Monday, May 25, 2026 06:33 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରତ୍ନଭଣ୍ଡାର ଯାଞ୍ଚ ଶେଷ ; ବହୁ ଆଡ଼ମ୍ବରେ ଲଘୁକ୍ରିୟା !

by Our Correspondent
04 Apr, 2018- 05:05 PM
in Latest News, News
1 min read
0
ରତ୍ନଭଣ୍ଡାର ଯାଞ୍ଚ ଶେଷ ; ବହୁ ଆଡ଼ମ୍ବରେ ଲଘୁକ୍ରିୟା !
ପୁରୀ: ବହୁ ଉତ୍କଣ୍ଠିତ ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । ୧୫ ଜଣିଆ ଯାଞ୍ଚକାରୀ ଦଳ ବାହାର ଦୁଇଟି ଭଣ୍ଡାର ଯାଞ୍ଚ କରିଥିଲେ । ହେଲେ ଭିତର ଭଣ୍ଡାରକୁ ଯାଇନାହାନ୍ତି । ବାହାର ଭଣ୍ଡାରରୁ ଜାଲି ଦ୍ୱାର ବାଟେ ସର୍ଚ୍ଚ ଲାଇଟ୍ ପକାଇ ଭିତର ଭଣ୍ଡାରର ଚଟାଣ, କାନ୍ଥ ଓ ଛାତ ଅନୁଧ୍ୟାନ କରିଥିଲେ । ଭିତର ଭଣ୍ଡାର ଘର ଅଳନ୍ଧୁ, ମଇଳା ଆବର୍ଜନାରେ ଭର୍ତ୍ତି ହେବା ଛଡ଼ା ଆଉ କିଛି କ୍ଷତି ହୋଇ ନ ଥିବା କୁହାଯାଇଛି । ତେବେ ବାହାର ଭଣ୍ଡାର ଘରେ ଛାତ ଫାଟି ପାଣି ଗଳୁଛି । କାନ୍ଥଗୁଡ଼ିକ ଓଦାଳିଆ ରହିଛି ।
୪୫ ମିନିଟ୍ ର ଯାଞ୍ଚ ପ୍ରକ୍ରିୟାରୁ କେବଳ ୨୫ ମିନିଟ୍ ଯାଇଥିଲା ପ୍ରାଥମିକ ପ୍ରସ୍ତୁତିରେ । ଭଣ୍ଡାର ଘରର ପ୍ରକୃତ ଯାଞ୍ଚ ପ୍ରକ୍ରିୟା ୧୫ ରୁ ୨୦ ମିନିଟ୍ ଭିତରେ ସରିଥିବା ଜଣାପଡ଼ିଛି । ପ୍ରଥମେ ୧୦ ଜଣିଆ ଟିମ୍ ଯାଞ୍ଚ କରିବାକୁ ଯିବେ ବୋଲି ନିଷ୍ପତ୍ତି ହୋଇଥିଲା । ମାତ୍ର ସଂଶୋଧିତ ତାଲିକାରେ ରହିଥିଲେ ୧୭ ଜଣ ସଭ୍ୟ । ମାତ୍ର ଭିତରକୁ ଗଲାବେଳେ ୧୫ ଜଣ ସଦସ୍ୟ ଯାଇଥିଲେ । ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ ଏବଂ ଏଏସଆଇ ସଦସ୍ୟ ଇଂଜିନିୟର ତପନ ଭଟ୍ଟାଚାର୍ଯ୍ୟ ଶେଷମୁହୁର୍ତ୍ତରେ ଭିତରକୁ ଯାଇ ନ ଥିଲେ । ସଦସ୍ୟମାନଙ୍କ ଆବଶ୍ୟକ ଯାଞ୍ଚ ଶେଷ ହେବା ପରେ ଦିନ ୨ଟା ୩୦ ମିନିଟ୍ ବେଳେ  ବେହରଣ ଦ୍ୱାର ଦେଇ ସମସ୍ତେ ଜଗମୋହନ ମନ୍ଦିରରେ ପ୍ରବେଶ କରିଥିଲେ । ଗଜପତିଙ୍କ ପ୍ରତିନିଧି, ନୀତି ପ୍ରଶାସକ ଏବଂ ଭଣ୍ଡାର ମେକାପ ରତ୍ନଭଣ୍ଡାର ଘରର ତାଲା ଖୋଲିଥିଲେ । ବାହାର ଭଣ୍ଡାର ପ୍ରବେଶ କରୁ କରୁ କୋର୍ କମିଟି ମୁଖ୍ୟ ପ୍ରଫେସର ଜି.ସି.ମିତ୍ର ଝୁଣ୍ଟେଇ ତଳେ ପଡ଼ିଯାଇଥିଲେ । ତାଙ୍କ ଗୋଡ଼ରୁ ରକ୍ତ ବାହାରିଥିଲା ।
ଯାଞ୍ଚକାରୀ ଦଳ ବାହାରର ଦୁଇଟି ଭଣ୍ଡାରରେ ପଶି କାନ୍ଥ, ଚଟାଣ ଓ ଛାତ ଅନୁଧ୍ୟାନ କରିଥିଲେ । ତେବେ ଭିତର ଭଣ୍ଡାରକୁ ଯାଇ ନ ଥିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କହିବାନୁଯାୟୀ, ସେଠାରେ ଏକ ଜାଲି କାନ୍ଥ ଦେଇ ଭିତର ଭଣ୍ଡାରକୁ ସମ୍ପୂର୍ଣ୍ଣ ଦେଖି ହେଉଥିଲା । ତେଣୁ ସେଠାକୁ ଯିବାର ଆବଶ୍ୟକତା ଅନୁଭବ କଲେନି ଯାଞ୍ଚକାରୀ ଦଳ । ତେବେ ମୁଖ୍ୟ ପ୍ରଶାସକଙ୍କ ଏହି ସଫେଇକୁ ଅନେକ ଗ୍ରହଣ କରିନାହାନ୍ତି । ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟାକୁ ବହୁ ଆଡ଼ମ୍ବରେ ଲଘୁକ୍ରିୟା ବୋଲି ସେମାନେ ଅଭିହିତ କରିଛନ୍ତି ।
ସୂଚନାଯୋଗ୍ୟ ଯେ ଏଥିପୂର୍ବରୁ ୧୯୭୮ ମସିହାରେ ରତ୍ନଭଣ୍ଡାରର ଯାଞ୍ଚ ହୋଇଥିଲା । ସେଥିରେ ଭିତର ଭଣ୍ଡାରରେ ୫୯୮ ପ୍ରକାର ଦୁର୍ଲଭ ଅଳଙ୍କାର ଥିବା ଦର୍ଶାଯାଇଥିଲା ବେଳେ ବାହାର ଭଣ୍ଡାରରେ ୩୧ ପ୍ରକାରର ଅଳଙ୍କାର ଥିବା ଦର୍ଶାଯାଇଥିଲା । ଆଜି ଯାଞ୍ଚ ବେଳେ ସମସ୍ତଙ୍କ ନଜର ଥିଲା ଭିତର ଭଣ୍ଡାର ଉପରେ । ମାତ୍ର ଯାଞ୍ଚକାରୀ ଦଳ ଭିତର ଭଣ୍ଡାର ନ ଯାଇ କାମ ଚଳାଇଦେବା ପଛରେ କି ରହସ୍ୟ ରହିଛି ତାହା ଏବେ ଚର୍ଚ୍ଚାରେ ।
Previous Post

କି କରିତକର୍ମା! ଆସୁ ଆସୁ ସାଢ଼େ ୬ ଲକ୍ଷ

Next Post

ବିଜେଡ଼ିର ବାଜିମାତ୍: ଅତାବିରାରେ ବିଜେପି ସଫା, ହିନ୍ଦୋଳରେ ଗୋଟିଏ

Next Post
ବିଜେଡ଼ିର ବାଜିମାତ୍: ଅତାବିରାରେ ବିଜେପି ସଫା, ହିନ୍ଦୋଳରେ ଗୋଟିଏ

ବିଜେଡ଼ିର ବାଜିମାତ୍: ଅତାବିରାରେ ବିଜେପି ସଫା, ହିନ୍ଦୋଳରେ ଗୋଟିଏ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA