Monday, May 25, 2026 08:10 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରତ୍ନଭଣ୍ଡାର ଚାବି ମିଳିଲା, ରହସ୍ୟ ବଢ଼ିଲା

by Our Correspondent
13 Jun, 2018- 11:35 PM
in Latest News, News
1 min read
0
ରତ୍ନଭଣ୍ଡାର ଚାବି ମିଳିଲା, ରହସ୍ୟ ବଢ଼ିଲା

ଭୁବନେଶ୍ୱର: ମିଳିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି । ଅର୍ଜିନାଲ୍ ନୁହଁ ଡୁପ୍ଲିକେଟ୍ ଚାବି । ଜିଲ୍ଲା ରେକର୍ଡ ରୁମ୍ ଲକରରେ ଏକ ଜଉମୁଦା ଲଫାପାରୁ ଏହି ଡୁପ୍ଲିକେଟ୍ ଚାବିର ସନ୍ଧାନ ମିଳିଥିବା ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ୍ ସୂଚନା ଦେଇଛନ୍ତି । ତାଙ୍କ କହିବାନୁଯାୟୀ, ରେକର୍ଡ ରୁମ୍ ଲକରରେ ଏକ ଜଉମୁଦା ଲଫାପା ଥିଲା । ଯାହାର ଉପରେ ଲେଖାଥିଲା ‘ରତ୍ନଭଣ୍ଡାର ଡୁପ୍ଲିକେଟ୍ ଚାବି’ । ଚାବି ଖୋଜିବାକୁ ଦୁଇଟି ଟିମ୍ ଗଠନ ହୋଇଥିଲା । ଗତ ୫ ଦିନ ଧରି ଦୁଇଟି ଟିମ୍ ଚାବି ଖୋଜୁଥିଲେ । ଖୋଜୁ ଖୋଜୁ କିଛି ଚାବି ଥିବା ଲଫାପାକୁ ଆଜି ପାଇଲେ ।

ତେବେ ରତ୍ନଭଣ୍ଡାର ଚାବି ମିଳିଥିବା ଜିଲ୍ଲାପାଳ ଦାବି କରିବା ପରେ ରହସ୍ୟ ଆହୁରି ଘନୀଭୂତ ହୋଇଛି । ରାଜ୍ୟ ସରକାରଙ୍କ ରେକର୍ଡ ମାନୁଆଲ୍ ଅନୁଯାୟୀ, ରେକର୍ଡ ରୁମ୍ ଲକରରେ କେବଳ ରେକର୍ଡ ରହିବା କଥା । ସେଠି ଚାବି ରହିବାର ବ୍ୟବସ୍ଥା ନାହିଁ । ଜିଲ୍ଲା ଟ୍ରେଜେରୀରେ ରତ୍ନଭଣ୍ଡାର ଚାବି ରହିବା କଥା । ତେଣୁ ରେକର୍ଡ ରୁମ୍ ଲକରକୁ ରତ୍ନଭଣ୍ଡାର ଚାବି ଆସିଲା କେମିତି ?
ରତ୍ନଭଣ୍ଡାରର ଡୁପ୍ଲିକେଟ୍(ନକଲି) ଚାବି କଥା କେହି ଶୁଣିନାହାନ୍ତି କି ଜଗନ୍ନାଥ ମନ୍ଦିର ଆଇନରେ ସେଭଳି ବ୍ୟବସ୍ଥା ନାହିଁ । ରତ୍ନଭଣ୍ଡାରର ଚାବି ଗୋଟିଏ । ସେଠି ଅର୍ଜିନାଲ୍ କି ଡୁପ୍ଲିକେଟ୍ ର ପ୍ରଶ୍ନ ଉଠୁନି । ସୁତରାଂ ଡୁପ୍ଲିକେଟ୍ ଚାବି କନସେପ୍ଟ ଆସିଲା କେଉଁଠୁ ବୋଲି ପ୍ରଶ୍ନ ଉଠିଛି ।
ଜିଲ୍ଲାପାଳ କହୁଛନ୍ତି ରେକର୍ଡ ରୁମ୍ ଲକରରୁ ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ମିଳିଛି । ମାତ୍ର ଏହି ଚାବିଟି ରତ୍ନଭଣ୍ଡାରର ବୋଲି ସେ ନିଶ୍ଚିତ ହୋଇଗଲେ କେମିତି ? ଜିଲ୍ଲାପାଳ ସେଭଳି ଚାବିକୁ ଆଗରୁ ଦେଖି ନ ଥିଲେ କି ଜାଣି ନ ଥିଲେ । ଏକ ଲଫାପା ଭିତରୁ ସନ୍ଧାନ ହୋଇଥିବା ଚାବିଟି ରତ୍ନଭଣ୍ଡାରର ବୋଲି ସେ ଆଖିବୁଜି ଦାବି କରୁଛନ୍ତି କେମିତି ?
ପୁରୀ ଦଇତାପତି ନିଯୋଗର ସହ ସମ୍ପାଦକ ବିନାୟକ ଦାସମହାପାତ୍ର ଜିଲ୍ଲାପାଳଙ୍କ ଦାବିକୁ ବିଶ୍ୱାସ କରିନାହାନ୍ତି । ଚାବି ତ ଚାବି, ଡୁପ୍ଲିକେଟ୍ ଚାବି କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି । କଂଗ୍ରେସ ଓ ବିଜେପି ମଧ୍ୟ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି । କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ଜିଲ୍ଲାପାଳ ବିଭ୍ରାନ୍ତ କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ।
Previous Post

ନିରଞ୍ଜନଙ୍କ ଟିକେଟ ଫର୍ମୂଲା; ଭୁବନେଶ୍ୱରରେ ବସିଲେ ଟିକେଟ ମିଳିବନି

Next Post

ବେଲଗାମ୍ ଆଇ ଆଣ୍ଡ ପିଆର: ମନ୍ତ୍ରୀଙ୍କୁ ନିର୍ଦ୍ଦେଶକଙ୍କ ଖାତିର ନାହିଁ

Next Post
ବେଲଗାମ୍ ଆଇ ଆଣ୍ଡ ପିଆର: ମନ୍ତ୍ରୀଙ୍କୁ ନିର୍ଦ୍ଦେଶକଙ୍କ ଖାତିର ନାହିଁ

ବେଲଗାମ୍ ଆଇ ଆଣ୍ଡ ପିଆର: ମନ୍ତ୍ରୀଙ୍କୁ ନିର୍ଦ୍ଦେଶକଙ୍କ ଖାତିର ନାହିଁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA