Tuesday, May 26, 2026 01:01 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଲୋକଙ୍କ ଜୀବନ ସାଙ୍ଗରେ ଖେଳନ୍ତୁନି ମ୍ୟାଡାମ୍ !

by Our Correspondent
05 Jun, 2020- 09:50 AM
in Latest News, News
1 min read
0
ଲୋକଙ୍କ ଜୀବନ ସାଙ୍ଗରେ ଖେଳନ୍ତୁନି ମ୍ୟାଡାମ୍  !
ଭୁବନେଶ୍ୱର: *ଲକ୍ ଡାଉନ୍ ରୁ ମୁକ୍ତି ପାଇ ଟ୍ରେନ୍ ରେ ଦିଲ୍ଲୀରୁ ପ୍ରଥମ ଥର ଫେରିଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଷ୍ଟେସନ୍ ରେ ସମର୍ଥକଙ୍କଠାରୁ ଗେଣ୍ଡୁମାଳ ପିନ୍ଧି ଗମାତ କଲେ । ବାନ୍ଧବୀଙ୍କ ସହ ସେଲଫି ଉଠାଇଲେ । ତାଙ୍କ ଘର ପର୍ଯ୍ୟନ୍ତ ଗହଳି ଲାଗିଲା ।
*ଦିନକ ପରେ ନିଜ ଘରେ ଜଣେ ଅନୁଗତଙ୍କର ବାର୍ଥ ଡ଼େ ପାର୍ଟି କଲେ । କେକ୍ ଖୁଆଇ ଦେଲେ ।
*୪/୫ ଦିନ ପରେ ପଳାସପଲ୍ଲୀରେ ତାଙ୍କର ଏକ ନୂଆ ଅଫିସ ଉଦଘାଟନ ପୂର୍ବକ ସମର୍ଥକମାନଙ୍କର ମେଳି କଲେ ।
*ନିକଟରେ ପୁଣି ଦିଲ୍ଲୀ ଯାଇ ଗଲା ବୁଧବାର ଫେରିଥିଲେ । ବିନା ମାସ୍କରେ, ସମର୍ଥକଙ୍କ ମେଳିରେ ଏୟାରପୋର୍ଟରୁ ବାହାରି ଘରକୁ ଗଲେ ।
*ସେହିଦିନ ନବନିଯୁକ୍ତ ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂଙ୍କ ସମେତ ତିନି ଡର୍ଜନରୁ ଅଧିକ ସମର୍ଥକଙ୍କୁ ସାଙ୍ଗରେ ଧରି ଗଲେ ଝାରପଡ଼ା, ଜଗନ୍ନାଥ ପ୍ରଧାନଙ୍କ ଘରକୁ । ୧୨ ଘଣ୍ଟାର ଇସ୍ତଫା ନାଟକ କରିଥିବା ଅଭିମାନୀ ଜଗାଙ୍କୁ ଶାନ୍ୱନା ଦେଇଥିଲେ । ସେଠି ୩୦ ରୁ ଅଧିକ ସମର୍ଥକଙ୍କ ମେଳିରେ ଫଟୋ ଉଠାଇଲେ । ବାବୁ, ଜଗାଙ୍କ ସହ ମ୍ୟାଡାମ୍ ଙ୍କ ଚାରିପଟେ ଫ୍ରେମ୍ ରେ ରହିଥିଲେ ୩୪ ସମର୍ଥକ । ସାମାଜିକ ଦୂରତା ନୁହଁ, ସାମାଜିକ ବନ୍ଧନ ରହିଥିଲା । ଦୁଇ ତିନି ଭକ୍ତଙ୍କୁ ଛାଡ଼ିଦେଲେ କାହା ମୁହଁରେ ମାସ୍କ ବି ନ ଥିଲା ।

ରାଜ୍ୟ ଓ ଦେଶରେ ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର କଠୋର କଟକଣା ଲଗାଇଥିବା ବେଳେ ୨୫ ବର୍ଷର ଆଇଏଏସ୍ ଚାକିରି ଛାଡ଼ି ସାଂସଦ ବନିଥିବା ଅପରାଜିତା ଷଡ଼ଙ୍ଗୀ ଏମିତି ତାର ଧ୍ୱଜା ଉଡ଼ାଉଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ୍ ଗାଇଡଲାଇନ୍ କୁ ଫୁ କରିଦେଇଛନ୍ତି ମ୍ୟାଡାମ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିବେଦନ ମଧ୍ୟ ତାଙ୍କୁ କାଟୁ କରିନି । ବରଂ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଥିବା ନିଜ କୋଭିଡ୍ ନିୟମ ଉଲ୍ଲଂଘନ ଫଟୋର ମଜ୍ଜା ନେଉଛନ୍ତି ।
ରୋଚକ କଥା ହେଉଛି, ଜଗାଙ୍କ ଘରେ ମେଳିକୁ ନେଇ ସାଂସଦ ପ୍ରବଳ ସମାଲୋଚନାର ଶିକାର ହେଲା ପରେ ଗତକାଲି ନିଜ ଟ୍ୱିଟ୍ ରେ ଏକ ସଫେଇ ଛାଡ଼ିଛନ୍ତି । ପିଲାଙ୍କୁ ଲଲିପପ୍ ଦେଖାଇଲା ଭଳି ଇଂରାଜୀରେ ଶବ୍ଦର ଯାଦୁ ଦେଖାଇଛନ୍ତି । “ଅଣ୍ଡର୍ ଭେରି ସ୍ପେଶାଲ୍ ସର୍କୁମଷ୍ଟାନ୍ସେସ୍ (under very special circumstances) ଜଗନ୍ନାଥ ପ୍ରଧାନଙ୍କ ଘରକୁ ଯାଇଥିଲି । କୋଭିଡ୍ ୧୯ ନିୟମ ଭାଙ୍ଗିବାକୁ ନେଇ ଲୋକଙ୍କ ଉଦବେଗକୁ ମୁଁ ସମ୍ମାନ ଦେଉଛି ଏବଂ ଏହା ଏକ ଭଲ ଲକ୍ଷଣ । ଦାୟିତ୍ୱ ସହକାରେ ସ୍ୱଇଚ୍ଛାରେ ଜରିମାନା ଦେଇଦେବି ।”
ଏହି ଟ୍ୱିଟ୍ ଟି ଅନୁତାପର ନା ଅହଂକାରର ତାହା ବୁଝି ହେଉନାହିଁ । ନିଜର ଆଚରଣ ପାଇଁ ଅପରାଜିତା ସଙ୍କୋଚବୋଧ କରିବା ବଦଳରେ ସମାଲୋଚକଙ୍କୁ କଟାକ୍ଷ କରିଥିବା ଅନେକ ବିଶ୍ୱାସ କରୁଛନ୍ତି । ଗମ୍ଭୀର କଥା ହେଉଛି, ଯେଉଁ ଫଟୋ ପାଇଁ ସାଂସଦ ସମାଲୋଚିତ ହେଉଛନ୍ତି ସେହି ଫଟୋକୁ ରଖି ନିଜର ମନ୍ତବ୍ୟ ଲେଖିଛନ୍ତି । ସତେ ଯେମିତି ସେହି ଫଟୋକୁ ଦେଖାଇ ନିଜକୁ ଗର୍ବିତ ମନେ କରୁଛନ୍ତି । ଏହି ଫଟୋଟିକୁ ତୁରନ୍ତ ଡିଲିଟ୍ କରିବା ପାଇଁ ତାଙ୍କର କିଛି ଶୁଭେଚ୍ଛୁ ପରାମର୍ଶ ଦେଇଛନ୍ତି ।
ସେପଟେ କୋଭିଡ୍ ନିୟମ ଭାଙ୍ଗିଥିବାରୁ ସାଂସଦଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମାମଲା ହେଲାଣି । ଚଣ୍ଡିପ୍ରସାଦ ଫାଉଣ୍ଡେସନ, ମାଷ୍ଟର୍ ଗିରିଜା ମେମୋରିଆଲ୍ ରୋଡ୍ ସେଫ୍ଟି ଫାଉଣ୍ଡେସନ୍ ଟ୍ରଷ୍ଟ୍, ରାଜ୍ୟ ଉପଭୋକ୍ତା ମହିଳା ମହାସଂଘ, ମାଧବାନନ୍ଦ ଟ୍ରଷ୍ଟ ଭଳି କିଛି ସଂଗଠନ ପକ୍ଷରୁ ଭୁବନେଶ୍ୱର ଡିସିପି ଏବଂ ବିଏମସି କମିଶନରଙ୍କ ପାଖରେ ଅଭିଯୋଗ କରାଯାଇଛି । ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ୍ ନିୟମ ଭାଙ୍ଗିଛନ୍ତି । ଦିଲ୍ଲୀରୁ ଫେରିଲା ବେଳେ ସାଂସଦ ମାସ୍କ ପିନ୍ଧି ନ ଥିଲେ । ସାମାଜିକ ଦୂରତା ରଖି ନ ଥିଲେ । କୋଭିଡ୍ ସଂକ୍ରମିତ ରାଜ୍ୟରୁ ଫେରିଥିବାରୁ ନିଜକୁ ୧୪ ଦିନିଆ କ୍ୱାରେଣ୍ଟାଇନ୍ ରେ ରଖିନାହାନ୍ତି ।
ଏଭଳି ଆଚରଣ ଜରିଆରେ ସାଂସଦ କରୋନା ସୁପର୍ ସ୍ପ୍ରେଡର୍ ହୋଇ ଭୁବନେଶ୍ୱର ବାସିନ୍ଦାଙ୍କୁ ଆତଙ୍କିତ କରିଛନ୍ତି । ଆଇନ ସମସ୍ତଙ୍କ ପାଇଁ ସମାନ ହୋଇଥିବାରୁ ସାଂସଦଙ୍କ ବିରୋଧରେ ସିଆରପିସି ୧୮୮ ଧାରା ଲାଗୁ କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ପାଇଁ ଦାବି କରାଯାଇଛି ।
କିଛି ଅନ୍ଧ ସମର୍ଥକଙ୍କୁ ଛାଡ଼ିଦେଲେ ଦଳ, ମତ, ନିର୍ବିଶେଷରେ ସାଂସଦଙ୍କର ଏହି ଆଚରଣକୁ କେହି ପସନ୍ଦ କରିନାହାନ୍ତି । ପ୍ରଶାସନର ଉଚ୍ଚସ୍ତରରେ କାମ କରିଥିବା ଜଣେ ପୂର୍ବତନ ଆଇଏଏସ୍ ଅଫିସର ଏବଂ ସାଂସଦ ଭଳି ଲୋକ ପ୍ରତିନିଧିଙ୍କଠାରୁ ଏଭଳି ଆଶା କରାଯାଏ ନାହିଁ ବୋଲି ଅନେକ ମନ୍ତବ୍ୟ ଦେଇଛନ୍ତି । ଯିଏ ଲୋକଙ୍କୁ ଶିଖେଇବା କଥା, ସିଏ ନିଜେ ଶିଖିବା ପାଇଁ ଯୋଗ୍ୟ ହେବା ଲଜ୍ଜାକର କଥା ।
ସାଂସଦ ଜାଣି ରଖିବା ଉଚିତ୍, କରୋନା ଆତଙ୍କରେ ଲୋକେ ଏବେ ଯୁଝୁଛନ୍ତି । ଜୀବନ ଓ ଜୀବିକାର ସଂଘର୍ଷ ଚାଲିଛି । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସରକାରଙ୍କ ଲକ୍ ଡାଉନ୍ କଟକଣା ପାଇଁ ଲକ୍ଷ ଲକ୍ଷ ଲୋକଙ୍କର ଜୀବିକା ଗଲାଣି । ପିଲାଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଛି । କରୋନା ଲଢ଼େଇରେ ଲକ୍ଷ ଲକ୍ଷ ଲୋକ ସାମିଲ ହୋଇ ନିଜର ସଂସାର ଭୁଲି ଯାଇଛନ୍ତି । ଖାଲି ଓଡ଼ିଶା କି ଭାରତ ନୁହେଁ, ସାରା ବିଶ୍ୱରେ ଏହି ଅବସ୍ଥା । କରୋନାରୁ ବର୍ତ୍ତିବା ପାଇଁ ଏକମାତ୍ର ରାସ୍ତା ରହିଛି କୋଭିଡ୍ ଗାଇଡଲାଇନ୍ ଅନୁପାଳନ । ଲୋକଙ୍କ ମଧ୍ୟରେ ସଚେତନା ବଜାୟ ରଖିବା ପାଇଁ ସରକାର ହାତ ଯୋଡୁଛନ୍ତି । ଆଇନ ଉଲ୍ଲଂଘନ କରୁଥିବା ଅମାନିଆଙ୍କୁ ପୁଲିସ ଗୋଡେ ଗୋଡେ ଜଗିଛି ।
କରୋନା ପାଇଁ ସାଧାରଣ ଜନତା ବି ଯଥେଷ୍ଟ ସଚେତନ ହୋଇଛନ୍ତି । ଗାଁ ଗହଳି ନିପଟ ମଫସଲର ଅପାଠୁଆ ବୁଢ଼ାବୁଢ଼ୀ ବି ଆଜି ମାସ୍କ ପିନ୍ଧୁଛନ୍ତି । ଗାଁରେ ସାମାଜିକ ଦୂରତା ରଖି ଚଳୁଛନ୍ତି । ତେବେ ସାଧାରଣ ସ୍ୱାସ୍ଥ୍ୟର ଏହି ଜଟିଳ ପ୍ରସଙ୍ଗରେ ଲୋକଙ୍କ ରକ୍ଷାକବଚ ହେବା ବଦଳରେ ଅନ୍ୟମାନଙ୍କ ବିପଦର କାରଣ ନ ହୁଅନ୍ତୁ ।
ସାଧାରଣ ଜନଜୀବନଠାରୁ ନିଜକୁ ଦୁଇ ଫୁଟ ଉଚ୍ଚତାରେ ରଖିବାରେ ମନା ନାହିଁ, ହେଲେ ସେଥିପାଇଁ ଅନ୍ୟକୁ ବିପଦରେ ପକାଇବାର ଅଧିକାର ମଧ୍ୟ ତାଙ୍କର ନାହିଁ । ନିୟମ ଭାଙ୍ଗି ଫାଇନ୍ ଦେବାକୁ ଘୋଷଣା କରି ନିଜକୁ ମହାନ୍ ଦେଖାଇବା ପୂର୍ବରୁ ତାଙ୍କ ନିର୍ବାଚନମଣ୍ଡଳୀର କୌଣସି ଏକ ଗାଁ କୁ ଯାଇ ଲୋକଙ୍କଠାରୁ ଶୃଙ୍ଖଳାର ଜ୍ଞାନ ଶିଖି ଆସିବାକୁ କିଛି ଲୋକ ପରାମର୍ଶ ଦେଇଛନ୍ତି ।
ସୂଚନାଯୋଗ୍ୟ, କିଛି ଦିନ ତଳେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ା ବାତ୍ୟାଞ୍ଚଳରେ ରାଜନୈତିକ ରୋଡ ସୋ’ ର ଭ୍ରମ ସୃଷ୍ଟି କରିଥିଲେ । ସାମାଜିକ ଦୂରତାକୁ ଭୁଲି ଯାଇଥିଲେ ବୈଜୟନ୍ତ ।
ଏହି ମାମଲାରେ ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସ୍ପଷ୍ଟ ମତ ଦେଇଛନ୍ତି । କୋଭିଡ୍ ନିୟମକୁ ସମସ୍ତେ ମାନିବା ଦରକାର । ଯିଏ ନିୟମ ଭାଙ୍ଗୁଛନ୍ତି ଆଇନ ଅନୁଯାୟୀ ସରକାର ପଦକ୍ଷେପ ପଦକ୍ଷେପ ନେବେ, ଆମର କିଛି କହିବାର ନାହିଁ ବୋଲି କହିଛନ୍ତି ।
Previous Post

ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି

Next Post

ରାଜ୍ୟରୁ ସର୍ବାଧିକ ୧୭୩ ପଜିଟିଭ୍

Next Post
ରାଜ୍ୟରୁ ସର୍ବାଧିକ ୧୭୩ ପଜିଟିଭ୍

ରାଜ୍ୟରୁ ସର୍ବାଧିକ ୧୭୩ ପଜିଟିଭ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA