Wednesday, April 29, 2026 02:18 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଶାହା ହେଲେନି ସାହା: ଧର୍ମେନ୍ଦ୍ରଙ୍କ ହାତରୁ ଚାଲିଗଲା ମଧ୍ୟପ୍ରଦେଶ ଦାୟିତ୍ୱ

by Our Correspondent
26 Dec, 2018- 10:48 PM
in Latest News, National, Politics
1 min read
0
ଶାହା ହେଲେନି ସାହା: ଧର୍ମେନ୍ଦ୍ରଙ୍କ ହାତରୁ ଚାଲିଗଲା ମଧ୍ୟପ୍ରଦେଶ ଦାୟିତ୍ୱ
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଲାଗିଛି ଦଳୀୟ ହାଇକମାଣ୍ଡଙ୍କ ଚୋଟ । ମଧ୍ୟପ୍ରଦେଶ ନିର୍ବାଚନ ପ୍ରଭାରୀ ଦାୟିତ୍ୱରୁ ତାଙ୍କୁ ହଟାଯାଇଛି । ନିକଟରେ ଅନୁଷ୍ଠିତ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଦଳର ପରାଜୟ ପାଇଁ ସମ୍ଭବତଃ ହାଇକମାଣ୍ଡ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତାଙ୍କର ଗଡ଼ଫାଦର କୁହାଯାଉଥିବା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ବି ଧର୍ମେନ୍ଦ୍ରଙ୍କୁ ସାହା ହୋଇପାରିନାହାନ୍ତି । ଧର୍ମେନ୍ଦ୍ରଙ୍କ ସ୍ଥାନରେ ସ୍ୱତନ୍ତ୍ର ଦେବ ସିଂହ ଏବଂ ସତୀଶ ଉପାଧ୍ୟାୟ ସେଠାରେ ଲୋକସଭା ନିର୍ବାଚନ ଦାୟିତ୍ୱ ସମ୍ଭାଳିବେ । ମଧ୍ୟପ୍ରଦେଶ ସମେତ ୧୮ ଟି ରାଜ୍ୟ ପାଇଁ ଲୋକସଭା ନିର୍ବାଚନର ପ୍ରଭାରୀ ଓ ସହ ପ୍ରଭାରୀ ନିଯୁକ୍ତି କରାଯାଇଛି । ଓଡ଼ିଶାରେ ଦଳର ପ୍ରଭାରୀ ଥିବା ଅରୁଣ ସିଂହ ଲୋକସଭା ନିର୍ବାଚନ ପ୍ରଭାରୀ ଦାୟିତ୍ୱ ତୁଲାଇବେ ।
ଆଗକୁ ଲୋକସଭା ନିର୍ବାଚନ ଥିବା ବେଳେ ମଧ୍ୟପ୍ରଦେଶ ଦାୟିତ୍ୱରୁ ହଟିବା ଧର୍ମେନ୍ଦ୍ର ପ୍ରଧାନଙ୍କ ସାଂଗଠନିକ ବିଫଳତାରେ ଆଉ ଏକ ଫର୍ଦ୍ଦ ଯୋଡିଛି । ପୂର୍ବରୁ ବିହାରରେ ମଧ୍ୟ ତାଙ୍କର ଏଭଳି ଅବସ୍ଥା ହୋଇଥିଲା । ବିହାର ନିର୍ବାଚନ ଦାୟିତ୍ୱରେ ଥିବା ବେଳେ ସେଠାରେ ବିଜେପି ପରାଜୟ ବରଣ କରିଥିଲା । ରାଜ୍ୟ ବିଜେପିର ଏକ ବଡ଼ ଗୋଷ୍ଠୀ ଏଥିପାଇଁ ଧର୍ମେନ୍ଦ୍ରଙ୍କୁ ସିଧାସଳଖ ଦାୟୀ କରିଥିଲେ । ହାଇକମାଣ୍ଡଙ୍କ ପାଖରେ ଫେରାଦ ହୋଇ ଧର୍ମେନ୍ଦ୍ରଙ୍କ ବିରୋଧରେ ଦଳ ଭାଙ୍ଗିବା ଅଭିଯୋଗ ବି ଆଣିଥିଲେ । ଅମିତ୍ ଶାହା ଚାହିଁ ବି ତାଙ୍କୁ ରକ୍ଷା କରି ପାରି ନ ଥିଲେ । ଶେଷରେ ଧର୍ମେନ୍ଦ୍ରଙ୍କୁ ଦାୟିତ୍ୱ ହରାଇବାକୁ ପଡ଼ିଲା । ଏଇ ନିକଟରେ କର୍ଣ୍ଣାଟକରେ ଧର୍ମେନ୍ଦ୍ର ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିଲେ । ଫଳ ତ୍ରିଶଙ୍କୁ ଅବସ୍ଥାରେ ଥିବା ବେଳେ ସରକାର ଗଢ଼ିବା ଦାୟିତ୍ୱ ଧର୍ମେନ୍ଦ୍ର ପ୍ରଧାନ ଓ ଜେ.ପି ନଡ଼ାଙ୍କ ଉପରେ ନ୍ୟସ୍ତ କରାଯାଇଥିଲା । ମାତ୍ର ବିଜେପି ସରକାର ଗଢ଼ି ପାରିଲା ନାହିଁ । ତେବେ ସେ ଯାହା ହେଉ, ଧର୍ମେନ୍ଦ୍ରଙ୍କୁ ମଧ୍ୟପ୍ରଦେଶରୁ ହଟାଯିବା ପରେ ଆଉ କୌଣସି ରାଜ୍ୟ ନିର୍ବାଚନ ଦାୟିତ୍ୱ ଦିଆଯାଇନାହିଁ । ଓଡ଼ିଶାରେ ଅଧିକ ସମୟ ଦେବାକୁ ତାଙ୍କୁ ଅନ୍ୟ ରାଜ୍ୟରୁ ଦାୟିତ୍ୱମୁକ୍ତ କରାଯାଇଥିବା କିଛି କହୁଛନ୍ତି ।
ଆଜି ଦଳର ମହାସଚିବ ତଥା ଓଡ଼ିଶା ପ୍ରଭାରୀ ଅରୁଣ ସିଂହଙ୍କ ଦସ୍ତଖତରେ ବିଜେପି ପକ୍ଷରୁ ୧୮ ଟି ରାଜ୍ୟ ଲୋକସଭା ନିର୍ବାଚନ ପ୍ରଭାରୀ ତାଲିକା ପ୍ରକାଶ କରାଯାଇଛି । ଆନ୍ଧ୍ରପ୍ରଦେଶ ଦାୟିତ୍ୱରେ ବି.ମୁରଲୀଧରନ୍ ଏବଂ ସୁନୀଲ ଦେଓଧର, ଆସାମ- ମହେନ୍ଦ୍ର ସିଂହ, ବିହାର- ଭୂପେନ୍ଦ୍ର ଯାଦବ, ଛତିଶଗଡ଼- ଅନୀଲ ଜୈନ୍, ଗୁଜୁରାଟ- ଓମ୍ ପ୍ରକାଶ ମାଥୁର, ଝାଡ଼ଖଣ୍ଡ- ମଙ୍ଗଲ ପାଣ୍ଡେୟ, ମଣିପୁର-ଅନୀଲ କୋହଲି, ନାଗାଲାଣ୍ଡ- ନଳିନୀ କୋହଲି, ପଞ୍ଜାବ- କ୍ୟାପେଟନ୍ ଅଭିମନ୍ୟୁ, ରାଜସ୍ଥାନ- ପ୍ରକାଶ ଜାଭେଡ଼କର ଓ ସୁଧାଂଶୁ ତ୍ରିବେଦୀ, ସିକିମ୍- ନୀତିନ ନବୀନ, ତେଲେଙ୍ଗାନା-ଥୱରଚାନ୍ଦ ଗେହେଲଟ୍, ଉତ୍ତର ପ୍ରଦେଶ- ଗୋବର୍ଦ୍ଧନ ଝଡ଼ପିୟା, ଦୁଷ୍ମନ୍ତ ଗୌତମ ଏବଂ ନରୋତ୍ତମ ମିଶ୍ର ଏବଂ ଚଣ୍ଡିଗଡ଼ ପାଇଁ କ୍ୟାପେଟନ୍ ଅଭିମନ୍ୟୁଙ୍କୁ ନିର୍ବାଚନ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି । ଓଡ଼ିଶାର କୌଣସି ନେତାଙ୍କୁ ପ୍ରଭାରୀ ଦାୟିତ୍ୱ ମିଳିନାହିଁ ।
Previous Post

ଜବାବ ମାଗୁଛି ଓଡ଼ିଶା: ବିତର୍କ ପାଇଁ ଧର୍ମେନ୍ଦ୍ରଙ୍କ ଆହ୍ୱାନ

Next Post

ବାଲକ୍ରିଷ୍ଣନ୍ ଙ୍କୁ ନୂଆ ନିଯୁକ୍ତି; ପାରିଶ୍ରମିକ ନେବାକୁ ମନାକଲେ

Next Post
ବାଲକ୍ରିଷ୍ଣନ୍ ଙ୍କୁ ନୂଆ ନିଯୁକ୍ତି; ପାରିଶ୍ରମିକ ନେବାକୁ ମନାକଲେ

ବାଲକ୍ରିଷ୍ଣନ୍ ଙ୍କୁ ନୂଆ ନିଯୁକ୍ତି; ପାରିଶ୍ରମିକ ନେବାକୁ ମନାକଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA