Wednesday, April 29, 2026 10:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରେକର୍ଡ କଲେ ରୀତା ସାହୁ;୯୮ ହଜାର ଭୋଟରେ ବିଜୟୀ

by Our Correspondent
24 Oct, 2019- 01:30 PM
in Latest News, News, Politics
1 min read
0
ରେକର୍ଡ କଲେ ରୀତା ସାହୁ;୯୮ ହଜାର ଭୋଟରେ ବିଜୟୀ

– ଓଡ଼ିଶା ନିର୍ବାଚନ ଇତିହାସରେ ରେକର୍ଡ ବିଜୟ
– ମୁଖ୍ୟମନ୍ତ୍ରୀଙ୍କ ଭୋଟ ବ୍ୟବଧାନକୁ ଟପିଗଲେ ରୀତା
– ସୌମ୍ୟ ପଟ୍ଟନାୟକଙ୍କ ରେକର୍ଡ ଭାଙ୍ଗିଲେ

ଭୁବନେଶ୍ୱର: ଗତ ସାଧାରଣ ନିର୍ବାଚନରେ ବିଜେପୁରର ବିଜେଡ଼ି ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୟ ବ୍ୟବଧାନ ଥିଲା ୫୭ ହଜାର ୧୨୨ । ମାତ୍ର ୬ ମାସରେ ଅନୁଷ୍ଠିତ ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ରୀତା ସାହୁଙ୍କ ବିଜୟ ବ୍ୟବଧାନ ୯୭ ହଜାର ୯୯୪ ହୋଇଛି । ଅର୍ଥାତ୍ ମୁଖ୍ୟମନ୍ତ୍ରୀଙ୍କ ବିଜୟ ବ୍ୟବଧାନକୁ ଟପିଯାଇଛନ୍ତି ତାଙ୍କ ପ୍ରାର୍ଥୀ । ଖାଲି ସେତିକି ନୁହେଁ, ଓଡ଼ିଶା ନିର୍ବାଚନ ଇତିହାସରେ ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ଜିତିଛନ୍ତି ରୀତା । ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ସନତ ଗଡ଼ତିଆ ଗତ ସାଧାରଣ ନିର୍ବାଚନରେ ପାଇଥିବା ଭୋଟକୁ ରଖିବାରେ ସମର୍ଥ ହୋଇନାହାନ୍ତି ।

ଏକଦା କଂଗ୍ରେସର ଗଡ଼ ଥିବା ବିଜେପୁରରେ ହାଟ୍ରିକ୍ ବିଜୟ ହାସଲ କରିଛି ବିଜୁ ଜନତା ଦଳ । ୨୧ ତାରିଖରେ ଅନୁଷ୍ଠିତ ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ଶ୍ରୀମତୀ ରୀତା ସାହୁ ତାଙ୍କର ନିକଟତମ ବିଜେପି ପ୍ରତିଦ୍ୱନ୍ଦୀ ସନତ ଗଡ଼ତିଆଙ୍କୁ ୯୭ ହଜାର ୯୯୪ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କ ସ୍ଥିତି ହଜିଯାଇଛି । ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି, ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଏଠାରୁ ପ୍ରାର୍ଥୀ ହୋଇ ୧ ଲକ୍ଷ ୧୦ ହଜାର ୬୦୪ ଭୋଟ ପାଇଥିବା ବେଳେ ଉପନିର୍ବାଚନରେ ରୀତାଙ୍କ ପାଇଁ ୨୫ ହଜାର ଅଧିକ ଭୋଟ ଯୋଗାଡ଼ କରିଛନ୍ତି ।
ଆଜି ୨୧ ରାଉଣ୍ଡ ଭୋଟ ଗଣତି ପରେ ଏହା ହେଉଛି ବିଜେପୁର ଫଳାଫଳ । ବିଜେପି ପ୍ରାର୍ଥୀ ରୀତା ସାହୁଙ୍କ ସପକ୍ଷରେ ୧ ଲକ୍ଷ ୩୫ ହଜାର ୯୫୭ ଭୋଟ ପଡ଼ିଥିବା ବେଳେ ବିଜେପିର ସନତ ଗଡ଼ତିଆଙ୍କ ପକ୍ଷକୁ ଯାଇଛି ୩୭ ହଜାର ୯୬୭ ଭୋଟ । କଂଗ୍ରେସର ଦିଲ୍ଲୀପ ପଣ୍ଡା ପାଇଛନ୍ତି ୫ ହଜାର ୮୭୩ ଭୋଟ । ବିଜେଡ଼ି ହାଟ୍ରିକ୍ ବିଜୟ ହାସଲ କରିଥିବା ବେଳେ କଂଗ୍ରେସ ସ୍ଥିତି ହରାଇବାରେ ହାଟ୍ରିକ୍ ଅର୍ଜନ କରି ଶୋଚନୀୟ ଅବସ୍ଥାକୁ ଆସିଛି । ବିଜେପିର ଭୋଟ ଗତ ସାଧାରଣ ନିର୍ବାଚନଠାରୁ ପ୍ରାୟ ୨୦ ହଜାର ପଛକୁ ଚାଲି ଆସିଛି । ୨୦୧୮ ଉପନିର୍ବାଚନରେ ବିଜେଡ଼ିର ଭୋଟ ବ୍ୟବଧାନ ପାଖାପାଖି ୪୨ ହଜାର ଥିଲା ବେଳେ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡ଼ି ଭୋଟ ବ୍ୟବଧାନ ୫୭ ହଜାରକୁ ବୃଦ୍ଧି ପାଇଥିଲା ।
କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ଯୋଗୁଁ ୨୦୧୮ରେ ଅନୁଷ୍ଠିତ ଉପନିର୍ବାଚନରେ ସ୍ୱର୍ଗତ ସାହୁଙ୍କ ପତ୍ନୀ ରୀତାଙ୍କୁ ବିଜେଡ଼ି ପ୍ରାର୍ଥୀ କରିଥିଲା । ଅଶୋକ ପାଣିଗ୍ରାହୀଙ୍କୁ ବିଜେପି ଏବଂ ପ୍ରଣୟ ସାହୁଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିଲା । ବିଜେଡ଼ିର ରୀତାଙ୍କୁ ୧ ଲକ୍ଷ ୨ ହଜାର ୮୭୧ ଭୋଟ, ବିଜେପିର ଅଶୋକଙ୍କୁ ୬୦,୯୩୮ ଭୋଟ ଏବଂ କଂଗ୍ରେସର ପ୍ରଣୟଙ୍କୁ ୧୦,୨୭୪ ଭୋଟ ମିଳିଥିଲା । ୨୦୧୯ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରୁ ନିର୍ବାଚନ ଲଢ଼ିଥିଲେ । ତାଙ୍କ ବିପକ୍ଷରେ ବିଜେପିର ସନତ ଗଡ଼ତିଆ ଏବଂ କଂଗ୍ରେସର ରିପୁନାଥ ସେଠ୍ ପ୍ରାର୍ଥୀ ହୋଇଥିଲେ । ମୁଖ୍ୟମନ୍ତ୍ରୀ ୫୯.୭୮ ପ୍ରତିଶତ ଭୋଟ ପାଇ ରେକର୍ଡ କରିଥିଲେ । ତାଙ୍କୁ ସମୁଦାୟ ୧ ଲକ୍ଷ ୧୦ ହଜାର ୬୦୪ ଖଣ୍ଡ ଭୋଟ ମିଳିଥିଲା । ବିଜେପି ପ୍ରାର୍ଥୀ ସନତ୍ ଙ୍କୁ ୫୩ ହଜାର ୪୮୨ ଭୋଟ(୨୮.୯୧%) ମିଳିଥିବା ବେଳେ କଂଗ୍ରେସର ରିପୁନାଥଙ୍କୁ ମିଳିଥିଲା ୧୪,୩୪୪(୭.୭୫%) ଭୋଟ ।
ଚଳିତ ବିଧାନସଭାରେ ଖଣ୍ଡପଡ଼ାର ବିଜେଡ଼ି ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ତାଙ୍କ ନିକଟତମ ବିଜେପି ପ୍ରାର୍ଥୀଙ୍କୁ ୮୧ ହଜାର ୪୩୦ ଭୋଟରେ ପରାସ୍ତ କରି ସର୍ବାଧିକ ଭୋଟ ବ୍ୟବଧାନରେ ଜିତିଥିବା ବିଧାୟକର ମାନ୍ୟତା ପାଇଥିଲେ । ମାତ୍ର ସୌମ୍ୟଙ୍କ ମାନ୍ୟତାକୁ କାଟିଛନ୍ତି ରୀତା ସାହୁ । ସେ ଏବେ ସର୍ବାଧିକ ଭୋଟ ବ୍ୟବଧାନରେ ଜିତିଥିବା ବିଧାୟିକା ।
ବିଜେପୁର ନିର୍ବାଚନ ଫଳାଫଳ ଆସିଲା କ୍ଷଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଫୋନ୍ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି । ବିଜେପୁର ବିଜୟକୁ ନେଇ ବିଜେଡ଼ିରେ ଉତ୍ସବ ପର୍ବ ଆରମ୍ଭ ହୋଇଥିବା ବେଳେ ବିଜେପି ଓ କଂଗ୍ରେସ ଶିବିର ନୈରାଶ୍ୟରେ ବୁଡ଼ି ଯାଇଛନ୍ତି ।
Previous Post

କୁଟ୍ଟେ ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ

Next Post

ବିଜେପିର ଚେତା ବୁଡ଼େଇଲା ବିଜେପୁର

Next Post
ବିଜେପିର ଚେତା ବୁଡ଼େଇଲା ବିଜେପୁର

ବିଜେପିର ଚେତା ବୁଡ଼େଇଲା ବିଜେପୁର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA