Friday, April 17, 2026 08:17 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସିସିଟିଭିରେ ଭିଜିଲାନସ୍ ଚେହେରା: ବିଭାଗରୁ ବିଦା ହେଲେ ତିନି

by Our Correspondent
11 Jul, 2017- 05:12 PM
in Latest News
1 min read
0
ସିସିଟିଭିରେ ଭିଜିଲାନସ୍ ଚେହେରା: ବିଭାଗରୁ ବିଦା ହେଲେ ତିନି

କଟକ: କାମାକ୍ଷନଗର ଏନଏସି ଜୁନିୟର ଇଂଜିନିୟର ରାଜେନ୍ଦ୍ର ପ୍ରସାଦ ମିଶ୍ରଙ୍କୁ ମିଛ ମାମଲାରେ ଫସାଇବା ଢ଼େଙ୍କାନାଳ ଭିଜିଲାନସ ବିଭାଗକୁ ଶେଷରେ ମହଙ୍ଗା ପଡ଼ିଛି । ଜେଇଙ୍କ ଚାମ୍ବରରେ ଲାଗିଥିବା ସିସିଟିଭି କ୍ୟାମେରା ସଂପୃକ୍ତ ଭିଜିଲାନସ୍ କର୍ମଚାରୀଙ୍କ ଚାକିରି ନେଇଛି । କ୍ୟାମେରାରେ କଏଦ ୧୭ ମିନିଟ୍ ର ଭିଜିଲାନସ ଚଢ଼ାଉ ଫୁଟେଜ୍ ପୂରାପୂରି ସତ ପ୍ରମାଣିତ ହୋଇଛି । ଗତ ମେ ୨୪ ତାରିଖ “ମିଡ଼ ଡ଼େ ଓଡ଼ିଶା”ରେ ପ୍ରଥମେ ଏହି ଖବର ପ୍ରକାଶ ପାଇଥିଲା । ସିସିଟିଭି କ୍ୟାମେରାରେ ଭିଜିଲାନସର ଚେହେରାକୁ ସେଥିରେ ଉପସ୍ଥାପିତ କରାଯାଇଥିଲା । ଖବରଟି ପ୍ରସାରଣ ପରେ ସଂପୃକ୍ତ ଭିଜିଲାନସ କର୍ମଚାରୀ ଓ ଠିକାଦାର ଗାଲୁଠେଲୁ ପେଲିଥିଲେ । ଭିଜୁଆଲ୍ ଫୁଟେଜ୍ ଟି ମାନିପୁଲେଟ କରାଯାଇଥିବା ଯୁକ୍ତି କରିଥିଲେ । ମାତ୍ର ବିଳମ୍ବରେ ହେଲେ ମଧ୍ୟ ତଦନ୍ତକାରୀ ଭିଜିଲାନସ ଅଧିକାରୀ ଏହାକୁ ସତବୋଲି ପ୍ରମାଣିତ କରିଛନ୍ତି । ସେଦିନ ଜେଇଙ୍କ ଚାମ୍ବର ଚଢ଼ାଉରେ ସାମିଲ ଥିବା କାମାକ୍ଷାନଗର ଭିଜିଲାନସ ଡିଏସପି ହିମାଂଶୁ ଶେଖର ମିଶ୍ର, କନେଷ୍ଟବଳ ଉଦ୍ଧବ ଲେଙ୍କା ଓ ଶ୍ରୀନିବାସ ବିଶ୍ୱାଳଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି । ଭିଜିଲାନସ ଡିଜିଙ୍କ ଚିଠି ନମ୍ବର ୭୩୪/୧୦.୭.୨୦୧୭ରେ ସେମାନଙ୍କୁ ଭିଜିଲାନସ ବିଭାଗରୁ ତୁରନ୍ତ ଅପସାରଣ କରିଦେଇଛନ୍ତି ।

ଢ଼େଙ୍କାନାଳର ସଂପୃକ୍ତ ନ୍ୟସ୍ତସ୍ୱାର୍ଥ ଭିଜିଲାନସ୍ ଟିମ୍ ଜନୈକ ଠିକାଦାର ସୁରେଶ ନାୟକଙ୍କ ପ୍ରରୋଚନାରେ ପଡ଼ି ଜେଇ ଶ୍ରୀ ମିଶ୍ରଙ୍କ ଅଫିସ ଗତ ମାର୍ଚ୍ଚ ୨୪ ତାରିଖ ସଂଧ୍ୟାରେ ଚଢ଼ାଉ କରିଥିବା ସିସିଟିଭି କ୍ୟାମେରା ବୟାନ କରିଥିଲା । ଚଢ଼ାଉ ବେଳେ ସେମାନେ ଜେଇଙ୍କ ଟେବୁଲ ଡ୍ରୟାରରେ ୨୫ ହଜାର ଟଙ୍କା ରଖି ତାଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଫସାଇ ଦେଇଥିଲେ । ଖାଲି ସେତିକି ନୁହେଁ ଜେଇଙ୍କ ବିରୋଧରେ ମିଛ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିଥିଲେ । ଚାକିରିରୁ ସସପେଣ୍ଡ ହେବା ସହ ୧୪ ଦିନ ଜେଲ୍ ରେ ସଜ୍ଜା କାଟିବା ପରେ ଜେଇ ଶ୍ର ମିଶ୍ର ନ୍ୟାୟ ଭିକ୍ଷା ପାଇଁ ବାରଦୁଆର ବୁଲୁଥିଲେ । ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଭିଜିଲାନସ ଡିଜି ସମସ୍ତଙ୍କୁ ଗୁହାରି କରିଥିଲେ । ଇତିମଧ୍ୟରେ ଡିଜି ଏହି ମାମଲାର ତଦନ୍ତ ପାଇଁ ଆଇଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଦେଢ଼ମାସ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା । ଗତ ୭ ତାରିଖରେ ଶ୍ରୀ ମିଶ୍ର ମାନବାଧିକାର କମିସନଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଉ ମାନବାଧିକାର କମିସନ ମାମଲାକୁ ବିଚାରକୁ ନେଉ ନେଉ ଭିଜିଲାନସ୍ ଡିଜି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

Previous Post

ମୁଖ୍ୟମନ୍ତ୍ରୀ ବେଳ ପାଇଲେନି

Next Post

ସଚିବାଳୟ ପ୍ରବେଶ ନିୟମ ନ ଜାଣି ବିଧାୟକ ହଟ୍ଟହଟ୍ଟା

Next Post
ସଚିବାଳୟ ପ୍ରବେଶ ନିୟମ ନ ଜାଣି ବିଧାୟକ ହଟ୍ଟହଟ୍ଟା

ସଚିବାଳୟ ପ୍ରବେଶ ନିୟମ ନ ଜାଣି ବିଧାୟକ ହଟ୍ଟହଟ୍ଟା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA