Monday, May 25, 2026 05:26 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସବୁ ଗୁମର ଖୋଲିଦେବି

by Our Correspondent
29 Dec, 2016- 11:17 AM
in Latest News
1 min read
0
ସବୁ ଗୁମର ଖୋଲିଦେବି

ଭୁବନେଶ୍ୱର(ମିଡ-ଡ଼େ ଓଡ଼ିଶା): ଋଷିଙ୍କ ଅପମୃତ୍ୟୁ ହୋଇଛି ନା ତାଙ୍କୁ ସୁପରିକଳ୍ପିତ ଭାବେ ହତ୍ୟା କରାଯାଇଛି ? ବହୁ ଚର୍ଚ୍ଚିତ ଋଷି ମୃତ୍ୟୁ ସହ ଯୋଡି ହୋଇଯାଇଥିବା ଏହି ପ୍ରଶ୍ନ ଏବେ ରାଜ୍ୟବାସୀଙ୍କୁ ଆନ୍ଦୋଳିତ କରୁଛି । ପୁଲିସ ଫାଇଲ୍ ତଳେ ଚପି ଯାଇଥିବା ୭ ମାସ ତଳର ଏହି ରହସ୍ୟଜନକ ମୃତ୍ୟୁ ଗୁମର ନିଆଁଖୁଣ୍ଟା ଡଟ୍ କମ୍ ର ମୁଖ୍ୟ ପ୍ରଦୀପ ପାଣ୍ଡେ ଖୋଲିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ସବୁଠାରୁ ବଡ଼କଥା ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ହିଁ ଏହାର ପ୍ରଚ୍ଛଦପଟ ନାୟକ ବୋଲି ଅଙ୍ଗୁଳି ଉଠିଛି । ମେୟରଙ୍କର ଯୌନ ସମ୍ପର୍କ ଦୃଶ୍ୟର ଏକ ଭିଡ଼ିଓ ହିଁ ଋଷି ମୃତ୍ୟୁ(ହତ୍ୟା)ର କାରଣ ବୋଲି ଅଭିଯୋଗ ହୋଇଛି । ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ପଦାକୁ ଆଣି ଝଡ଼ ସୃଷ୍ଟି କରିଥିବା ଶ୍ରୀଯୁକ୍ତ ପ୍ରଦୀପ ପାଣ୍ଡେଙ୍କ ସହ ମିଡ-ଡେ ଓଡ଼ିଶାର ଏକ ସ୍ୱତନ୍ତ୍ର ସାକ୍ଷାତକାର..

ମିଡ-ଡେ ଓଡ଼ିଶା: ଆପଣ କେବେଠାରୁ ଋଷି ମୃତ୍ୟୁର ରହସ୍ୟ ଖୋଜୁଥିଲେ ଓ କାହିଁକି ?
ପ୍ରଦୀପ ପାଣ୍ଡେ: ବର୍ଷକ ତଳେ ମେୟର ଅନନ୍ତ ନାରାୟଣ ଜେନାଙ୍କ ସମ୍ପର୍କିତ ଏକ ସେକ୍ସ ସିଡ଼ିର ସୁରାକ୍ ପାଇଥିଲି । ତେବେ ଏହାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ଆରମ୍ଭ କରିଥିଲି ଗତ ଜୁନ୍ ମାସରୁ । ଇଂଜିନିୟରିଂ ଛାତ୍ର ଋଷି ମୃତ୍ୟୁ ସହ ଏହି ସେକ୍ସ ଭିଡ଼ିଓର ସମ୍ପର୍କ ଅଛି ବୋଲି ଜାଣିଲା ପରେ ଏ ସମ୍ପର୍କିତ ତଥ୍ୟ ପ୍ରମାଣ ଯୋଗାଡ଼ରେ ଲାଗିପଡ଼ିଲି । ଏବେ ଲୋକଲୋଚନକୁ ଯାହା ଆଣିଛି ସେଥିରେ ଇଞ୍ଚେ ବି ଭୁଲ୍ ନାହିଁ କି ମନଗଢ଼ା କାହାଣୀ ଥୋଇନି । ଆଜ୍ଞା, ୬ ମାସ ଧରି ଅକ୍ଲାନ୍ତ ପରିଶ୍ରମରୁ ଯାହା ପାଇଛି ତାହା ହିଁ ପ୍ରକାଶ କରିଛି ।

ମିଡ-ଡେ ଓଡ଼ିଶା: ବ୍ଲୁ ସିଡ଼ିର ଖୁଲାସା ଆପଣ କରିବା ପରେ ମେୟର ସଫେଇ ଦେଇଛନ୍ତି ଯେ ଯୌନ ଦୃଶ୍ୟରେ ଥିବା ବ୍ୟକ୍ତି ଜଣଙ୍କ ସେ ନୁହଁନ୍ତି । ଏହି ବ୍ୟକ୍ତିଙ୍କ ସହ ତାଙ୍କ ପେଟ ଓ ନାକ ମିଶୁନାହିଁ ବୋଲି ମେୟର କହିଛନ୍ତି ।
ପ୍ରଦୀପ ପାଣ୍ଡେ: ମୁଁ ତ କୌଣସି ଜାଗାରେ ମେୟରଙ୍କ ନାଁ ନେଇନି । ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି । ଲୁଚିଛି ନା ଗୋଡ଼ ଦିଇଟା ଦିଶୁଛି ନ୍ୟାୟରେ ବର୍ତ୍ତମାନ ରାଜ୍ୟବାସୀ ସବୁ କଥା ଜାଣିଲେଣି । ମେୟରଙ୍କ ପ୍ରତିକ୍ରିୟା ହିଁ ତାଙ୍କର ସଂପୃକ୍ତି ନେଇ ସବୁ କିଛି ସ୍ପଷ୍ଟ କରୁଛି । ଆଉ ମେୟର କିଭଳି ସତ କହନ୍ତି ତାହା ବି ଓଡ଼ିଶାବାସୀଙ୍କୁ ଅଛପା ନାହିଁ । ତାଙ୍କର ସମ୍ମାନହାନି ଦର୍ଶାଇ କୋର୍ଟରେ ୧ ଲକ୍ଷ ୧୦ ହଜାର ମାନହାନି ମକଦ୍ଦମା କରିଥିଲା ବେଳେ କୋଟିଏ ଟଙ୍କାର ମାନହାନି କରିଛନ୍ତି ବୋଲି ଟିଭି ସାମନାରେ ଗଳା ଫଟାଇ କହିଛନ୍ତି । ଉଚ୍ଚ ପଦରେ ଥିବା ଜଣେ ଦାୟିତ୍ୱବାନ ବ୍ୟକ୍ତିଙ୍କ ମୁହଁରେ ଏମିତିକା କଞ୍ଚା ମିଛ ତାଙ୍କର ଚରିତ୍ର ବଖାଣି ଦେଇଛି । ତେଣୁ ବ୍ଲୁ ସିଡିରେ ଥିବା ବ୍ୟକ୍ତିଙ୍କ ପେଟ, ନାକ ତାଙ୍କରି ନୁହେଁ ବୋଲି ସଫେଇର ଆବଶ୍ୟକତା ନାହିଁ ।

ମିଡ-ଡେ ଓଡ଼ିଶା: ସିଡିରେ ଥିବା ମହିଳାଙ୍କ ସମ୍ପର୍କରେ ଆପଣ କ’ଣ ଅନୁସନ୍ଧାନ କରିଛନ୍ତି ?
ପ୍ରଦୀପ ପାଣ୍ଡେ: ଉକ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ମହିଳାଙ୍କର ୭/୮ ବର୍ଷ ଧରି ସମ୍ପର୍କ ରହିଛି । ମହିଳାଙ୍କ ଘରକୁ ଏହି ପ୍ରଭାବଶାଳୀ ବ୍ୟକ୍ତିଙ୍କର ଆତଯାତ ସମସ୍ତଙ୍କୁ ଜଣା । ଏ କଥା ମୁଁ ନୁହେଁ ୟୁନିଟ୍-୮ ନମ୍ବର ଓ ଶାସ୍ତ୍ରୀନଗର ଅଞ୍ଚଳର ପ୍ରାୟ ବାସିନ୍ଦାମାନେ ଜାଣନ୍ତି । ଆପଣ ନିଜେ ଯାଇ ପଚାରି ବୁଝିଲେ ସତ୍ୟାସତ୍ୟା ଜାଣିପାରିବେ । ଏଠି ଆଉ ଗୋଟିଏ କଥା ମୁଁ ଜଣାଇଦେବାକୁ ଚାହୁଁଛି । ଆପଣ ସଂପୃକ୍ତା ମହିଳାଙ୍କ ଫେସ୍ ବୁକ୍ ଆକାଉଣ୍ଟକୁ ଗଲେ ତାଙ୍କର ଫ୍ରେଣ୍ଡ୍ ଲିଷ୍ଟରେ ପାଇବେ ମେୟରଙ୍କୁ । ହି ଇଜ୍ ଦ ଓନଲି ଫ୍ରେଣ୍ଡ ।

ମିଡ-ଡ଼େ ଓଡ଼ିଶା: ବ୍ଲୁ ସିଡ଼ିରେ ଥିବା ସେହି ଦ୍ୱିତୀୟ ପୁରୁଷଜଣକ କିଏ ? ଆପଣ ସେ ବିଷୟରେ ସୂଚନା ପାଇଛନ୍ତି କି ? ସେ ମହାନ୍ତି ବାବୁ ନା ପ୍ରଧାନ ବାବୁ ?
ପ୍ରଦୀପ ପାଣ୍ଡେ: ହଁ ନିଶ୍ଚିତ ଭାବେ ମୋ ପାଖରେ ଠୋସ୍ ପ୍ରମାଣ ଅଛି । ସେ ବ୍ୟକ୍ତି ଜଣଙ୍କ ଉକ୍ତ ରାଜନୈତିକ ବ୍ୟକ୍ତିଙ୍କ ଘନିଷ୍ଠ ସହଯୋଗୀ । ତେବେ ତଦନ୍ତ ବେଳେ ମୁଁ ସବୁକଥା କହିବି ।

ମିଡ-ଡ଼େ ଓଡ଼ିଶା: ମେୟରଙ୍କ ଠିକାଦାରି ବନ୍ଧୁ ହେଉଛନ୍ତି ଋଷିର ନିଜ ମାମୁଁ । । ମାମୁଁ ଏହି ଏହି ହତ୍ୟାକାଣ୍ଡର ରହସ୍ୟକୁ ବାଟବଣା କରୁଛନ୍ତି ବୋଲି ଆପଣଙ୍କର କେବେ ସନ୍ଦେହ ହୋଇଛି କି ?

ପ୍ରଦୀପ ପାଣ୍ଡେ: ଦେଖନ୍ତୁ, ଋଷିଙ୍କ ବନ୍ଧୁମାନଙ୍କ କହିବାନୁଯାୟୀ ତାଙ୍କ ମାମୁଁଙ୍କ ଜରିଆରେ ଏହି ବ୍ଲୁ ସିଡ଼ି ଓ ନିଜ ମୋବାଇଲ୍ ଫେରାଇ ନେବାକୁ ଋଷି ଉପରେ ଚାପ ପକାଯାଉଥିଲା । ତେଣୁ ଏହି ମାମଲାରେ ଋଷିଙ୍କ ମାମୁଁ ସଂପୃକ୍ତ ଅଛନ୍ତି ନା ନାହିଁ ତାହା ପୁଲିସ ତଦନ୍ତ କଲେ ଜଣାପଡ଼ିବ ।

ମିଡ-ଡ଼େ ଓଡ଼ିଶା: ଆପଣ ବାହାର ରାଜ୍ୟର ଲୋକ । ଏଠି ଆସି ଦଲାଲି କରୁଛନ୍ତି ବୋଲି ମେୟର ବିଭିନ୍ନ ଗଣମାଧ୍ୟମକୁ ତାଙ୍କର ପ୍ରତିକ୍ରିୟା ଦେଇ କହିଛନ୍ତି ।
ପ୍ରଦୀପ ପାଣ୍ଡେ: ହଁ, ମୁଁ ଏକଥା ଭଲଭାବେ ଅବଗତ ଅଛି । ହେଲେ ମେୟରଙ୍କ ଭଳି ଶସ୍ତା କଥା କହି କାଉଣ୍ଟର କରିବାକୁ ଚାହେଁନି । ଯାହା ପଦକ୍ଷେପ ନେବି ଆଇନଗତ ଭାବେ । ଏଥିପାଇଁ ମୁଁ ଆଇନର ପରାମର୍ଶ ନେଉଛି ।

ମିଡ-ଡ଼େ ଓଡ଼ିଶା: ଆପଣଙ୍କୁ ଚାପ, ଭୟ, ଧମକ ???
ପ୍ରଦୀପ ପାଣ୍ଡେ: ଆଜ୍ଞା, ଜଣେ ଛାତ୍ରମୃତ୍ୟୁର ରହସ୍ୟ ଉନ୍ମୋଚନ ପାଇଁ ସାମ୍ବାଦିକତାର ଲଢ଼େଇ କରୁଛି । ଏଥିପାଇଁ କୌଣସି ଚାପ, ଭୟ କିମ୍ବା ଧମକକୁ ମୋର ଖାତିର ନାହିଁ । ସତ୍ୟର ପର୍ଦ୍ଦାଫାସ କରିବାକୁ ଚେଷ୍ଟା ଜାରି ରଖିଛି । ଅପେକ୍ଷା କରନ୍ତୁ, ସବୁ ଗୁମର ଖୋଲିଦେବି ।

Previous Post

ମେୟରଙ୍କ କୋଟିଏ ଟଙ୍କାର ମିଛ

Next Post

୨୦୧୭ର ଅନେକ ଅନେକ ଶୁଭେଚ୍ଛା

Next Post
୨୦୧୭ର ଅନେକ ଅନେକ ଶୁଭେଚ୍ଛା

୨୦୧୭ର ଅନେକ ଅନେକ ଶୁଭେଚ୍ଛା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA