Wednesday, August 19, 2026 10:39 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ସାଧାରଣ ମଣିଷ ହିଁ ପ୍ରକୃତ ମାଷ୍ଟର୍’

by Our Correspondent
29 Feb, 2020- 11:16 PM
in Latest News, News
1 min read
0
‘ସାଧାରଣ ମଣିଷ ହିଁ ପ୍ରକୃତ ମାଷ୍ଟର୍’

‘ମୋ ସରକାର’ ରେ ଆଉ ୫ ଟି ବିଭାଗ ସାମିଲ 

ଭୁୁବନେଶ୍ୱର: ‘ସାଧାରଣ ମଣିଷର ନିଶ୍ଚିତ ଅନୁଭବ ଆସୁ ସେ ସଶକ୍ତ ବୋଲି । ସାଧାରଣ ମଣିଷଟି ନିଶ୍ଚିତ ଅନୁଭବ କରୁ ଯେ ସେ ହିଁ ପ୍ରକୃତ ମାଷ୍ଟର । ଏକ ବାସ୍ତବ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବଞ୍ଚୁଥିବା ସେ ସୁନିଶ୍ଚିତ ହେଉ ।’
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଭାଷାରେ ନିଜର ସ୍ପଷ୍ଟ ଆଭିମୁଖ୍ୟ ରଖିଛନ୍ତି । ‘ମୋ ସରକାର’ ରେ ଆଜି ୫ଟି ସରକାରୀ ବିଭାଗ ସାମିଲ ହେବା ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଧିକାରୀମାନଙ୍କୁ ନିଜର ରୋକଠୋକ କଥା ଶୁଣାଇଥିଲେ । କହିଥିଲେ, ଜନସାଧାରଣଙ୍କ ମତାମତ ହିଁ ‘ ମୋ ସରକାର’ ସଫଳତାର ଆଧାର । ଏହା ଯେତେ ପ୍ରଭାବୀ ହେବ ‘ମୋ ସରକାର’ ସେତିକି ସଫଳ ହେବ । ସରକାରୀ ବିଭାଗମାନେ ଏହା ଭଲଭାବରେ ବୁଝି ତଦନୁଯାୟୀ କାର୍ଯ୍ୟ କରିବା ମୁଁ ଚାହେଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେଥିପାଇଁ ଆବଶ୍ୟକ ପଡୁଥିବା ଟ୍ରେନିଂ ଏବଂ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମକୁ ଉପଯୁକ୍ତ ଶିକ୍ଷଣୀୟ କରିବାକୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।
“‘ମୋ ସରକାର’ ରେ ୧୨ଟି ବିଭାଗ ସାମିଲ ହୋଇସାରିଛି । ମୁଁ ନିଜେ ଅନେକ ଫୋନ୍ କଲ୍ କରିଛି ଏବଂ ସେଥିରୁ ଭଲ ଫିଡବ୍ୟାକ୍ ପାଇଛି । ଯେଉଁଠି ଦୋଷ ଦୁର୍ବଳତା ସାମନାକୁ ଆସିଛି କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଭଲ କାମକୁ ସ୍ୱୀକୃତି ଦିଆଯାଇଛି ।” ନିଜ ଭାଷଣରେ ଏହା କହିଥିଲେ ମୁଖ୍ୟମନ୍ତ୍ରୀ ।
ଲୋକସେବା ଭବନରେ ଆୟୋଜିତ ଉତ୍ସବରେ ‘ମୋ ସରକାର’ ରେ ଆଜି ସାମିଲ ହୋଇଥିବା ବିଭାଗଗୁଡ଼ିକ ହେଲା- ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକସମ୍ପର୍କ, ପର୍ଯ୍ୟଟନ, କ୍ରୀଡ଼ା ଓ ଯୁବସେବା, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏସବୁ ବିଭାଗକୁ ଅଭିନନ୍ଦନ ଜଣାଇଥିଲେ । ସରକାରଙ୍କ ଟ୍ରାନସଫରମେଟିଭ୍ ଇନିସିଏଟିଭ୍ ରେ ଏହି ବିଭାଗ ଜନସାଧାରଣଙ୍କ ଆଶା ଓ ଆକାଂକ୍ଷା ପୂରଣ କରିପାରିବେ ବୋଲି ଶୁଭକାମନା ଜଣାଇଥିଲେ ।

ଉନ୍ନତି ଭବନ ଲୋକାର୍ପିତ

ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ଉନ୍ନତି ଭବନକୁ ଆଜି ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସତ୍ୟନଗରଠାରେ ୯୩,୨୫୦ ବର୍ଗଫୁଟ୍ ଜାଗା ଉପରେ ନିର୍ମିତ ଏହି ଚାରିମହଲା ବିଶିଷ୍ଟ ସୌଧରେ ଓଡ଼ିଶା ଜଳ ଯୋଗାଣ ଓ ସ୍ୱେରେଜ୍ ବୋର୍ଡ, ଜନସ୍ୱାସ୍ଥ୍ୟ ସଂଗଠନ, ୱାଟକୋ, ଆବାସ ମିଶନ ଓ ଜାଗା ମିଶନ ଭଳି ଅନୁଷ୍ଠାନ କାର୍ଯ୍ୟ କରିବ ।
ଲୋକାର୍ପଣ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ପୌର କ୍ୟାଡର ଅନ୍ତର୍ଭୁକ୍ତ ନୂତନ ଭାବେ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ଚୟନ ହୋଇଥିବା ୨୮ ଜଣ ଓଡ଼ିଶା ପୌର ପ୍ରଶାସନ ସେବା ଅଧିକାରୀ ଏବଂ ୧୨ ଜଣ ପୌର ଯୋଜନା ସେବା ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ, ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନ ପ୍ରମୁଖ ଉପସ୍ଥିତ ଥିଲେ ।
Previous Post

ଲୋକଦେଖାଣିଆ ରୁଦ୍ଧଦ୍ୱାର ବୈଠକ!!

Next Post

କାଟତି ଫେରିପାଇଲେ ସଞ୍ଜୟ ଦାସବର୍ମା

Next Post
କାଟତି ଫେରିପାଇଲେ ସଞ୍ଜୟ ଦାସବର୍ମା

କାଟତି ଫେରିପାଇଲେ ସଞ୍ଜୟ ଦାସବର୍ମା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA