Wednesday, September 23, 2026 04:15 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରଥଯାତ୍ରା ବାଟ ଫିଟିଲା

by Our Correspondent
30 May, 2020- 04:01 PM
in Latest News, News
1 min read
0
ରଥଯାତ୍ରା ବାଟ ଫିଟିଲା

– ବିନା ଭକ୍ତରେ ହୋଇପାରିବ ସ୍ନାନଯାତ୍ରା, ରଥଯାତ୍ରା
– ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି
– ସ୍ନାନଯାତ୍ରା ସମୟ ନିର୍ଘଣ୍ଟକୁ ଅନୁମୋଦନ

ଭୁବନେଶ୍ୱର: ଶ୍ରୀମନ୍ଦିର ପରମ୍ପରା ରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା । ସେହିଭଳି ସରକାରଙ୍କ କୋଭିଡ୍ ନିୟମକୁ ବି ଅମାନ୍ୟ କରାଯାଇପାରିବ ନାହିଁ । ଏହି ଦୃଷ୍ଟିରୁ ବଡ଼ଦାଣ୍ଡରେ ଜନ ସମାଗମକୁ ଏଡାଇ ରଥଯାତ୍ରା ସମ୍ପନ୍ନ କରାଯାଇପାରିବ । ସରକାର ଅନୁମତି ଦେଲେ ବିନା ଭକ୍ତରେ ରଥଯାତ୍ରା କରିବାରେ କିଛି ଅସୁବିଧା ନାହିଁ । ବିନା ଭକ୍ତରେ ସ୍ନାନଯାତ୍ରା ବି କରାଯିବ ।
ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିର୍ଣ୍ଣୟ ହୋଇଛି । ବୈଠକ ଶେଷରେ ପରିଚାଳନା କମିଟି ସଭାପତି ପୁରୀ ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ଏହି ସୂଚନା ଦେଇଛନ୍ତି ।
ଗଜପତି କହିଛନ୍ତି, ବିଧି ଅନୁସାରେ ରଥଯାତ୍ରା କରିବାକୁ ପରିଚାଳନା କମିଟିର ମତ ଆସିଲା । ୮/୧୦ ଲକ୍ଷ ଲୋକ ଏକାଠି ହେଲେ କରୋନା ପରିସ୍ଥିତି ବିଗିଡ଼ିବାର ଆଶଙ୍କା ଥିବାରୁ ରଥଯାତ୍ରାରେ ସାଧାରଣ ଭକ୍ତଙ୍କ ଯୋଗଦାନ ଅନୁଚିତ । ତେଣୁ ଭକ୍ତଙ୍କ ବିନା ସମାଗମରେ ରଥଯାତ୍ରା ସମ୍ପନ୍ନ କରିବାକୁ କୁହାଗଲା । ଦାୟିତ୍ୱରେ ଥିବା ଅଧିକାରୀ, ପୁଲିସ ଓ ସେବାୟତଙ୍କ ଦ୍ୱାରା ରଥଯାତ୍ରା କରିବାରେ ଅସୁବିଧା ନାହିଁ । ରାଜ୍ୟ ସରକାର ଅନୁମତି ଦେଲେ ରଥଯାତ୍ରା ହୋଇପାରିବ ।
ସେହିଭଳି ସ୍ନାନଯାତ୍ରା ବିଧିବିଧାନ ଅନୁସାରେ କରାଯିବ । ସ୍ନାନଯାତ୍ରା ଶ୍ରୀମନ୍ଦିର ପରିସରରେ ହେଉଥିବାରୁ ସ୍ନାନଯାତ୍ରା ହେବ । ସୀମିତ ସେବକଙ୍କୁ ନେଇ ସ୍ନାନଯାତ୍ରା କରାଯିବାକୁ ଛତିଶା ନିଯୋଗର ନିଷ୍ପତ୍ତିକୁ ଗ୍ରହଣ କରାଯିବ । ତେବେ ଭକ୍ତ ସମାଗମ ବନ୍ଦ ଯୋଗୁଁ ସାହାଣାମେଲା ଦର୍ଶନ ବନ୍ଦ ରହିବ । ସ୍ନାନଯାତ୍ରାରେ କୋଭିଡ୍ ନିୟମକୁ ସେବକମାନେ ପାଳନ କରିବେ । ସ୍ନାନଯାତ୍ରା ସିଧା ପ୍ରସାରଣ ଦାୟିତ୍ୱ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଦିଆଯାଇଛି । ସାରା ଦୁନିଆର ଲୋକ ଏହାକୁ ଟିଭିରେ ଯେମିତି ଦେଖିପାରିବେ ସେମାନେ ତାହାର ବ୍ୟବସ୍ଥା କରିବେ ।
ଗଜପତି ସ୍ପଷ୍ଟ କରିଛନ୍ତି ଯେ କରୋନା କଟକଣା ଦୃଷ୍ଟିରୁ କୌଣସି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲା ଯାଇପାରିବ ନାହିଁ । ସାଧାରଣ ଭକ୍ତଙ୍କ ପାଇଁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହିବ । କାରଣ ଶ୍ରୀମନ୍ଦିର ଖୋଲିଲେ ଅସମ୍ଭବ ଭିଡ଼ ହେବ ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାରଙ୍କ ସମେତ ପରିଚାଳନା କମିଟିର ସମସ୍ତ ସଦସ୍ୟ ବୈଠକରେ ଉପସ୍ଥିତ ଥିଲେ ।
Previous Post

ପୁରୀକୁ ଗଡ଼ିବନି ଟ୍ରେନ୍

Next Post

ଆଉ ନୁହେଁ ଲକ୍ ଡାଉନ୍, ତିନୋଟି ପର୍ଯ୍ୟାୟରେ ହଟିଯିବ

Next Post
ଆଉ ନୁହେଁ ଲକ୍ ଡାଉନ୍, ତିନୋଟି ପର୍ଯ୍ୟାୟରେ ହଟିଯିବ

ଆଉ ନୁହେଁ ଲକ୍ ଡାଉନ୍, ତିନୋଟି ପର୍ଯ୍ୟାୟରେ ହଟିଯିବ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA