Friday, April 17, 2026 03:38 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଧାମରା ସରକାରୀ ଉତ୍ସବରେ ରାଜନୀତି !

by Our Correspondent
08 Jul, 2017- 05:25 PM
in Latest News, Politics
1 min read
0
ଧାମରା ସରକାରୀ ଉତ୍ସବରେ ରାଜନୀତି !

ଭଦ୍ରକ: ଆଜି ଧାମରା ଏଲଏନଜି ଟର୍ମିନାଲର ଭୂମିପୂଜାକୁ ମୁଖ୍ୟମନ୍ତ୍ରୀ ଆସିଲେନି । ଆସିବେନି ବୋଲି ଗତକାଲି ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ଜଣାଇ ଦିଆଯାଇଥିଲା । ତିନି ଦିନ ଆଗରୁ ମୁଖ୍ୟମନ୍ତ୍ରୀ ଯୋଗଦେବେ ବୋଲି ନିଜର ସମ୍ମତି ଦେଇଥିଲେ । ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ କରିଥିଲେ ଏବଂ ସେହି ନିମନ୍ତ୍ରଣକୁ ମୁଖ୍ୟମନ୍ତ୍ରୀ ସାଦରେ ଗ୍ରହଣ କରିଥିଲେ । ଧାମରାରେ ଗୋଟିଏ ମଞ୍ଚରେ ନବୀନ-ଧର୍ମେନ୍ଦ୍ର ଏକାଠି ବସିବେ..ଜନସାଧାରଣଙ୍କ ମଧ୍ୟରେ ଏହା ବେଶ୍ ଉତ୍ସାହ ଓ କୌତୁହଳ ସୃଷ୍ଟି କରିଥିଲା । ଉଭୟ ବିଜେଡ଼ି ଓ ବିଜେପି କର୍ମୀମାନେ ନିଜ ନିଜର ଶକ୍ତି ପ୍ରଦର୍ଶନ ପାଇଁ ତୟାର ହୋଇଯାଇଥିଲେ । ତେବେ କର୍ମୀମାନେ ଶକ୍ତି ପ୍ରଦର୍ଶନ ଜାରି ରଖିଲା ବେଳକୁ ନବୀନଙ୍କ ଆଗମନ ବନ୍ଦ ଖବର ସେଥିରେ ଭଟ୍ଟା ପକାଇଦେଇଥିଲା ।

ମିଳିଥିବା ଖବର ଅନୁଯାୟୀ, ଧାମରାରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ଧର୍ମେନ୍ଦ୍ରଙ୍କ ପୋଷ୍ଟର ଛାଇ ଯାଇଥିଲା ବେଳେ ବିଜେଡ଼ି ମଧ୍ୟ ପଛରେ ପଡ଼ି ନ ଥିଲା । ନବୀନ ଓ ତାଙ୍କ ସରକାରଙ୍କ ସଫଳତା ଗାନର ପୋଷ୍ଟର ବି ଛାଇ ଦେଇଥିଲା । ଏହି ପୋଷ୍ଟରକୁ ନେଇ ଦୁଇ ଦଳ କର୍ମୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଛକାପଂଝା । ଆଉ ନବୀନଙ୍କ ପୋଷ୍ଟରକୁ କିଛି ଜାଗାରେ ବିଜେପି କର୍ମୀମାନେ ଚିରି ଦେଇଥିବା ଅଭିଯୋଗ ଆସିଲା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ସଭାରେ ନିଶ୍ଚିତ ଗଣ୍ଡଗୋଳ ହେବ ବୋଲି ଗୁଇନ୍ଦା ପୁଲିସ ସୂଚନା ପାଇଲା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତକୁ ବାତିଲ କରିଦେଇଥିଲେ । ଏକ ସରକାରୀ କାର୍ଯ୍ୟକ୍ରମକୁ ବିଜେପି ରାଜନୈତିକ କାର୍ଯ୍ୟକ୍ରମ ଭାବରେ ନେଇଛି ବୋଲି ବିଜେଡ଼ି ଅଭିଯୋଗ କରିଛି । ଦଳର ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସମ୍ମତି ପ୍ରଦାନ କରିଥିଲେ । ପ୍ରୋଟୋକଲ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଏହି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାରେ ଅସୁବିଧା ନ ଥିଲା । ମାତ୍ର ବିଜେପି ପ୍ରୋଟୋକଲ୍ ଉଲ୍ଲଂଘନ କରି ସେହି ସଭାକୁ ଦଳୀୟ ନେତାଙ୍କୁ ଆମନ୍ତ୍ରଣ କରିବା ଦୁର୍ଭାଗ୍ୟଜନକ । ସେଥିପାଇଁ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରୁ ଦୂରେଇ ରହିଥିବା ସେ ସଫେଇ ଦେଇଛନ୍ତି ।

ସେପଟେ ଧର୍ମେନ୍ଦ୍ର ପ୍ରଧାନ ଏହି ଅଭିଯୋଗର ସିଧାସଳଖ ଜବାବ ଦେଇପାରିନାହାନ୍ତି । ରାଜ୍ୟର ବିକାଶ ପାଇଁ ଏତେବଡ଼ ପ୍ରକଳ୍ପର ଭୂମିପୂଜାରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଥିଲେ ଭଲ ହୋଇଥାଆନ୍ତା ବୋଲି ସେ କଥା ବୁଲେଇ କହିଛନ୍ତି । ତେବେ ସେ ଯାହା ହେଉ, ଧାମରା ଏଲଏନଜି ଟର୍ମିନାଲର ଭୂମିପୂଜା ବିଜେପି-ବିଜେଡ଼ି ରାଜନୀତିରେ ପୁଣି ଉଷ୍ଣତା ଖେଳାଇଛି । ଉଲ୍ଲେଖଯୋଗ୍ୟ, କଳିଙ୍ଗ ଷ୍ଟାଡିୟମ୍ ରେ ଚାଲିଥିବା ଏସିଆନ୍ ଆଥଲେଟିକ୍ ଚମ୍ପିଆନ୍ ଉଦଯାପନୀ ଉତ୍ସବରେ ଯୋଗଦେବାକୁ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ୍ ଓରାମ୍ ପୂର୍ବରୁ ମନା କରିଦେଇଥିଲେ । ଆୟୋଜନ ଓ ପ୍ରସାର ଜରିଆରେ ଓଡ଼ିଶା ସରକାର ଏହି ମେଗା ଇଭେଣ୍ଟରୁ ଫାଇଦା ନେଉଥିବାରୁ ଧର୍ମେନ୍ଦ୍ର ଶୁଭେଚ୍ଛା ଜଣାଇବାକୁ ବି ଉଚିତ୍ ମଣିନାହାନ୍ତି । ଖୋଦ୍ ପ୍ରଧାନମନ୍ତ୍ରୀ ବି ଆୟୋଜକ ଓ ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇନାହାନ୍ତି ।

Previous Post

କଂଗ୍ରେସକୁ ଜଗନ୍ନାଥ ସାହା

Next Post

ମୁଖ୍ୟମନ୍ତ୍ରୀ ବେଳ ପାଇଲେନି

Next Post
ମୁଖ୍ୟମନ୍ତ୍ରୀ ବେଳ ପାଇଲେନି

ମୁଖ୍ୟମନ୍ତ୍ରୀ ବେଳ ପାଇଲେନି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA