Thursday, April 30, 2026 04:49 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆହତ ବାପାଙ୍କୁ ୧୨୦୦ କିମି ସାଇକେଲରେ ବୋହି ଆଣିଥିବା ଝିଅ

by Our Correspondent
23 May, 2020- 11:01 PM
in Latest News, National, News
1 min read
0
ଆହତ ବାପାଙ୍କୁ ୧୨୦୦ କିମି ସାଇକେଲରେ ବୋହି ଆଣିଥିବା ଝିଅ

ଜ୍ୟୋତି କୁମାରୀ ପାଶ୍ୱାନ୍ । ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ବିହାର ଦରଭଙ୍ଗାର ଏହି ୧୫ ବର୍ଷୀୟା ଝିଅଟିର କର୍ତ୍ତବ୍ୟ ଓ ସାହାସିକତାକୁ ନେଇ ଆଜି ସବୁଆଡ଼େ ଚର୍ଚ୍ଚା । ଖାଲି ଆମ ଦେଶ ନୁହେଁ, ହ୍ୱାଇଟ୍ ହାଉସ୍ ରେ ବି ତାଙ୍କର ଚର୍ଚ୍ଚା । ଲକ୍ ଡାଉନ୍ ସମୟରେ ରୋଜଗାର ହରାଇଥିବା ଅସୁସ୍ଥ ବାପାଙ୍କୁ ୧୨୦୦ କିଲୋମିଟର ରାସ୍ତା ସାଇକେଲରେ ନିଜ ଘରକୁ ବୋହି ଆଣିବା ଏକ ଫିଲ୍ମ କାହାଣୀ ଭଳି ମନେ ହେଉଥିଲେ ମଧ୍ୟ ଜ୍ୟୋତି ବାସ୍ତବ ଜୀବନରେ କରିକି ଦେଖାଇଛନ୍ତି ।

ବିହାର ଦରଭଙ୍ଗା ଜିଲ୍ଲାର ନିହାତି ମଫସଲ ଗାଁ ସିରହୁଲି ବାସିନ୍ଦା ମୋହନ ପାଶ୍ୱାନ୍ ଙ୍କ ବଡ଼ ଝିଅ ଜ୍ୟୋତି କୁମାରୀ । ପିଲାଙ୍କୁ ପାଠ ପଢ଼ାଇବା ସହ ପରିବାର ପେଟକୁ ଦାନା ଦେବା ପାଇଁ ମୋହନ ସୁଦୂର ହରିଆନାର ଗୁରୁଗାଁରେ ଏକ କାରଖାନାରେ କାମ କରୁଥିଲେ । କିଛି ମାସ ତଳେ ଏକ ଦୁର୍ଘଟଣାରେ ଆହତ ହୋଇଥିଲେ ମଧ୍ୟ କଷ୍ଟମଷ୍ଟେ କାମ କରୁଥିଲେ । ଆହତ ବାପାଙ୍କ ଦେଖାଶୁଣା ପାଇଁ ଝିଅ ଜ୍ୟୋତି ତାଙ୍କ ପାଖକୁ ଚାଲିଯାଇଥିଲେ । ଏହି ସମୟରେ ଦେଶରେ ଲକ୍ ଡାଉନ୍ ଘୋଷଣା ହେଲା । କାରଖାନା ବନ୍ଦ ହୋଇଯିବାରୁ ରୋଜଗାର ହରାଇଲେ ମୋହନ । ଘରଭଡ଼ା ଦେଇପାରିଲେନି । ଘର ଭଡ଼ା ନ ଦେଲେ ଘର ଛାଡ଼ିଦେବାକୁ ଘର ମାଲିକ ତାଗିଦ୍ କଲେ ।
ରୋଜଗାର ନ ଥିବାରୁ ଘରଭଡ଼ା ଦେବା ମୋହନଙ୍କ ପକ୍ଷେ ସମ୍ପୂର୍ଣ୍ଣ ଅସମ୍ଭବ ଥିଲା । ପାଖରେ କିଛି ପଇସା ନ ଥିବାରୁ ନିଜ ପାଇଁ ଔଷଧ କି ବାପଝିଅଙ୍କ ଖାଇବା ବି ଯୋଗାଡ଼ କରିପାରିଲେନି । ଲକ୍ ଡ଼ାଉନ୍ ପାଇଁ ଘରକୁ ଫେରିବା ବି ତାଙ୍କ ପାଇଁ ସ୍ୱପ୍ନ ଥିଲା । ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଲେ ମୋହନ । ବାପାଙ୍କର ଏହି କଷ୍ଟ ଆଖିରେ ଦେଖୁଥିବା ଝିଅ ଜ୍ୟୋତି ସାହାସ ବାନ୍ଧିଲେ । ନିଜ ପାଖରେ ଯାହା ପଇସାପତ୍ର ଥିଲା ସେଥିରେ ଗୋଟିଏ ପୁରୁଣା ସାଇକେଲ୍ କିଣିଲେ । ଗୋଟିଏ ବ୍ୟାଗ୍ ରେ ନିହାତି ଆବଶ୍ୟକୀୟ ଜିନିଷପତ୍ର ପୂରେଇ ଗାଁ କୁ ବାହାରିଲେ ।

ସାଇକେଲ୍ ପଛରେ ଆହତ ବାପାଙ୍କୁ ବସାଇ ଗୁରୁଗାଁ ଛାଡ଼ିଲେ ଜ୍ୟୋତି । ନିଜ ଗାଁ ୧୨୦୦ କିଲୋମିଟର ଦୂର ସାଇକେଲ୍ ଚଳାଇ ଆସିବାକୁ ସାହାସ ଯୋଗାଡ଼ କରି ସାରିଥିଲେ । ଦିନକୁ ୩୦ ରୁ ୪୦ କିଲୋମିଟର ବାଟ ଗଲା ପରେ ଥକି ପଡୁଥିଲେ ଜ୍ୟୋତି । ରାସ୍ତାକଡ଼ରେ ବିଶ୍ରାମ ନେଇ ରାତି କଟାଉଥିଲେ । ରାସ୍ତାରେ ଗଲା ବେଳେ କିଛି ଟ୍ରକ୍ ଡ୍ରାଇଭର ବଦାନ୍ୟତା ଦେଖାଇ ସାଇକେଲ୍ ସହ ବାପଝିଅଙ୍କୁ କିଛି ବାଟ ନେଇ ଯାଉଥିଲେ । ଏହିଭଳି ଭାବେ ଆହତ ବାପାଙ୍କୁ ଧରି ଗାଁରେ ପହଞ୍ଚିବାକୁ ଜ୍ୟୋତିଙ୍କୁ ୮ ଦିନ ଲାଗିଲା । ଗାଁରେ ପହଞ୍ଚିଲା ପରେ ବାପଝିଅଙ୍କୁ ଗାଁ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରଖାଯାଇଛି ।
ଗାଁକୁ ଫେରିଲା ପରେ ଝିଅ ପାଇଁ ଗର୍ବରେ ଫାଟି ପଡ଼ିଛନ୍ତି ମୋହନ ପାଶ୍ୱାନ୍ । ସେ ମୋର ଝିଅ ନୁହେଁ ‘ଶ୍ରବଣ କୁମାର’ ବୋଲି କହିଛନ୍ତି ମୋହନ । ଗାଁରେ ପହଞ୍ଚି ମୋକ୍ଷପ୍ରାପ୍ତି ଅନୁଭବ କରୁଥିବା ଗଣମାଧ୍ୟମକୁ କହିଛନ୍ତି ।
ଜ୍ୟୋତି କୁମାରୀଙ୍କ ଏହି ଅଦମ୍ୟ ସାହାସର କାହାଣୀ ଗଣମାଧ୍ୟମକୁ ଆସିଲା ପରେ ସାରା ଦେଶରେ ତାଙ୍କର ଚର୍ଚ୍ଚା । ଖାଲି ଦେଶ ନୁହେଁ ଦେଶ ବାହାରେ ବି ଜ୍ୟୋତି ଖବର ପାଲଟିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କ ଝିଅ ତଥା ହ୍ୱାଇଟ୍ ହାଉସ୍ ର ମୁଖ୍ୟ ପରାମର୍ଶଦାତା ଇଭାଙ୍କା ମଧ୍ୟ ଜ୍ୟୋତିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି । ଜ୍ୟୋତିଙ୍କ ଷ୍ଟୋରିକୁ ସେ ନିଜ ଟ୍ୱିଟ୍ ରେ ସେୟାର୍ କରିବା ସହ ଭାରତୀୟଙ୍କ ସହନଶୀଳତାକୁ ପ୍ରଶଂସା କରିଛନ୍ତି । ଭାରତର ପାରିବାରିକ ସମ୍ପର୍କ ସାରା ଦେଶକୁ ଆକର୍ଷିତ କରିଥାଏ ବୋଲି ଇଭାଙ୍କା ଟ୍ୱିଟ୍ କରିଛନ୍ତି ।
ଇତିମଧ୍ୟରେ ସାଇକେଲିଂ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ଜ୍ୟୋତିଙ୍କୁ ତାଙ୍କ ଏକାଡେମୀରେ ଟ୍ରେନିଂ ପାଇଁ ଅଫର୍ ଦିଆଯାଇଛି । ହୁଏତ ଜ୍ୟୋତି ଏହାକୁ କ୍ୟାରିୟର୍ କରି ଭବିଷ୍ୟତରେ ନିଜ ଅଭାବୀ ପରିବାରର ପେଟ ପୋଷିବାରେ ସହାୟକ ହୋଇପାରିବେ ।

ସମାଜରେ ପ୍ରତିଷ୍ଠା ପାଇଗଲା ପରେ ଗର୍ବ ଓ ଅହଂକାରରେ ନିଜର ବୁଢ଼ା ବାପାମାଆଙ୍କୁ ପର କରି ଦେଉଥିବା ମଣିଷମାନଙ୍କ ପାଇଁ ୧୫ ବର୍ଷର ଝିଅ ଜ୍ୟୋାତି କୁମାରୀ ନିଶ୍ଚିତ ଭାବେ ଏକ ଶିକ୍ଷା । ଜ୍ୟୋତି ଅଭାବୀ ଘରର ଝିଅ ହେଲେ ବି ତାଙ୍କର ସାହାସ ଓ ବଡ଼ପଣ ପାଇଁ ଆଜି ସମସ୍ତଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ।

Previous Post

ଭବାନୀ ପଟ୍ଟନାୟକଙ୍କ ସ୍ମୃତିରେ ‘ପ୍ରଣାମ ମହାନୁଭବ’

Next Post

ଗାଡ଼ି ଚଳାଚଳକୁ ଅନୁମତି, ବଦଳିଲା କ୍ୱାରେଣ୍ଟାଇନ୍ ନିୟମ

Next Post
ଗାଡ଼ି ଚଳାଚଳକୁ ଅନୁମତି, ବଦଳିଲା କ୍ୱାରେଣ୍ଟାଇନ୍ ନିୟମ

ଗାଡ଼ି ଚଳାଚଳକୁ ଅନୁମତି, ବଦଳିଲା କ୍ୱାରେଣ୍ଟାଇନ୍ ନିୟମ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA