Wednesday, April 29, 2026 03:50 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମୋଦି ତାକତ୍: ଉଚ୍ଛେଦ ହେଲା ୩୭୦, ଜାମ୍ମୁ-କାଶ୍ମୀର ଆଉ ଭିନ୍ନ ନୁହେଁ

by Our Correspondent
05 Aug, 2019- 02:01 PM
in Latest News, National, News
1 min read
0
ମୋଦି ତାକତ୍: ଉଚ୍ଛେଦ ହେଲା ୩୭୦, ଜାମ୍ମୁ-କାଶ୍ମୀର ଆଉ ଭିନ୍ନ ନୁହେଁ
ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ପାଇଁ ସ୍ୱତନ୍ତ୍ର ଭାବେ ଲାଗୁ ସମ୍ବିଧାନର ଧାରା ୩୭୦ କୁ ଉଚ୍ଛେଦ କରିଦେଇଛନ୍ତି ନରେନ୍ଦ୍ର ମୋଦି ସରକାର । ଗୃହମନ୍ତ୍ରୀ ଅମିତ୍ ଶାହା ଆଜି ରାଜ୍ୟସଭାରେ ଏହାର ସଂକଳ୍ପ ଆଗତ କରିଥିବା ବେଳେ ଏ ସଂକ୍ରାନ୍ତୀୟ କ୍ୟାବିନେଟ୍ ନିଷ୍ପତ୍ତିକୁ ରାଷ୍ଟ୍ରପତି ମଂଜୁର କରିବା ପରେ ଏହା ଗେଜେଟ ଆଇନରେ ପରିଣତ ହୋଇଛି । ଧାରା ୩୭୦ ଉଚ୍ଛେଦର ଅର୍ଥ ଜାମ୍ମୁ-କାଶ୍ମୀରକୁ ଆଉ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିବ ନାହିଁ । ସମ୍ବିଧାନରେ ପ୍ରଦତ୍ତ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ହରାଇ ଅନ୍ୟ ରାଜ୍ୟ ଭଳି ସମାନ ହୋଇଛି । ମୋଦି ସରକାରଙ୍କର ଏହି ଐତିହାସିକ ଓ ସ୍ମରଣୀୟ ନିଷ୍ପତ୍ତି ଭାରତବର୍ଷକୁ ହୁଲସ୍ତୁଲ କରିଛି । ସବୁସ୍ତରରୁ ଏହାକୁ ସ୍ୱାଗତ କରାଯାଇ ଭାରତବର୍ଷ ପାଇଁ ଦ୍ୱିତୀୟ ସ୍ୱାଧୀନତାର ମୁହୁର୍ତ୍ତ ବୋଲି କୁହାଯାଉଛି । ମୋଦିଙ୍କ ଏହି ବଡ଼ ନିଷ୍ପତ୍ତି ଉପରେ ବିଶ୍ୱବାସୀଙ୍କ ନଜର ପଡ଼ିଛି ।
୩୭୦ ଧାରା ଉଚ୍ଛେଦ ପରେ ଜାମ୍ମୁ-କାଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ଜାମ୍ମୁ-କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ରହିବ ଏବଂ ଦେଶର ଅନ୍ୟ କେନ୍ଦ୍ର ଶାସିତ ଅଞ୍ଚଳର ସବୁ ସୁବିଧା ରହିବ । ଆତଙ୍କବାଦକୁ ନଜରରେ ରଖାଯାଇ କେନ୍ଦ୍ର ସରକାର ଏହାକୁ କେନ୍ଦ୍ରଶାସିତ ଅଞ୍ଚଳ କରି ନିଜ ହାତରେ ରଖିଛନ୍ତି ଆଇନଶୃଙ୍ଖଳା ଦାୟିତ୍ୱ । ଅନ୍ୟପକ୍ଷରେ ଲଦାଖକୁ ଅଲଗା କେନ୍ଦ୍ର ଶାସିତ ଅଞ୍ଚଳ କରାଯାଇଛି । ତେବେ ଲଦାଖରେ ବିଧାନସଭା ବ୍ୟବସ୍ଥା ରହିବ ନାହିଁ ।
ଜାମ୍ମୁ-କାଶ୍ମୀର ଉପରେ କେନ୍ଦ୍ର ସରକାର କ’ଣ ବଡ଼ ନିଷ୍ପତ୍ତି ନେଉଛନ୍ତି ତାହା ସସପେନ୍ସରେ ଥିବା ବେଳେ ଆଜି ସକାଳ ସାଢ଼େ ୯ଟା ବେଳେ କ୍ୟାବିନେଟ୍ ବୈଠକ ବସିଥିଲା । ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ନେବା ପରେ ଏହା ରାଷ୍ଟ୍ରପତିଙ୍କ ମଂଜୁର ପାଇଁ ତୁରନ୍ତ ପଠାଯାଇଥିଲା । ଦିନ ସାଢ଼େ ୧୧ଟା ସୁଦ୍ଧା ରାଷ୍ଟ୍ରପତିଙ୍କଠାରୁ ଏହା ମଂଜୁରପ୍ରାନ୍ତ ହୋଇ ଗେଜେଟ୍ ପ୍ରକାଶ ପାଇଥିଲା । ସେପଟେ କଂଗ୍ରେସ ସଭ୍ୟଙ୍କ ହୋ ହଲ୍ଲା ଭିତରେ ଗୃହମନ୍ତ୍ରୀ ଅମିତ୍ ଶାହା ରାଜ୍ୟସଭାରେ ୩୭୦ ଉଚ୍ଛେଦ ନେଇ ସଂକଳ୍ପ ଆଗତ କରିଥିଲେ ।
ଜାମ୍ମୁ-କାଶ୍ମୀର ଉପରେ ମୋଦି ସରକାର କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ଗତ କିଛି ଦିନ ତଳୁ ଆଭାସ ମିଳିଥିଲା । ଚାରି ଦିନ ତଳେ ସେଠାକୁ ୩୦ ହଜାର ଅତିରିକ୍ତ ଜବାନ ପଠାଯାଇ ସମଗ୍ର ରାଜ୍ୟକୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଥିଲା । ଅମରନାଥ ଯାତ୍ରାକୁ ଅଧାରୁ ବାତିଲ କରାଯିବା ସହ କାଶ୍ମୀରକୁ ଆସିଥିବା ପର୍ଯ୍ୟଟକମାନଙ୍କୁ ନିଜ ରାଜ୍ୟକୁ ତୁରନ୍ତ ଫେରିଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କେନ୍ଦ୍ର ସରକାରଙ୍କର ଏଭଳି ନିଷ୍ପତ୍ତିକୁ ନେଇ ନାନା କଳ୍ପନା ଜଳ୍ପନା ଚାଲିଥିବା ବେଳେ ଗତକାଲି ରାତିରୁ ସ୍ଥିତି ରୋଚକ ମୋଡ଼ ନେଇଥିଲା ।
ପ୍ରଶାସନ ପକ୍ଷରୁ ଅଧା ରାତିରେ କଠୋର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇ ସମଗ୍ର ଇଲାକାରେ ୧୪୪ ଧାରା ଜାରି କରାଯାଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫତିଙ୍କ ସମେତ କିଛି ବରିଷ୍ଠ ରାଜନେତାଙ୍କୁ ଗୃହବନ୍ଦୀ କରାଯାଇଥିଲା । ସବୁ ସ୍କୁଲ, କଲେଜକୁ ବନ୍ଦ ଘୋଷଣା କରାଯାଇଥିଲା । ମୋବାଇଲ୍, ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଥିଲା । ଜନସାଧାରଣ ଅନାବଶ୍ୟକ ଘରୁ ନ ବାହାରିବା ପାଇଁ ନିଦେ୍ର୍ଦଶ ଦିଆଯାଇଥିଲା । ରାତି ଅଧରେ ରାଜ୍ୟପାଳ ଏକ ଉଚ୍ଚସ୍ତରୀୟ ବୈଠକ ଡାକି ପରିସ୍ଥିତିର ସମୀକ୍ଷା କରିଥିଲେ ।
Previous Post

ରବିଶ କୁମାରଙ୍କୁ ରମଣ ମାଗାସେସ ଆୱାର୍ଡ

Next Post

ଆଉ ନାହାନ୍ତି ସୁଷମା ସ୍ୱରାଜ

Next Post
ଆଉ ନାହାନ୍ତି ସୁଷମା ସ୍ୱରାଜ

ଆଉ ନାହାନ୍ତି ସୁଷମା ସ୍ୱରାଜ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA