Monday, May 25, 2026 05:38 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କି କରିତକର୍ମା! ଆସୁ ଆସୁ ସାଢ଼େ ୬ ଲକ୍ଷ

by Our Correspondent
04 Apr, 2018- 01:14 PM
in Latest News, News
1 min read
0
କି କରିତକର୍ମା! ଆସୁ ଆସୁ ସାଢ଼େ ୬ ଲକ୍ଷ
ଭୁବନେଶ୍ୱର: ସମସ୍ତଙ୍କ ଆଖିରେ ପୁଟୁଳା ବାନ୍ଧି ସରକାରୀ ଅର୍ଥକୁ ଲୁଟିନେବାକୁ ଉଦ୍ୟମ କରିଛନ୍ତି ଜଣେ ତଥାକଥିତ ନାମୀ ସାମ୍ବାଦିକ । ଏକ ଇଂରାଜୀ ୱେବ ପୋର୍ଟାଲ୍ ଚଳାଉଥିବା ଏହି ସାମ୍ବାଦିକ ନିଜ ପୋର୍ଟାଲ୍ ରେ ମନକୁ ମନ ସରକାରୀ ବିଜ୍ଞାପନ ବସାଇ ମୋଟା ପାଉଣା ଦାବି କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ସଂପୃକ୍ତ ସାମ୍ବାଦିକଙ୍କ ପୈଠ ବିଲ୍ ର ପେମେଣ୍ଟ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ବ୍ୟଗ୍ର ହୋଇପଡ଼ିଛନ୍ତି । ସରକାରୀ ନିୟମ କାନୁନକୁ ସେ ଆଖିବୁଜି ଦେଇଛନ୍ତି । ଏ ସମ୍ପର୍କିତ ଫାଇଲ୍ ପ୍ରସ୍ତୁତ ପାଇଁ ତଳିଆ ଅଧିକାରୀଙ୍କୁ ମୌଖିକ ନିର୍ଦ୍ଦେଶ ଦେଇସାରିଲେଣି । ଘଟଣାଟି ଜଣାପଡ଼ିବା ପରେ ସାମ୍ବାଦିକମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।
ସଂପୃକ୍ତ ଇଂରାଜୀ ୱେବପୋର୍ଟାଲ୍ ଟି ସରକାରୀ ବିଜ୍ଞାପନ ପାଇବା ପାଇଁ ମନୋନୀତ ହେବାର ସପ୍ତାହେ ହୋଇନି । ୱେବପୋର୍ଟାଲକୁ ବିଜ୍ଞାପନ ବଣ୍ଟନ ପାଇଁ ସରକାର ନୀତି ଚୂଡ଼ାନ୍ତ ହେବାର ଦି ଦିନ ବି ପୂରିନି । ମାତ୍ର ୱେବପୋର୍ଟାଲ୍ ମାଲିକ ଗତକାଲି(୩ ତାରିଖ) ସୂଚନା ଓ ଲୋକସମ୍ପର୍କ ବିଭାଗରେ ସାଢ଼େ ୬ ଲକ୍ଷ ଟଙ୍କାର ବିଲ୍ ଦାଖଲ କରିଛନ୍ତି । ବିନା ଆଡଭଜାଇମେଣ୍ଟ ରିଲିଜ୍ ଅର୍ଡରରେ ଏହି ବିଲ୍ ଦାଖଲ ହୋଇଛି । ଅତି ସାଧାରଣ କଥାଟି ହେଉଛି, ଯେ କୌଣସି ଖବରକାଗଜ କି ଟିଭି ସଂସ୍ଥା ବିଜ୍ଞାପନ ଛାପିବା ପାଇଁ ରିଲିଜ୍ ଅର୍ଡର ରଖିବା ଆଇନତଃ ବାଧ୍ୟତାମୂଳକ । ସରକାରୀ କ୍ଷେତ୍ରରେ ଏହା ସୁନିଶ୍ଚିତ କରାଇବା ଶତପ୍ରତିଶତ ବାଧ୍ୟ । ରିଲିଜ୍ ଅର୍ଡର ସାଥୀରେ ବିଲ୍ ଦେଲେ ଯାଇ ପେମେଣ୍ଟ ମିଳେ । ମାତ୍ର ବିନା ଖାତା ଖତିଆନରେ ନିର୍ଦ୍ଦିଷ୍ଟ ଇଂରାଜୀ ୱେବ ପୋର୍ଟାଲ୍ ମାଲିକ ସାଢ଼େ ୬ ଲକ୍ଷ ଟଙ୍କାର ବିଲ୍ ପୈଠ କରିବା ସମସ୍ତଙ୍କୁ ଖାଲି ବିସ୍ମିତ କରିନି ବରଂ ଏହା ଫ୍ରଡ୍ ବୋଲି କୁହାଯାଉଛି ।
ସରକାର ସଂପୃକ୍ତ ଇଂରାଜୀ ୱେବପୋର୍ଟାଲ୍ କୁ ବିଜ୍ଞାପନ ଦେବାକୁ ମନୋନୀତ କରିଥିବା ସତ୍ୟ । ଏକଥା ବି ସତ ଯେ ସରକାର ୱେବ ବିଜ୍ଞାପନ ବଣ୍ଟନ ନୀତିର ବିଜ୍ଞପ୍ତି ପ୍ରକାଶ କରିଛନ୍ତି ୨ ତାରିଖରେ । ଅର୍ଥାତ୍ ବିଜ୍ଞପ୍ତି ପ୍ରକାଶନର ଦିନକ ପରେ ଦାଖଲ ହୋଇଛି ସାତ ଦିନର ବିଜ୍ଞାପନ ବାବଦରେ ସାଢ଼େ ୬ ଲକ୍ଷ ଟଙ୍କାର ବିଲ୍ । ସେଥିରେ ରହିଛି ଉତ୍କଳ ଦିବସ, କଳାହାଣ୍ଡି ମେଡ଼ିକାଲ କଲେଜ ଚୁକ୍ତି, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କଟକରେ ପୋଲ ଉଦଘାଟନର ସରକାରୀ ବିଜ୍ଞାପନ । ସେହି ବିଜ୍ଞାପନ ବସାଇବା ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ତାଙ୍କୁ ରିଲିଜ୍ ଅର୍ଡର ଦେଇନାହିଁ । ଅର୍ଥାତ ମନକୁ ମନ ନିଜ ୱେବପୋର୍ଟାଲରେ ଏହିସବୁ ବିଜ୍ଞାପନ ବସାଇ ସରକାରଙ୍କଠାରୁ ମୂଲ ମାଗିଛନ୍ତି ସାମ୍ବାଦିକ । ସୂଚନା ଓ ଲୋକସମ୍ପର୍କ ବିଭୠର ଅନେକ କର୍ମଚାରୀଙ୍କୁ ଏହା ଯେତିକି କୌତୁହଳ କରୁଛି ସେତିକି ବିସ୍ମିତ କରୁଛି । ଉପରିସ୍ଥ ଅଧିକାରୀଙ୍କ ସହ ସଂପୃକ୍ତ ସାମ୍ବାଦିକଙ୍କ ଗଭୀର ବନ୍ଧନ ଥିବାରୁ ସେମାନଙ୍କ ପାଟି ବନ୍ଦ ହୋଇଯାଇଛି । ଖୋଦ୍ ନିର୍ଦ୍ଦେଶକ ଏହାକୁ ସ୍ୱୀକୃତ ଦେବାକୁ ଆଗେଇ ଆସିବା ସେମାନଙ୍କ ଅକଲ ଗୁଡ଼ୁମ୍ କରିଦେଇଛି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ଉପର ଅଧିକାରୀଙ୍କଠାରୁ ଆରମ୍ଭ କରି ତୃତୀୟ ମହଲା ଯାଏଁ ଏହି ନିର୍ଦ୍ଦିଷ୍ଟ ସାମ୍ବାଦିକଙ୍କ ମଧୁର ଚେର ଲମ୍ବିଥିବା ଚର୍ଚ୍ଚା ହେଉଛି । ଓଡ଼ିଆ ୱେବପୋର୍ଟାଲ୍ କୁ ରାଜ୍ୟ ସରକାର ଅଗ୍ରାଧିକାର ଦେବାକୁ ଘୋଷଣା କରିବା ପରେ ପ୍ରଥମରୁ ବିଜ୍ଞାପନ ନୀତି ପ୍ରଣୟନରେ ତାଙ୍କର କୁଆଡ଼େ ଦବଦବା ଥିଲା । କେବଳ ନିଜ ସଂସ୍ଥାକୁ ସରକାରୀ ଅନୁଗ୍ରହ କରାଇବା ଲକ୍ଷ୍ୟରେ ସେ ଅଫିସରଙ୍କୁ ମନେଇ ନିୟମ ପ୍ରଣୟନ କରିବାରେ ସଫଳ ହୋଇଥିବା କୁହାଯାଉଛି । ସେହି ନିର୍ଦ୍ଦିଷ୍ଟ ପୋର୍ଟାଲ୍ କୁ କୋଳେଇବା ପାଇଁ ସରକାରୀ ଅଫିସର ବି ବ୍ୟଗ୍ର ହୋଇପଡ଼ିଥିଲେ । ଏମିତି ବି ହେଲା, ନିଜେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ସେହି ଫାଇଲ୍ ଉପରେ ସମ୍ମତି ଦେବାକୁ ଅନିଚ୍ଛା ପ୍ରକାଶ କରିଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ପ୍ରଭାବଶାଳୀ ଅଫିସରଙ୍କ ଚାପ ଆଗରେ ନିରୁପାୟ ହୋଇଗଲେ । ଯେଉଁଥିପାଇଁ ଅନ୍ୟ ପ୍ରମୁଖ ଓଡ଼ିଆ ୱେବପୋର୍ଟାଲ୍ ସରକାରୀ ବିଜ୍ଞାପନ ଖାତାକୁ ଆସିପାରିନାହାନ୍ତି ।
ଏହି ନିର୍ଦ୍ଦିଷ୍ଟ ସାମ୍ବାଦିକଙ୍କ ପାଇଁ ସବୁ କିଛି ରିକ୍ସ ନେବାକୁ କିଛି ଅଫିସରଙ୍କ ବ୍ୟଗ୍ରତା ପଛର ରହସ୍ୟ କାହାରିକୁ ବୁଝାପଡ଼ୁନାହିଁ । ଏବେ ସେହି ସାମ୍ବାଦିକ ବିନା ରିଲିଜ୍ ଅର୍ଡରରେ ମନଇଚ୍ଛା ବିଜ୍ଞାପନ ବସାଇ ସରକାରଙ୍କଠାରୁ ସାଢ଼େ ୬ ଲକ୍ଷ ଟଙ୍କା ପକାଇବାର ଉଦ୍ୟମ ପଛରେ ବିଭାଗୀୟ ନିର୍ଦ୍ଦେଶକଙ୍କ ସମେତ ନିର୍ଦ୍ଦିଷ୍ଟ କିଛି ଉପର ଅଫିସରଙ୍କ ଆର୍ଶିବାଦ ଥିବା କୁହାଯାଉଛି । ସରକାର ଏଭଳି ଦୁର୍ନୀତିକୁ ପ୍ରଶୟ ନ ଦେଇ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି ।
Previous Post

ଧର୍ମେନ୍ଦ୍ର ନିରାଶ; ମାନସ ମହାନ୍ତି ସଂଗଠନ ମନ୍ତ୍ରୀ

Next Post

ରତ୍ନଭଣ୍ଡାର ଯାଞ୍ଚ ଶେଷ ; ବହୁ ଆଡ଼ମ୍ବରେ ଲଘୁକ୍ରିୟା !

Next Post
ରତ୍ନଭଣ୍ଡାର ଯାଞ୍ଚ ଶେଷ ; ବହୁ ଆଡ଼ମ୍ବରେ ଲଘୁକ୍ରିୟା !

ରତ୍ନଭଣ୍ଡାର ଯାଞ୍ଚ ଶେଷ ; ବହୁ ଆଡ଼ମ୍ବରେ ଲଘୁକ୍ରିୟା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA