ପେଟର ଭୋକ ମରିନି, ପିଠିର ଦରଜ ଯାଇନି… ଏବେ ସେମାନଙ୍କ ପାଇଁ ଆସିଛି ପୁଣି ଖଟିବାର ବେଳେ । କରୋନା ମାଡ଼ରେ ଧରାଶାୟୀ ଦେଶର ଅର୍ଥନୀତିକୁ ସୁଧାରିବାକୁ ସେମାନଙ୍କୁ ଏବେ ଗଧ ଭଳି ଖଟିବାକୁ ପଡ଼ିବ । ମହାମାରୀ ମଝିରେ ହିଁ ସେମାନଙ୍କ ଜୀବନକୁ ବାଜି ଲଗାଇବାକୁ ପଡ଼ିବ । ଲକ୍ ଡାଉନ୍ ୩.୦ ଶେଷ ହେବାର ସପ୍ତାହକ ପୂର୍ବରୁ ଦେଶରେ ଏମିତି କିଛି ସିଲସିଲା ଦେଖିବାକୁ ମିଳିଲାଣି । କିଛି ରାଜ୍ୟ, ସେମାନଙ୍କ ଶ୍ରମ ଆଇନରେ ଆଣିଲେଣି ପରିବର୍ତ୍ତନ । ଆଉ ୮ ଘଣ୍ଟା ନୁହେଁ, ଏଣିକି ଦିନକୁ ୧୨ ଘଣ୍ଟା ପରିଶ୍ରମ କରିବାକୁ ପଡ଼ିବ । ଓଟି ବା ଓଭର ଟାଇମ୍ ନାଁରେ ସେମାନଙ୍କୁ ଅଧିକ ପାରିଶ୍ରମିକର ଲୋଭ ଦେଖାଯାଇଛି, କିନ୍ତୁ ଶ୍ରମ ଆଇନ ସଂଶୋଧନ ଅନ୍ତରାଳରେ ଅନ୍ତର କରି ଦିଆଯାଇଛି… ସେମାନଙ୍କର ଅନେକ ଅଧିକାର ।


MiddayOdisha fills a gap in local media for the numerous speakers living and visiting Odisha and outside Odisha.
© 2020-2022 MIDDAY ODISHA