Monday, May 25, 2026 06:57 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାଜ୍ୟର ଚାଷୀଭାଇଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

by Our Correspondent
25 Jan, 2019- 08:39 PM
in Latest News, News
1 min read
0
ରାଜ୍ୟର ଚାଷୀଭାଇଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି
ଜୟ ଜଗନ୍ନାଥ,
୧୯୯୯ ମହାବାତ୍ୟା ସାରା ଓଡିଶାକୁ ଛାରଖାର କରିଦେଇଥିଲା । ସବୁଆଡେ ଥିଲା ହତାଶା । ଚାଷବାସ ସବୁ ନଷ୍ଟ ହୋଇଯାଇଥିଲା । ହଜାର ହଜାର ଲୋକ ବେସାହାରା ହୋଇ ଯାଇଥିଲେ । ଏହିପରି ଏକ ପରିସ୍ଥିତିରେ ୨୦୦୦ ମସିହାରେ ମୋ ସରକାର ଶାସନ ଦାୟିତ୍ୱ ନେଇଥିଲା । ଆଗରେ ଥିଲା ଅନେକ ଆହ୍ୱାନ । ଆପଣମାନଙ୍କ ସହଯୋଗରେ ଏହି ଆହ୍ୱାନର ମୁକାବିଲା ପାଇଁ ମୁଁ ସାହସର ସହ କାମ ଆରମ୍ଭ କରିଥିଲି ।
ଆପଣଙ୍କର ମନେଥିବ ୨୦୦୦ ମସିହାରେ ଆମେ ଖାଦ୍ୟଶସ୍ୟ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲୁ । ଓଡିଶାକୁ ଚାଉଳ ଯୋଗାଇବା ପାଇଁ ମୁଁ ବହୁବାର ସେତେବେଳର କେନ୍ଦ୍ର ଖାଦ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲି । କେବଳ ସେତିକି ନୁହେଁ, ଓଡିଶାରେ ଚାଉଳ ପହଞ୍ଚିବା ପାଇଁ ରେଳ ୱାଗନ ବ୍ୟବସ୍ଥା କରିବା ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ମଧ୍ୟ ଅନୁରୋଧ କରୁଥିଲି । ବନ୍ୟା ଓ ବାତ୍ୟା ସମୟରେ ଲୋକଙ୍କୁ ରିଲିଫ ଦେବା ପାଇଁ ଆମ ପାଖରେ ଚାଉଳ ନଥିଲା । ବାହାରୁ ଚାଉଳ ଆସିଲେ ଆମ ଲୋକ ଖାଦ୍ୟ ପାଉଥିଲେ । ଏହା ମତେ ବହୁତ ବାଧୁଥିଲା ।
ଓଡିଶାକୁ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ମୁଁ ସଂକଳ୍ପ ନେଇଥିଲି । ୨୦୦୭ରୁ ପରିସ୍ଥିତି ବଦଳିଥିଲା । ଜଳସେଚନର ଉନ୍ନତି, ବୈଷୟିକ ଜ୍ଞାନର ପ୍ରୟୋଗ ଓ ସୁବିଧାରେ ଋଣ ବ୍ୟବସ୍ଥା ଯୋଗୁଁ ପରିସ୍ଥିତିରେ ଉନ୍ନତି ଆସିଥିଲା । ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆମର ଚାଷୀଭାଇଙ୍କ ସହଯୋଗ ଓ ପରିଶ୍ରମ ଯୋଗୁଁ ଓଡିଶା ଆଜି ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରିଛି । କେବଳ ସେତିକି ନୁହେଁ, ଆଜି ଆମେ ଅନ୍ୟ ରାଜ୍ୟମାନଙ୍କୁ ଖାଦ୍ୟ ଯୋଗାଉଛୁ । ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ସବୁଠାରୁ ଅଧିକ ଚାଉଳ ଓଡିଶା ହିଁ ଦେଉଛି । ଏହାର ସବୁଶ୍ରେୟ ଆପଣମାନଙ୍କର । ଆମ ଚାଷୀ ଭାଇ ଭଉଣୀଙ୍କର । ଖୁସିର କଥା, ଆମ ଚାଷୀ ଭାଇଙ୍କର ନିଷ୍ଠା ଓ ପରିଶ୍ରମ ଯୋଗୁଁ ଓଡିଶା ଆଜି ପାଞ୍ଚ ପାଞ୍ଚ ଥର କୃଷି କର୍ମଣ ପୁରସ୍କାର ପାଇପାରିଛି ।
ଆପଣ ଜାଣି ଖୁସି ହେବେ ଯେ, ଜଳସେଚନ କ୍ଷେତ୍ରରେ ଓଡିଶା ଅନେକ ଉନ୍ନତି କରିଛି । ବିଭିନ୍ନ ଜଳସେଚନ ପ୍ରକଳ୍ପ ସହ ମେଗା ଉଠାଜଳସେଚନ ଜରିଆରେ ଆମେ ଅଧିକ ଜମିକୁ ପାଣି ଯୋଗାଇ ପାରିଛୁ । ଗତ ୪ ବର୍ଷରେ ଆମେ ଜଳସେଚନ ପାଇଁ ୩୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛୁ । ଆମେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଅଧିକ ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ଲକ୍ଷ୍ୟ ଖୁବଶୀଘ୍ର ପୂରଣ ହେବାକୁ ଯାଉଛି । ବର୍ତ୍ତମାନ ସୁଦ୍ଧା ଆମେ ଅଧିକ ୮ ଲକ୍ଷ ହେକ୍ଟର ଜମିକୁ ପାଣି ଯୋଗାଇ ପାରିଛୁ ।
ଗରିବୀ ଆଜି ଆଉ ଓଡିଶାର ପରିଚୟ ହୋଇ ରହିନାହିଁ । ଗରିବୀ ହ୍ରାସ କରିବା ଦିଗରେ ଓଡିଶା ସାରା ଦେଶରେ ସବୁଠାରୁ ଆଗରେ । ଏହା ଭାରତ ସରକାରଙ୍କର ରିପୋର୍ଟ ହିଁ କହୁଛି ।
ଆପଣ କାଳିଆ ଯୋଜନାରେ ସାମିଲ ହୋଇଥିବା ଜାଣି ମୁଁ ବହୁତ ଖୁସି । ରାଜ୍ୟରେ କୃଷିର ବିକାଶ ପାଇଁ ଆପଣଙ୍କର, ଆମ ଚାଷୀ ଭାଇଭଉଣୀଙ୍କର କଲ୍ୟାଣ ପାଇଁ ଓଡିଶା ସରକାର କାଳିଆ ଯୋଜନା ଆରମ୍ଭ କରିଛନ୍ତି । ସାରା ଦେଶରେ ଚାଷୀମାନଙ୍କ ପାଇଁ କାଳିଆ ଯୋଜନା ଏକ ଆଦର୍ଶ ଯୋଜନା । ଏହା ଚାଷୀ ଓ ଚଷାର ସମସ୍ୟା ଦୂର କରିବା ସହିତ ଗରିବୀ ଦୂର କରିବା ଦିଗରେ ଏକ ଶକ୍ତିଶାଳୀ ଅସ୍ତ୍ର ଭାବେ କାମ କରିବ ।
କାଳିଆ ଯୋଜନାରେ ରାଜ୍ୟର ସବୁ ଚାଷୀ ଉପକାର ପାଇବେ । ଛୋଟ ଚାଷୀ, ଭାଗଚାଷୀ, କୃଷି ଶ୍ରମିକ ସମସ୍ତେ ଏଥିରେ ସୁବିଧା ପାଇବେ । ଜମିର ପରିମାଣ କମ୍ ଥାଉ ବା ବେଶୀ, ସହାୟକ ସହିତ ଏହାର କୌଣସି ସମ୍ପର୍କ ନାହିଁ । ଖରିଫ ଓ ରବି ଦୁଇଟି ଫସଲ ଋତୁ ପାଇଁ ଆପଣ ୫ ହଜାର ଟଙ୍କା ଲେଖାଏଁ ପାଇବେ । ଆପଣ ବିନା ସୁଧରେ ୫୦ ହଜାର ଟଙ୍କା ପର୍ୟ୍ୟନ୍ତ ଫସଲ ଋଣ ପାଇପାରିବେ । ଚାଷକାମ କରିପାରୁନଥିବା ଚାଷୀ, କୃଷି ଶ୍ରମିକମାନଙ୍କ ଜୀବନ ଜୀବିକା ପାଇଁ ୧୨ ହଜାର ୫ଶହ ଟଙ୍କାର ସହାୟତା ମଧ୍ୟ କାଳିଆ ଯୋଜନାରେ ଅଛି । ମୁଁ ଆଶା କରୁଛି, ଏହି ସହାୟତାକୁ ଆପଣ ଚାଷକାମରେ ଲଗାଇବେ ଏବଂ କୃଷିକ୍ଷେତ୍ରରେ ଓଡିଶାକୁ ଆହୁରି ଆଗକୁ ନେବେ ।
ମୁଁ ସବୁବେଳେ ଆପଣମାନଙ୍କ ସୁଖ ଦୁଃଖରେ ଅଛି । ଆମ ଚାଷୀ ଭାଇ ଭଉଣୀଙ୍କ ସାଥିରେ ଅଛି । ଜଣେ ବି ଯୋଗ୍ୟ ଚାଷୀ ଯେପରି କାଳିଆ ଯୋଜନାରୁ ବଞ୍ଚିତ ନହୁଏ, ତା ଉପରେ ମୁଁ ନଜର ରଖିଛି । ଆପଣଙ୍କ ଖୁସିରେ ମୋର ଖୁସି ।
ବନ୍ଦେ ଉତ୍କଳ ଜନନୀ
ଆପଣଙ୍କର
(ନବୀନ ପଟ୍ଟନାୟକ)
Previous Post

‘କାଳିଆ’ ଯାତ୍ରାକୁ କେହି ରୋକିପାରିବେନି: ମୁଖ୍ୟମନ୍ତ୍ରୀ

Next Post

ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନ, ଗୀତା ମେହେଟ୍ଟାଙ୍କୁ ପଦ୍ମଶ୍ରୀ

Next Post
ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନ, ଗୀତା ମେହେଟ୍ଟାଙ୍କୁ ପଦ୍ମଶ୍ରୀ

ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନ, ଗୀତା ମେହେଟ୍ଟାଙ୍କୁ ପଦ୍ମଶ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA