Thursday, April 30, 2026 11:16 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆଉ ନୁହେଁ ଲକ୍ ଡାଉନ୍, ତିନୋଟି ପର୍ଯ୍ୟାୟରେ ହଟିଯିବ

by Our Correspondent
30 May, 2020- 09:38 PM
in Latest News, News
1 min read
0
ଆଉ ନୁହେଁ ଲକ୍ ଡାଉନ୍, ତିନୋଟି ପର୍ଯ୍ୟାୟରେ ହଟିଯିବ

– କଣ୍ଟେନମେଣ୍ଟ ଜୋନ୍ ଛଡ଼ା ଅନ୍ୟଠି ରହିବନି ଲକ୍ ଡାଉନ୍
– ପର୍ଯ୍ୟାୟକ୍ରମେ କଟକଣା ହଟାଇବାକୁ କେନ୍ଦ୍ରର ନିଷ୍ପତ୍ତି
– ସ୍କୁଲ, କଲେଜ ଖୋଲିବା ନିଷ୍ପତ୍ତି ଜୁଲାଇରେ

ଭୁୁବନେଶ୍ୱର: ଦେଶରୁ କରୋନା ଯାଇ ନ ଥିଲେ ମଧ୍ୟ ସାଧାରଣ ଜୀବନଯାତ୍ରା ଫେରାଇ ଆଣିବାକୁ ବାଧ୍ୟ ହୋଇଛନ୍ତି କେନ୍ଦ୍ର ସରକାର । ଦୀର୍ଘ ଅଢ଼େଇ ମାସର ଲକ୍ ଡାଉନ୍ କଟକଣାରୁ ମୁକ୍ତି ପାଇବେ ଦେଶବାସୀ । ମାତ୍ର କିଛି କ୍ଷେତ୍ରରେ କଟକଣା ଲାଗୁ ରହିବ । କଣ୍ଟେନମେଣ୍ଟ ଜୋନ୍ କୁ ଛାଡ଼ିଦେଲେ ଅନ୍ୟ ସବୁ ଜାଗାରୁ ପର୍ଯ୍ୟାୟକ୍ରମେ କଟକଣା ହଟାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । କଣ୍ଟେନମେଣ୍ଟ୍ ଜୋନ୍ ରେ ମାସକ ପାଇଁ ଲକ୍ ଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ଅନୁଯାୟୀ, ଆସନ୍ତା ଜୁନ୍ ମାସରୁ ଅନ୍ ଲକ୍-୧ ଆରମ୍ଭ ହେବ । ତିନୋଟି ପର୍ଯ୍ୟାୟରେ କଟକଣା ହଟାଯିବ ।
ପ୍ରଥମ ଦଫାରେ ଲୋକଙ୍କ ଯାତାୟତ କଟକଣାମୁକ୍ତ କରାଯାଇଛି । ରାଜ୍ୟ ଭିତରେ ହେଉ କି ରାଜ୍ୟ ବାହାରକୁ ଲୋକମାନେ ବିନା କଟକଣାରେ ଯାଇପାରିବେ । ମାଲ ପରିବହନକୁ ବି କଟକଣାମୁକ୍ତ କରାଯାଇଛି । ପୂର୍ବପରି ରାତ୍ରୀକାଳୀନ କର୍ଫ୍ୟୁ ବଳତ୍ତର ରଖିବାକୁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଏହାର ଅବଧି କମାଇ ଦିଆଯାଇଛି । ଏବେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହେବ ।
ଜୁନ୍ ୮ରୁ ଧାର୍ମିକ ସ୍ଥଳ, ହୋଟେଲ, ରେଷ୍ଟୁରାଣ୍ଟ , ସପିଂ ମଲ୍ ଆଦି ଖୋଲା ରହିବ । ତେବେ ଲୋକଙ୍କୁ କୋଭିଡ୍ ଗାଇଡଲାଇନ୍ ମାନିବାକୁ ପଡ଼ିବ । ଏଥିଲାଗି କୋଭିଡ୍ ଜାତୀୟ ମାର୍ଗଦର୍ଶିକା ଜାରି କରାଯାଇଛି । ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ଜରୁରୀ । ଯେଉଁଠାକୁ ଯିବେ ୬ ଫୁଟ୍ ସାମାଜିକ ଦୂରତା ପାଳନ କରିବେ । ୫ରୁ ଅଧିକ ଲୋକ ଏକାଠି ହୋଇ ମନ୍ଦିର କି ମଲ୍ କୁ ଯାଇପାରିବେ ନାହିଁ । ବାହାରେ ଛେପ ପକାଇଲେ ଜରିମାନା ଦେବାକୁ ପଡ଼ିବ । ସର୍ବସାଧାରଣ ଜାଗାରେ ମଦ, ପାନ, ଗୁଟକା ଖାଇପାରିବେ ନାହିଁ ।
ଅନ୍ତର୍ଜାତୀୟ ବିମାନ ଉଡ଼ାଣ, ମେଟ୍ରୋ ରେଳ ସେବାକୁ ଅନୁମତି ଦିଆଯାଇନାହିଁ । ସିନେମା ହଲ୍, ଜିମାନିସିୟମ୍, ସୁଇମିଂ ପୁଲ୍, ମନୋରଂଜନ ପାର୍କ, ବାର୍ ଅଡିଟୋରିୟମ୍ ମଧ୍ୟ ପୂର୍ବପରି ବନ୍ଦ ରହିବ । ସାମାଜିକ, ସାଂସ୍କୃତିକ ଉତ୍ସବ, ବଡ଼ ସମାବେଶ ମଧ୍ୟ ପୂର୍ବପରି ବନ୍ଦ ରହିବ । ବିବାହ ଉତ୍ସବ ପାଇଁ ୫୦ ରୁ ଅଧିକ ଲୋକଙ୍କ ସମାଗମ ହୋଇପାରିବ ନାହିଁ । ସକ୍ରାରରେ ୨୦ ରୁ ଅଧିକ ଲୋକ ଯୋଗ ଦେଇପାରିବେନି ।
ଜୁନ୍ ୩୦ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ଖୋଲିବା ଉପରେ କଟକଣା ରହିଥିଲେ ମଧ୍ୟ ରାଜ୍ୟ ସରକାରମାନଙ୍କ ଉପରେ ନିଷ୍ପତ୍ତି ଛଡ଼ାଯାଇଛି ।
Previous Post

ରଥଯାତ୍ରା ବାଟ ଫିଟିଲା

Next Post

ଗର୍ବରେ ଗାଇଲେ ବନ୍ଦେ ଉତ୍କଳ ଜନନୀ

Next Post
ଗର୍ବରେ ଗାଇଲେ ବନ୍ଦେ ଉତ୍କଳ ଜନନୀ

ଗର୍ବରେ ଗାଇଲେ ବନ୍ଦେ ଉତ୍କଳ ଜନନୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA