ଜନଙ୍କ କ୍ଷମତା ଅଙ୍କ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA