Wednesday, August 19, 2026 09:50 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଲୋକଦେଖାଣିଆ ରୁଦ୍ଧଦ୍ୱାର ବୈଠକ!!

by Our Correspondent
29 Feb, 2020- 12:35 AM
in Latest News, News, Politics
1 min read
0
ଲୋକଦେଖାଣିଆ ରୁଦ୍ଧଦ୍ୱାର ବୈଠକ!!
ଭୁବନେଶ୍ୱର: ଜନତା ମଇଦାନ ସଭା ପରେ ଅମିତ୍ ଶାହା ସଂଧ୍ୟାରେ ମେ ଫେୟାର ହୋଟେଲରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ସାଂଗଠନିକ ବ୍ୟାପାର ସଂକ୍ରାନ୍ତରେ ରୁଦ୍ଧଦ୍ୱାର ବୈଠକ କରିଥିଲେ । ନିର୍ବାଚନ ପୂର୍ବରୁ ଅମିତ୍ ଶାହାଙ୍କ ସବୁ ସାଂଗଠନିକ ବୈଠକଠାରୁ ଏହି ବୈଠକ କିନ୍ତୁ ଭିନ୍ନ ଥିଲା । କାରଣ, ନା ଅମିତ୍ ଶାହାଙ୍କ ମୁହଁରେ ଜୋସ୍ ଥିଲା ନା ନେତାଙ୍କ ମନରେ ଥିଲା ଉତ୍ସାହ । ନିର୍ବାଚନ ସରିଯାଇଥିଲେ ମଧ୍ୟ ବିଜେପିର ସାଂଗଠନିକ ଶକ୍ତିବୃଦ୍ଧି ପାଇଁ ଶାହାଙ୍କ ମୁହଁରୁ ସେଭଳି ଗୁରୁମନ୍ତ୍ର ଶୁଣିବାକୁ ମିଳି ନ ଥିଲା ।
ଓଡ଼ିଶା ନେତା ଓ କର୍ମୀଙ୍କ ମନର ନିରୁତ୍ସାହ ଭାବ ସମ୍ପର୍କରେ ଜୁଏଲ୍ ଓରାମ୍ ତାଙ୍କ ଭାଷଣରେ ଅବଶ୍ୟ ସମ୍ୟକ ଟିପ୍ପଣୀ ଦେଇଥିଲେ । ବୁଥ୍ ସ୍ତରରେ ସାଂଗଠନିକ ଶକ୍ତିବୃଦ୍ଧି ଓ ଆଗାମୀ ରଣନୀତି ସମ୍ପର୍କରେ ଆଲୋଚନା ହୋଇଥିବା ରାଜ୍ୟ ସଭାପତି ସମୀର ମହାନ୍ତି ସୂଚନା ଦେଇଥିଲେ ବି ତାହା କେବଳ ମିଡ଼ିଆରେ ଖବର ପାଇଁ ଉଦ୍ଦିଷ୍ଟ ବୋଲି ବୈଠକରେ ଉପସ୍ଥିତ ଜଣେ ନେତା ତାତ୍ସଲ୍ୟ କରିଛନ୍ତି । ଅମିତ୍ ଶାହା ଓଡ଼ିଶା ଆସିଥିବାରୁ ଲୋକଦେଖାଣିଆ ଭାବେ ଏହି କାମଚଳା ଅଧଘଣ୍ଟିଆ ବୈଠକ ଡାକିଥିଲେ ବୋଲି ସେ କହିଛନ୍ତି ।
ଏହାପୂର୍ବରୁ ଜନତା ମଇଦାନରେ ସିଏଏ ସପକ୍ଷ ରାଲିରେ ଅମିତ୍ ଶାହା ବିଜେପି କର୍ମୀଙ୍କୁ ଉତ୍ସାହିତ କରିବାକୁ ସାମାନ୍ୟ ଉଦ୍ୟମ କରିଥିଲେ । ଗତ ନିର୍ବାଚନରେ ନବୀନ ବାବୁ ୧.୧ କୋଟି ଭୋଟ ପାଇଥିଲା ବେଳେ ବିଜେପି ୯୧ ଲକ୍ଷ ଭୋଟ ପାଇଛି । ଓଡ଼ିଶାରେ ଦଳର ଭୋଟ ପ୍ରତିଶତ ୩୮.୪% କୁ ବଢ଼ିଛି । ଆଉ ଗୋଟିଏ ଲମ୍ଫ ମାରିଲେ ଓଡ଼ିଶାରେ ବିଜେପି ପତାକା ଉଡ଼ିବ । ଏହି କଥା କହି ଅମିତ୍ ଶାହା କର୍ମୀମାନଙ୍କୁ ଆଶ୍ୱାସନା ଦେଇଥିଲେ ସତ ହେଲେ ତାଙ୍କ ଭାଷଣରେ ନବୀନ ପଟ୍ଟନାୟକ କି ବିଜେଡ଼ି ବିରୋଧରେ ପଦୁଟିଏ ବି କହିନଥିଲେ ।

ନବୀନଙ୍କ ଘର ଏକ ମନ୍ଦିର !

ନବୀନ ନିବାସ ମଧ୍ୟାହ୍ନଭୋଜନକୁ ନେଇ ସବୁଆଡ଼େ ଚର୍ଚ୍ଚା । ମମତା ବାନାର୍ଜୀ ଏବଂ ନୀତୀଶ କୁମାରଙ୍କ ଉପସ୍ଥିତିକୁ ନେଇ ଯେତିକି ଚର୍ଚ୍ଚା ହେଉନାହିଁ, ଗୁରୁ ଶିଷ୍ୟ ଯୋଡି ଅମିତ୍ ଶାହା-ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିକୁ ନେଇ ଅଧିକ ଚର୍ଚ୍ଚା ହେଉଛି । କାରଣ ମାତ୍ର ୮ ମାସ ତଳେ ନବୀନଙ୍କ ସହ ସେମାନଙ୍କ ସମ୍ପର୍କ କ’ଣ ଥିଲା ଲୋକ ମନେ ପକାଉଛନ୍ତି ।
ଯାହା ବି ହେଉ, ଏବେକାର ପରମବନ୍ଧୁ ନବୀନଙ୍କ ଘରକୁ ପ୍ରଥମ ଥର ପାଇଁ ପାଦ ପକାଇଥିଲେ ଶାହା । ହେଲେ ଶିଷ୍ୟ ଧର୍ମେନ୍ଦ୍ରଙ୍କ ପାଇଁ ଏକଦା ଏହି ନବୀନ ନିବାସ ଥିଲା ନିଜ ଘର ଭଳି । ୨୦୦୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଧର୍ମେନ୍ଦ୍ର ବିଧାୟକ ଥିବା ବେଳେ ତାଙ୍କର ଅଧିକାଂଶ ସମୟ କଟୁଥିଲା ଏହି ନବୀନ ନିବାସରେ । ତାପରଠାରୁ ସମ୍ଭବତଃ ନବୀନ ନିବାସ ମାଡ଼ି ନ ଥିଲେ ସେ । ଗତ ୫ ବର୍ଷ ଧରି ନବୀନଙ୍କୁ ଗାଳିମନ୍ଦ କରି ହାଲିଆ ହୋଇଯିବା ପରେ ଏବେ ହାତପାଆନ୍ତାରେ ଫେରି ପାଇଛନ୍ତି ସେହି ପୁରୁଣା ଦିନ । ସେହି କାରଣରୁ ଗୁରୁଙ୍କ ସହ ନବୀନ ନିବାସକୁ ପଶିଲା ବେଳେ ଧର୍ମେନ୍ଦ୍ର କୁଆଡ଼େ ଭାବବିହ୍ୱଳ ହୋଇପଡ଼ିଥିଲେ । ଯେଉଁଥିପାଇଁ ଜୋତା ପିନ୍ଧି ନବୀନ ନିବାସ ପଶିବାକୁ ସେ ସଙ୍କୋଚବୋଧ କରିଥିଲେ । ଖୋଦ୍ ନବୀନଙ୍କ ସମେତ ଅନ୍ୟ ଅତିଥିମାନେ ନବୀନ ନିବାସ ବାରଣ୍ଡାରେ ଜୋତା/ଚପଲ ପିନ୍ଧି ଛିଡ଼ା ହୋଇଥିବା ବେଳେ ଧର୍ମେନ୍ଦ୍ର କିନ୍ତୁ ଖାଲି ପାଦରେ ଛିଡ଼ା ହେବା ଦୃଶ୍ୟ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ଧର୍ମେନ୍ଦ୍ରଙ୍କର ଏହା ଶିଷ୍ଟାଚାରଜନିତ ବଡ଼ପଣ ବୋଲି କେହି କେହି କହୁଥିଲା ବେଳେ ନବୀନ ନିବାସକୁ ଧର୍ମେନ୍ଦ୍ର ଆଜିକାଲି ମନ୍ଦିର ଭାବିଦେଇଥିବା ଅନେକ କଟାକ୍ଷ କରୁଛନ୍ତି ।

ହାତ ଛିଞ୍ଚାଡିଦେଲେ ଶାହା

ବିଜେପିର ଜନତା ମଇଦାନ ସଭାମଞ୍ଚରେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ହୀନସ୍ତା ଭାବ ଦେଖିବାକୁ ମିଳିଥିଲା । ଅମିତ୍ ଶାହା ସଭାମଞ୍ଚକୁ ଯିବା ବେଳେ ବୈଜୟନ୍ତ ତାଙ୍କ ସହ ହାତ ମିଳାଇବାକୁ ହାତ ବଢ଼ାଇଥିଲେ । ମାତ୍ର ଶାହା ତାଙ୍କ ହାତ ଛିଞ୍ଚାଡି ଚାଲିଯାଇଥିଲେ । ବୈଜୟନ୍ତଙ୍କୁ ତାହା ଲଜ୍ଜିତ ନା ଅପମାନିତ କଲା ତାହା ତାଙ୍କୁ ଜଣାଥିବ । ହେଲେ ସେହି ଦୃଶ୍ୟକୁ ନେଇ ବାହାରେ ବିଭିନ୍ନ କଥା ଆଲୋଚନା ହେଉଛି । ବିଜେଡ଼ିରେ ଏକଦା ପରାକ୍ରମୀ ବୈଜୟନ୍ତଙ୍କର ବିଜେପି ହାଲତ୍ ଦେଖି ସମର୍ଥକମାନେ ମୁଣ୍ଡ ପିଟୁଛନ୍ତି । ବିଜେପିର ସର୍ବଶକ୍ତିଶାନ ଅମିତ୍ ଶାହାଙ୍କ ଆଗରେ ରାଷ୍ଟ୍ରୀୟ ଉପସଭାପତିଙ୍କର ଏଭଳି ହୀନସ୍ତା ଭାବ ଦେଖି ସେଠାରେ ଉପସ୍ଥିତ ଜଣେ ନେତାଙ୍କ ମୁହଁରୁ ହାତମାର୍କା ସୁର ଭାଇଙ୍କ ଭାଷା ବାହାରିଥିଲା । ହଇଓ.. ତମେ କାମକୁ ନୁହଁ… ।
Previous Post

ନବୀନ ନିବାସରେ ଅପୂର୍ବ ମିଳନ

Next Post

‘ସାଧାରଣ ମଣିଷ ହିଁ ପ୍ରକୃତ ମାଷ୍ଟର୍’

Next Post
‘ସାଧାରଣ ମଣିଷ ହିଁ ପ୍ରକୃତ ମାଷ୍ଟର୍’

‘ସାଧାରଣ ମଣିଷ ହିଁ ପ୍ରକୃତ ମାଷ୍ଟର୍’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA