Wednesday, April 29, 2026 03:50 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରବିଶ କୁମାରଙ୍କୁ ରମଣ ମାଗାସେସ ଆୱାର୍ଡ

by Our Correspondent
02 Aug, 2019- 06:48 PM
in Latest News, National, News
1 min read
0
ରବିଶ କୁମାରଙ୍କୁ ରମଣ ମାଗାସେସ ଆୱାର୍ଡ
ନୂଆଦିଲ୍ଲୀ: ଯେତେବେଳେ ଦେଶର ପ୍ରମୁଖ ଗଣମାଧ୍ୟମ ସରକାରୀ ଚାଟୁକାର ପ୍ରତିଯୋଗିତାରେ ମାତିଥିଲେ ସେତେବେଳେ ନିଜ ନୀତି ଓ ଆଦର୍ଶରୁ ତିଳେ ମାତ୍ର ହଲି ନ ଥିଲେ । ଏନଡିଟିଭିରେ ତାଙ୍କ କାର୍ଯ୍ୟକ୍ରମ ‘ପ୍ରାଇମ୍ ଟାଇମ୍’ ରେ ସାଧାରଣ ଲୋକଙ୍କ ସ୍ୱରକୁ ଅତି ମାର୍ଜିତ ଓ ଶାଣିତ ଢ଼ଙ୍ଗରେ ଆଣି ସରକାରଙ୍କୁ ଅଡୁଆରେ ପକାଉଥିଲେ । କୌଣସି ଚାପ ଓ ଧମକକୁ ତାଙ୍କର ଖାତିର ନ ଥିଲା । ସାମାଜିକ ଗଣମାଧ୍ୟମରେ ଗଦା ଗଦା ଟ୍ରୋଲ୍ ତାଙ୍କୁ ବିଚଳିତ କରୁ ନ ଥିଲା । ଲୋକଙ୍କ ସ୍ୱରକୁ ସତ୍ତା ସାମନାରେ ନିର୍ଭୀକ ଭାବେ ଉପସ୍ଥାପିତ କରୁଥିବା ରବିଶ କୁମାର ଦେଶର ଗଣମାଧ୍ୟମ ଦୁନିଆର ଜଣେ ବିରଳ ବ୍ୟକ୍ତିତ୍ୱ । ପ୍ରସଙ୍ଗ ଉପରେ ଗଭୀର ଅଧ୍ୟୟନ, ଧୀରସ୍ଥିର ମନ, ପ୍ରଶ୍ନ ପଚାରିବାରେ ଅଦମ୍ୟ ସାହାସ ଏବଂ ଯାଦୁକରୀ ଉପସ୍ଥାପନା ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ରବିଶ କୁମାରଙ୍କୁ ଆର୍ନ୍ତଜାତୀୟ ସ୍ତରରେ ମିଳିଛି ସ୍ୱୀକୃତି । ୨୦୧୯ ମସିହାର ସମ୍ମାନଜନକ ରମଣ ମାଗାସେସ୍ ଆୱାର୍ଡ୍ ପାଇଛନ୍ତି ସେ ।
ରମଣ ମାଗାସେସ ଆୱାର୍ଡ ଫାଉଣ୍ଡେସନ୍ ରବିଶ କୁମାରଙ୍କ ସାମ୍ବାଦିକତାକୁ ଭୂୟସୀ ପ୍ରଶଂସା କରିଛନ୍ତି । “ବାସ୍ତବ ଜୀବନରେ ଲୋକଲୋଚନର ଆଢ଼ୁଆଳରେ ଲୁଚିଯାଉଥିବା ସାଧାରଣ ଲୋକର ସମସ୍ୟା ସହ ନିଜକୁ ଜଡ଼ିତ ରଖିଛନ୍ତି । ଜଣେ ମାର୍ଜିତ, ଦୃଢ଼ ଏବଂ ଅଧ୍ୟବସାୟୀ ଆଙ୍କର ଭାବେ ସାମ୍ବାଦିକତାର ମୂଲ୍ୟବୋଧକୁ ଅକ୍ଷୂର୍ଣ୍ଣ ରଖିପାରିଛନ୍ତି । ସତ୍ୟକୁ ଧରି ନିର୍ଭିକତାର ସହ ସତ୍ତାକୁ ପ୍ରଶ୍ନ ପଚାରିବାରେ ସେ ଅତୁଳନୀୟ । ଏଭଳି ସାମ୍ବାଦିକତା ଏକ ସୁସ୍ଥ ଗଣତନ୍ତ୍ରର ଲକ୍ଷ୍ୟ ପୂରଣ କରିଥାଏ । ରବିଶ କୁମାର ଏଭଳି ଜଣେ ସାମ୍ବାଦିକ ଯିଏ ସାଧାରଣ ଲୋକଟିର ସ୍ୱର ହୋଇପାରିଛନ୍ତି ।”
୧୯୯୬ ମସିହାରୁ ଏନଡିଟିଭି ଇଣ୍ଡିଆ(ହିନ୍ଦୀ)ରେ କାମ କରୁଥିବା ୪୪ ବର୍ଷୀୟ ରବିଶ କୁମାର ଏବେ ଚାନେଲ୍ ର ମ୍ୟାନେଜିଂ ଏଡ଼ିଟର । ବାସ୍ତବରେ ସେ ଏଭଳି ଜଣେ ସାମ୍ବାଦିକ ଯିଏ ଏସି ନ୍ୟୁଜ୍ ରୁମ୍ ରେ ନ ବସି ପ୍ରକୃତ ସମସ୍ୟା ପାଖରେ ପହଞ୍ଚି ଯାଆନ୍ତି । ସେଥିପାଇଁ ଖରା,ବର୍ଷା କି କାହାର ଚାପ, ଧମକକୁ ଖାତିର କରନ୍ତି ନାହିଁ । ଆଙ୍କର ଭାବେ ସେ ଅଧିକ ନ ଗପି ଅତିଥିମାନଙ୍କୁ ଅଧିକ କହିବାର ସୁଯୋଗ ଦିଅନ୍ତି । ନିଜର ମତକୁ ଅନ୍ୟ ଉପରେ ଲଦି ଦେବାକୁ ଚେଷ୍ଟା କରନ୍ତି ନାହିଁ । ନେତା ଏବଂ ଅଫିସରଙ୍କୁ କଡ଼ା ପ୍ରଶ୍ନ କରନ୍ତି ହେଲେ ନିଜେ କଡ଼ା ହୁଅନ୍ତି ନାହିଁ । ତାଙ୍କ ଟିଭି ଶୋ’ ରେ କାହାରି ଉପରେ ସେ ରାଗିବା କିମ୍ବା ଆକ୍ରୋଶ ରଖିବା କେହି ଦେଖିନାହାନ୍ତି । ଏଭଳି ଜଣେ ବ୍ୟକ୍ତିତ୍ୱଙ୍କୁ ରମଣ ମାଗାସେସ୍ ଆୱାର୍ଡ ଫାଉଣ୍ଡେସନ୍ ର ସ୍ୱୀକୃତି ସବୁ ସାମ୍ବାଦିକଙ୍କ ପାଇଁ ନିଶ୍ଚିତ ଭାବେ ପ୍ରେରଣାର ଉତ୍ସ ।
Previous Post

କଫି ଟାଇକୁନ୍ ସିଦ୍ଧାର୍ଥଙ୍କ ଆତ୍ମହତ୍ୟା, ନଦୀରୁ ମିଳିଲା ମୃତଦେହ

Next Post

ମୋଦି ତାକତ୍: ଉଚ୍ଛେଦ ହେଲା ୩୭୦, ଜାମ୍ମୁ-କାଶ୍ମୀର ଆଉ ଭିନ୍ନ ନୁହେଁ

Next Post
ମୋଦି ତାକତ୍: ଉଚ୍ଛେଦ ହେଲା ୩୭୦, ଜାମ୍ମୁ-କାଶ୍ମୀର ଆଉ ଭିନ୍ନ ନୁହେଁ

ମୋଦି ତାକତ୍: ଉଚ୍ଛେଦ ହେଲା ୩୭୦, ଜାମ୍ମୁ-କାଶ୍ମୀର ଆଉ ଭିନ୍ନ ନୁହେଁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA