Monday, May 25, 2026 12:27 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପୂର୍ବତନ ମନ୍ତ୍ରୀ ସହରାଇ ଓରାମ୍ ଙ୍କ ପରଲୋକ

by Our Correspondent
17 Apr, 2020- 08:13 PM
in Latest News, News
1 min read
0
ପୂର୍ବତନ ମନ୍ତ୍ରୀ ସହରାଇ ଓରାମ୍ ଙ୍କ ପରଲୋକ
ଭୁବନେଶ୍ୱର: ଭୁବନେଶ୍ୱର: ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ଏକଦା ଡାହାଣ ହାତ ଭାବେ ପରିଚିତ ପୂର୍ବତନ ମନ୍ତ୍ରୀ ସହରାଇ ଓରାମ୍ ଙ୍କର ଆଜି ପରଲୋକ ହୋଇଯାଇଛି । କେନ୍ଦୁଝର ଜିଲ୍ଲା ବଡ଼ବିଲ ଭଦ୍ରାସାହିସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୯୦ ବର୍ଷ ବୟସ୍କ ଶ୍ରୀ ଓରାମ୍ ୧୦ ବର୍ଷ ତଳୁ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିଲେ । ବିଡ଼ମ୍ବନା ଯେ ଏକଦା କେନ୍ଦୁଝର ରାଜନୀତିରେ ଅତ୍ୟନ୍ତ କ୍ଷମତାଶାଳୀ ତଥା ବିଜୁ ବାବୁଙ୍କର ଏହି ଘନିଷ୍ଠ ସହଯୋଗୀଙ୍କ ଚିକିତ୍ସାରେ ବାଧକ ଥିଲା ପରିବାରର ଆର୍ଥିକ ଅନାଟନ । ଆଜି ବିଜୁବାବୁଙ୍କର ତିରୋଧାନ ଦିବସରେ ତାଙ୍କର ଏହି ପ୍ରିୟ ସହଯୋଗୀଙ୍କ ମୃତ୍ୟୁ ଏକ ସଂଯୋଗ ମାତ୍ର ।
ସ୍ୱର୍ଗତ ଓରାମ୍ ଚମ୍ପୁଆ ବିଧାନସଭା ଆସନରୁ ୫ ଥର ନିର୍ବାଚିତ ହୋଇଥିଲେ । ୧୯୭୧ ମସିହାରେ ଉକ୍ରଳ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରଥମ ଥର ବିଧାନସଭାକୁ ଆସିଥିଲେ । ୧୯୭୭,୧୯୮୦ ଏବଂ ୧୯୯୦ ମସିହାରେ ଜନତା ଦଳ ଟିକେଟରେ ବିଧାୟକ ହୋଇଥିଲେ । ୨୦୦୦ ମସିହାରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ଜିତିଥିଲେ । ୧୯୯୦ ମସିହାରେ ବିଜୁବାବୁଙ୍କ ଜନତା ଦଳ ସରକାରରେ ସେ ମନ୍ତ୍ରୀ ଥିଲେ ।
ଶ୍ରୀ ଓରାମ୍ ଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତ ଓରାମ୍ ବିଜୁବାବୁଙ୍କର ଦୀର୍ଘଦିନର ସହଯୋଗୀ ଥିଲେ । ରାଜ୍ୟର ଆଦିବାସୀ ବର୍ଗଙ୍କ କଲ୍ୟାଣ ପାଇଁ ତାଙ୍କର ଯଥେଷ୍ଟ ଅବଦାନ ଥିଲା ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ ଲେଖି ଶୋକସନ୍ତପ୍ତ ପରବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।
Previous Post

ଲକ୍ ଡାଉନ୍ ଦାଦନ ଶ୍ରମିକଙ୍କ ପାରାଦ୍ୱୀପ କ୍ୟାମ୍ପ୍ ବୁଲିଲେ ପାଣ୍ଡିଆନ୍

Next Post

ସନସନି ଖବରର ସମୟ ନୁହେଁ

Next Post
ସନସନି ଖବରର ସମୟ ନୁହେଁ

ସନସନି ଖବରର ସମୟ ନୁହେଁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA