Friday, April 17, 2026 05:09 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମୁଖ୍ୟମନ୍ତ୍ରୀ ବେଳ ପାଇଲେନି

by Our Correspondent
10 Jul, 2017- 08:37 PM
in Latest News
1 min read
0
ମୁଖ୍ୟମନ୍ତ୍ରୀ ବେଳ ପାଇଲେନି

Odisha Chief Minister and BJD supremo Naveen Patnaik. (File Photo: IANS)

ଭୁବନେଶ୍ୱର: ଦୀର୍ଘ ୯ ବର୍ଷ ପରେ ମୁଖ୍ୟମନ୍ତ୍ରୀ ତାଙ୍କର ସରକାରୀ ଅଭିଯୋଗ ପ୍ରକୋଷ୍ଠକୁ ଆଜି ଆସୁଥିବା ହୁରି ପଡ଼ିଥିଲା । ଦୂରଦୂରାନ୍ତରୁ ଖର୍ଚ୍ଚାନ୍ତ ହୋଇ ଅସହାୟ ଦୁଃଖୀ ରଙ୍କିମାନେ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିବାକୁ ଭୁବନେଶ୍ୱର ଧାଇଁ ଆସିଥିଲେ । ଭୋକ ଓପାସରେ ଦିନଯାକ ଅପେକ୍ଷା କରି ବସିଲେ । ହେଲେ ମୁଖ୍ୟମନ୍ତ୍ରୀଙ୍କର ପାଦ ପଡ଼ିଲାନି । ଅଭିଯାଗକାରୀମାନେ ନିଜ କଷ୍ଟକୁ ମନରେ ଚାପି ସେଇ ପୁରୁଣା ଢ଼ାଞ୍ଚାରେ ଅଭିଯୋଗ ପ୍ରକୋଷ୍ଠର ଅଫିସରଙ୍କୁ ଅଭିଯୋଗ ଧରେଇ ଚାଲିଗଲେ ।

ପ୍ରତି ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସର୍ବସାଧାରଣଙ୍କ ପାଇଁ ଖୋଲା ରହେ । ନବୀନ ପଟ୍ଟନାୟକ ୨୦୦୦ ମସିହାରେ ଦାୟିତ୍ୱ ଗ୍ରହଣ କଲାପରଠାରୁ କାଁ ଭାଁ ସେଠାକୁ ଆସୁଥିଲେ । ଲୋକଙ୍କ ଗୁହାରି ଶୁଣୁଥିଲେ । ୨୦୦୮ ମସିହା ପର୍ଯ୍ୟନ୍ତ ନବୀନ ସମୁଦାୟ ୭୬ ଥର ତାଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲେ । ୨୦୦୧ ବର୍ଷଯାକରେ ସର୍ବାଧିକ ଆସିଥିଲେ ୨୦ଦିନ । ୨୦୦୮ ଅଗଷ୍ଟ ୧୬ ତାରିଖରେ ଶେଷ ଥର ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଆସିଥିଲେ ମାତ୍ର ସେବେଠାରୁ ଆଉ ସେଠାକୁ ମୁହଁ ଫେରାଇନାହାନ୍ତି । ପ୍ରକୋଷ୍ଠ ଦାୟିତ୍ୱରେ ଥିବା ଅଫିସରମାନେ କାମ ଚଳେଇ ଦେଉଛନ୍ତି । ଅର୍ଥାତ ଲୋକେ ସେମାନଙ୍କ ଗୁହାରି/ଅଭିଯୋଗ ଧରି ଆସୁଛନ୍ତି । ଆଉ ଅଫିସରମାନେ ସେହି କାଗଜ ଖଣ୍ଡିକ ଉପରେ ଷ୍ଟାମ୍ପ ମାରି ଫାଇଲ୍ ରେ ଭର୍ତ୍ତି କରିଦେଇ କାମ ସାରିଦେଉଛନ୍ତି । ପରବର୍ତ୍ତୀ ସମୟରେ ଲୋକେ ତାଙ୍କ ଗୁହାରିର ଫଳ ପାଉଥିବା କାଇଁ ଶୁଣାଯାଉନାହିଁ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଉପରୁ ମଧ୍ୟ ଲୋକଙ୍କ ଆସ୍ଥା ତୁଟିଯାଇଛି ।

ତେବେ ଏଥର ଖରାଛୁଟି ପରେ ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ରହି ଗୁହାରି ଶୁଣିବା ଖବର ଲୋକଙ୍କ ପାଇଁ ସଞ୍ଜିବନୀ ଭଳି ହୋଇଥିଲା । ଖରାଛୁଟି ପାଇଁ ଏପ୍ରିଲ୍ ୨୪ ରୁ ବନ୍ଦ ଥିବା ଅଭିଯୋଗ ପ୍ରକୋଷ୍ଠ ନବକଳେବରରେ ସଜେଇ ଖୋଲିଥିଲା । ମୁଖ୍ୟମନ୍ତ୍ରୀ ନିଜେ ସେଠାକୁ ଆସୁଥିବା ଖବର ବିଜୁଳି ବେଗରେ ଖେଳିଥିବାରୁ ସାରା ରାଜ୍ୟରୁ ଦୁର୍ଦ୍ଦଶାଗ୍ରସ୍ତ ଲୋକେ ଆଜି ସକାଳୁ ଅଭିଯୋଗ ପ୍ରକୋଷ୍ଠ ଆଗରେ ଭିଡ଼ ଜମାଇଥିଲେ । ସବୁ ପ୍ରସ୍ତୁତି ସରି ମୁଖ୍ୟମନ୍ତ୍ରୀ ଆଗମନକୁ ଅପେକ୍ଷା କରାଯାଇଥିଲା ବେଳେ ଲୋକଙ୍କ ଆଶା ପାଟିଫୋଟକା ଭଳି ମିଳେଇ ଯାଇଛି । ମୁଖ୍ୟମନ୍ତ୍ରୀ କାହିଁକି ଆସିପାରିଲେନି ତାହାର ଉତ୍ତର ବି ଲୋକଙ୍କୁ ମିଳିଲା ନାହିଁ ।

Previous Post

ଧାମରା ସରକାରୀ ଉତ୍ସବରେ ରାଜନୀତି !

Next Post

ସିସିଟିଭିରେ ଭିଜିଲାନସ୍ ଚେହେରା: ବିଭାଗରୁ ବିଦା ହେଲେ ତିନି

Next Post
ସିସିଟିଭିରେ ଭିଜିଲାନସ୍ ଚେହେରା: ବିଭାଗରୁ ବିଦା ହେଲେ ତିନି

ସିସିଟିଭିରେ ଭିଜିଲାନସ୍ ଚେହେରା: ବିଭାଗରୁ ବିଦା ହେଲେ ତିନି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA