Thursday, April 30, 2026 06:20 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଗାଡ଼ି ଚଳାଚଳକୁ ଅନୁମତି, ବଦଳିଲା କ୍ୱାରେଣ୍ଟାଇନ୍ ନିୟମ

by Our Correspondent
24 May, 2020- 02:25 PM
in Latest News, News
1 min read
0
ଗାଡ଼ି ଚଳାଚଳକୁ ଅନୁମତି, ବଦଳିଲା କ୍ୱାରେଣ୍ଟାଇନ୍ ନିୟମ
ଭୁବନେଶ୍ୱର: ଦୁଇଚକିଆ, ତିନିଚକିଆ ଠାରୁ ଆରମ୍ଭ କରି ସବୁ ପ୍ରକାର ଚାରି ଚକିଆ ଯାନ, ବସ୍, ଟ୍ରକ ଚଳାଚଳରେ ଆଉ ବାଧା ରହିବ ନାହିଁ । ରାଜ୍ୟ ସରକାର ଏଥିପାଇଁ ଅନୁମତି ନେଇଛନ୍ତି । ତେବେ ଅଟୋ ଏବଂ କାର୍ ରେ ଡ୍ରାଇଭରଙ୍କୁ ମିଶାଇ ୩ ଜଣରୁ ଅଧିକ ଯାଇପାରିବେ ନାହିଁ । ବସ୍ ରେ ସିଟ୍ ସଂଖ୍ୟା ଯେତିକି, ସେତିକି ଯାତ୍ରୀ ଯିବେ । ଠିଆ ହୋଇ କେହି ଯାତ୍ରା କରିପାରିବେ ନାହିଁ । ଯାହାଙ୍କର କରୋନା ଲକ୍ଷଣ ଥିବ ତାଙ୍କୁ ଯାତ୍ରା ଅନୁମତି ମିଳିବନି । ସବୁଗାଡ଼ିର ଯାତ୍ରୀମାନେ ମୁହଁ ରେ ମାସ୍କ ପିନ୍ଧିବାକୁ ବାଧ୍ୟ । ପାଖରେ ସାନିଟାଇଜର୍ ରଖିଲେ ଭଲ ।
ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସଂକ୍ରାନ୍ତରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆନ୍ତଃରାଜ୍ୟ ବସ୍ ଚଳାଚଳ ପାଇଁ ଅନ୍ୟ ରାଜ୍ୟଗୁଡ଼ିକର ସହମତି ମିଳିଛି । ଆସନ୍ତାକାଲିଠାରୁ ବସ୍ ଓ ବିମାନ ଚଳାଚଳ କରିବ । ସିଟି ବସ୍ ଚାଲିବ । ରାଜ୍ୟ ଭିତରେ ଟ୍ରେନ ଚଳାଚଳ ପାଇଁ ମଧ୍ୟ ଅନୁମତି ଦିଆଯାଇଛି । ତେଣୁ ସେହି ଯାତ୍ରୀମାନଙ୍କ ଗନ୍ତବ୍ୟସ୍ଥଳକୁ ଯିବାର ଆବଶ୍ୟକତା ଦୃଷ୍ଟିରୁ ସେମାନଙ୍କ ଗାଡ଼ି ଚଳାଚଳ ଉପରେ କର୍ଫ୍ୟୁ ନିୟମ ଲାଗିବ ନାହିଁ । ସଂଧ୍ୟା ୭ରୁ ସକାଳ ୭ ସମୟ ମଧ୍ୟରେ ସେମାନଙ୍କ ଯାତାୟତରେ ବାଧା ରହିବ ନାହିଁ ।
ଅନ୍ୟପକ୍ଷରେ ୨୧+୭ ଦିନିଆ କ୍ୱାରେଣ୍ଟାଇନ୍ ନିୟମରେ ପରିବର୍ତ୍ତନ କରାଯାଇଛି । ଏହାକୁ ୧୪ ଦିନିଆ କରାଯାଇଛି । ଗ୍ରାମାଞ୍ଚଳରେ ଏଣିକି ବାହାରୁ ଆସୁଥିବା ପ୍ରବାସୀମାନେ ୭ ଦିନ ଇନଷ୍ଟିୁଚ୍ୟୁସନାଲ୍(ସରକାରୀ) ଏବଂ ୭ ଦିନ ହୋମ୍ କ୍ୱାରେଣ୍ଟାଇନ୍ ରେ ରହିବେ । ଯଦି ସେମିତି କୌଣସି ଲକ୍ଷଣ ଥାଏ, ତେବେ ୭ ଦିନ ଇନଷ୍ଟିୁଚ୍ୟୁସନାଲ୍ କ୍ୱାରେଣ୍ଟାଇନ୍ କୁ ଆହୁରି ବଢ଼ାଯିବ । ସ୍ଥାନୀୟ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେବେ ।
ସହରାଞ୍ଚଳରେ ପ୍ରବାସୀଙ୍କ ପାଇଁ ୭ ଦିନ ଇନଷ୍ଟିୁଚ୍ୟୁସନାଲ୍ କ୍ୱାରେଣ୍ଟାଇନ୍ ର ଆବଶ୍ୟକତା ନାହିଁ । ୧୪ ଦିନ ଯାକ ହୋମ୍ କ୍ୱାରେଣ୍ଟାଇନ୍ ରେ ରହିବେ । ଯଦି ନିଜ ଘରେ ସେହି ବ୍ୟବସ୍ଥା ନାହିଁ, ତେବେ ସଂପୃକ୍ତ ବ୍ୟକ୍ତି ଚାହିଁଲେ ସରକାରଙ୍କ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରହିପାରିବେ । ନଚେତ୍ ନିଜ ଖର୍ଚ୍ଚରେ ହୋଟେଲ୍ ରେ ରହିପାରିବେ ।
ବାହାର ରାଜ୍ୟକୁ ୩ ଦିନରେ ଯାଇ ଫେରିଥିବା ବ୍ୟକ୍ତିଙ୍କ ପାଇଁ କ୍ୱାରେଣ୍ଟାଇନ୍ ନିୟମ ଲାଗୁ ହେବ ନାହିଁ । ସେହିଭଳି ବାହାର ରାଜ୍ୟରୁ ୩ ଦିନ ପାଇଁ ଆସିଥିବା ବ୍ୟକ୍ତିଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ । ୩ ଦିନରୁ ଅଧିକ ହେଲେ ୧୪ ଦିନିଆ କ୍ୱାରେଣ୍ଟାଇନ୍ ରେ ରହିବାକୁ ବାଧ୍ୟ ।
ବାହାରୁ ଫେରୁଥିବା ପ୍ରବାସୀ ସେଠି କ୍ୱାରେଣ୍ଟାଇନ୍ ଅବଧି ପୂରଣ କରି ଫେରିଥିଲେ ତାଙ୍କ ପାଇଁ ବ୍ୟବସ୍ଥା ଲାଗୁ ହେବ ନାହିଁ ।
ରାଜ୍ୟ ସରକାରଙ୍କ ବିନା ଅନୁମତିରେ ଏବଂ ବିନା ସୂଚନାରେ ବାହାର ରାଜ୍ୟରୁ ପ୍ରବାସୀ ଶ୍ରମିକମାନେ ଫେରୁଥିବାରୁ ତାହା ସମସ୍ୟା ସୃଷ୍ଟି କରିଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ଜେନା କହିଛନ୍ତି । ତେଲେଙ୍ଗାନାରୁ ୧୨ଟି ଟ୍ରେନ୍ ରେ ୨୦ ହଜାର ପ୍ରବାସୀ ଆସି ଓଡ଼ିଶା ଆସୁଛନ୍ତି । ମାତ୍ର ସେ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ସୂଚନା ଦିଆଯାଇନାହିଁ । ଏହାଦ୍ୱାରା ପ୍ରବାସୀମାନଙ୍କ ଗନ୍ତବ୍ୟସ୍ଥଳ ଯିବାରେ ସମସ୍ୟା ସୃଷ୍ଟି ହେଉଛି ।
ପ୍ରବାସୀମାନେ ନାଁ ପଞ୍ଜିକରଣ କରି ସରକାରଙ୍କୁ ପୂର୍ବ ସୂଚନା ଦେଇ ଫେରିବାକୁ ଶ୍ରୀ ଜେନା ଅନୁରୋଧ ଅନୁରୋଧ କରିଛନ୍ତି । ସରକାରଙ୍କ ଅଗୋଚରରେ ଆସିଲେ ଟ୍ରେନ୍ ଖର୍ଚ୍ଚ ସରକାର ଦେବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।
Previous Post

ଆହତ ବାପାଙ୍କୁ ୧୨୦୦ କିମି ସାଇକେଲରେ ବୋହି ଆଣିଥିବା ଝିଅ

Next Post

ପତିଆରା ଆଗରେ ବଳିପଡ଼ିଲା ଲକ୍ ଡାଉନ୍ କଟକଣା

Next Post
ପତିଆରା ଆଗରେ ବଳିପଡ଼ିଲା ଲକ୍ ଡାଉନ୍ କଟକଣା

ପତିଆରା ଆଗରେ ବଳିପଡ଼ିଲା ଲକ୍ ଡାଉନ୍ କଟକଣା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA