Thursday, April 30, 2026 09:30 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ରଥଯାତ୍ରା ବନ୍ଦ ଠିକ୍ ନୁହେଁ, ସରକାର ପଦକ୍ଷେପ ନିଅନ୍ତୁ’

by Our Correspondent
21 Jun, 2020- 12:34 AM
in Latest News, News
1 min read
0
‘ରଥଯାତ୍ରା ବନ୍ଦ ଠିକ୍ ନୁହେଁ, ସରକାର ପଦକ୍ଷେପ ନିଅନ୍ତୁ’

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି

ଭୁବନେଶ୍ୱର: ଜଗତର ନାଥ ଜଗନ୍ନାଥ ଅବତାର ନୁହନ୍ତି, ଅବତାରୀ । ଭକ୍ତଙ୍କୁ ଆଶିର୍ବାଦ ଦେବାକୁ ମହାପ୍ରଭୁ ବର୍ଷରେ ଥରେ ବାହାରକୁ ଆସନ୍ତି । ପୁରୀ ହେଉଛି ଜଗନ୍ନାଥଙ୍କ ମୂଳପୀଠ । ସେଠାରେ ରଥଯାତ୍ରା ବନ୍ଦ ଠିକ୍ ନୁହେଁ । ଅତୀତରେ କୌଣସି ବିପର୍ଯ୍ୟୟ ଓ ମହାମାରୀ ବେଳେ ରଥଯାତ୍ରା ବନ୍ଦ ହୋଇନି । ରାଜ୍ୟର ଅନ୍ୟ ସ୍ଥାନରେ ରଥଯାତ୍ରା ବନ୍ଦ ହେଉ ପଛେ ମୂଳପୀଠ ପୁରୀରେ ବନ୍ଦ ନ ହେଉ । କୋଭିଡ୍ ନିୟମ ପାଳନ ସହ ରଥଯାତ୍ରାର ଆୟୋଜନ ହେଉ । ରଥଯାତ୍ରା ବନ୍ଦ ନିଷ୍ପତ୍ତିର ପୁନର୍ବିଚାର ପାଇଁ ରାଜ୍ୟ ସରକାର ସୁପ୍ରିମ୍ କୋର୍ଟ ଯାଆନ୍ତୁ ।
ଶ୍ରୀମନ୍ଦିର ପରିଚାଳନା କମିଟିର ସଭାପତି ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଶନିବାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏହି ଅନୁରୋଧ କରିଛନ୍ତି । ପରିଚାଳନା କମିଟି ବୈଠକ ଆଧାରରେ ଗଜପତି ଲେଖିଥିବା ଚିଠିରେ ପୁରାଣ ଓ ପରମ୍ପରାରେ ପୁରୀ ରଥଯାତ୍ରାର ଗୁରୁତ୍ୱ ଦର୍ଶାଇଛନ୍ତି । ଶ୍ରୀମନ୍ଦିର ଆଇନ ଓ ରେକର୍ଡସ ଅଫ୍ ରାଇଟ୍ସ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ।
ଗଜପତି ଲେଖିଛନ୍ତି ପୁରୀ ରଥଯାତ୍ରା ଇତିହାସ, ଧାର୍ମିକ ଭାବନା ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରେକର୍ଡସ୍ ଅଫ୍ ରାଇଟ୍ସ ଅନୁଯାୟୀ ପ୍ରତିବର୍ଷ ନିର୍ଦ୍ଦିଷ୍ଟ ତିଥିରେ ପରିଚାଳନା କମିଟି ରଥଯାତ୍ରା କରିବାକୁ ବାଧ୍ୟ । ଅତୀତରେ କୌଣସି ବିପର୍ଯ୍ୟୟ ଓ ମହାମାରୀ ବେଳେ ରଥଯାତ୍ରା ବନ୍ଦ ହୋଇନି । କେବଳ ମୋଗଲ ଆକ୍ରମଣ ବେଳେ ଅସମ୍ଭବ ପରିସ୍ଥିତିରେ ବନ୍ଦ ହୋଇଥିଲା । ସେ ସମୟରେ ମହାପ୍ରଭୁ ପାତାଳି ହେବାରୁ ରଥ ବନ୍ଦ ହୋଇଥିଲା । ତେଣୁ ବର୍ତ୍ତମାନ ସମୟରେ ରଥଯାତ୍ରା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ନିହାତି ଜରୁରୀ । ବିଶ୍ୱର ଅଗଣିତ ଭକ୍ତଙ୍କ ସ୍ୱାର୍ଥ ଦୃଷ୍ଟିରୁ ସରକାର ଏହାକୁ ବିଚାର କରନ୍ତୁ । ଏ ନେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କର ମତ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ଗଜପତି ।
ରଥଯାତ୍ରା ବନ୍ଦ ନ କରିବା ପାଇଁ ଶଙ୍କରାଚାର୍ଯ୍ୟ, ମନ୍ଦିର ପରିଚାଳନା କମିଟିର ମତ ଆଧାରରେ ମୁଖ୍ୟମନ୍ତ୍ରୀଙ୍କୁ ଗଜପତିଙ୍କର ଏହି ଚିଠି ଉପରେ ମୁଖ୍ୟମନ୍ତ୍ରୀ କି ପଦକ୍ଷେପ ନେବେ ତାହା ଏବେ ଅଗଣିତ ଜଗନ୍ନାଥପ୍ରେମୀଙ୍କ ଉତ୍କଣ୍ଠା ବଢ଼ାଇ ଦେଇଛି । ଆସନ୍ତା ୨୩ ତାରିଖରେ ରଥଯାତ୍ରା ପଡୁଥିବାରୁ ଆଉ ସମୟ ନାହିଁ ସତ ହେଲେ ସରକାର ଚାହିଁଲେ ସୁପ୍ରିମ୍ କୋର୍ଟରେ ସାନି ଆବେଦନ କରି ରଥଯାତ୍ରା ପାଇଁ ଅନୁମତି ଆଣିପାରିବେ ବୋଲି ଭକ୍ତମହଲରେ ବିଶ୍ୱାସ ଅଛି । ରଥ ନିର୍ମାଣ ସରିଥିବାରୁ କୋଭିଡ୍ ନିୟମ ପାଳନ ସହ ଦିନକରେ ରଥଯାତ୍ରାର ଆୟୋଜନ କରିପାରିବେ ବୋଲି ସେବାୟତମାନେ ମଧ୍ୟ ଭରସା ଦେଇଛନ୍ତି ।
ଗଜପତିଙ୍କର ଏହି ଚିଠି ସରକାରଙ୍କୁ ସଙ୍କଟରେ ପକାଇଥିବା କୁହାଯାଉଛି । ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତାହାକୁ ଅପେକ୍ଷା କରାଯାଇଛି । ଅନ୍ୟପକ୍ଷରେ ରଥଯାତ୍ରା ଭଳି ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଦୋମୁହାଁ ନୀତିକୁ ସବୁଆଡୁ ସମାଲୋଚନା କରାଯାଉଛି । କୋଭିଡ୍ ପାଇଁ ରଥଯାତ୍ରା କରିବାରେ ଅସୁବିଧା ଥିବା ମୂଳରୁ ସରକାର ସ୍ପଷ୍ଟ କରି ପାରିଥାଆନ୍ତେ । ମାତ୍ର ତାହା ନ କରି ରଥଯାତ୍ରା ପାଇଁ ଆନୁସଙ୍ଗିକ ବ୍ୟବସ୍ଥାରେ ରହିଲେ । ଶେଷରେ ସୁପ୍ରିମ୍ କୋର୍ଟରେ ହରିଶ୍ ସାଲଭେଙ୍କ ଭଳି ନାମୀ ଓକିଲଙ୍କ ଜରିଆରେ ମନ୍ଦିର ପରିଚାଳନା କମିଟି ନିଷ୍ପତ୍ତ ବିରୋଧରେ ଯାଇଥିବାରୁ ସରକାରଙ୍କ ଭୂମିକା ସନ୍ଦେହ ଘେରକୁ ଯାଇଛି ।
ତେବେ କୋଟି କୋଟି ଲୋକଙ୍କ ଭାବାବେଗ ସହିତ ଜଡ଼ିତ ମହାପ୍ରଭୁଙ୍କର ରଥଯାତ୍ରା ଉପରେ ଏବେ ସରକାର କି ପଦକ୍ଷେପ ନେଉଛନ୍ତି ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି ।
Previous Post

ବଢୁଛି କରୋନା ପ୍ରକୋପ; ଦିନକରେ ଗଂଜାମରୁ ୫୭, ଭୁବନେଶ୍ୱରରୁ ୧୯

Next Post

ଦିନକରେ ୨୧ ଜିଲ୍ଲାରୁ ୩୦୪ ପଜିଟିଭ୍, ୨ ମୃତ

Next Post
ଦିନକରେ ୨୧ ଜିଲ୍ଲାରୁ ୩୦୪ ପଜିଟିଭ୍, ୨ ମୃତ

ଦିନକରେ ୨୧ ଜିଲ୍ଲାରୁ ୩୦୪ ପଜିଟିଭ୍, ୨ ମୃତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA