ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କମିଟି
ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ଅନ୍ୟତମ ମୁରବୀ, ମହାନ୍ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ପଦ୍ମଶ୍ରୀ ସ୍ୱର୍ଗତ ଭବାନୀ ଚରଣ ପଟ୍ଟନାୟକଙ୍କର ଆସନ୍ତା ୨୫ ତାରିଖ ସୋମବାର ଦିନ ଏକାଦଶାହ । ଏହି ମହାନ୍ ବ୍ୟକ୍ତିଙ୍କ ସ୍ମୃତିରେ ଭୁବନେଶ୍ୱର ସ୍ୱାଧୀନତା ସଂଗ୍ରାମୀ ସଦନଠାରେ ସେଦିନ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ପ୍ରଣାମ ମହାନୁଭବ’ ଆୟୋଜନ କରାଯାଇଛି । ଲକଡାଉନ୍ କଟକଣା ଦୃଷ୍ଟିରୁ ସାମାଜିକ ଦୂରତ୍ୱ ରଖି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
କାର୍ଯ୍ୟକ୍ରମରେ ରାମଧୂନ ଗାନ ସହ ସ୍ୱର୍ଗତ ସଂଗ୍ରାମୀଙ୍କ ଫଟୋ ଚିତ୍ରରେ କେବଳ ମାଲ୍ୟାର୍ପଣ କରାଯିବ । ପରବର୍ତ୍ତୀ ସମୟରେ ବର୍ଷବ୍ୟାପୀ ରାଜ୍ୟ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜିତ ହେବ । ଏଥିଲାଗି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ସ୍ମୃତି କମିଟି ଗଠନ କରାଯାଇଛି ।
ଆଜି ସହିଦ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ସଦନଠାରେ ଅନୁଷ୍ଠିତ ବୈଠକରେ ରାଜ୍ୟସ୍ତରୀୟ କମିଟି ଘୋଷଣା କରାଯାଇଛି ।








