Thursday, April 30, 2026 06:29 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସବୁ ଧାର୍ମିକ ଜାଗାରେ ଦର୍ଶନ ବନ୍ଦ

by Our Correspondent
19 Mar, 2020- 08:22 PM
in Latest News, News
1 min read
0
ସବୁ ଧାର୍ମିକ ଜାଗାରେ ଦର୍ଶନ ବନ୍ଦ

ଭୁବନେଶ୍ୱର: ଖାଲି ଶ୍ରୀମନ୍ଦିର ନୁହେଁ । ରାଜ୍ୟର ସମସ୍ତ ମନ୍ଦିର, ମସଜିଦ୍, ଚର୍ଚ୍ଚ, ଗୀର୍ଜା, ଗୁରୁଦ୍ୱାରକୁ ଭକ୍ତଙ୍କ ନିମନ୍ତେ ବନ୍ଦ କରାଯାଇଛି । ଆସନ୍ତାକାଲିଠାରୁ ଏପ୍ରିଲ୍ ୧ ତାରିଖ ଯାଏଁ ସବୁ ଧାର୍ମିକ ଜାଗାକୁ ଭକ୍ତଙ୍କ ପାଇଁ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି କଟକଣା କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଜାରି ହୋଇଛି । ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ହେବା ସତ୍ତ୍ୱେ ଅନୁଷ୍ଠାନର ଦୈନିକ ନୀତିକାନ୍ତି ଯଥାବିଧି ଚାଲିବ ବୋଲି କୁହାଯାଇଛି ।

ଏଥିସହ କରୋନା ମୁକାବିଲାରେ ରାଜ୍ୟ ସରକାର ଅଧିକରୁ ଅଧିକ ସତର୍କତା ଅବଲମ୍ବନ କରି ଆହୁରି ଅନେକଗୁଡ଼ାଏ ପଦକ୍ଷେପ ନେଇଛନ୍ତି ।
ଆଜିଠାରୁ ଆରମ୍ଭ ହୋଇଥିବା ମାଟ୍ରିକ୍ ପରୀକ୍ଷା ଖାତାଦେଖାକୁ ସ୍ଥଗିତ ରଖାଯାଇଛି । ମାର୍ଚ୍ଚ ୨୩ରୁ ଉଚ୍ଚ ମାଧ୍ୟମିକ ପରୀକ୍ଷା-୨୦୨୦କୁ ସ୍ଥଗିତ ରଖାଯାଇଛି । ବିପିୟୁଟି ଏବଂ ଭିସୁଟ୍ ର ଶେଷ ସେମିଷ୍ଟାର ଏବଂ ବ୍ୟାକ୍ ପେପର୍ ର ସମସ୍ତ ପରୀକ୍ଷାଗୁଡ଼ିକୁ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଅନ୍ୟପକ୍ଷରେ ଆଇସିଏସସିର ଦ୍ୱାଦଶ ପରୀକ୍ଷା ଏବଂ ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷାଗୁଡ଼ିକୁ ବନ୍ଦ କରିଛନ୍ତି କର୍ତ୍ତୃପକ୍ଷ ।
ସରକାରୀ କର୍ମଚାରୀଙ୍କ ପାଇଁ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଜାରି ହୋଇଛି ନିଦେ୍ର୍ଦଶନାମା । କୌଣସି କର୍ମଚାରୀଙ୍କୁ ଥଣ୍ଡା, କାଶ କିମ୍ବା ଜ୍ୱର ହେଲେ ତୁରନ୍ତ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ୧୪ ଦିନିଆ କ୍ୱାରେଣ୍ଟାଇନ୍ ଲିଭ୍ ରେ ଯାଇପାରିବେ । ସେହିଭଳି କୌଣସି ସରକାରୀ କର୍ମଚାରୀଙ୍କ ପରିବାର ସଦସ୍ୟ ବିଦେଶରୁ ଫେରିଥିଲେ ସେ ୧୪ ଦିନ କ୍ୱାରେଣ୍ଟାଇନରେ ରହିପାରିବେ । ଗ୍ରୁପ୍-ସି, ଗ୍ରୁପ୍-ଡି କର୍ମଚାରୀମାନେ ମାର୍ଚ୍ଚ ୩୧ ତାରିଖ ଯାଏଁ ଅଫିସ୍ ଆସିବାକୁ ବାରଣ କରାଯାଇଛି । କାର୍ଯ୍ୟାଳୟ ମୁଖ୍ୟଙ୍କ ନିର୍ଦ୍ଦେଶକ୍ରମେ ରୋଷ୍ଟର ଡୁ୍ୟଟିରେ କାର୍ଯ୍ୟାଳୟ ଆସିବେ ।
ହାଇ-ଏଣ୍ଡ ସେଲୁନ୍, ବିୟୁଟି ପାର୍ଲର, ସ୍ପା ଗୁଡ଼ିକୁ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ସଂଗ୍ରାହଳୟ, ଗ୍ରନ୍ଥାଗାର, ଥିଏଟରଗୁଡ଼ିକ ବନ୍ଦ କରାଯାଇଛି ।
ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଭିତରକନିକା ପ୍ରକୃତି ଶିବିର, ରାଜ୍ୟର ସମସ୍ତ ଚିଡ଼ିଆଖାନା, ପରିବେଶ-ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ବନ୍ଦ କରାଯାଇଛି । ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର, ଭୁବନେଶ୍ୱର ଉଦ୍ଭିଦ ଉଦ୍ୟାନକୁ ପ୍ରତିଦିନ ଅପରାହ୍ନ ୨ଟାରୁ ବନ୍ଦ ରହିବ ।
ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ଆଜି ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି ।

୬୧ରୁ ୬୦ କରୋନା ନେଗେଟିଭ୍

ରାଜ୍ୟରେ ଏ ପର୍ଯ୍ୟନ୍ତ ୬୧ଟି ନମୁନା ପରୀକ୍ଷା ହୋଇଛି । ସେଥିରୁ ୬୦ଟି କରୋନା ନେଗେଟିଭ୍ ଅଛି । ଗତକାଲି ୫ଟି ନମୁନା ପରୀକ୍ଷା କରାଯାଇଥିଲା ଏବଂ ସେସବୁ କରୋନା ନେଗେଟିଭ୍ ରିପୋର୍ଟ ଆସିଛି । ଆଜି ଅପରାହ୍ନ ସୁଦ୍ଧା ଓଡ଼ିଶାରେ କୋଭିଡ୍-୧୯ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୨୩ ଜଣ ବ୍ୟକ୍ତିଙ୍କୁ ବିଭିନ୍ନ ଡାକ୍ତରଖାନାରେ ଆଇସୋଲେସନ୍ ରେ ରଖାଯାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାଗୁଡ଼ିକରେ ୩୧୮୩ଟି ଆଇସୋଲେସନ୍ ବେଡ୍ ପ୍ରସ୍ତୁତ ଅଛି ।
୧୨,୨୬୮ କଲ୍, ୨୬୦୦ ଜଣଙ୍କର ରେଜିଷ୍ଟ୍ରସନ୍
ଗତ ୨୪ ଘଣ୍ଟା ମଧ୍ୟରେ ୧୦୪ ହେଲ୍ପ ଲାଇନ୍ କୁ ୧୨,୨୬୮ କଲ୍ ଆସିଛି । ଆଜି ଅପରାହ୍ନ ୨ଟା ସୁଦ୍ଧା ବିଦେଶରୁ ଫେରିଥିବା ୨୬୦୦ ଜଣଙ୍କ ନାମ ପଞ୍ଜିକରଣ କରାଯାଇଛି ।
ଘରେ ରଖିଥିବା ପୋଷାଜନ୍ତୁଙ୍କୁ ବାହାରେ ନ ଛାଡ଼ି ଘରେ ଆଦରରେ ରଖିବାକୁ ବାଗଚୀ ପରାମର୍ଶ ଦେଇଛନ୍ତି । ସେହିପରି କୁକୁଡ଼ା, କୁକୁଡ଼ା ଅଣ୍ଡା ସହ ଅନ୍ୟ ପୋଲଟ୍ରି ଉତ୍ପାଦ ନିରାପଦ ବୋଲି କହିଛନ୍ତି । ଚିକେନ୍, ଅଣ୍ଡା ଖାଇବାରେ କୌଣସି ଅସୁବିଧା ନାହିଁ । ତେବେ ଏହାର ପରିବହନ ଓ ବ୍ୟବହାର ସମୟରେ ଆବଶ୍ୟକୀୟ ପରିଚ୍ଛନ୍ନତା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଡ. କ୍ରିଷନ୍ କୁମାର ଏବଂ ସଞ୍ଜୟ ସିଂ ମଧ୍ୟ ଉପସ୍ଥିତ ରହି ସରକାରୀ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ ।
Previous Post

ଭକ୍ତଙ୍କ ପାଇଁ ବନ୍ଦ ହେଲା ଶ୍ରୀମନ୍ଦିରରେ ଦର୍ଶନ

Next Post

ମୋଦିଙ୍କ ଅପିଲ୍: ରବିବାର ସାରା ଦେଶରେ ଜନତା କର୍ଫ୍ୟୁ

Next Post
ମୋଦିଙ୍କ ଅପିଲ୍: ରବିବାର ସାରା ଦେଶରେ ଜନତା କର୍ଫ୍ୟୁ

ମୋଦିଙ୍କ ଅପିଲ୍: ରବିବାର ସାରା ଦେଶରେ ଜନତା କର୍ଫ୍ୟୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA