Wednesday, April 29, 2026 08:52 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେପିର ଚେତା ବୁଡ଼େଇଲା ବିଜେପୁର

by Our Correspondent
24 Oct, 2019- 01:42 PM
in Latest News, News, Politics
1 min read
0
ବିଜେପିର ଚେତା ବୁଡ଼େଇଲା ବିଜେପୁର
ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ଫଳାଫଳ ଖାଲି ବିଜେଡ଼ି ସପକ୍ଷରେ ଯାଇନି ବରଂ ମୁଖ୍ୟ ପ୍ରତିଦ୍ୱନ୍ଦୀ ବିଜେପିର ଚେତା ବୁଡ଼ାଇ ଦେଇଛି । ବିଜେଡ଼ି ପ୍ରାର୍ଥୀ ରୀତା ସାହୁ ଏଠାରେ ବୃହତ୍ତ ବିଜୟ ହାସଲ କରିଛନ୍ତି । ଗତ ସାଧାରଣ ନିର୍ବାଚନରେ ଏଠାରୁ ପ୍ରାର୍ଥୀ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୟ ବ୍ୟବଧାନ ୫୭ ହଜାର ଥିଲା ବେଳେ ରୀତାଙ୍କ ବିଜୟ ବ୍ୟବଧାନ ୯୮ ହଜାର ହୋଇଛି । ଗତ ସାଧାରଣ ନିର୍ବାଚନରେ ୫୩ ହଜାର ଭୋଟ ପାଇଥିବା ବିଜେପିକୁ ଉପନିର୍ବାଚନରେ ପାଖାପାଖି ୩୮ ହଜାର ଭୋଟ ମିଳିଛି । ବିଜେପିର ଏଭଳି ଚିତପଟାଙ୍ଗ ଲୋକଙ୍କୁ ହସାଇବାକୁ ବାଧ୍ୟ କରିଛି । ଦଳର ବାହାସ୍ଫୋଟ ଆଗରେ ଜନସମର୍ଥନ ତାଳ ଦେଇନି । ଓଲଟି ବିଜେପିର ପରାଜୟ ବ୍ୟବଧାନ ବହୁମାତ୍ରାରେ ବଢ଼େଇ ଦେଇଛି ।
ବିଜେପୁରରେ ଏକପାଖିଆ ନିର୍ବାଚନ ହେବ ବୋଲି ପ୍ରଥମରୁ ଆକଳନ କରାଯାଉଥିଲା । ସାଧାରଣ ନିର୍ବାଚନ ପରେ ବିଜେଡ଼ି ଓ ବିଜେପି ମଧ୍ୟରେ ଭାବ ବଢ଼ିଥିବାରୁ ଦୁଇ ଦଳ ମଧ୍ୟରେ ଅନ୍ତରର ଲଢ଼େଇ ହେବ ବୋଲି କାହାରି ବିଶ୍ୱାସ ହେଉ ନ ଥିଲା । ତେବେ ପରବର୍ତ୍ତୀ ସମୟରେ ନିର୍ବାଚନ ମଇଦାନରେ ସେଭଳି ଅନୁଭବ ଆସି ନ ଥିଲା । ବିଜେଡ଼ିର ବିଶାଳ ପଲଟନ ବିଜେପୁରରେ ଝାଳନାଳ ଦେଇ ପ୍ରଚାର କରିଥିଲେ । ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷ ବେଳକୁ ଦୁଇଦିନ ରହି ନିଜ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀ ସେହି ଆସନରୁ ଜିତି ଛାଡ଼ିଦେଇଥିବାରୁ ବିଜେଡ଼ି ପାଇଁ ଉପନିର୍ବାଚନ ସମ୍ମାନର ପ୍ରଶ୍ନ ଥିଲା ।
ସେପଟେ ବିଜେଡିକୁ ଟକ୍କର ଦେବାକୁ ବିଜେପି ମଇଦାନ ରେଡ୍ଡି କରିଥିଲା । ମୁଖ୍ୟମନ୍ତ୍ରୀ ବିଜେପୁରବାସୀଙ୍କୁ ପ୍ରତାରିତ କରିଛନ୍ତି । ବିଜେପୁର ବିକାଶ ନାଁରେ ବିଜେପୁରବାସୀଙ୍କୁ ଭଣ୍ଡେଇଛନ୍ତି । ଏଭଳି ପ୍ରଚାରକୁ ଆୟୁଧ କରି ବିଜେପି ଲୋକଙ୍କ ସମର୍ଥନ ଯୋଗାଡ଼ର ଉଦ୍ୟମ କରିଥିଲା । ବିଜେପିର ମୁଖ୍ୟ ପ୍ରଚାରକ ଭାବେ ଉଭା ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୁଇଟି ପର୍ଯ୍ୟାୟରେ ବିଜେପୁରରେ ଡେରା ପକାଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନବାଣ ଛାଡ଼ିଥିଲେ । ଶେଷ ଦୁଇଦିନ ମୁଖ୍ୟମନ୍ତ୍ରୀଙ୍କ ସହ ତାଳ ଦେଇ ପ୍ରଚାର କରିଥିଲେ ।
କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍, ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରମୁଖ ବିଭିନ୍ନ ପର୍ଯ୍ୟାୟରେ ବିଜେପୁର ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଥିଲେ । ବଳ, କୌଶଳରେ ବିଜେଡ଼ିକୁ ଟକ୍କର ଦେବାକୁ ପଛରେ ପଡ଼ି ନ ଥିଲା ବିଜେପି ।
ମାତ୍ର ବିଜେପିର ଟାଣପଣ ଭୋଟରେ ପ୍ରତିଫଳିତ ହୋଇନାହିଁ । ଜିତିବା ଦୂରେ ଥାଉ, ସମ୍ମାନର ସଂଖ୍ୟା ପାଇବାକୁ ବି ଦଳ ସମର୍ଥ ହୋଇନାହିଁ । ଗତ ସାଧାରଣ ନିର୍ବାଚନ କଥା ଛାଡ଼ନ୍ତୁ, ୨୦୧୮ ଉପନିର୍ବାଚନରେ ବି ଦଳ ଅନୁରୂପ ଅବସ୍ଥା ଭୋଗିଥିଲା । ନିଶ୍ଚିତ ବିଜୟୀ ହେବେ ବୋଲି ପଞ୍ଚାୟତ ନେତାଙ୍କଠାରୁ କେନ୍ଦ୍ରମନ୍ତ୍ରୀଙ୍କ ଯାଏଁ ସମସ୍ତେ ବାହାସ୍ଫୋଟ ମାରିଥିଲେ । ମାତ୍ର ୪୨ହଜାର ଭୋଟରେ ହାରିଲେ । ସାଧାରଣ ନିର୍ବାଚନରେ ବିଜେପିର ପରାଜୟ ବ୍ୟବଧାନ ୫୭ ହଜାର ଟପିଲା । ତଥାପି ବି ବିଜେପି ନେତାଙ୍କ ଦମ୍ଭ ଭାଙ୍ଗି ନ ଥିଲା ।
ଉପନିର୍ବାଚନ ଫଳାଫଳ ଆସିଲା ପରେ ବିଜେପି ନେତାଙ୍କ ସେହି ଚିରାଚରିତ ବୟାନ ଆସିଲାଣି । ଜନମତକୁ ନା ସେମାନେ ସମ୍ମାନ ଦେଉଛନ୍ତି ନା କ୍ରମାଗତ ପରାଜୟର କାରଣ ଖୋଜିବାକୁ ଚେଷ୍ଟା କରୁଛନ୍ତି । ପ୍ରଭାରୀ ଅରୁଣ ସିଂଙ୍କ ଦମ୍ଭ ପଣ ତଥାପି ଭାଙ୍ଗିଲା ନାହିଁ । ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ବିଜେଡ଼ିର ରଣକୌଶଳକୁ ସାମନା କରିବାରେ ବିଜେପି ଯେ ଏଯାଏଁ ସମର୍ଥ ହୋଇନାହିଁ ତାହା ହେଉଛି ବାସ୍ତବତା । ମାତ୍ର ଦଳୀୟ ନେତାମାନେ ନିଜ ଅହକାଂର ପାଇଁ ଏହି ବାସ୍ତବତା ବୁଝିବାକୁ ନାରାଜ । ଦଳରେ ରହିଥିବା ପ୍ରବଳ ଅର୍ନ୍ତବିବାଦ ଓ ନେତାଙ୍କ ଅହଂଭାବ ବିଜେପୁର ନିର୍ବାଚନ ବିପର୍ଯ୍ୟସ୍ତର ଅନ୍ୟ ଏକ କାରଣ ଯାହାକୁ ଏଡାଇ ହେବ ନାହିଁ ବୋଲି ରାଜନୈତିକ ସମୀକ୍ଷକଙ୍କ ମତ । ଅଶୋକ ପାଣିଗ୍ରାହୀ ବିଜେପି ଛାଡ଼ିବା ଦଳ ପାଇଁ ମହଙ୍ଗା ପଡ଼ିବା ଆଉ ଏକ ସତ୍ୟ ।
ସୂଚନାଥାଉକି, ଏହି ଉପନିର୍ବାଚନରେ କଂଗ୍ରେସର ସ୍ଥିତି ନଥିଲା କହିଲେ ଚଳେ । କଂଗ୍ରେସକୁ ଯେତିକି ଫଳ ମିଳିବ ବୋଲି ଆଶା କରାଯାଉଥିଲା ତାହା ହିଁ ହୋଇଛି ।
Previous Post

ରେକର୍ଡ କଲେ ରୀତା ସାହୁ;୯୮ ହଜାର ଭୋଟରେ ବିଜୟୀ

Next Post

ମହାରାଷ୍ଟ୍ର, ହରିୟାନାରେ ଫେଲ୍ ମାରିଲା ବିଜେପି ରଣନୀତି

Next Post
ମହାରାଷ୍ଟ୍ର, ହରିୟାନାରେ ଫେଲ୍ ମାରିଲା ବିଜେପି ରଣନୀତି

ମହାରାଷ୍ଟ୍ର, ହରିୟାନାରେ ଫେଲ୍ ମାରିଲା ବିଜେପି ରଣନୀତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA