Thursday, April 30, 2026 06:08 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଭୁବନେଶ୍ୱରରେ ବାଘ ଆତଙ୍କ

by Our Correspondent
18 Feb, 2019- 10:32 PM
in Latest News, News
1 min read
0
ଭୁବନେଶ୍ୱରରେ ବାଘ ଆତଙ୍କ

– ପଳାସପଲ୍ଲୀରେ ସଂଧ୍ୟାରୁ ପଡ଼ିଲା କବାଟ

– କାରଗିଲ୍ ରାସ୍ତାରେ ଯିବାକୁ ଲୋକ ଡରିଲେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସହରରେ ବାଘ । କଥାଟି ନିହାତି ଅବିଶ୍ୱାସ ଲାଗୁଥିଲେ ବି ସତ । ସହରର ଅନ୍ୟତମ ଭିଆଇପି ଅଞ୍ଚଳ କୁହାଯାଉଥିବା ପଳାସପଲ୍ଲୀରେ ଗୋଟେ କଲରାପତରିଆ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ତାହା ପୁଣି ନବୀନ ନିବାସଠାରୁ ମାତ୍ର ଗୋଟିଏ କିଲୋମିଟର ଭିତରେ । ଗତକାଲି ରାତିରେ ବାଘଟି ଏୟାରପୋର୍ଟ ପାଚେରି ଡେଇଁ ପଳାସପଲ୍ଲୀ ଭିତରକୁ ପଶିଥିଲା । ଆଜି କଥା ପ୍ରଘଟ ହେଲା ପରେ ସେହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ପଳାସପଲ୍ଲୀରେ ସଂଧ୍ୟାରୁ ଲୋକଙ୍କ ଘର କବାଟ ବନ୍ଦ ହୋଇଯାଇଥିବା ବେଳେ ପୋଖରୀପୁଟରୁ କାରଗିଲ୍ ରାସ୍ତାରେ ଲୋକ ଯିବାକୁ ଡରିଛନ୍ତି ।
ପଳାସପଲ୍ଲୀର ସି-୭/୧ । ଏୟାରପୋର୍ଟ ପାଚେରୀକୁ ଲାଗିଛି ଏହି ବିଲଡିଂ । ସେଠାରେ ବ୍ରିକସେଡ ବିଲଡକନ୍ ପ୍ରାଇଭେଟ ଲିମିଟେଡ଼ ନାମକ ଏକ ସଂସ୍ଥାର ଅଫିସ ଚାଲୁଛି । ଅଫିସ୍ ର କିଛି କର୍ମଚାରୀ ସେଠାରେ ରହନ୍ତି ମଧ୍ୟ । ଅଫିସ କାମ ନେଇ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ସେମାନଙ୍କର ଏକ ମିଟିଂ ଚାଲିଥିଲା । ମିଟିଂ ସରିବା ପରେ ପରେ ସଂସ୍ଥା କର୍ମଚାରୀ ବାଂଞ୍ଚାନିଧିଙ୍କ ମୋବାଇଲ୍ କୁ ତାଙ୍କ ଘରୁ ଏକ ଫୋନ୍ ଆସିଲା । ସେ ରୁମ୍ ବାହାରକୁ ଆସି ଖୋଲାରେ କଥା ହେଉଥିବା ବେଳେ ଏୟାରପୋର୍ଟ ପାଚେରୀ ପଟୁ କିଏ ଡେଇଁବାର ଶବ୍ଦ ଶୁଣିଲେ । ସେତେବେଳକୁ ରାତି ପ୍ରାୟ ୧୧ଟା ବାଜିଥିଲା । ବାଂଛାନିଧି ଫୋନ୍ ରେ ବ୍ୟସ୍ତ ଥିବାରୁ ବିଶେଷ ଧ୍ୟାନ ଦେଇ ନ ଥିଲେ । ତେବେ ତାଙ୍କଠାରୁ ମାତ୍ର ଦୁଇ ତିନି ହାତ ଦୂରରେ ଏକ କଲରାପତରିଆ ବାଘ ଚାଲି ଯାଉଥିବା ତାଙ୍କ ନଜରରେ ପଡ଼ିଥିଲା । ସେ ବାଘକୁ ଦେଖି ଥମ୍ ହୋଇଗଲେ । ପାଟିରୁ କଥା ବାହାରିଲାନି । ଭିତରୁ ତାଲା ପଡ଼ିଥିବା ଗେଟ୍ ଆଡକୁ ବାଘ ଚାଲିଲା । ଗେଟ୍ ପାଖରେ ଏକ ଚଉରା ମୂଳରେ ଅଟକି ବାଂଛାନିଧିଙ୍କ ଆଡକୁ କଟମଟ କରି ଚାହିଁଲା । ତାପରେ ଗେଟ୍ ପାଚେରୀ ଡେଇଁ ବାହାରକୁ ପଳାଇଲା ।
ବାଘ କବଳରୁ ନିଜକୁ ବଞ୍ଚାଇଥିବା ବାଂଛାନିଧି ପ୍ରକୃତିସ୍ଥ ହେଲା ପରେ ସହଯୋଗୀଙ୍କୁ ଡାକ ଛାଡ଼ିଲେ । ଘଟଣା ସମ୍ପର୍କରେ ସମସ୍ତଙ୍କୁ କହିଥିଲେ ହେଲେ କେହି ବିଶ୍ୱାସ କଲେନି । ଥଟ୍ଟାମଜ୍ଜାରେ ଉଡ଼ାଇ ଦେଲେ । ନିଜ ଆଖିରେ ବାଘକୁ ଦେଖିଥିବା ବାଂଛାନିଧି ନିରୁପାୟ ହୋଇଗଲେ । ଆଜି ସକାଳୁ ଉଠି ଅଫିସ୍ ରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ ପାଇଁ ଅଡ଼ି ବସିଲେ । ଶେଷରେ ସିସିଟିଭି ଯାଞ୍ଚ ହେଲା । ସେଥିରେ କଏଦ ହୋଇଥିବା ଭୟଙ୍କର ଦୃଶ୍ୟ ସମସ୍ତଙ୍କୁ ହତବାକ୍ କରିଦେଲା । ବାଂଛାନିଧି ଯାହା କହିଥିଲେ ଅକ୍ଷରେ ଅକ୍ଷରେ ସତ ବୋଲି ସିସିଟିଭି ଫୁଟେଜ୍ ରୁ ସ୍ପଷ୍ଟ ହୋଇଗଲା ।
ଗଣମାଧ୍ୟମରେ ଏହି ଖବର ସହ ସିସିଟିଭି ଦୃଶ୍ୟ ପ୍ରସାର ହେଲା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଆଖପାଖରେ ବାଘ କେଉଁଠି ଛପି ରହିଥିବା ଲୋକ ଆଶଙ୍କା କରୁଛନ୍ତି । ଖବର ପାଇ ପୁଲିସ ଓ ବନବିଭାଗ କର୍ମଚାରୀମାନେ ଛାନଭିନ୍ ଚଳାଇଛନ୍ତି । ବାଘର ସନ୍ଧାନ ମିଳିଲେ ତାକୁ ଟ୍ରାଙ୍କୁଲାଇଜର୍ ଦେବା ବ୍ୟବସ୍ଥା କରାଯିବ ବୋଲି ସିଟି ଡିଏଫଓ ଅଶୋକ ମିଶ୍ର କହିଛନ୍ତି । ତେବେ ଲୋକମାନେ ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି । ବାଘଟି କୁଆଡୁ କେମିତି ସହର ଭିତରକୁ ଆସିଲା କେହି ବୁଝିପାରୁନାହାନ୍ତି । ସମଗ୍ର ରାଜଧାନୀରେ ଏହା ଆଲୋଡ଼ନ ସୃଷ୍ଟି କରିଛି ।
Previous Post

ନିରଞ୍ଜନଙ୍କ କ୍ଷମତା ଅଙ୍କ

Next Post

ପ୍ରଫୁଲ୍ଲ ମଲ୍ଲିକ, ରବି ପାଣିଙ୍କୁ ଡବଲ୍ ଦାୟିତ୍ୱ

Next Post
ପ୍ରଫୁଲ୍ଲ ମଲ୍ଲିକ, ରବି ପାଣିଙ୍କୁ  ଡବଲ୍ ଦାୟିତ୍ୱ

ପ୍ରଫୁଲ୍ଲ ମଲ୍ଲିକ, ରବି ପାଣିଙ୍କୁ ଡବଲ୍ ଦାୟିତ୍ୱ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA