Thursday, April 30, 2026 07:49 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନିରଞ୍ଜନଙ୍କ କ୍ଷମତା ଅଙ୍କ

by Our Correspondent
18 Feb, 2019- 08:59 PM
in Latest News, News, Politics
1 min read
0
ନିରଞ୍ଜନଙ୍କ କ୍ଷମତା ଅଙ୍କ
ଭୁବନେଶ୍ୱର: ଓଡ଼ିଶାରେ ତୃତୀୟ ସ୍ଥାନକୁ ଖସିଥିବା କଂଗ୍ରେସ ଏଥର ଶାସନ କ୍ଷମତାକୁ ଫେରିବା ଆଶା ବାନ୍ଧିଛି । ରାଜ୍ୟ କଂଗ୍ରେସ ମୁଖିଆ ନିରଞ୍ଜନ ପଟ୍ଟନାୟକ ଆଜି ବେଶ୍ ଦମ୍ଭର ସହ ଏକଥା କହିଛନ୍ତି । ମଝିରେ ମଝିରେ ଆଗରୁ ଏଭଳି କୁନ୍ଥେଇ କହୁଥିଲେ ହେଲେ ଏଥର କୁନ୍ଥାଇ ନାହାନ୍ତି । ଆସନ୍ତା ନିର୍ବାଚନରେ ତାଙ୍କ ଦଳ ବିଜୟ ଲାଭ କରି କ୍ଷମତାକୁ ଫେରିବା ସୁନିଶ୍ଚିତ ବୋଲି ଦମ୍ଭ ଦେଖାଇଛନ୍ତି । ବିଜେପିର ୧୨୦ ପ୍ଲସ୍ ସଂଖ୍ୟା ଭଳି ନିରଞ୍ଜନ କିନ୍ତୁ କେତେ ସିଟ୍ କଂଗ୍ରେସ ପାଇବ ସେହି ଆକଳନ ଖୋଲିନାହାନ୍ତି ।
ରାଜ୍ୟରେ କଂଗ୍ରେସ ଏବେ ଚଳଚଞ୍ଚଳ ହୋଇଛି । ନିରଞ୍ଜନ ପଟ୍ଟନାୟକ ନେତୃତ୍ୱ ନେବା ପରେ ବେଗ ଯେତିକି ବଢ଼ିଥିଲା ଏବେ ରାହୁଲ ଗାନ୍ଧୀ ଦୁଇ ଦୁଇ ଥର ଓଡ଼ିଶାକୁ ଆସି ଭାଷଣ ଦେଲା ପରେ କଂଗ୍ରେସର ବେଗ ଦ୍ୱିଗୁଣିତ ହୋଇଛି । ଆଗକୁ ପୁଣି ରାହୁଲ ଓଡ଼ିଶା ଆସିବେ । ପ୍ରିୟଙ୍କା ବି ଆସିବେ । ଏଥିରେ ଖାଲି ନିରଞ୍ଜନ ନୁହଁନ୍ତି, କଂଗ୍ରେସ ମାର୍କା ସବୁ ନେତା ଓ କର୍ମୀ ଉତ୍ସାହିତ ହୋଇଛନ୍ତି । ଶେଷ ମୁହୁର୍ତ୍ତରେ ଓଡ଼ିଶାର ରାଜନୀତି ପାଣିପାଗ କଂଗ୍ରେସ ସପକ୍ଷରେ ବଦଳିବ ବୋଲି ସେମାନଙ୍କ ବିଶ୍ୱାସ ।
ଇତିମଧ୍ୟରେ ଦଳୀୟ ଟିକେଟକୁ ନେଇ ଜୋରଦାର କସରତ୍ ଚାଲିଛି । ସ୍କ୍ରିନିଂ କମିଟି ପ୍ରାର୍ଥୀ ବାଛିବା କାମରେ ଲାଗିଛନ୍ତି । ସମାନ୍ତରାଳ ଭାବେ ଅନ୍ୟ ଛୋଟ ଛୋଟ ଦଳଗୁଡ଼ିକୁ ନିଜ ପଟରେ ରଖିବାକୁ କଂଗ୍ରେସ ନେତାମାନେ କଥାବାର୍ତ୍ତା ଚଳାଇଛନ୍ତି । ବାମପନ୍ଥୀ ଓ ଜେଏମଏମ ଦଳ ସହ ମେଣ୍ଟ କରିବାକୁ କଥା ସରିଲାଣି ।
ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଂଗ୍ରେସ ସରକାର ଗଢ଼ିବା ପରେ ରାଜ୍ୟ କଂଗ୍ରେସକୁ ଏହା ଅଧିକ ବଳ ଦେଇଛି । ପଡ଼ୋଶୀ ଛତିଶଗଡ଼ ଢ଼ାଞ୍ଚାରେ ଓଡ଼ିଶାରେ ଜନଇସ୍ତାହାର କରି ଜନମତକୁ କିଭଳି ପ୍ରଭାବିତ କରାଯାଇପାରିବ, ତାହାର କସରତ୍ ଆରମ୍ଭ ହୋଇଛି । ଆଜି ଦିନ ତମାମ କଂଗ୍ରେସ ଭବନରେ ଅଙ୍କ କଷିଛନ୍ତି ଦଳୀୟ ନେତା । ଛତିଶଗଡ଼ର ତିନିଜଣିଆ ପ୍ରତିନିଧି ଦଳ ସହ ଇସ୍ତାହାର କମିଟି ବିଚାରବିମର୍ଷ କରିଛନ୍ତି । ଚାଷୀଙ୍କୁ ଋଣଛାଡ଼, ଏମଏସପି ବୃଦ୍ଧି, ବେକାରୀଙ୍କୁ ସର୍ବନିମ୍ନ ଆୟ ସହ ସବୁ ବର୍ଗଙ୍କୁ ଛୁଇଁଲା ଭଳି ଇସ୍ତାହାର ପ୍ରସ୍ତୁତ କରିବାକୁ ଫୋକସ୍ ଦିଆଯାଇଛି ।
ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କଂଗ୍ରେସର ଏହିସବୁ ଯୋଜନା ବାଦ୍ ଗହନ ଉଧାର ଯୋଜନାଟେ ରହିଛି । ମାନେ ବିଜେପି ଯୋଜନାକୁ ହଡ଼ପ କରିବାକୁ ବସିଛନ୍ତି କଂଗ୍ରେସ ନେତୃତ୍ୱ । ଯୋଜନାଟି ହେଉଛି, ବିଜେଡ଼ି ଅସନ୍ତୁଷ୍ଟଙ୍କୁ ମନାଇ ଦଳ ନିଜ ପକ୍ଷକୁ ଆଣିବା । ବିଜେପି ଏହି ଯୋଜନା ବହୁ ପୂର୍ବରୁ ସାରିସାରିଛି । ଏବେ ନିଜର ପାଗ ଅନୁକୂଳ ଦେଖି ଜିତେନ୍ଦ୍ର ସିଂ ଓ ଟିମ୍ ନିରଞ୍ଜନ ବିଜେପି ଯୋଜନାକୁ ହାଇଜାକ୍ କରିବା ଚକ୍କରରେ ଅଛନ୍ତି । ବିରୋଧୀ ଦଳରେ ଥିବା ସମ୍ପର୍କୀୟଙ୍କ ଉପରେ ମଧ୍ୟ ନିରଞ୍ଜନ ଭରସା ରଖିଛନ୍ତି । ସବୁଆଡୁ ମିଶାଣ ଫେଡ଼ାଣ କରି ନିରଞ୍ଜନ କ୍ଷମତା ଅଙ୍କ କଷିଛନ୍ତି ।
Previous Post

ଯୁଗ୍ମ ସଚିବ ପଦବୀରେ ଦୋଷୀ ସାବ୍ୟସ୍ତ ଲାଞ୍ଚୁଆ ଅଫିସର

Next Post

ଭୁବନେଶ୍ୱରରେ ବାଘ ଆତଙ୍କ

Next Post
ଭୁବନେଶ୍ୱରରେ ବାଘ ଆତଙ୍କ

ଭୁବନେଶ୍ୱରରେ ବାଘ ଆତଙ୍କ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA