Friday, April 17, 2026 03:06 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରାମ ଆସିଲେ, ମୀରା ଆସିବେନି

by Our Correspondent
14 Jul, 2017- 11:57 PM
in Latest News, Politics
1 min read
0
ରାମ ଆସିଲେ, ମୀରା ଆସିବେନି

ଭୁବନେଶ୍ୱର: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦ ଆଜି ଭୁବନେଶ୍ୱର ଆସି ନିଜ ପାଇଁ ଭୋଟ ଭିକ୍ଷା କରିଛନ୍ତି । ଦିନ ୧୧ଟାରେ ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନରେ ଆସି ପ୍ରଥମେ ରାଜ୍ୟ ଅତିଥି ଭବନ ଯାଇଥିଲେ । ସେଠାରେ ବିଜେପି ଓ ବିଜେଡ଼ି ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ କୋବିନ୍ଦ ଯାଇଥିଲେ ବିଧାନସଭାର ନୂଆ ସମ୍ମିଳନୀ କକ୍ଷକୁ । ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେଡ଼ିର ସମସ୍ତ ବିଧାୟକ ଓ ଏମପି ସେଠାରେ ଉପସ୍ଥିତ ଥିଲେ । ଔପଚାରିକ ଭାବେ କୋବିନ୍ଦ ସମସ୍ତଙ୍କୁ ଭୋଟ ଭିକ୍ଷା କରିଥିଲେ । କହିବା ବାହୁଲ୍ୟ, ବିଜେପି ମାର୍କା କୋବିନ୍ଦଙ୍କୁ ବିଜେଡ଼ି ପ୍ରଥମରୁ ସମର୍ଥନ ଘୋଷଣା କରିସାରିଛି । ପ୍ରାୟ ଘଣ୍ଟାଏ ଧରି ବିଜେଡ଼ି ବିଧାୟକ ଓ ସାଂସଦଙ୍କ ଗହଣରେ ରହିଲା ପରେ କୋବିନ୍ଦଙ୍କୁ ନିଜ ଗାଡ଼ିରେ ନବୀନ ନିବାସ ବସାଇ ନେଇଥିଲେ ମୁଖ୍ୟମନ୍ତ୍ରୀ । ସାଙ୍ଗରେ ଥିଲେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା । ମୁଖ୍ୟମନ୍ତ୍ରୀ ଦୁହିଁଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟତ କରିଥିଲେ । ରାଷ୍ଟ୍ରପତି ପ୍ରାର୍ଥୀ କୋବିନ୍ଦ ସେଠାରେ ଚକୁଳି, ଦୋସା ଖାଇଥିଲେ ।

ନବୀନ ନିବାସରୁ ଫେରିଲା ପରେ କୋବିନ୍ଦ ଭେଟିଥିଲେ ବିଜେପି ବିଧାୟକ ଦଳକୁ । ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ରାଜଭବନ ନିକଟସ୍ଥ ପ୍ୟାଲେସ୍ ରେ ଏହି ଭେଟଘାଟର ଆୟୋଜନ ହୋଇଥିଲା । ବିଧାୟକଙ୍କ ଛଡ଼ା ଦଳର ଅନ୍ୟ ବରିଷ୍ଠ ନେତୃବୃନ୍ଦ ସେଠାରେ ଉପସ୍ଥିତ ରହି ଭାବି ରାଷ୍ଟ୍ରପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପରେ କୋବିନ୍ଦ ଦିଲ୍ଲୀ ଫେରିଯାଇଥିଲେ ।

ସେପଟେ ୟୁପିଏ ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ମୀରା କୁମାର ଆସନ୍ତାକାଲି ଭୁବନେଶ୍ୱର ଆସିବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ ଶେଷ ମୁହୁର୍ତ୍ତରେ ତାହା ବାତିଲ ହୋଇଯାଇଛି । ପୂର୍ବରୁ ଗତ ୩ ତାରିଖରେ ସେ କଂଗ୍ରେସ ବିଧାୟକଙ୍କୁ ଭୋଟ ଭିକ୍ଷା କରିବାକୁ ଭୁବନେଶ୍ୱର ଆସିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ମାତ୍ର ଶେଷ ମୁହୁର୍ତ୍ତରେ ତାହା ବାତିଲ ହୋଇଥିଲା । ରାଷ୍ଟ୍ରପତି ନିର୍ବାଚନ ପାଇଁ ହାତରେ ଆଉ ଦୁଇ ଦିନ ସମୟ ଥିବାରୁ ଶ୍ରୀମତୀ କୁମାର ଆଉ ଭୁବନେଶ୍ୱର ଆସିପାରିବେ ନାହିଁ । ତେବେ ତାଙ୍କର ଭୁବନେଶ୍ୱର ଗସ୍ତ ବାରମ୍ବାର ବାତିଲ ପଛରେ ରାଜ୍ୟ କଂଗ୍ରେସ କନ୍ଦଳ ମୁଖ୍ୟ କାରଣ ବୋଲି କୁହାଯାଉଛି । ପିସିସି ଓ ବିଧାୟକ ଦଳ ମଧ୍ୟରେ ତିକ୍ତତା ବଢ଼ି ବଢ଼ି ମୁହାଁମୁହିଁ ଅବସ୍ଥା ଥିବାରୁ କଂଗ୍ରେସ ହାଇକମାଣ୍ଡ ମୀରାକୁମାରଙ୍କ ଉପସ୍ଥିତିରେ ଅପ୍ରୀତିକର ପରିସ୍ଥିତିର ସାମନା କରିବାକୁ ଚାହୁଁନାହାନ୍ତି । ତେଣୁ ମୂଳରୁ ତାଙ୍କୁ ଭୁବନେଶ୍ୱର ନ ଯିବାକୁ କୁହାଯାଇଥିବା ଜଣାପଡ଼ିଛି ।

Continue Reading
Previous Post

ଧର୍ମ ସଙ୍କଟରେ ନବୀନ !

Next Post

ଏସିଆନ୍ ଆଥଲେଟିକ୍ ଚମ୍ପିଆନସିପ୍ ଆୟୋଜନରେ ୫୦ କୋଟିର ସ୍କାମ୍ !

Next Post
ଏସିଆନ୍ ଆଥଲେଟିକ୍ ଚମ୍ପିଆନସିପ୍ ଆୟୋଜନରେ ୫୦ କୋଟିର ସ୍କାମ୍ !

ଏସିଆନ୍ ଆଥଲେଟିକ୍ ଚମ୍ପିଆନସିପ୍ ଆୟୋଜନରେ ୫୦ କୋଟିର ସ୍କାମ୍ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA