Thursday, April 30, 2026 06:21 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଘରେ ରହିବେ ଲକ୍ଷଣ ନଥିବା କରୋନା ପଜିଟିଭ୍

by Our Correspondent
11 May, 2020- 07:13 PM
in Latest News, News
1 min read
0
ଘରେ ରହିବେ ଲକ୍ଷଣ ନଥିବା କରୋନା ପଜିଟିଭ୍

*ସହରାଞ୍ଚଳ ଆକ୍ରାନ୍ତଙ୍କ ପାଇଁ ଆଜିଠାରୁ ଲାଗୁ
*ଗ୍ରାମାଞ୍ଚଳ ଆକ୍ରାନ୍ତଙ୍କ ସୁବିଧା ଥିଲେ ଅନୁମତି ମିଳିବ
*ଡିସଚାର୍ଜ ପରେ ୧୪ ଦିନ କ୍ୱାରେଣ୍ଟାଇନ୍
*ଗର୍ଭବତୀ, ଶିଶୁ, ଦିବ୍ୟାଙ୍ଗଙ୍କ ପାଇଁ କ୍ୱାରେଣ୍ଟାଇନ୍ ନିୟମ କୋହଳ

ଭୁବନେଶ୍ୱର: କରୋନାର କୌଣସି ଲକ୍ଷଣ ନ ଥିବ ବା ସାମାନ୍ୟ ଲକ୍ଷଣ ଥିବ । ଅଥଚ କରୋନା ଆକ୍ରାନ୍ତ ବା ପଜିଟିଭ୍ ବୋଲି ଚିହ୍ନଟ ହୋଇଥିବେ ବା ହେବେ । ଏଭଳି ବ୍ୟକ୍ତିଙ୍କୁ ଆଉ କୋଭିଡ୍ ହସ୍ପିଟାଲ୍ ରେ ଚିକିତ୍ସିତ ହେବାର ଆବଶ୍ୟକତା ପଡ଼ିବନି । ସଂପୃକ୍ତ ବ୍ୟକ୍ତି ସ୍ୱଇଚ୍ଛାରେ ନିଜ ଘରେ ହୋମ୍ ଆଇସୋଲେସନ୍ ରେ ରହି ଚିକିତ୍ସିତ ହୋଇପାରିବେ । ତେବେ ସେମାନଙ୍କର ପୃଥକ୍ ଘର ଏବଂ ପୃଥକ୍ ପାଇଖାନା ଥିବା ଦରକାର ।
ରାଜ୍ୟ ସରକାର ଆଜିଠାରୁ ଏହି ନିୟମ ଲାଗୁ କରିଛନ୍ତି । ବର୍ତ୍ତମାନ ପାଇଁ କେବଳ ସହରାଞ୍ଚଳ ବ୍ୟକ୍ତିଙ୍କ ପାଇଁ ଏହା ଲାଗୁ ହେବ । ପରବର୍ତ୍ତୀ ସମୟରେ ଗ୍ରାମାଞ୍ଚଳ ଲୋକଙ୍କ କ୍ଷେତ୍ରରେ ଲାଗୁ ହେବେ । ଯଦି ସେମାନଙ୍କର ପୃଥକ୍ ଘର ଏବଂ ପୃଥକ୍ ପାଇଖାନା ଥିବ । ଗ୍ରାମାଞ୍ଚଳ ଆକ୍ରାନ୍ତ ଏସବୁ ବନେ୍ଦାବସ୍ତ ସୁବିଧା ଦର୍ଶାଇଲେ ଯାଇ ଘରେ ରହିବାର ଅନୁମତି ମିଳିବ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଆଜି ରାଜ୍ୟ ସରକାରଙ୍କର ଏହି ବଡ଼ ନିଷ୍ପତ୍ତି ଜଣାଇଛନ୍ତି ।
ମୋଟାମୋଟି ଭାବେ ଲକ୍ଷଣ ନ ଥିବା ବା ବା ସାମାନ୍ୟ ଲକ୍ଷଣ ଥିବା ପଜିଟିଭ୍ ବ୍ୟକ୍ତିମାନେ ଅଲଗା ଘର ଓ ଅଲଗା ପାଇଖାନାର ସୁବିଧା ଥାଇ ସ୍ୱଇଚ୍ଛାରେ ହୋମ୍ କ୍ୱାରେଣ୍ଟାଇନ୍ ରେ ରହିପାରିବେ । ସେମାନଙ୍କ ହାତରେ ଅଲିଭା କାଳିରେ ଷ୍ଟାମ୍ପ୍ ଏବଂ ହାତରେ ରିଷ୍ଟ୍ ବ୍ୟାଣ୍ଡ ଲାଗିବ । ଘର ସାମ୍ନା କବାଟରେ ଏକ ଷ୍ଟିକର୍ ଲାଗିବ । ଘରର ଜଣେ ବ୍ୟକ୍ତି ସ୍ୱତନ୍ତ୍ର ଭାବେ ତାଙ୍କ ଦାୟିତ୍ୱ ନେବେ । ତେବେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ମେଡ଼ିକାଲ୍ ସର୍ଭିଲାନ୍ସ ରହିବ । ହୋମ୍ କ୍ୱାରେଣ୍ଟାଇନ୍ ରେ ଥିବା ବେଳେ ଯଦି ଅବସ୍ଥା ଖରାପ ହୁଏ ତେବେ ତୁରନ୍ତ ସେମାନଙ୍କୁ କୋଭିଡ୍ ହସ୍ପିଟାଲ୍ ଅଣାଯାଇ ଚିକିତ୍ସିତ କରାଯିବ ।
ଗତ ଏପ୍ରିଲ୍ ୨୭ ଏବଂ ମେ ୧୦ ରେ କେନ୍ଦ୍ର ସରକାରଙ୍କ ହୋମ୍ ଆଇସୋଲେସନ୍ ଗାଇଡଲାଇନ୍ ରେ ବ୍ୟବସ୍ଥା କରାଯାଇଛି । ଆଜିଠାରୁ ରାଜ୍ୟ ସରକାର ସହରାଞ୍ଚଳରେ ଏହାକୁ ଲାଗୁ କରିଛନ୍ତି ବୋଲି ଶ୍ରୀ ମହାପାତ୍ର ଜଣାଇଛନ୍ତି ।
ଡିସଚାର୍ଜ ପରେ ୧୪ ଦିନ କ୍ୱାରେଣ୍ଟାଇନ୍: କେନ୍ଦ୍ର ସରକାରଙ୍କ ପେସେଣ୍ଟ୍ ଡିସଚାର୍ଜ ପଲିସିକୁ ରାଜ୍ୟ ସରକାର ଆଉ ଟିକେ କଠୋର କରିଛନ୍ତି । ଏ ପର୍ଯ୍ୟନ୍ତ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିବାର ୭ ଦିନ ଯାଏଁ କ୍ୱାରେଣ୍ଟାଇନ୍ ରେ ରହୁଥିଲେ । ମାତ୍ର ଆଜିଠାରୁ ୧୪ ଦିନ କ୍ୱାରେଣ୍ଟାଇନ୍ ରେ ରହିବେ । ଘରେ କ୍ୱାରେଣ୍ଟାଇନ୍ ରେ ରହିବା ବେଳେ ସଂପୃକ୍ତ ବ୍ୟକ୍ତିଙ୍କ ଦେହରେ ଷ୍ଟାମ୍ପ୍ ଏବଂ ହାତରେ ବପ୍ୟାଣ୍ଡ ଲାଗିବ । ଘର ଆଗରେ ଷ୍ଟିକର୍ ଲାଗିବ । ଘରେ ଅଲଗା ପାଇଖାନା କି ଗାଧୁଆ ଘର ନ ଥିଲେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ।
ଗର୍ଭବତୀ, ଶିଶୁ, ଦିବ୍ୟାଙ୍କ ପାଇଁ ନିୟମ କୋହଳ: ରାଜ୍ୟ ସରକାରଙ୍କ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଜଣାଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ । ପ୍ରବାସରୁ ଓଡ଼ିଶାକୁ ଫେରିଥିବା କିମ୍ବା ପଜିଟିଭ୍ ଙ୍କ ସଂସ୍ପର୍ଶରେ ଆସିଥିବା ଗର୍ଭବତୀ ଓ ୫ ବର୍ଷରୁ କମ୍ ଶିଶୁଙ୍କ ପାଇଁ ୨୧ ଦିନର ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍ ନିୟମ କୋହଳ କରାଯାଇଛି । ଯଦି ସେମାନଙ୍କର ଟେଷ୍ଟ୍ ରିପୋର୍ଟ ନେଗେଟିଭ୍ ଆସେ ତେବେ କରୋନା କେୟାର୍ ସେଣ୍ଟର୍ ରେ ରହିବେ ନାହିଁ । ସେମାନେ ହୋମ୍ ଆଇସୋଲେସନ୍ ରେ ରହିବାକୁୁ ଅନୁମତି ଦିଆଯାଇଛି ।
Previous Post

କରୋନାର କାୟାବିସ୍ତାର: ପୁରୀକୁ ଫେରିଲା, ବୌଦ୍ଧକୁ ଡେଇଁଲା

Next Post

ଆସୁଛି ଲକଡାଉନ୍ ୪.୦!

Next Post
ଆସୁଛି ଲକଡାଉନ୍ ୪.୦!

ଆସୁଛି ଲକଡାଉନ୍ ୪.୦!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA