Monday, May 25, 2026 01:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଲକ୍ ଡାଉନ୍ ଦାଦନ ଶ୍ରମିକଙ୍କ ପାରାଦ୍ୱୀପ କ୍ୟାମ୍ପ୍ ବୁଲିଲେ ପାଣ୍ଡିଆନ୍

by Our Correspondent
17 Apr, 2020- 05:02 PM
in Latest News, News
1 min read
0
ଲକ୍ ଡାଉନ୍ ଦାଦନ ଶ୍ରମିକଙ୍କ ପାରାଦ୍ୱୀପ କ୍ୟାମ୍ପ୍ ବୁଲିଲେ ପାଣ୍ଡିଆନ୍
ଭୁୁବନେଶ୍ୱର: ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଏବଂ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଆଜି ପାରାଦ୍ୱୀପରେ ଫସି ରହିଥିବା ଦାଦନ ଶ୍ରମିକଙ୍କ ଷଣ୍ଢକୁଦ କୋଷ୍ଟ୍ ଗାର୍ଡ କଲୋନୀ କ୍ୟାମ୍ପ୍ ଅଚାନକ ପରିଦର୍ଶନ କରିଥିଲେ । ଲକ୍ ଡାଉନ୍ ପାଇଁ ଏହି କ୍ୟାମ୍ପ୍ ରେ ପଶ୍ଚିମବଙ୍ଗ, ବିହାର ଏବଂ ଓଡ଼ିଶାର ବାଲେଶ୍ୱରରୁ ୮୬ ଦାଦନ ଶ୍ରମିକଙ୍କୁ ରାଜ୍ୟ ସରକାର ଆଶ୍ରୟ ଦେଇଛନ୍ତି । ଶ୍ରୀ ପାଣ୍ଡିଆନ୍ ଏବଂ ଶ୍ରୀ ମହାପାତ୍ର ସେମାନଙ୍କ ରହିବା, ଖାଇବା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ ।

ନିଜେ ଶ୍ରୀ ପାଣ୍ଡିଆନ୍ ଦାଦନ ଶ୍ରମିକଙ୍କ ଭଲମନ୍ଦ ପଚାରି ବୁଝିବା ସହ ସେମାନେ ଖାଉଥିବା ଖାଦ୍ୟର ମାନ ତଦାରଖ କରିଥିଲେ । ମୋଟାମୋଟି ଭାବେ ଦାଦନ ଶ୍ରମିକ କ୍ୟାମ୍ପ୍ ର ପରିଚାଳନା ଉପରେ ଉଭୟ ସନ୍ତୋଷ ପ୍ରକଟ କରିଥିଲେ ।
ଉଭୟ ଅଧିକାରୀ ଜଗତସିଂହପୁର ଜିଲ୍ଲାପାଳ ଓ ଏସପିଙ୍କ ସହ ଲକ୍ ଡାଉନ୍ ସ୍ଥିତି ସମ୍ପର୍କରେ ଆଲୋଚନା କରି ନିୟମ ଯେଭଳି କଡ଼ାକଡ଼ି ପାଳନ ହୁଏ ସେଥିପ୍ରତି ସତର୍କ କରାଇଥିଲେ । ଅଟକି ରହିଥିବା ଅନ୍ୟ ରାଜ୍ୟର ଶ୍ରମିକମାନଙ୍କର ଯେଭଳି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିଭଳି ନରେଗାର ଦ୍ରୁତ କାର୍ଯ୍ୟାନ୍ୱୟ, ଲକ୍ ଡାଉନ୍ କୃଷି କ୍ଷେତ୍ରକୁ ବାଦ୍ ଦେଇ କୃଷିକାର୍ଯ୍ୟ ସୁରୁଖୁରୁ କରାଇବା ଏବଂ ତୃଣମୂଳସ୍ତରରୁ କୌଣସି ଅସହାୟ ଗରିବ ଏହି ପରିସ୍ଥିତିରେ ଯେଭଳି ଭୋକିଲା ନ ରୁହେ ସେଥିପ୍ରତି ଜିଲ୍ଲାପାଳ ଓ ଏସପିଙ୍କୁ ସମ୍ପୂର୍ଣ୍ଣ ସଜାଗ କରିଥିଲେ ପାଣ୍ଡିଆନ୍ ।

ତାଳଚେର, ଢ଼େଙ୍କାନାଳ, ପାରାଦ୍ୱୀପ କୋଭିଡ୍ ହସ୍ପିଟାଲ୍ ପରିଦର୍ଶନ

ରାଜ୍ୟ ସରକାରଙ୍କ ପକ୍ଷରୁ ତାଳଚେର, ଢ଼େଙ୍କାନାଳ ଏବଂ ପାରାଦ୍ୱୀପରେ ହେଉଥିବା କୋଭିଡ୍ ହସ୍ପିଟାଲ୍ ପରିଦର୍ଶନ କରି ଏହାର ଅଗ୍ରଗତି ସମୀକ୍ଷା କରିଥିଲେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ ଏବଂ ଉନ୍ନୟନ କମିଶନର ଶ୍ରୀ ମହାପାତ୍ର । ଏହି ତିନୋଟି କୋଭିଡ୍ ହସ୍ପିଟାଲ୍ ର ଭତ୍ତିଭୂମି, କର୍ମଚାରୀ, ଆଇସିୟୁ ସୁବିଧା, ଆଇସୋଲେସନ୍ ୱାର୍ଡ ଆଦି ବ୍ୟବସ୍ଥାର ଅନୁଧ୍ୟାନ କରି ସନ୍ତୋଷ ପ୍ରକାଶ କରିଛନ୍ତି ।
ଅନୁଗୁଳ ଏମସିଏଲ୍ ମେଡ଼ିକାଲ୍ କଲେଜରେ ହେଉଥିବା କୋଭିଡ୍ ହସ୍ପିଟାଲ୍ ର ବେଡ୍ ସଂଖ୍ୟା ୧୫୦ । ଏମସିଏଲ୍ ଆର୍ଥିକ ସହାୟତା ଦେଉଥିବା ବେଳେ ସମ୍ ହସ୍ପିଟାଲ୍ ଏହାର ପରିଚାଳନା ଭାର ନେଇଛି । ଢ଼େଙ୍କାନାଳର ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦୦ ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇସାରିଛି । ରାଜ୍ୟ ସରକାର ଏହାର ସମ୍ପୂର୍ଣ୍ଣ ପରିଚାଳନା କରୁଛନ୍ତି । ପାରାଦ୍ୱୀପ କୋଭିଡ୍ ହସ୍ପିଟାଲ୍ ୭୦ ବେଡ୍ ବିଶିଷ୍ଟ ହେବ । ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ଆର୍ଥିକ ସହାୟତା ଦେଉଛି । ଖୁବ୍ ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବାକୁ ଯାଉଛି ।
ସୂଚନାଯୋଗ୍ୟ, ଗତକାଲି ଶ୍ରୀ ପାଣ୍ଡିଆନ୍ ଏବଂ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ କେନ୍ଦୁଝର, ମୟୁରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲା ଗସ୍ତ କରି ରାଜ୍ୟ ସରକାରଙ୍କ ପକ୍ଷରୁ ହେଉଥିବା କୋଭିଡ୍ ହସ୍ପିଟାଲ୍ ଅଗ୍ରଗତି ସମୀକ୍ଷା କରିଥିଲେ । ସେହିଭଳି ୧୫ ତାରିଖରେ କଳାହାଣ୍ଡି ଏବଂ ସମ୍ବଲପୁର ଗସ୍ତ କରିଥିଲେ ପାଣ୍ଡିଆନ୍ ।
Previous Post

ଭୁବନେଶ୍ୱର ଷ୍ଟ୍ରାଟେଜି: ୭ଦିନରେ ୫ ହଜାର ସାମ୍ପଲ୍ ଟେଷ୍ଟ

Next Post

ପୂର୍ବତନ ମନ୍ତ୍ରୀ ସହରାଇ ଓରାମ୍ ଙ୍କ ପରଲୋକ

Next Post
ପୂର୍ବତନ ମନ୍ତ୍ରୀ ସହରାଇ ଓରାମ୍ ଙ୍କ ପରଲୋକ

ପୂର୍ବତନ ମନ୍ତ୍ରୀ ସହରାଇ ଓରାମ୍ ଙ୍କ ପରଲୋକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA