Friday, April 17, 2026 06:21 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସଚିବାଳୟ ପ୍ରବେଶ ନିୟମ ନ ଜାଣି ବିଧାୟକ ହଟ୍ଟହଟ୍ଟା

by Our Correspondent
12 Jul, 2017- 05:17 PM
in Latest News
1 min read
0
ସଚିବାଳୟ ପ୍ରବେଶ ନିୟମ ନ ଜାଣି ବିଧାୟକ ହଟ୍ଟହଟ୍ଟା

ଭୁବନେଶ୍ୱର: ସୁରକ୍ଷା ଆଳରେ ସଚିବାଳୟର ୧ ନମ୍ବର ଗେଟ୍ ଦେଇ କାର କିମ୍ବା ବାଇକ୍ ରେ ପ୍ରବେଶ କରିବା ଉପରେ କଟକଣା ଅଛି । କୋଟପାଡ଼ର କଂଗ୍ରେସ ବିଧାୟକ ଚନ୍ଦ୍ରଶେଖର ମାଝୀଙ୍କୁ କିନ୍ତୁ ଏହି ନିୟମ ମାଲୁମ୍ ନ ଥିଲା । ଆଜି ଅପରାହ୍ନରେ ସେ ଏକ ବାଇକ୍ ଧରି ୧ ନମ୍ବର ଗେଟ୍ ବାଟେ ସଚିବାଳୟ ଭିତରକୁ ପଶୁଥିଲେ । ମାତ୍ର ସୁରକ୍ଷାକର୍ମୀମାନେ ତାଙ୍କୁ ଅଟକାଇ ବାଟ ଓଗାଳିଥିଲେ । ଛାର୍ କନେଷ୍ଟବଳ ତାଙ୍କୁ ଏଭଳି ଅଟକାଇବା ଘଟଣା ବିଧାୟକ ମହାଶୟଙ୍କୁ ଅପମାନିତ କରିଥିଲା । ଚିଲ୍ଲେଇ ଥିଲେ.. ମତେ କ’ଣ ଚିହ୍ନିପାରୁନ? ମୁଁ ବିଧାୟକ । ମତେ ତମେ ରୋକିବାକୁ କିଏ? ସୁରକ୍ଷା ଦାୟିତ୍ୱରେ ଥିବା କନେଷ୍ଟବଳ ତାଙ୍କୁ ସଚିବାଳୟର ପ୍ରବେଶ ନିୟମ ବିଷୟ ଜଣାଇବାରୁ ବିଧାୟକ ଉତକ୍ଷିପ୍ତ ହୋଇପଡ଼ିଥିଲେ । କନେଷ୍ଟବଳଙ୍କୁ କୁଆଡେ ଦୁର୍ବବ୍ୟହାର କରିଥିଲେ । ଏହାକୁ ନେଇ ସେଠାରେ କାର୍ଯ୍ୟରତ ସୁରକ୍ଷାକର୍ମୀ ଓ ବିଧାୟକଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା ।

ଏହି ସମୟରେ କେନ୍ଦ୍ରାପଡ଼ାର ବିଜେଡ଼ି ବିଧାୟକ କିଶୋର ତରାଇ ସେହି ଜାଗାରେ ପହଞ୍ଚିଥିଲେ । ସାଥୀ ବିଧାୟକଙ୍କୁ ସୁରକ୍ଷା ଦେବାକୁ ଯାଇ ସେ ମଧ୍ୟ ପାଟିତୁଣ୍ଡ କରିଥିଲେ । ସୁରକ୍ଷା କର୍ମୀ ଓ ଦୁଇ ବିଧାୟକଙ୍କ ମଧ୍ୟରେ ଏଭଳି ପାଟିତୁଣ୍ଡରେ ଦେଖଣାହାରୀଙ୍କ ଭିଡ଼ ଜମିଯାଇଥିଲା । ଅବଶ୍ୟ ପରେ ବିଧାୟକ ଶ୍ରୀ ମାଝୀ ନିଜର ଭୁଲ୍ ବୁଝିପାରିଥିଲେ । ଗେଟ୍ ନଂ ୧ ବାଟେ ବାଇକ୍ ନେଇ ପ୍ରବେଶ କଟକଣା ନିୟମ ତାଙ୍କୁ ଜଣା ନ ଥିଲା ବୋଲି ସେ କହିଛନ୍ତି । ଗୋଟିଏ ପଟେ ବିଧାୟକଙ୍କ ଦୁର୍ବବ୍ୟହାର ନେଇ ସଂପୃକ୍ତ ସୁରକ୍ଷାକର୍ମୀ ଉପରିସ୍ଥ ହାକିମଙ୍କୁ ଗୁହାରି କରିଥିଲା ବେଳେ ବିଧାୟକ ନିଜର ଭୁଲ୍ ବୁଝିପାରିବା ଏକ ବଡ଼ ଅପ୍ରୀତିକର ପରିସ୍ଥିତିକୁ ଏଡ଼େଇ ଦେଇଛି ।

ତେବେ ଆଜିର ଘଟଣା ପରେ ସଚିବାଳୟର ଏକ ନମ୍ବର ମୁଖ୍ୟ ଗେଟ୍ ଦେଇ ଗାଡି ମଟରରେ ପ୍ରବେଶ କଟକଣା ନିୟମ ଉପରେ ସଚିବାଳୟ କର୍ମଚାରୀମହଲରେ ଆଲୋଚନା ଆରମ୍ଭ ହୋଇଛି । ଏହି କଟକଣା ପଛରେ ରହିଥିବା ଯୁକ୍ତି ସେମାନଙ୍କୁ ବୁଝାପଡୁନି । କଡ଼ା ଯାଞ୍ଚ ଭିତରେ ଜଣେ ବ୍ୟକ୍ତି ସେବାଟେ ଗାଡ଼ି ନେଇ ଭିତରକୁ ଯିବାରେ କ’ଣ ଅସୁବିଧା ରହୁଛି ତାହାକୁ ନେଇ ଅଧିକାଂଶ ପ୍ରଶ୍ନ କରିଛନ୍ତି । ଏହାଦ୍ୱାରା ବୃଦ୍ଧ ଏବଂ ଦିବ୍ୟାଙ୍ଗମାନେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଥିବା ସେମାନେ କହିଛନ୍ତି । ସୁରକ୍ଷା ଅଧିକାରୀମାନେ ଏହି ପ୍ରବେଶ କଟକଣା ଉପରେ ପୁର୍ନବିଚାର କରିବାକୁ ସେମାନେ ଦାବି କରିଛନ୍ତି ।

Previous Post

ସିସିଟିଭିରେ ଭିଜିଲାନସ୍ ଚେହେରା: ବିଭାଗରୁ ବିଦା ହେଲେ ତିନି

Next Post

ଧର୍ମ ସଙ୍କଟରେ ନବୀନ !

Next Post
ଧର୍ମ ସଙ୍କଟରେ ନବୀନ !

ଧର୍ମ ସଙ୍କଟରେ ନବୀନ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA