ନୂଆଦିଲ୍ଲୀ: ଦେଶରେ କରୋନା ଲକଡାଉନ୍ ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡ଼ିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି । ସାମ୍ପ୍ରତିକ ସ୍ଥିତିର ମୁକାବିଲା ଏବଂ ଲକଡାଉନ୍ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀମାନଙ୍କଠାରୁ ମତାମତ ଲୋଡ଼ିଥିଲେ ମୋଦି । ତାମିଲନାଡୁ, ପଞ୍ଜାବ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀମାନେ ଲକଡାଉନ୍ ବୃଦ୍ଧି ସପକ୍ଷରେ ସିଧାସଳଖ ମତ ରଖିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅଧିକଂଶ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କିଛି ସର୍ତ୍ତ ଓ ପ୍ରସ୍ତାବ ସହ ପରୋକ୍ଷରେ ଲକଡାଉନ୍ ସପକ୍ଷ ମତ ରଖିଥିଲେ । ଲକଡାଉନ୍ ଉପରେ ୧୫ ତାରିଖ ସୁଦ୍ଧା ରାଜ୍ୟ ସରକାରମାନେ କେନ୍ଦ୍ରକୁ ମତାମତ ଜଣାଇବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି ।
ଦେଶରେ ମାଡ଼ି ଚାଲିଛି କରୋନା । କିନ୍ତୁ ଦେଖିବାକୁ ଗଲେ ଭାରତର ଗ୍ରାମାଞ୍ଚଳ ପ୍ରାୟ ସୁରକ୍ଷିତ ରହିଛି । ତେଣୁ ଗ୍ରାମାଞ୍ଚଳକୁ ଯେମିତି ମହାମାରୀ ନ ବ୍ୟାପେ ସେଥିପ୍ରତି ରାଜ୍ୟ ସରକାରମାନେ ଧ୍ୟାନ ଦିଅନ୍ତୁ । ଗ୍ରାମାଞ୍ଚଳକୁ ଯଥା ସମ୍ଭବ କରୋନାମୁକ୍ତ ରଖିବାକୁ ମୁଖ୍ୟମନ୍ତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଥି ସହିତ କଣ୍ଟେନମେଣ୍ଟ ବା ସମ୍ପୂର୍ଣ୍ଣ ଆବଦ୍ଧ ଅଞ୍ଚଳରେ ଲକ୍ ଡାଉନ୍ କଟକଣା ବଳବତ୍ତର ରଖିବା ସହ ଆର୍ଥିକ କାରବାରକୁ ଧୀରେ ଧୀରେ ସୁଯୋଗ ଦେବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି ।
ଲକ୍ ଡାଉନ୍ ବଢ଼ାଇବା ସପକ୍ଷରେ ମତ ରଖିଥିବା ମମତା ବାନାର୍ଜୀ କରୋନାକୁ ନେଇ ରାଜନୀତି କରା ନଯାଉ ବୋଲି କହିଛନ୍ତି । ଦିଲ୍ଲୀ ସରକାର ଆର୍ଥିକ କାରବାର ଉପରେ ଗୁରୁତ୍ୱ ଦେଇଥିବା ବେଳେ ଟ୍ରେନ୍ ଓ ଉଡ଼ାଜାହାଜ ଚଳାଚଳକୁ ବିରୋଧ କରିଛନ୍ତି ତାମିଲନାଡୁ ଓ ତେଲେଙ୍ଗନା ସରକାର । ରେଡ୍ ଜୋନରୁ ଗ୍ରୀନ୍ କିମ୍ବା ଅରେଞ୍ଜ ଜୋନକୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ଦାବି କରିଛନ୍ତି ରାଜସ୍ଥାନର ଅଶୋକ ଗେହଲଟ୍ ସରକାର । ସେହିଭଳି ଗୁଜରାଟର ବିଜୟ ରୂପାନି ସରକାର, ଗ୍ରୀନ୍ ଜୋନରେ ମେଟ୍ରୋ ସର୍ଭିସ୍ ଆରମ୍ଭ ପାଇଁ ଅନୁମତି ମାଗିଛନ୍ତି ।
ମୋଦିଙ୍କୁ ନବୀନଙ୍କ ୫ ପ୍ରସ୍ତାବ









Lockdown continue is the best for our bargarh district and we hope thats the lockdown rule is 1st type other wise lockdown is change to shortdown and to continue .Govt of our financial department will be decreases due to covid-19 so i say locksown will be strictly to continue and rule will be do hard as well as 1st time lockdown or so many increases will be better for us that i will pray to our govt and thanksfull to him .please please please please …..