Wednesday, April 29, 2026 03:49 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆଉ ନାହାନ୍ତି ସୁଷମା ସ୍ୱରାଜ

by Our Correspondent
07 Aug, 2019- 12:40 AM
in Latest News, National, News
1 min read
0
ଆଉ ନାହାନ୍ତି ସୁଷମା ସ୍ୱରାଜ
ନୂଆଦିଲ୍ଲୀ: ଦେଶ ଆଉ ଜଣେ ଷ୍ଟଲୱାର୍ଟଙ୍କୁ ହରାଇଛି । ବିଜେପିର ବରିଷ୍ଠ ନେତ୍ରୀ, ପୂର୍ବତନ ବୈଦେଶିକ ମନ୍ତ୍ରୀ ଶ୍ରୀମତୀ ସୁଷମା ସ୍ୱରାଜ ଆଉ ଇହ ଜଗତରେ ନାହାନ୍ତି । ମଙ୍ଗଳବାର ରାତିରେ ସେ ହୃଦଘାତର ଶିକାର ହୋଇଥିଲେ । ଚିକିତ୍ସା ପାଇଁ ତୁରନ୍ତ ତାଙ୍କୁ ଏମ୍ସ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ଡାକ୍ତରମାନଙ୍କ ପ୍ରବଳ ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଇ ପାରି ନ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସୁଷମାଙ୍କ ମୃତ୍ୟୁ ଖବର ସମଗ୍ର ଦେଶରେ ଶୋକର ଛାୟା ଖେଳାଇ ଦେଇଛି । ଏମ୍ସ ହସ୍ପିଟାଲ୍ କୁ ରାଜନେତାଙ୍କ ସୁଅ ଛୁଟିଛି ।
ମଙ୍ଗଳବାର ସଂଧ୍ୟାରେ ସୁଷମା ଏକ ଟୁଇଟ୍ କରିଥିଲେ । କାଶ୍ମୀର ଉପରେ ସରକାରଙ୍କ ପଦକ୍ଷେପ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଧନ୍ୟବାଦ ଜଣାଇଥିଲେ । ତାଙ୍କ ଜୀବନକାଳରେ ସେ ଏହିଦିନକୁ ଅପେକ୍ଷା କରିଥିଲେ ବୋଲି ଟୁଇଟ୍ ରେ ଜଣାଇଥିଲେ । ତେବେ ଏହାର କିଛି ସମୟ ପରେ ସେ ଡିନର୍ କରି ବିଶ୍ରାମ ନେବାକୁ ଯାଉଥିବା ବେଳେ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ । ରାତି ପ୍ରାୟ ୧୦.୨୦ ମିନିଟ୍ ବେଳକୁ ତାଙ୍କୁ ଏମ୍ସ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ଏକ ୫ ଜଣିଆ ଡାକ୍ତରୀ ଟିମ୍ ତାଙ୍କୁ ଚିକିତ୍ସା କରି ଜୀବନ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ପାରି ନ ଥିଲେ । ଆଖି ବୁଜି ଦେଇଥିଲେ ସୁଷମା ।
ନରେନ୍ଦ୍ର ମୋଦି ସରକାରଙ୍କ ପ୍ରଥମ ଟର୍ମରେ ସୁଷମା ଥିଲେ ବୈଦେଶିକ ମନ୍ତ୍ରୀ । ଇନ୍ଦିରା ଗାନ୍ଧୀଙ୍କ ପରେ ଦେଶର ସେ ଥିଲେ ଦ୍ୱିତୀୟ ମହିଳା ବୈଦେଶିକ ମନ୍ତ୍ରୀ । ଅତ୍ୟନ୍ତ ଦକ୍ଷତାର ସହ ଦାୟିତ୍ୱ ସମ୍ଭାଳୁଥିବା ସୁଷମାଙ୍କର ୨୦୧୬ ମସିହା ଡିସେମ୍ବର ମାସରେ ଦିଲ୍ଲୀ ଏମ୍ସ ହସ୍ପିଟାଲ୍ ରେ କିଡ଼ନୀ ପ୍ରତିରୋପଣ କରାଯାଇଥିଲା । ଏହି ଅପରେସନ୍ ସଫଳ ହୋଇଥିଲା ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ରହି ବୈଦେଶିକ ବିଭାଗର ଦାୟିତ୍ୱ ପୂର୍ଣ୍ଣ କରିଥିଲେ । ତେବେ ସ୍ୱାସ୍ଥ୍ୟଗତ କାରଣରୁ ଚଳିତବର୍ଷ ସକ୍ରିୟ ରାଜନୀତିରୁ ଦୂରେଇ ରହିବାକୁ ପସନ୍ଦ କରିଥିଲେ । ୨୦୧୯ ସାଧାରଣ ନିର୍ବାଚନ ଲଢ଼ି ନ ଥିଲେ ସୁଷମା ।
ହରିଆନାରେ ଜନ୍ମିତ ସୁଷମା ସଂସ୍କୃତ ଓ ରାଜନୀତି ବିଜ୍ଞାନରେ ସ୍ନାତକ ପାସ୍ କଲା ପରେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଥିଲେ । ୧୯୭୦ ମସିହାରେ ଏବିଭିପିରୁ ରାଜନୀତି ଆରମ୍ଭ କରିଥିବା ସୁଷମା ୧୯୭୭ ମସିହାରେ ବିଜେପିରେ ଯୋଗ ଦେଇଥିଲେ । ହରିଆନାରୁ ବିଧାନସଭାକୁ ନିର୍ବାଚିତ ହୋଇ ମାତ୍ର ୨୫ ବର୍ଷ ବୟସରେ କ୍ୟାବିନେଟ୍ ମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଥିଲେ । ସେ ଥିଲେ ଦେଶର ସର୍ବକନିଷ୍ଠ କ୍ୟାବିନେଟ୍ ମନ୍ତ୍ରୀ । ପରବର୍ତ୍ତୀ ସମୟରେ ସେ ଆଉ ଦୁଇ ଥର ବିଧାନସଭାକୁ ଏବଂ ୭ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଖାଲି ରାଜନେତା ନୁହଁନ୍ତି, ସୁପ୍ରିମକୋର୍ଟ ଓକିଲ ଭାବେ ତାଙ୍କର ସୁଖ୍ୟାତି ଥିଲା ।
୧୯୯୮ ମସିହାରେ ସେ ତିନି ମାସ ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ । ଅଟଳ ବିହାରୀ ବାଜପେୟୀ ସରକାରଙ୍କ ଦୁଇ ଟର୍ମରେ ସେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଥିଲେ । ୧୫ତମ ଲୋକସଭାରେ ସେ ଥିଲେ ବିରୋଧୀ ଦଳ ନେତ୍ରୀ । ୨୦୧୪ ରେ ନରେନ୍ଦ୍ର ମୋଦିଙ୍କ ସରକାରରେ ହୋଇଥିଲେ ବୈଦେଶିକ ମନ୍ତ୍ରୀ ।
ଜଣେ ବିଚକ୍ଷଣ ଓ ବାଗ୍ମୀ ନେତ୍ରୀ ଭାବେ ସେ ଦେଶର କୋଟି କୋଟି ଲୋକଙ୍କ ହୃଦୟ ଛୁଇଁଥିଲେ । ସଂସଦରେ ତାଙ୍କର ଭାଷଣଗୁଡ଼ିକ ଅତି ଚମକ୍ରାର ଥିଲା । ଜଣେ ଉଚ୍ଚକୋଟିର ରାଜନେତା, ସଂଗଠକ, ଦକ୍ଷ ପ୍ରଶାସକ, ସୁବକ୍ତା ତଥା ଉତ୍ତମ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ସୁଷମା । ଆମେରିକାର ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ତାଙ୍କୁ ବେଷ୍ଟ ଲଭଡ ପଲିଟିସିଆନ୍ ନାମରେ ନାମିତ କରିଥିଲା ।
ସୁୁଷମାଙ୍କର ସ୍ୱାମୀ ସ୍ୱରାଜ କୌଶଲ ହେଉଛନ୍ତି ମିଜୋରାମର ପୂର୍ବତନ ରାଜ୍ୟପାଳ ତଥା ପୂର୍ବତନ ସାଂସଦ ଏବଂ ଜଣେ ସଫଳ ଆଇନଜୀବୀ । ସେମାନଙ୍କର ଏକମାତ୍ର ସନ୍ତାନ ହେଉଛନ୍ତି କନ୍ୟା ବନସୁରୀ । ସୁଷମାଙ୍କ ମୃତ୍ୟୁ ଦେଶ ପାଇଁ ଅପୂରଣୀୟ କ୍ଷତି ଆଣିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କଠାରୁ ଆରମ୍ଭ କରି ଦେଶର ବରିଷ୍ଠ ରାଜନେତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
Previous Post

ମୋଦି ତାକତ୍: ଉଚ୍ଛେଦ ହେଲା ୩୭୦, ଜାମ୍ମୁ-କାଶ୍ମୀର ଆଉ ଭିନ୍ନ ନୁହେଁ

Next Post

ପୁଲିସ ଡିଜି ହେଲେ ବିଜୟ ଶର୍ମା

Next Post
ପୁଲିସ ଡିଜି ହେଲେ ବିଜୟ ଶର୍ମା

ପୁଲିସ ଡିଜି ହେଲେ ବିଜୟ ଶର୍ମା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA