Wednesday, April 29, 2026 07:12 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମହାରାଷ୍ଟ୍ର, ହରିୟାନାରେ ଫେଲ୍ ମାରିଲା ବିଜେପି ରଣନୀତି

by Our Correspondent
24 Oct, 2019- 11:17 PM
in Latest News, National, News, Politics
1 min read
0
ମହାରାଷ୍ଟ୍ର, ହରିୟାନାରେ ଫେଲ୍ ମାରିଲା ବିଜେପି ରଣନୀତି
ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ହରିୟାଣାରେ ମୋଦି ଚମକ ସେଭଳି ଦେଖିବାକୁ ମିଳିନାହିଁ । ବିଜେପି ସେଠାରେ ଆଶାଜନକ ସଫଳତା ପାଇନାହିଁ । ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳିଥିଲେ ମଧ୍ୟ ଗତଥର ତୁଳନାରେ ୨୪ ଟି ଆସନ ହରାଇଛି । ସେଥିରୁ କେବଳ ବିଜେପି ହାତରୁ ୨୧ଆସନ ଖସିଛି । ସେହିଭଳି ହରିୟାନାରେ ବିଜେପି ଏକାକୀ ସରକାର ଗଢ଼ିବାକୁ ସମର୍ଥ ହୋଇନାହିଁ । ମ୍ୟାଜିକ୍ ସଂଖ୍ୟାଠାରୁ ଦଳ ୫ଟି ଆସନରେ ପଛରେ ରହିଛି । ଦୁଶ୍ୟନ୍ତ ଚୌତାଲାଙ୍କ ଜନନାୟକ ଜନତା ପାର୍ଟି(ଜେଜେପି) ୧୦ଟି ଆସନ ସହ କିଙ୍ଗମେକର୍ ଭୂମିକାରେ ଉଭା ହୋଇଛନ୍ତି ।
ବଡ଼କଥା ହେଲା, କଂଗ୍ରେସ ଏହି ଦୁଇରାଜ୍ୟରେ ନିଜର ଚମକ ଦେଖାଇବାରେ ସମର୍ଥ ହୋଇଛି । ମହାରାଷ୍ଟ୍ରରେ କଂଗ୍ରେସ ମେଣ୍ଟକୁ ଗତଥର ତୁଳନାରେ ୧୬ ଅଧିକ ଆସନ ମିଳିଥିବା ବେଳେ ହରିୟାନାରେ କଂଗ୍ରେସର ଆସନ ଦ୍ୱିଗୁଣିତ ହୋଇଛି । ମୋଦି ଓ ଶାହାଙ୍କ ଭଳି ସୋନିଆ ଓ ରାହୁଲ ଗାନ୍ଧୀଙ୍କ ରଣନୀତି ନ ଥାଇ ମଧ୍ୟ କଂଗ୍ରେସକୁ ଏହି ସଫଳତା ମିଳିଛି । ବିଜେପିର କଂଗ୍ରେସମୁକ୍ତ ଭାରତ ଡାକରାକୁ ଏହା ଆଘାତ ଆଣିଛି ।
ଫଳାଫଳ ଅନୁଯାୟୀ, ମହାରାଷ୍ଟ୍ରରେ ୨୮୮ ଆସନ ମଧ୍ୟରୁ ବିଜେପି-ଶିବସେନା ମେଣ୍ଟକୁ ୧୬୧ ଆସନ ମିଳିଥିବା ବେଳେ କଂଗ୍ରେସ-ଏନସିପି ମେଣ୍ଟକୁ ୧୦୪ ଆସନ ମିଳିଛି । ସ୍ୱାଧୀନ ଓ ଅନ୍ୟାନ୍ୟ ଦଳ ପାଇଛନ୍ତି ୨୩ ଆସନ । ଚଳିତ ଲୋକସଭା ନିର୍ବାଚନରେ ଉଭୟ ଦଳ ୪୮ ଆସନରୁ ୪୧ ଆସନରେ ଜିତିଥିଲେ ହେଁ ବିଧାନସଭାରେ ଏହା ପ୍ରତିଫଳିତ ହୋଇନାହିଁ । ହରିୟାଣାରେ ବିଜେପି ୪୦ ଆସନ ଓ କଂଗ୍ରେସ ୩୧ ଆସନ ପାଇଛି । ଜେଜେପି ୧୦ଟି ଆସନ ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଳିଛି ୯ଟି ଆସନ । ୪ ମାସ ତଳେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ବିଜେପି ସେଠାରେ କ୍ଲିନ୍ ସ୍ୱିପ୍ କରିଥିଲା । ଏବେ ଦଳର ଭୋଟହାର ୨୨ ପ୍ରତିଶତ କମିଯାଇଛି । ଅପରପକ୍ଷେ କଂଗ୍ରେସର ଭୋଟ ଦୁଇଗୁଣା ହୋଇଛି ।
ଏହି ଦୁଇ ରାଜ୍ୟରେ କ୍ଷମତା ବଜାୟ ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଜୋରଦାର ପ୍ରୟାସ କରିଥିଲେ । ମହାରାଷ୍ଟ୍ରରେ ମିସନ୍ ୨୦୦ ଏବଂ ହରିୟାନାରେ ମିଶନ୍ ୭୫ ର ଲକ୍ଷ୍ୟ ରଖିଥିଲେ । ମାତ୍ର ଏହି ମିସନ୍ ର ବହୁତ ପଛରେ ରହିଯାଇଛି ଦଳ । ବିଜେପିର ରଣନୀତି ଫେଲ୍ ମାରିଛି । ସୂଚନାଥାଉକି, ଓଡ଼ିଶାର ବିଜେପୁର ଉପନିର୍ବାଚନରେ ବିଜେପିକୁ ଲୋକହସା ହେବାକୁ ପଡ଼ିଛି । ବିଜେପୁରରେ ବିଜେପିର ଭୋଟହାର ୨୦ ପ୍ରତିଶତକୁ ଖସିଥିବା ବେଳେ ବିଜେଡ଼ିର ଭୋଟହାର ୧୪ ପ୍ରତିଶତ ବଢ଼ିଛି ।
୩୭୦ ଧାରା ଉଚ୍ଛେଦକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଶାହା ଅର୍ଜିଥିବା ଲୋକପ୍ରିୟତାକୁ ମହାରାଷ୍ଟ୍ର, ହରିୟାନା ଏବଂ ଓଡ଼ିଶାର ବିଜେପୁର ଭୋଟର ଭୋଟରେ ପ୍ରତିଫଳିତ କରିନାହାନ୍ତି । ନିର୍ବାଚନ ଫଳାଫଳ ମୋଦିଙ୍କ ଚମକ୍ ଉପରେ ଚଡ଼କ ପକାଇଥିବା କୁହାଯାଉଛି ।
ଯାହା ବି ହେଉ, ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ଦ୍ୱିତୀୟ ଥର ସରକାର ଗଢ଼ିବାକୁ ଯାଉଥିବା ବେଳେ ହରିୟାନା ସ୍ଥିତି ଅସ୍ପଷ୍ଟ ରହିଛି । ଜେଜେପି ସେଠାରେ କିଙ୍ଗମେକର ଭୂମିକା ପାଇଥିଲେ ମଧ୍ୟ ସ୍ୱାଧୀନ ବିଧାୟକଙ୍କ ଭୂମିକା ନିର୍ଣ୍ଣାୟକ ହୋଇପାରେ । ସ୍ୱାଧୀନ ବିଧାୟକଙ୍କ ମଧ୍ୟରୁ ୫ ଜଣ ବିଜେପି ବିଦ୍ରୋହୀ ଥିବାରୁ ସେମାନଙ୍କୁ ମନାଇବାକୁ ଉଦ୍ୟମ କରୁଛନ୍ତି ବିଜେପି ନେତୃତ୍ୱ ।
ମହାରାଷ୍ଟ୍ର ଓ ହରିୟାନାରେ ଭୋଟର ବିଜେପି ଉପରେ ଆସ୍ଥା ଅତୁଟ ରଖିଥିବାରୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି ।
Previous Post

ବିଜେପିର ଚେତା ବୁଡ଼େଇଲା ବିଜେପୁର

Next Post

‘ଓଡ଼ିଶା- ମୋ ପରିବାର’: କାର୍ଯ୍ୟକ୍ରମ ଘୋଷଣା ବେଳେ ମୁଖ୍ୟମନ୍ତ୍ରୀ ଭାବବିହ୍ୱଳ

Next Post
‘ଓଡ଼ିଶା- ମୋ ପରିବାର’: କାର୍ଯ୍ୟକ୍ରମ ଘୋଷଣା ବେଳେ ମୁଖ୍ୟମନ୍ତ୍ରୀ ଭାବବିହ୍ୱଳ

‘ଓଡ଼ିଶା- ମୋ ପରିବାର’: କାର୍ଯ୍ୟକ୍ରମ ଘୋଷଣା ବେଳେ ମୁଖ୍ୟମନ୍ତ୍ରୀ ଭାବବିହ୍ୱଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA