Monday, August 31, 2026 08:11 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ

by Our Correspondent
23 May, 2020- 09:08 PM
in Latest News, News
1 min read
0
ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ
ପୁରୀ: ବିଳମ୍ବରେ ଆରମ୍ଭ ହୋଇଥିଲେ ବି ମହାପ୍ରଭୁଙ୍କ କୃପା ଓ ସମସ୍ତଙ୍କର ପ୍ରଚେଷ୍ଟା ଯୋଗୁଁ ଶେଷ ପର୍ଯ୍ୟାୟରେ ପହଞ୍ଚିଯାଇଛି ରଥ ନିର୍ମାଣ କାର୍ଯ୍ୟ । ଶନିବାର ସଂଧ୍ୟା ସୁଦ୍ଧା ରଥ ନିର୍ମାଣ କାର୍ଯ୍ୟର ସ୍ଥିତି ଏହିଭଳି ।
ତାଳଧ୍ୱଜ ରଥର ୧୧ଟି ଚକ ଶେଷ ହୋଇ ଅନ୍ୟ ଦୁଇଟି ଚକ ମଧ୍ୟରୁ ଗୋଟିକରେ ପଇ ପିନ୍ଧାକାର୍ଯ୍ୟ ଚାଲିଥିବା ବେଳେ ଅନ୍ୟ ଚକଟିରେ ତୁମ୍ବରେ ଅର ସଂଯୋଗ ସରିଛି । ଦେବଦଳନ ରଥର ୧୦ଟି ଚକ ସମ୍ପୂର୍ଣ୍ଣ ହୋଇ ଅନ୍ୟ ଏକ ଚକରେ ପଇ ପିନ୍ଧାକାର୍ଯ୍ୟ ଚାଲିଛି । ନନ୍ଦିଘୋଷ ରଥର ୧୧ଟି ଚକ ସମ୍ପୂର୍ଣ୍ଣ ହୋଇ ଦୁଇଟି ତମ୍ବୁରେ ଅର ସଂଯୋଗ କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟ ଦୁଇଟି ପିନ୍ଧରେ ପଇ ସଂଯୋଗ ସରି ବିଲେଇ ବାଡିଆ କାର୍ଯ୍ୟ ଚାଲିଛି ।

ତାଳଧ୍ୱଜ ରଥ ଏବଂ ଦେବଦଳନ ରଥର ଅଖ ନିର୍ମାଣ ଶେଷ ହୋଇଥିବା ବେଳେ ନନ୍ଦିଘୋଷ ରଥର ୭ଟି ଅଖ ଶେଷ ହୋଇ ଶେଷ ଅଖଟିର ମାଠେଣି କାର୍ଯ୍ୟ ଆରମ୍ଭ ହେବ । ତିନି ରଥର ଚାରିଆହାକା କାର୍ଯ୍ୟ ଶେଷ ହୋଇଛି । ପ୍ରତିରଥର ଦୁଇଟି ଲେଖାଏଁ ଗରଗରା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ।
ତିନି ରଥର ୧୦ଟି ଲେଖାଏଁ ଗୁଜ କାମ ଶେଷ ହୋଇ ବାକି ଗୁଜ ଗୁଡିକରେ ଖୋଦେଇ କାମ ଏବଂ ଅଳଙ୍କାର କାମ ଚାଲିଛି । କରତି ସେବକଙ୍କ ଦ୍ୱାରା ଦୋଳ ବେଦି ଠାରେ ନନ୍ଦିଘୋଷ ରଥର ଗୟଳ ଚିରିଟ କାମ ପୂର୍ବରୁ ବାଇଁସି ଚାଲିଛି । ଏହାପରେ ସୁୂତା ମାପ କରାଯାଇ ଚିରିଟ କାର୍ଯ୍ୟ କରାଯିବ ।

ଦୋଳ ବେଦୀ ଠାରେ ଅସ୍ଥାୟୀଶାଳରେ ଓଝା ସେବକଙ୍କ ଦ୍ୱାରା ତିନି ରଥ ପାଇଁ ୨୦ଏମଏମ ମୋଟେଇର ଅଖ କଣ୍ଟା ତିଆରି ଚାଲିଛି ଯାହାକି ଆଗ ପାତେଳି ଓ ଚଉରସ କଣ୍ଟା ଭାବେ ବଶାଯାଏ । ଆଗ ପାତେଳି କଣ୍ଟା ତମ୍ବୁର ବାହ୍ୟ ଅଂଶରେ ଅଖଦଣ୍ଡା ଓ କୁଡୁକାମୁ ଯୋଡିଥାଏ । ‘ଚଉରସ କଣ୍ଟା’ ତମ୍ବୁର ଭିତର ଅଂଶ ଅଖ ଦଣ୍ଡାରେ ବାଡିଆ ଯାଏ । ଅଖଦଣ୍ଡାକୁ ଫିକ୍ସ କରେ । ‘ଗରଗରା କଣ୍ଟା ଉପରେ ଚାରି ନାହାକା ଠିଆ ହୁଏ । ଏହା ଦଣ୍ଡା, ଅଖ, ଗରଗରାକୁ ବାନ୍ଧି ରଖେ ।

ସେବକମାନଙ୍କର ଥର୍ମାଲ୍ ସ୍କ୍ରିନିଂ, ସଚେତନତା ଶିବିର

ଆଜି ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣରେ ସମ୍ପୃକ୍ତ ସେବକ ମାନଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯାଇଥିଲା । ସମସ୍ତ ସେବକ ସୁସ୍ଥ ଥିବା ଜଣାପଡ଼ିଛି  ।

ସେପଟେ ‘ନିଳାଦ୍ରୀ’ ଭକ୍ତ ନିବାସ ସମ୍ମିଳନୀ କକ୍ଷରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁରୀ ସ୍ୱାସ୍ଥ୍ୟ ବିଭାଗଙ୍କ ସହଯୋଗରେ କରୋନା ଭୂତାଣୁ ସମ୍ପର୍କରେ ‘ଗରାବଡୁ’ ସେବକମାନଙ୍କ ନିମନ୍ତେ  ଶ୍ରୀମନ୍ଦିର ପ୍ରଶାସକ, ଉନ୍ନୟନ ଶ୍ରୀଯୁକ୍ତ ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ପ୍ରଶାସନର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବିନୟ କୁମାର ଦାଶ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀଯୁକ୍ତ ନୀଳକଣ୍ଠ ମିଶ୍ର ଏବଂ ଉପ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମହାପାତ୍ର, ଶ୍ରୀମନ୍ଦିର ପରିଚାଳନା କମିଟି ସଭ୍ୟ ଶ୍ରୀଯୁକ୍ତ ମାଧବ ଚନ୍ଦ୍ର ମହାପାତ୍ର ଏବଂ ଗରାବଡୁ ନିଯୋଗର ସଭାପତି ଓ ସମ୍ପାଦକଙ୍କ ସହ ସମସ୍ତ ଗରାବଡୁ ସେବକ ମାନେ ଉପସ୍ଥିତ ଥିଲେ ।
Previous Post

କାଲିଠାରୁ ଅନଲାଇନ୍ ରେ ମିଳିବ ମଦ

Next Post

ଭବାନୀ ପଟ୍ଟନାୟକଙ୍କ ସ୍ମୃତିରେ ‘ପ୍ରଣାମ ମହାନୁଭବ’

Next Post
ଭବାନୀ ପଟ୍ଟନାୟକଙ୍କ ସ୍ମୃତିରେ ‘ପ୍ରଣାମ ମହାନୁଭବ’

ଭବାନୀ ପଟ୍ଟନାୟକଙ୍କ ସ୍ମୃତିରେ ‘ପ୍ରଣାମ ମହାନୁଭବ’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA