Friday, April 17, 2026 04:59 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଧର୍ମ ସଙ୍କଟରେ ନବୀନ !

by Our Correspondent
13 Jul, 2017- 10:33 PM
in Latest News, Politics
1 min read
0
ଧର୍ମ ସଙ୍କଟରେ ନବୀନ !

ଭୁୁବନେଶ୍ୱର: ଉପରାଷ୍ଟ୍ରପତି ପ୍ରାର୍ଥୀ ସମର୍ଥନକୁ ନେଇ ମୁଖ୍ୟମନ୍ତ୍ରୀ ଏବେ ଦ୍ୱନ୍ଦ ଓ ଧର୍ମ ସଙ୍କଟରେ । ବିରୋଧୀ ଦଳ ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ସମର୍ଥନ ଦେବେ ନା ଘୋଷଣା ଅପେକ୍ଷାରେ ଥିବା ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବେ ସେଇ ଚିନ୍ତା ତାଙ୍କୁ ଘାରିଛି । ନିଜର ପୁରୁଣା ଘନିଷ୍ଠ ବନ୍ଧୁ ହିସାବରେ ଗାନ୍ଧୀଙ୍କୁ ସମର୍ଥନ ଦେବେ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ଏନଡିଏର ସମ୍ଭାବ୍ୟ ପ୍ରାର୍ଥୀ ନବୀନଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି । ଦ୍ରୌପଦୀ ମୁର୍ମୁ କିମ୍ବା ଡ. ଏସ.ସି.ଜମିରଙ୍କୁ ଏନଡିଏ ଯଦି ପ୍ରାର୍ଥୀ କରେ ତେବେ ନବୀନ ଧର୍ମସଙ୍କଟରେ ପଡ଼ିବା ଏକଦମ୍ ଥୟ । କାରଣ ଓଡ଼ିଆ ଝିଅ ହିସାବରେ ଦ୍ରୌପଦୀଙ୍କୁ ସମର୍ଥନ ନକଲେ ଭୁଲ୍ ବାର୍ତ୍ତା ଯିବ । ତେଣେ ଜମିରଙ୍କ କ୍ଷେତ୍ରରେ ବି ଅନୁରୂପ ଆଶଙ୍କା । ଓଡ଼ିଶାର ରାଜ୍ୟପାଳ ହୋଇଥିବାରୁ ତାଙ୍କୁ ସମର୍ଥନ ନ କଲେ ଅସୁବିଧା ।

ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ଉପରାଷ୍ଟ୍ରପତି ନିର୍ବାଚନ ନବୀନଙ୍କ ପାଇଁ ଖାଲି ଏକ ଚାଲେଂଜ ନୁହେଁ ବରଂ ଏକ ବଡ଼ ସୁଯୋଗ ସୃଷ୍ଟି କରିଛି । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ ଦେଇ ନବୀନ ଯେଉଁ ରାଜନୈତିକ ଭ୍ରମ ସୃଷ୍ଟି କରିଛନ୍ତି ଉପରାଷ୍ଟ୍ରପତି ନିର୍ବାଚନରେ ତାହାକୁ ଦୂର କରିବାର ସୁଯୋଗ ରହିଛି । ଉଭୟ ବିଜେପି ଓ କଂଗ୍ରେସଠାରୁ ସମାନ ଦୂରତା କଥା କହୁଥିବା ନବୀନ ୟୁପିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ସମର୍ଥନ ଦେଲେ ସେହି ଭ୍ରମ ଦୂର ହୋଇପାରିବ । ବିଜେପିର ଡରରେ କିମ୍ବା ଭିତିରିଆ ପ୍ରେମରେ ସେ ଯେ କୋବିନ୍ଦଙ୍କୁ ଆଖିବୁଜା ସମର୍ଥନ ଦେଇଛନ୍ତି ତାହା କେହି କହିପାରିବେନି । ବରଂ ରାଜନୈତିକ ବାଛବିଚାରର ଉଦ୍ଧ୍ୱର୍ରେ ନବୀନ ଯୋଗ୍ୟ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଛନ୍ତି ବୋଲି ବାର୍ତ୍ତା ଯିବ ।

ଏହା ସତ ଯେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କୋବିନ୍ଦଙ୍କୁ ବିଜେଡ଼ିର ତରବରିଆ ସମର୍ଥନକୁ ଦଳର କିଛି ସାଂସଦ ପସନ୍ଦ କରିନାହାନ୍ତି । ବିଜେପି ପ୍ରତି ନବୀନଙ୍କ ଆଭିମୁଖ୍ୟକୁ ସେମାନେ ପରୋକ୍ଷରେ ପ୍ରଶ୍ନ କରିଛନ୍ତି । ଏମିତିରେ ରାଜନୈତିକ ଦରବାରରେ ଆଲୋଚନା ହେଉଛି, ମୋଦିଙ୍କ ଡରରେ ନବୀନ ତାଙ୍କ ରାଷ୍ଟ୍ରପତିଙ୍କ ପ୍ରାର୍ଥୀକୁ ସମର୍ଥନ ଦେବାକୁ ବାଧ୍ୟ ହୋଇଛନ୍ତି । କାରଣ ଏହା କରି ନ ଥିଲେ ବିଜେଡ଼ି ନେତାଙ୍କ ଉପରେ ଝୁଲୁଥିବା ଚିଟଫଣ୍ଡ ସିବିଆଇ ଖଣ୍ଡା ହୁଏତ ଚୋଟ ପକାଇଥାଆନ୍ତା । ତେଣୁ ବିଭିନ୍ନ ପ୍ରସଙ୍ଗରେ ବିଜେଡ଼ି ମୋଦି ସରକାରଙ୍କ ବିରୋଧରେ ସ୍ୱର କଠୋର କରୁଥିଲେ ମଧ୍ୟ ଅସଲ ରାଜନୈତିକ ଗଣିତ ବେଳକୁ ବିଜେଡ଼ିର ବିଜେପି ପ୍ରେମ ଏବେ ଆଉ ଅଛପା ନାହିଁ । ସମୟ ଆସିଛି ନବୀନ ଜନସାଧାରଣଙ୍କ ମନରୁ ଏହି ଧାରଣା ଦୂର କରିପାରିବା ସହ ନିଜର ପରମ ବନ୍ଧୁଙ୍କ ପ୍ରତି ସମର୍ଥନ ଦେଇ ନିଜ ମହତପଣିଆର ପରାକାଷ୍ଠା ଦେଖାଇପାରିବେ । ତେବେ ନବୀନଙ୍କ ରାଜନୈତିକ ବାଧ୍ୟବାଧକତା ଏବଂ ଏନଡିଏ ପ୍ରାର୍ଥୀ ଚୟନ ଏଥିପାଇଁ ପ୍ରତିବନ୍ଧକ ସୃଷ୍ଟି କରିବ ନା ନାହିଁ ତାହାକୁ ଅପେକ୍ଷା କରାଯାଇଛି ।

Previous Post

ସଚିବାଳୟ ପ୍ରବେଶ ନିୟମ ନ ଜାଣି ବିଧାୟକ ହଟ୍ଟହଟ୍ଟା

Next Post

ରାମ ଆସିଲେ, ମୀରା ଆସିବେନି

Next Post
ରାମ ଆସିଲେ, ମୀରା ଆସିବେନି

ରାମ ଆସିଲେ, ମୀରା ଆସିବେନି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA