Monday, May 25, 2026 04:31 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଶ୍ରୀମନ୍ଦିର ଭିତରେ ହେବ ମହାପ୍ରଭୁଙ୍କ ବିଧିରକ୍ଷା

by Our Correspondent
19 Jun, 2020- 02:31 PM
in Latest News, News
1 min read
0
ଶ୍ରୀମନ୍ଦିର ଭିତରେ ହେବ ମହାପ୍ରଭୁଙ୍କ ବିଧିରକ୍ଷା

ଛତିଶା ନିଯୋଗ ସହ ସଂଧ୍ୟାରେ ଆଲୋଚନା

ପୁରୀ: ଏବର୍ଷ ବଡ଼ଦାଣ୍ଡରେ ରଥ ଗଡ଼ିବନି । କରୋନା ପାଇଁ ରଥଯାତ୍ରାକୁ ବନ୍ଦ କରିଛନ୍ତି ସୁପ୍ରିମ୍ କୋର୍ଟ । ତେବେ ମହାପ୍ରଭୁଙ୍କ ନୀତିକାନ୍ତି ଓ ବିଧିରକ୍ଷା ଶ୍ରୀମନ୍ଦିର ଭିତରେ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଆଜି ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଏହା ଉପରେ ବିସ୍ତୃତ ଆଲୋଚନା ହୋଇଛି ।
ପରିଚାଳନା କମିଟି ସଭାପତି ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ପରାମର୍ଶକ୍ରମେ ଆଜି ପରିଚାଳନା ବୈଠକ ବସି ଶ୍ରୀମନ୍ଦିର ଭିତରେ ବିଧିରକ୍ଷା କରିବା ପାଇଁ ସିଦ୍ଧାନ୍ତ କରାଯାଇଛି । କରୋନା କଡ଼କଣାରେ ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ଦେଇଥିବାରୁ ଏବର୍ଷ ରଥଯାତ୍ରା, ବାହୁଡ଼ା ଓ ସୁନାବେଶ ହୋଇପାରିବ ନାହିଁ । ତେଣୁ ମହାପ୍ରଭୁଙ୍କ ଅଧରପଣା ଓ ନିଳାଦ୍ରୀବିଜେ ମଧ୍ୟ ସମ୍ଭବ ନୁହେଁ । ଯାହା ଅତ୍ୟନ୍ତ ଦୁଃଖଦାୟକ । ତେବେ ଶାସ୍ତ୍ର ସମ୍ମତ ବ୍ୟବସ୍ଥା ଭିତରେ ପରମ୍ପରା ରକ୍ଷା କରିବାକୁ ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଥିବା କହିଛନ୍ତି ।
ପରମ୍ପରା ରକ୍ଷା ଓ ଶାସ୍ତ୍ର ସମ୍ମତ ବ୍ୟବସ୍ଥାରେ ତେବେ ଏହା କେମିତି ପାଳନ କରାଯାଇପାରିବ ଆଜି ସଂଧ୍ୟାରେ ଛତିଶା ନିଯୋଗ ସହ ଆଲୋଚନା ହେବ । ରେକର୍ଡ ଅଫ୍ ରାଇଟସ୍ ଛାଡ଼ି ସ୍ୱତନ୍ତ୍ର ବ୍ୟବସ୍ଥା ଜରୁରୀ ହୋଇଛି । ଛତିଶା ନିଯୋଗ ସହ ଆଲୋଚନା ପରେ ଯାହା ନିର୍ଯ୍ୟାସ ବାହାରିବ କାଲି ସକାଳୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଅବଗତ କରାଯିବ । ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତ୍ତିକ୍ରମେ ଏହାର ଚୂଡ଼ାନ୍ତ ରୂପରେଖ ହେବ ବୋଲି ଗଜପତି କହିଛନ୍ତି ।
ଗଜପତି ମହାରାଜା କହିଛନ୍ତି, ସବୁ ମହାପ୍ରଭୁଙ୍କ ଲୀଳା । ମହାପ୍ରଭୁ ନୂତନ ଇତିହାସ ସୃଷ୍ଟି କରୁଛନ୍ତି ।
ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାରଙ୍କ ସମେତ ସବୁ ସଦସ୍ୟ ଉପସ୍ଥିତ ଥିଲେ ।
Previous Post

ବିକଳ୍ପ ରାସ୍ତାରେ ହତାଶ ସୌମ୍ୟ !

Next Post

ରଥଯାତ୍ରା ପାଇଁ ଶେଷ ଅଶା; ସୋମବାରକୁ ଅପେକ୍ଷା

Next Post
ରଥଯାତ୍ରା ପାଇଁ ଶେଷ ଅଶା; ସୋମବାରକୁ ଅପେକ୍ଷା

ରଥଯାତ୍ରା ପାଇଁ ଶେଷ ଅଶା; ସୋମବାରକୁ ଅପେକ୍ଷା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA