Wednesday, July 1, 2026 07:51 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଓଡ଼ିଶା- ମୋ ପରିବାର’: କାର୍ଯ୍ୟକ୍ରମ ଘୋଷଣା ବେଳେ ମୁଖ୍ୟମନ୍ତ୍ରୀ ଭାବବିହ୍ୱଳ

by Our Correspondent
25 Oct, 2019- 04:05 PM
in Latest News, News
1 min read
0
‘ଓଡ଼ିଶା- ମୋ ପରିବାର’: କାର୍ଯ୍ୟକ୍ରମ ଘୋଷଣା ବେଳେ ମୁଖ୍ୟମନ୍ତ୍ରୀ ଭାବବିହ୍ୱଳ
ଭୁୁବନେଶ୍ୱର: ବିଜୁ ଜନତା ଦଳରେ ଏକ ସମାଜ ସେବା ୱିଙ୍ଗ୍ ରଖିବାକୁ ଗତ ଗାନ୍ଧୀ ଜୟନ୍ତୀ ଦିନ ଦଳର ପଦଯାତ୍ରା ଅବସରରେ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ । ସେହି ପ୍ରତିଶ୍ରୁତି ରକ୍ଷା କରି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି । ଯାହାର ନାଁ ରହିଛି ‘ଓଡ଼ିଶା ମୋ ପରିବାର’ । ପରିବେଶ, ସ୍ୱାସ୍ଥ୍ୟସେବା କଲ୍ୟାଣ ଓ ଲୋକଙ୍କୁ ସହାୟତା ଯୋଗାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ।
ତେବେ ଏହି କାର୍ଯ୍ୟକ୍ରମର ଘୋଷଣା ଅବସରରେ ତାଙ୍କ ପ୍ରତି ଓଡ଼ିଶାବାସୀଙ୍କ ଭଲ ପାଇବା ଓ ବାପା ବିଜୁ ବାବୁଙ୍କୁ ସ୍ମରଣ କରି ଭାବବିହ୍ୱଳ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି,
“ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ଆଶିର୍ବାଦରେ ଓଡ଼ିଶା ମା’ର ସେବା କରି ଚାଲିଛି । ସେବା ସଂଗ୍ରାମ ଓ ସ୍ୱାଭିମାନ ହେଉଛି ଆମ ଦଳର ଆଦର୍ଶ । ଓଡ଼ିଶାବାସୀଙ୍କ ଆଶର୍ବାଦ ଆମର ଶକ୍ତି । ଓଡ଼ିଶାବାସୀ ସବୁବେଳେ ବିଜୁ ଜନତା ଦଳ ସାଥୀରେ ରହି ଆସିଛନ୍ତି । ଦଳର ସବୁ କାର୍ଯ୍ୟକ୍ରମକୁ ଦୃଢ଼ ସମର୍ଥନ କରି ଆସିଛନ୍ତି । ଓଡ଼ିଶାବାସୀଙ୍କ ଭଲ ପାଇବା ମୋତେ ସବୁଦିନ ପାଇଁ ଋଣୀ କରିଛି ।”
ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି, “ସାଢ଼େ ଚାରିକୋଟି ଓଡ଼ିଶାବାସୀ ହେଉଛନ୍ତି ମୋ ପରିବାର । ସେମାନଙ୍କ ମଙ୍ଗଳ ପାଇଁ ମୁଁ ସବୁବେଳେ କାମ କରୁଛି । ସେହି କାମକୁ ଆହୁରି ଆଗକୁ ନେବାକୁ ମୁଁ ‘ଓଡ଼ିଶା ମୋ ପରିବାର’କାର୍ଯ୍ୟକ୍ରମ ଆରମ୍ଭ କରିଛି ।”
ବିଜୁବାବୁଙ୍କୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, “ବିଜୁ ବାବୁ ଆମର ଆଦର୍ଶ । ସେ ଓଡ଼ିଆମାନଙ୍କୁ ବହୁତ ଭଲ ପାଉଥିଲେ ଓ ଓଡ଼ିଆ ଜାତିର ଗୌରବ ପାଇଁ ସବୁବେଳେ କାମ କରୁଥିଲେ । ସେ ଥିଲେ ବିଶାଳ ହୃଦୟର ଅଧିକାରୀ । ଗରିବ, ଦୁଃଖୀ, ରଙ୍କି ତଥା ବିପଦରେ ପଡ଼ିଥିବା ଲୋକଙ୍କୁ ସେ ହିଁ ପ୍ରଥମେ ସହାୟତାର ହାତ ବଢ଼ାଉଥିଲେ । ‘ଓଡ଼ିଶା ମୋ ପରିବାର’ କାର୍ଯ୍ୟକ୍ରମ ବିଜୁବାବୁଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ।”
ଏହି ଅବସରରେ ଗାନ୍ଧିଜୀଙ୍କୁ ବିଶେଷ ସ୍ମରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । “ଚଳିତବର୍ଷ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ “ଅହିଂସା”କୁ ଆମ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବା ପାଇଁ ମୁଁ ଦାବି କରିଆସିଛି । ଗାନ୍ଧିଜୀ ଥିଲେ ସେବାର ପ୍ରତୀକ । ତାଙ୍କର ୧୫୦ତମ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ‘ଓଡ଼ିଶା ମୋ ପରିବାର’ କାର୍ଯ୍ୟକ୍ରମ ଜରିଆରେ ତାଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଉଛି । ଏହି କାର୍ଯ୍ୟକ୍ରମ ଦଳର ଏକ ପ୍ରମୁଖ ଅଂଶ ଭାବରେ ସର୍ବଦା କାର୍ଯ୍ୟ କରିବ ।”
‘ଓଡ଼ିଶା ମୋ ପରିବାର’ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମରେ ବିଜେଡ଼ି କର୍ମୀମାନେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେବେ ଏବଂ ଏ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବେ ।
ସେହିଭଳି ରକ୍ତଦାନ ସେବା ଓ କଲ୍ୟାଣ କାର୍ଯ୍ୟକ୍ରମରେ ରକ୍ତଦାନକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବାକୁ ଲକ୍ଷ୍ୟ ରଖିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାକୁ ଏକ ପବିତ୍ର ଦାୟିତ୍ୱ ଭାବି ସମସ୍ତେ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି ।
ବିପନ୍ନ ଓଡ଼ିଆଙ୍କୁ ସହାୟତା ଦେବାକୁ କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଛି । ଦେଶ ତଥା ବିଦେଶରେ କାମ କରୁଥିବା ଓଡ଼ିଶାବାସୀମାନେ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କର ବିପଦ ସମୟରେ ସେମାନଙ୍କ ସାଥୀରେ ରହି ସେମାନଙ୍କୁ ଓ ତାଙ୍କ ପରିବାରକୁ ସହାୟତା ଯୋଗାଇବା ପାଇଁ ଦଳୀୟ କର୍ମୀମାନେ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
କାର୍ଯ୍ୟକ୍ରମର ଆବାହକ ଭାବେ ଅରୂପ ପଟ୍ଟନାୟକ ଓ ସହ ଆବାହକ ଭାବେ ପିନାକୀ ମିଶ୍ର, ଡା. ଅଚ୍ୟୁତ ସାମନ୍ତ, ଚନ୍ଦ୍ରଶେଖର ସାହୁ, ଅତନୁ ସବ୍ୟସାଚୀ ନାୟକ ଓ ନଳିନୀକାନ୍ତ ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇଛନ୍ତି । ମନୋହର ରାନ୍ଧାରି, ଅନନ୍ତ ନାରାୟଣ ଜେନା, ସୁଧୀର ସାମଲ, ସୁଶାନ୍ତ ରାଉତ, ସଞ୍ଜୀବ ମଲ୍ଲିକ, ଶ୍ରୀମତୀ ଲତିକା ପ୍ରଧାନ, ରୀତା ତରାଇ, ଭାରତୀ ସିଂ, ସୁନିତା ବିଶ୍ୱାଳ, ସନ୍ଧ୍ୟାକୁମାରୀ ନାୟକ, ଡେଜାଲିନ୍ ମହାପାତ୍ର ଓ ଗୌରହରି ମିଶ୍ର ସଭ୍ୟ ରହିଛନ୍ତି ।
Previous Post

ମହାରାଷ୍ଟ୍ର, ହରିୟାନାରେ ଫେଲ୍ ମାରିଲା ବିଜେପି ରଣନୀତି

Next Post

ଜମ୍ମୁ -କାଶ୍ମୀର ପ୍ରଥମ ଉପରାଜ୍ୟପାଳ ପଦରେ ଓଡ଼ିଆ ପୁଅ

Next Post
ଜମ୍ମୁ -କାଶ୍ମୀର ପ୍ରଥମ ଉପରାଜ୍ୟପାଳ ପଦରେ ଓଡ଼ିଆ ପୁଅ

ଜମ୍ମୁ -କାଶ୍ମୀର ପ୍ରଥମ ଉପରାଜ୍ୟପାଳ ପଦରେ ଓଡ଼ିଆ ପୁଅ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA