Thursday, April 30, 2026 10:57 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସତକହି ଫସିଲେ ମହିଳା ପୁଲିସ ଅଫିସର !

by Our Correspondent
02 Aug, 2020- 10:30 PM
in Latest News, National, News
1 min read
0
(ଗୋପାଳ ସାହୁଙ୍କ ରିପୋର୍ଟ)
ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂ, ସେଠାକାର ଜଣେ ଡ୍ରଗ୍ ମାଫିଆକୁ ମୁକ୍ତ କରିବାକୁ ବାଧ୍ୟ କରୁଥିବା କଥା ଜଣେ ଉଚ୍ଚ ପଦସ୍ଥ ମହିଳା ପୋଲିସ ଅଧିକାରୀ ଉଚ୍ଚନ୍ୟାୟାଳୟରେ ଅଭିଯୋଗ କରିବାରୁ ତାଙ୍କୁ ଏବଂ ତାଙ୍କର ବ୍ୟକ୍ତିଗତ କାରରେ ତାଙ୍କ ସହିତ ଉପସ୍ଥିତ ଥିବା ଆଉ ଦୁଇଜଣଙ୍କୁ ମଧ୍ୟ ମଙ୍ଗଳବାର ଦିନ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଅନ୍ୟାୟ ଭାବେ ମଣିପୁର ପୋଲିସ ଅଟକ ରଖିଥିବା କଥା ଖୋଦ୍ ସେହି ମହିଳା ପୋଲିସ ଅଧିକାରୀ “ଥୋନାଜାମ ବ୍ରିଣ୍ଡା ତାଙ୍କ ଫେସବୁକ ଓ୍ଵାଲରେ ଅଭିଯୋଗ କରିଛନ୍ତି।
ପୋଲିସ୍ ଅଧିକାରୀ ବ୍ରିଣ୍ଡାଙ୍କ ସହ ଏଭଳି ଅନ୍ୟାୟୋଚିତ ଘଟଣା ପରେ ଦେଶସାରା ଅନେକ ଲୋକ ସାମାଜିକ ଗଣମାଧ୍ୟମରେ ମଣିପୁର ପୋଲିସକୁ କଡ଼ା ସମାଲୋଚନା କରୁଥିବାବେଳେ ଅନେକ ଲୋକ ମଧ୍ୟ ଏହାକୁ ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ମିଥ୍ୟା ଅଭିଯୋଗରେ ଜାଣିଶୁଣି ହଇରାଣ କରାଯାଉଥିବା କହିଛନ୍ତି। ତେବେ ମଣିପୁର ପୋଲିସ ଏକ ପ୍ରେସ୍ ବିବୃତ୍ତି ଜାରି କରି “ଥୋନାଜାମ ବ୍ରିଣ୍ଡା” ଏବଂ ତାଙ୍କର ଦୁଇ ସହଯାତ୍ରୀଙ୍କୁ ଅଟକ ଘଟଣା ଯଥାର୍ଥ ବୋଲି କହିବା ସହିତ, ସେଦିନ ରାତିରେ ଇମ୍ଫାଲ ପଶ୍ଚିମ ଜିଲ୍ଲାର ସାଙ୍ଗାଇପ୍ରୋ ଲାମଖାଇ ଅଞ୍ଚଳରେ “ଥୋନାଜାମ ବ୍ରିଣ୍ଡାଙ୍କ ବିରୋଧରେ ଲକଡାଉନ କଟକଣା ଆଇନ ଉଲ୍ଲଂଘନର ଅଭିଯୋଗ ଆଣିଛି।
ଆଲୋଚନା ଅନୁସାରେ ପ୍ରକୃତ ଘଟଣା ହେଉଛି, ମଣିପୁର ରାଜ୍ୟ ପୋଲିସ ସେବା ସେବାର ବରିଷ୍ଠ ଅଧିକାରୀ ବ୍ରିଣ୍ଡା ଗତ ଜୁଲାଇ ୧୩ ତାରିଖରେ ମଣିପୁର ହାଇକୋର୍ଟରେ, ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂ ଏବଂ ରାଜ୍ୟ ବିଜେପି ଉପାଧ୍ୟକ୍ଷ ‘ମୋଇରଙ୍ଗଥମ୍ ଅଶନିକୁମାରଙ୍କ’ ବିରୋଧରେ ଡ୍ରଗ୍ ମାଫିଆ ଗିରଫ ମାମଲାରେ ଅନେକ ଗୁରୁତ୍ଵପୂର୍ଣ୍ଣ ଅଭିଯୋଗ ଆଣିଥିଲେ। କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଡ୍ରଗ୍ ମାଫିଆକୁ ଛାଡ଼ି ଦେବାପାଇଁ, ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ବିଜେପି ଉପାଧ୍ୟକ୍ଷ ତାଙ୍କ ଉପରେ ପ୍ରବଳ ଚାପ ପ୍ରୟୋଗ କରୁଥିଲେ। ବ୍ରିଣ୍ଡା କହିଛନ୍ତି ଯେ ଉଚ୍ଚ ନ୍ୟାୟାଳୟରେ ଡ୍ରଗ୍ ମାଫିଆ ମାମଲାରେ ସେ ମୁଖ୍ୟମନ୍ତ୍ରୀଙ୍କ ନାମ ରଖିଥିବାରୁ ତାଙ୍କୁ ଅନ୍ୟାୟ ଭାବେ ବାରମ୍ବାର ହଇରାଣ କରାଯାଉଛି ଏବଂ ସେଦିନ ବିନା କାରଣରେ ଅଟକ ରଖାଯାଇଥିଲା। ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ସେଦିନ ଯଥା ସମୟରେ ମଣିପୁରର ବିଶିଷ୍ଟ ମାନବାଧିକାର କର୍ମୀ “ବାବୁ ଲୋଇଥାଙ୍ଗବାମ୍” ସେହି ରାତିରେ ସେଠାରେ ପହଞ୍ଚି ନଥାନ୍ତେ ତେବେ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଦେଇଥାନ୍ତା। ଏହି ଦୁଃଖଦ ଘଟଣା ବର୍ତ୍ତମାନ ବିଭିନ୍ନ ଆନ୍ତର୍ଜାତୀୟ ଏବଂ ଜାତୀୟସ୍ତରୀୟ ପ୍ରମୁଖ ଗଣମାଧ୍ୟମ ମାନଙ୍କରେ ବହୁଳଭାବରେ ଚର୍ଚ୍ଚା ହେଉଛି।

ମଣିପୁର ପୋଲିସର ଏଭଳି ଅନ୍ୟାୟ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ନିଜେ ବ୍ରିଣ୍ଡା ତାଙ୍କ ଫେସବୁକରେ ଲେଖିଛନ୍ତି ଯେ, ଯେଉଁ ସମୟରେ ତାଙ୍କ ନାଁରେ କର୍ଫ୍ୟୁ ଉଲ୍ଲଘଂନ ଅଭିଯୋଗ ଆସିଛି, ଠିକ୍ ସେହି ସମୟରେ ରାସ୍ତାରେ ଅନେକ ଗାଡି ଯାଉଥିଲେ ମଧ୍ୟ କାହାକୁ ବି ଉପସ୍ଥିତ ପୋଲିସ ଅଟକାଉ ନଥିଲେ କି କୌଣସି ପାସ୍ କିମ୍ବା କାଗଜ ପତ୍ର ଦେଖୁନଥିଲେ। ତା’ପରେ ମଧ୍ୟ ବ୍ରିଣ୍ଡା ଜୋରିମାନା ଦେବାପାଇଁ ପ୍ରସ୍ତୁତ ଥିଲେ। ବ୍ରିଣ୍ଡା ମଧ୍ୟ ଉପସ୍ଥିତ ପୋଲିସ ଅଧିକାରୀଙ୍କୁ ନିଜର ପରିଚୟ ଦେଇଥିଲେ। କିନ୍ତୁ ୟୁନିଫର୍ମରେଥିବା ସଶସ୍ତ୍ର ପୋଲିସ କର୍ମଚାରୀମାନେ ବ୍ରିଣ୍ଡା ଏବଂ ତାଙ୍କ ସହଯାତ୍ରୀଙ୍କୁ ଏକପ୍ରକାର ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ଘେରିଲା ଭଳି ଚାରିପଟୁ ଜଗି ରହିଥିଲେ ଏବଂ ଲାମଫେଲ ଥାନା ଅଧିକାରୀ ତାଙ୍କୁ ଗିରଫ କରିବାକୁ ଆସୁଥିବା କଥା ପୋଲିସ କହିଥିଲେ। ତା’ପରେ ଇମ୍ଫାଲ ପଶ୍ଚିମ ପୋଲିସ ତାଙ୍କୁ ଏବଂ ତାଙ୍କର ସହଯାତ୍ରୀ ସୋନିଆ ଫରେମ୍ବା ଓ ଟେନାଓଙ୍କୁ ସେହି ଦିନ ରାତି ପ୍ରାୟ ୧୨.୪୦ମିନିଟ ସମୟରେ କ୍ୱାକାଇଥେଲ ଏଫ.ସି.ଆଇ. ଛକଠାରୁ ବଳପୁର୍ବକ ଥାନାକୁ ନେଇଯାଇଥିଲା।
ଖବର ପାଇ ତତ୍ କ୍ଷଣାତ୍ ଘଟଣା ସ୍ଥଳରେ ବ୍ରିଣ୍ଡାଙ୍କ ସ୍ଵାମୀ ପହଞ୍ଚିଥିଲେ। ମଣିପୁରର ବିଶିଷ୍ଟ ମାନବାଧିକାର କର୍ମୀ ବାବୁ ମଧ୍ୟ ସେଠାରେ ପହଞ୍ଚିଥିଲେ। କର୍ଫ୍ୟୁ ଉଲ୍ଲଂଘନ ଅଭିଯୋଗ ହୋଇଥିବାରୁ ବ୍ରିଣ୍ଡାଙ୍କ ସ୍ୱାମୀ ଜୋରିମାନା ରସିଦ କାଟିବାକୁ ପୋଲିସକୁ ଅନୁରୋଧ କରିଥିଲେ ଏବଂ ରାତି ଅନେକ ହୋଇଯାଇଥିବାରୁ ମହିଳାମାନଙ୍କୁ ଘରକୁ ଯିବାକୁ ଅନୁମତି ଦିଆଯାଉ ବୋଲି ଉପସ୍ଥିତ ପୋଲିସଙ୍କୁ ଅନୁରୋଧ କରିଥିଲେ କିନ୍ତୁ ପୋଲିସ ସେସବୁ କଥାକୁ ଶୁଣି ନଥିଲେ। ବ୍ରିଣ୍ଡା ଆହୁରି ଲେଖିଛନ୍ତି, “ପୋଲିସ ଆମର କୌଣସି ମତାମତ ନଶୁଣି, ମୋର ସାଙ୍ଗମାନଙ୍କ ଫଟୋ ଉଠାଇଥିଲା।
ମାନବାଧିକାର କର୍ମୀ ବାବୁଙ୍କ ଦୀର୍ଘ ଆଇନୋଚିତ ତର୍କ ପରେ ମଙ୍ଗଳବାର ସକାଳ ପ୍ରାୟ ୨.୩୦ମିନିଟ ସମୟରେ ପୋଲିସ ତାଙ୍କୁ ଛାଡି ଥିଲେ। ମଣିପୁରରେ ଏକ ବଡ଼ ଧରଣର ନକଲି ଏନକାଉଣ୍ଟର ବିରୋଧରେ କାର୍ଯ୍ୟ କରୁଥିବା ଏବଂ ଦୀର୍ଘ ଦିନ ଧରି ମାନବାଧିକାର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା କର୍ମୀ ବାବଲୁ ମଧ୍ୟ ସ୍ୱୀକାର କରିଛନ୍ତି ଯେ ପୋଲିସ କୌଣସି ଚାପରେ ଜାଣିଶୁଣି ହଇରାଣ କରିବା ପାଇଁ ବ୍ରିଣ୍ଡାଙ୍କୁ ଅଟକ ରଖିଥିଲା।
ସେଦିନର ଏହି ଦୁଃଖଦ ଘଟଣା ବିଷୟରେ ମାନବାଧିକାର କର୍ମୀ ବାବୁ ଗଣମାଧ୍ୟମକୁ କହିଛନ୍ତି ଯେ, ଏହା ଏକ ଉଗ୍ରବାଦୀ କାର୍ଯ୍ୟକ୍ରମ ଜନିତ କର୍ଫ୍ୟୁ ନୁହେଁ। କରୋନା କାରଣରୁ କର୍ଫ୍ୟୁ ଲାଗୁ କରାଯାଇଛି ଏବଂ ସେ ନିଜେ ଦେଖିଲେ ଯେ ସେହି ସମୟରେ ରାସ୍ତାରେ ଆହୁରି ଅନେକ ଗାଡି ଚଳାଚଳ କରୁଥିଲା। ରାତି ଦୁଇଟା ସମୟରେ କୌଣସି ମହିଳାଙ୍କୁ କେମିତି କେଉଁ ଆଇନ ଅନୁସାରେ ଅଟକ ରଖା ଯାଇଥିଲା? ନା ସେ କୌଣସି ଉଗ୍ରବାଦୀ କିମ୍ବା ସନ୍ଦିଗ୍ଧ ଅପରାଧୀ ବରଂ ସେ ଜଣେ ବରିଷ୍ଠ ପୋଲିସ ଅଧିକାରୀ। ବାବୁ ଏକଥା ମଧ୍ୟ ଆଶଙ୍କା କରିଛନ୍ତି ଯେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀମାନେ ନିଶ୍ଚୟ କୌଣସି ଚାପରେ ଏସବୁ କରିଥିବେ। କାରଣ ପୋଲିସର କାର୍ଯ୍ୟକଳାପରୁ ଲାଗୁଥିଲା, ବ୍ରିଣ୍ଡାଙ୍କୁ ଗିରଫ କରିବାର ପାଇଁ ପୁର୍ବରୁ ସବୁ ସବୁ ଯୋଜନା ହେଇସାରିଥିଲା।
ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିବା ମାନବାଧିକାର କର୍ମୀ ବାବୁ ଏକଥା ମଧ୍ୟ କହିଛନ୍ତି ଯେ, ସେ ନିଜେ ସେତେବେଳେ ଅନେକ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ବହୁତ ଚେଷ୍ଟା କରିଥିଲେ କିନ୍ତୁ କେହି ଫୋନ ଉଠାଇ ନଥିଲେ। ସେ ଜିଲ୍ଲାର ଏସପିଙ୍କୁ ମଧ୍ୟ ଫୋନ୍ କରିଥିଲେ, କିନ୍ତୁ କେହି ଫୋନ ଉଠାଇ ନଥିଲେ। ଶେଷରେ ସେ ସେହି ବିଳମ୍ବିତ ରାତ୍ରିରେ ଜାତୀୟ ମାନବାଧିକାର ଆୟୋଗଙ୍କୁ ଯୋଗାଯୋଗ କରିଥିଲେ। ତା’ପରେ ଡିଜିପିଙ୍କ ଘର ନମ୍ବରକୁ ଆୟୋଗଙ୍କ ତରଫରୁ ଏକ ଫୋନ୍ କଲ କରାଯାଇଥିଲା। ତଥାପି ଫୋନରେ କୌଣସି ଜବାବ ନମିଳିବାରୁ, ମାନବ ଅଧିକାର ଆୟୋଗ ବରିଷ୍ଠ ପୋଲିସ ଅଧିକାରୀଙ୍କ ନିକଟକୁ ବାର୍ତ୍ତା ପଠାଇ ବ୍ରିଣ୍ଡାଙ୍କୁ ମୁକ୍ତ କରେଇଥିଲେ।
ମଣିପୁରରେ ମାନବ ଅଧିକାର କର୍ମୀମାନେ ବିଶ୍ୱାସ କରୁଛନ୍ତି ଯେ ଡ୍ରଗ୍ ମାଫିଆ ମାମଲାରେ ମହିଳା ପୋଲିସ ଅଧିକାରୀ ବ୍ରିଣ୍ଡା ରାଜ୍ୟ ମୁଖ୍ୟଙ୍କ ନାମ ରଖିଥିବାରୁ ତାଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେମାନେ କହିଛନ୍ତି ଯେ ବ୍ରିଣ୍ଡାଙ୍କ ସହ କାମ କରୁଥିବା ଆହୁରି ଅନେକ ଲୋକଙ୍କୁ ମଧ୍ୟ ହଇରାଣ କରାଯାଉଛି। ନିକଟରେ ବ୍ରିଣ୍ଡାଙ୍କ ସହ କାମ କରୁଥିବା ମଣିପୁରର ଜଣେ ପୋଲିସ କନଷ୍ଟେବଳଙ୍କ ଘରକୁ ଯାଇ ଅନେକ ଲୋକ ମଧ୍ୟ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ସେହି ଘଟଣା ପରେ ତାଙ୍କ ପିତାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା।
ମଣିପୁରର ଲୋକମାନେ ଏହି ମହିଳା ପୋଲିସ ଅଧିକାରୀଙ୍କୁ ସମର୍ଥନ କରୁଛନ୍ତି କି ବୋଲି ଏକ ପ୍ରଶ୍ନର ଉତ୍ତରରେ ବାବୁ କହିଛନ୍ତି, “ମଣିପୁରର ଅନେକ ଲୋକ ବ୍ରିଣ୍ଡାଙ୍କୁ ସମର୍ଥନ କରୁଛନ୍ତି କାରଣ ସେ ଡ୍ରଗ୍ ମାଫିଆ ମାନଙ୍କ ବିରୁଦ୍ଧରେ ଏକ ବଡ ପଦକ୍ଷେପ ନେଇଛନ୍ତି। କିନ୍ତୁ ଡ୍ରଗ୍ସ ମାମଲାରେ, ମଣିପୁରର କୁକି ଜନଜାତି ବ୍ରିଣ୍ଡାଙ୍କୁ ବିରୋଧ କରୁଛନ୍ତି କାରଣ ସେମାନଙ୍କ ମଧ୍ୟରୁ ଅନେକ ଲୋକ ଡ୍ରଗ୍ କାରବାରରୁ ଲାଭବାନ ହେଉଛନ୍ତି। ଆଜିକାଲି ସମୟରେ ମଣିପୁରରେ ଚୋରା ଡ୍ରଗ୍ କାରବାର କୋଟି କୋଟି ଟଙ୍କାର ବ୍ୟବସାୟରେ ପରିଣତ ହୋଇଛି।
ମଣିପୁର ରାଜ୍ୟ ଇମ୍ଫାଲ ପଶ୍ଚିମ ଜିଲ୍ଲା ପୋଲିସ ଅଧୀକ୍ଷକ କେ ମେଘଚନ୍ଦ୍ର ସିଂ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ କହିଛନ୍ତି ଯେ, ପୋଲିସ ମୁଖ୍ୟାଳୟ କଣ୍ଟ୍ରୋଲ୍ ରୁମ୍ ସମସ୍ତ ଜିଲ୍ଲାର ସୀମାକୁ ସଚେତନ କରିବାକୁ ଏକ ଅନୁରୋଧ ବାର୍ତ୍ତା ଦେଇଛି। ସେହି ଅନୁଯାୟୀ ଆମେ ଆମର ସମସ୍ତ ପୋଷ୍ଟକୁ ସତର୍କ ସମ୍ପୂର୍ଣ୍ଣ ରଖିଛୁ। ପ୍ରଥମେ କାଚିଙ୍ଗ ପୋଲିସ ଷ୍ଟେସନ ସୋମବାର ରାତି ୧୦.୨୦ମିନିଟ ସମୟରେ ଏକ ଧଳା କାର ଅଟକାଇ ପଚରାଉଚରା କରିଥିଲା ଏବଂ ଏହା ପରେ ପୁଣି ରାତି ୧୨.୫୦ ମିନିଟରେ ଲାମଫେଲ ପୋଲିସ ଥାନା ଅଞ୍ଚଳରେ ସମାନ କାର ଆଉଥରେ ଦେଖାଯାଇଥିଲା। କାରଟି ଟେଣ୍ଟେଡ୍ କାଚରେ ଆଚ୍ଛାଦିତ ଥିଲା। ପଚରାଉଚରା ବେଳେ ସେମାନେ ପୋଲିସକୁ ଯାତ୍ରା ସମ୍ବନ୍ଧୀୟ କୌଣସି ସୂଚନା ଦେଇପାରିନଥିଲେ। ତେଣୁ ଏକ ଘଣ୍ଟା ପରେ ସେଠାକୁ ପୋଲିସର ଏକ ଅତିରିକ୍ତ ଟିମ୍ ଡକାଯାଇଥିଲା। ସେମାନେ ଇମ୍ଫାଲ୍ ଇଷ୍ଟରୁ କାଚଚିଂ ଅଭିମୁଖେ ଯାତ୍ରା କରିବାକୁ ଚାରି ଘଣ୍ଟା ସମୟ ନେଇଥିଲେ, ଯାହା ମାତ୍ର ଦେଢ଼ ଘଣ୍ଟାର ଯାତ୍ରା ଅଟେ। ସେ ନିଜେ ଜଣେ ପୋଲିସ୍ କର୍ମଚାରୀ ହୋଇ କରୋନା ସଙ୍କଟ ସମୟରେ ତାଙ୍କର ବାନ୍ଧବୀ ମାନଙ୍କ ସହିତ ବାହାରେ ବିନା କାରଣରେ ବୁଲୁଥିଲେ। ଯାହା କରୋନା କଟକଣାକୁ ଉଲ୍ଲଘଂନ କରୁଥିଲା।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଅତିରିକ୍ତ ପୋଲିସ ଅଧିକ୍ଷକ ବ୍ରିଣ୍ଡାଙ୍କୁ ଏଭଳି ବେଆଇନ ଅଟକର କିଛି ଦିନ ପୁର୍ବରୁ ବ୍ୟୁରୋ ଅଫ୍ ନାର୍କୋଟିକ୍ସ ଆଣ୍ଡ ଆଫେୟାର୍ ବର୍ଡରରୁ ବଦଳି କରି ଦିଆଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଦାୟିତ୍ ଦିଆଯାଇ ନାହିଁ। ସମୟ କହିବ ସତ କ’ଣ। କିନ୍ତୁ ଆମର ଗୋଟିଏ ଢଗ ଅଛି ନିଆଁ ନଥାଇ ଧୁଆଁ ନାହିଁ।
Previous Post

ଫସିଗଲେ ଇଷ୍ଟକୋଷ୍ଟ୍ ରେଳ କର୍ତ୍ତୃପକ୍ଷ !

Next Post

ବଳଭଦ୍ର ଜନ୍ମ – ଗହ୍ମା ପୂର୍ଣ୍ଣିମା – ରକ୍ଷାବନ୍ଧନ ଉତ୍ସବ

Next Post

ବଳଭଦ୍ର ଜନ୍ମ - ଗହ୍ମା ପୂର୍ଣ୍ଣିମା - ରକ୍ଷାବନ୍ଧନ ଉତ୍ସବ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA